Posts

Showing posts from September, 2022

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…* ଆଈମା କହେ ଆମ ସମୟରେ ଆମେ ସକାଳୁ ବଡି ଭୋରରୁ ଉଠି ସର୍ବ ପ୍ରଥମେ ଘର, ଦାଣ୍ଡ, ଅଗଣା ଓ ଘରର ଗଳି ପର୍ଯ୍ୟନ୍ତ ଝାଡୁ କରି ସେଥିରେ ତାଜା ଗୋବର ପାଣି ଝୀଂଟି ପକାଉଥିଲୁ l ଘର ପରିବେଶକୁ ସଫାସୁତୁରା ରଖି ତାକୁ ଶୁଦ୍ଧ ରଖୁଥିଲୁ l ଏହା ଆମ ସ୍ତ୍ରୀ ଲୋକମାନଙ୍କ ନିତିଦିନିଆ ଅଭ୍ୟାସ ଥିଲା l ଗାଁର ସମସ୍ତ ଘରର ସ୍ତ୍ରୀ ଲୋକେ ଏପରି କରି ପୂରା ଗାଁକୁ ସ୍ୱଚ୍ଛ ଓ ଶୁଦ୍ଧ କରୁଥିଲେ l ତାପରେ ଘରର ବହୁ କିମ୍ବା ମା ଚୂଲିକୁ ଗୋବରରେ ଲିପା ପୋଛା କରି ଚୂଲିକୁ ସ୍ୱଚ୍ଛ ଓ ଶୁଦ୍ଧ କରି ତାକୁ କିଛି ସମୟ ପାଇଁ ଛାଡି ସେଥିରେ ଘରର ସମସ୍ତ ଲୋକଙ୍କ ପାଇଁ ବ୍ୟଞ୍ଜନ ତିଆରି ହେଉଥିଲା l ବ୍ୟଞ୍ଜନ ତିଆରି ସରିଲା ପରେ ଅଳ୍ପ ଟିକେ ଅଗ୍ନି ଦେବତାକୁ ଦିଆଯାଉଥିଲା କାରଣ ଅଗ୍ନି ଦେବତା ହେଉଛନ୍ତି ସ୍ୱଚ୍ଛ ଓ ଶୁଦ୍ଧ ଦେବତା ତାଙ୍କୁ କେହି ଅଶୁଦ୍ଧ କରିପାରିବେ ନାହିଁ l ପ୍ରଥମେ ଅଗ୍ନି ଗ୍ରାସ କଲେ ଲଷ୍ମୀ ମା ସନ୍ତୁଷ୍ଟ ହୁଅନ୍ତି l *ଆଈମା କହେ – ଗୋମୟେ ବସତି ଲକ୍ଷ୍ମୀ l* ଗାଈର ଗୋବରରେ ଲକ୍ଷ୍ମୀ ମା ବିରାଜମାନ କରନ୍ତି l ସେ ଅନ୍ନପୂର୍ଣ୍ଣା ଅଟନ୍ତି l ସମସ୍ତଙ୍କ ଭୋକକୁ ସେ ମେଣ୍ଟେଇଥାନ୍ତି l ତେଣୁ ରୋଷେଇ ଶାଳାରେ ପ୍ରତିଦିନ ଗୋବର ପାଣିଦ୍ୱାରା ଲିପା ପୋଛା ହେଉଥିଲା l ଯେଉଁଠି ଶୁଦ୍ଧ ବାତାବରଣ ରୁହେ ସେଇଠି ମା ଲକ୍ଷ୍ମୀ ଆସିରହିବା ପାଇଁ ବେଶୀ ଭଲ ପାଆନ୍ତି l ଉକ୍ତ ଘରେ କୌଣସ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 09 ଦେଶୀଗାଇ ଘିଅ ମାଲିସ ଦ୍ବାରା ଅନେକ ରୋଗରୁ କିପରି ମୁକ୍ତି ମିଳିପାରିବ…

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 09 ଦେଶୀଗାଇ ଘିଅ ମାଲିସ ଦ୍ବାରା ଅନେକ ରୋଗରୁ କିପରି ମୁକ୍ତି ମିଳିପାରିବ…* ରାତିରେ ଶୋଇବା ପୂର୍ବରୁ ଦେଶୀ ଗାଈ ଘିଅକୁ କଂସା ଗିନା ସାହାଯ୍ୟରେ ପାଦ ତଳେ ମାଲିସ କଲେ ନାନା ପ୍ରକାର ପିତ୍ତ-ବାତ ଜନିତ ରୋଗରୁ ମୁକ୍ତି ମିଳେ l ଗଛର ଚେର ଯେପରି ବିଭିନ୍ନ ପ୍ରକାରର ଆବଶ୍ୟକୀୟ ପୋଷାକ ତତ୍ତ୍ୱ ଶୋଷଣ କରି ଗଛକୁ ଯୋଗାଇବାରେ ସାହାଯ୍ୟ କରେ ଠିକ ସେହିପରି ଆମର ପାଦ ମଧ୍ୟ ପାଣି ଓ ତେଲକୁ ଶୋଷଣ କରି ଶରୀରକୁ ଯୋଗାଇ ଥାଏ l ତେଲ ମାଲିସ ଦ୍ୱାରା ଆମ ଶରୀରକୁ ଆବଶ୍ୟକୀୟ ପୋଷାକ ତତ୍ତ୍ୱ ମିଳିଥାଏ l କେବଳ ଏତିକି ନୁହଁ ଏହା ଦ୍ୱାରା ଶରୀରର ସମସ୍ତ ଅଂଶକୁ ଠିକ ଭାବେ ରକ୍ତ ସଂଚାଳନ ହୋଇ ଥାଏ l ଅନିଦ୍ରା ରୋଗ ଦୂର ହେବ ସହ BP ଓ Sugar ନିୟନ୍ତ୍ରିତ ରହେ l କେଶ ସମସ୍ୟା ଦୂର ହୁଏ l ଚର୍ମ ଚିକ୍କଣ ରହେ ଓ ଶୁଖିଲାପଣ ଦୂର ହୁଏ l ପେଟ ଭଲ ସଫା ହୁଏ l ଆଦି ଅନେକ ଲାଭ ହୁଏ, ତେଣୁ ସମସ୍ତେ ନିୟମିତ ତେଲ ମାଲିସ କରିବା ଉଚିତ କାରଣ ଏହା ଦ୍ୱାରା ବୃଦ୍ଧାବସ୍ଥାରେ ବିଳମ୍ବ ହୋଇଥାଏ l ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ… .

ମୋ ଆଈମା ସ୍ୱାସ୍ଥ୍ୟ କଥା - 08 ପାନର ଔଷଧୀୟ ଗୁଣ ଉପରେ…

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 08 ପାନର ଔଷଧୀୟ ଗୁଣ ଉପରେ…* ଆଈମା କହେ ସେଇ ପତ୍ର ବା ପନିପରିବା ଖାଅ ଯାହାର ଉପର ରଙ୍ଗ ପ୍ରାକୃତିକ ଭାବରେ ଅଧିକ ଗାଢ଼ ହୋଇଥିବ ମାନେ ହେଲା ଯଦି କୌଣସି ଟମାଟୋ ଖାଉଛନ୍ତି ତାର ରଙ୍ଗ ସମ୍ପୂର୍ଣ ନାଲି ହେବା ଉଚିତ ଫିକା ଟମାଟୋ ଖାଇବା ଅନୁଚିତ l ବାଇଗଣ ମଧ୍ୟ ଯେତିକି ଗାଢ଼ ବାଇଗଣୀ ରହିବ ସେତିକି ଭଲ l କଲରା ଯେତିକି ଗାଢ଼ ସବୁଜ ରହିବ ସେତିକି ଭଲ l ଏହି ଗଢତା ପ୍ରକୃତି ଦେଇଥାଏ ଏହାର ବିଶେଷ ବୈଶିଷ୍ଟ୍ୟ ରହିଛି l ପାନ ପତ୍ର ଖାଇଲା ବେଳେ ମଧ୍ୟ ଆମେ ଏହା ଧ୍ୟାନ ଦେବା ଏହା କେତେ ଗାଢ଼ ସବୁଜ ରହିଛି l ବିଦେଶୀ ପାନ ଫିକା ସବୁଜ ଥାଏ କିନ୍ତୁ ଆମ ଦେଶୀ ପାନ ପତ୍ର ଗାଢ଼ ସବୁଜ ଦେଖାଯାଏ ସେଥିପାଇଁ ଆମ ଆଞ୍ଚଳିକ ପାନ ପତ୍ରରେ ପାନ କରି ଖାଇଲେ ଆମର ବହୁତ ଉପକାର ହୋଇଥାଏ l *ଆଈମା ପାନର ଉପକାର ବିଷୟରେ ବର୍ଣ୍ଣନା କରିବା ଆରମ୍ଭ କଲେ… ଧ୍ୟାନ ଦେଇ ଶୁଣିବେ* 👉 ପାନ ପତ୍ର କଫ ଓ ପିତ୍ତ ନାଶକ ହୋଇଥାଏ l ଏଥିରେ ଲଗାଯାଉଥିବା ଚୂନ ବାତ ନାଶକ ହୋଇଥାଏ l ସେଥିପାଇଁ ପାନ ଖାଇଲେ ଆମର ସମସ୍ତ ତ୍ରିଦୋଷ କଟିଯାଏ l 👉 ପାନର ଏକ ପ୍ରାକୃତିକ ସ୍ୱାଦ ରହିଛି ତାହାହେଲା ଏହା କସା ଲାଗିବ l ମିଠା ପାନ ଭଲ ନୁହଁ ବା ସେତିକି ଗୁଣକାରୀ ନୁହଁ ସେଥିପାଇଁ ଆମ ପୂଜାରେ ଲାଗୁଥିବା ପାନରେ କୌଣସି ଚିନି ଜାତୀୟ ଜିନିଷ ପକାଯାଏ ନାହିଁ l 👉 ପାନରେ କଣ କଣ ଜିନିଷ ପକାଯିବ? ଆଈମା କହନ୍ତି – 1 ଗ୍ରାମ ଚୂନ, ପାନ ମଧୁ...

ମୋ ଆଈମା ସ୍ୱାସ୍ଥ୍ୟ କଥା – 12 ଖାଦ୍ୟ ଖାଇବାର ସଠିକ୍ ଶୈଳୀ ଉପରେ….

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା – 12 ଖାଦ୍ୟ ଖାଇବାର ସଠିକ୍ ଶୈଳୀ ଉପରେ…* 👉 ଆଜି ଆଈମା ଆମକୁ ଖାଇବା ସମୟରେ କରୁଥିବା କିଛି ବଡ଼ ଭୁଲ ଏବଂ କିଛି ଭଲ ମହତ୍ବପୂର୍ଣ ଖାଇବା ଶୈଳୀ ବିଷୟରେ ଆମକୁ ପ୍ରାଞ୍ଜଳ ଭାବରେ ବୁଝାଇ କହିବ l 👉 ଆଈମା କହେ ଖାଇଲା ବେଳେ କେବେବି କଥା ହେବା ଉଚିତ ନୁହଁ l ଏମିତି କଲେ ଶ୍ୱାସନଳୀ ଭିତରକୁ ଖାଦ୍ୟ ଚାଲି ଯାଇପାରେ ଆଉ ଖାଦ୍ୟ ଅଟକି ଶ୍ୱାସରୁଦ୍ଧ କରି ସେଇ ବ୍ୟକ୍ତିର ପ୍ରାଣ ମଧ୍ୟ ଚାଲି ଯାଇପାରେ l 👉 ଖାଇଲା ବେଳେ TV ଦେଖିବା, ମୋବାଇଲ ଦେଖିବା ବର୍ତ୍ତମାନ ଲୋକଙ୍କ ଅଭ୍ୟାସ ହୋଇଗଲାଣି l ଏସବୁ କାମ ଠିକ ନୁହଁ l ଆମେ ଖାଦ୍ୟକୁ ସବୁବେଳେ ସମ୍ମାନ ଦେବା ଉଚିତ l ଖାଦ୍ୟ ଖାଇଲା ବେଳେ ମନ ଧ୍ୟାନ ଦେଇ ଚୋବେଇ ଚୋବେଇ ଖାଇଲେ ପାଟିରେ ପାଚକ ରସ ଠିକ ଭାବେ ଝରିଥାଏ ଏବଂ ସୁନ୍ଦର ଭାବେ ହଜମ ହୋଇଥାଏ l ମନେ ରଖିବେ ପାଟିରେ ଦାନ୍ତ ଅଛି ପେଟରେ ନୁହେଁ l ଏବେ ଛୋଟ ପିଲାମାନେ ଏତେ ମୋଟା କାହିଁକି ହେଉଛନ୍ତି?? କାରଣ ସେମାନେ ଅନ୍ୟମନସ୍କ ହୋଇ ଖାଦ୍ୟକୁ ନ ଚୋବେଇ ଗିଳି ଦିଅନ୍ତି l ଯେଉଁ ଲୋକ ଯେତିକି ଜୋରରେ ଖାଦ୍ୟ ଖାଇଥାଏ ସେ ସେତିକି ପେଟ ପାଇଁ ସମସ୍ୟା ତିଆରି କରେ ଏବଂ ତାର ଖାଦ୍ୟ ହଜମ ନହୋଇ ପେଟରେ ଶଢ଼ିଥାଏ ଯାହା ଫଳରେ ପେଟରେ ଅମୃତ ରସ ବାହାରିବା ଜାଗାରେ ବିଷ ବାହାରେ ଏବଂ ତାକୁ ଅଧିକ ଚର୍ବିଯୁକ୍ତ କରି ମୋଟା କରାଇଥାଏ l ଏହାର ଓଲଟା କରୁଥିବା ଲୋକ… ଯେଉଁମାନେ ଅତି ଧୀରେ ଧୀରେ ଖାଆନ୍ତି ସେମାନେ ପ...

ମୋ ଆଈମା ସ୍ୱାସ୍ଥ୍ୟ କଥା – 13 ହାଡଫୁଟି ରୋଗ ଉପରେ….

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା – 13 ହାଡଫୁଟି ରୋଗ ଉପରେ….* 👉 ବର୍ତ୍ତମାନ ବହୁତ ଲୋକଙ୍କୁ ହାଡଫୁଟି, ରୋଗ ହେଉଛି l କିଛି ଲୋକ Chicken Pox ମଧ୍ୟ କହୁଛନ୍ତି l ସେ ସବୁର ଗାଉଁଲି ସୁନ୍ଦର ସମାଧାନ ଆମେ ଆଈମାକୁ ପଚାରି ବୁଝିବା l 👉 କୋଉ ସମୟରେ ଏହି ରୋଗ ମୁଖ୍ୟତଃ ଦେଖାଯାଏ l ଶୀତ ରୁ ଆରମ୍ଭ କରି ଖରା ଦିନର ପ୍ରାରମ୍ଭିକ ଅବସ୍ଥା ଭିତରେ ଏହି ରୋଗ ଦେଖାଯାଏ l ଏହା ଏକ ଭୂତାଣୁ ଜନିତ ରୋଗ ହେଇଥିବାରୁ ଏହାର କୌଣସି ଔଷଧ ଆଜି ପଯ୍ୟନ୍ତ ବାହାରି ନାହିଁ କିନ୍ତୁ ଶରୀରର ପ୍ରତିରୋଧ ଶକ୍ତି ବଢ଼ାଇ ଏହି ଭୂତାଣୁମାନଙ୍କୁ ଶରୀର ଛାଡ଼ିବା ପାଇଁ ବାଧ୍ୟ କରାଯାଇ ଥାଏ l ଏହି ରୋଗରେ ଲୋକ ମରନ୍ତି ନାହିଁ କିନ୍ତୁ ବହୁତ ଅସୁବିଧା ଭୋଗ କରନ୍ତି l ପ୍ରାୟତଃ ଗୋଟିଏ ମାସ ପର୍ଯ୍ୟନ୍ତ ରୋଗୀ ଏହି ରୋଗ ଦ୍ୱାରା ପୀଡିତ ରହେ l ତେବେ ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆମେ କିଛି ଏମିତି ଜିନିଷ ଜାଣିବା ଯାହା ଦ୍ୱାରା ଆମେ ଏହି *ମା* ରୋଗର ସହଜ ଓ ସରଳ ସମାଧାନ କରି ରୋଗୀକୁ 4-5 ଦିନ ଭିତରେ ଠିକ କରିପାରିବା l 👉 ସର୍ବପ୍ରଥମେ ଜାଣିରଖନ୍ତୁ ଏହା ଏକ ଡିଆଁ ରୋଗ ତେଣୁ ରୋଗୀକୁ ଅଲଗା ଘରେ ରଖିବେ ତାର ପାଖକୁ କେବଳ ସେବା ପାଇଁ ଜଣେ ଯିବେ ସାବଧାନ ହୋଇ ଏବଂ ପ୍ରତିରୋଧ ଶକ୍ତି ବଢ଼େଇ l ରୋଗୀର ଘର ଗରମ ହେଉନଥିବ, ନର୍ମାଲ ଆଲୋକ ଓ ପବନ ଚଳାଚଳ ବ୍ୟବସ୍ଥା ଥିବ l କୌଣସି ବଡ଼ ଲାଇଟ ଜଳୁନଥିବ l ଘରେ ଗାଢ଼ ରଙ୍ଗର କୌଣସି ଜିନିଷ ନଥିବ l ରୋଗୀ କଳା, ଲ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 79 ଭ୍ରମଣର ଉପକାରିତା ଉପରେ

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 79* _(ଭ୍ରମଣର ଉପକାରିତା ଉପରେ)_ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହିତ ଏକ ନବ ପୁଲକିତ ସୁସ୍ଥ ମନ ଓ ଶରୀର ସ୍ବପ୍ନ ଭିତରେ ଆମେ ଆଜି ଭ୍ରମଣ କରି ପହଞ୍ଚିଯାଇଛୁ ଆପଣଙ୍କ ମୋବାଇଲ ପାଖରେ l ଆଈମାଙ୍କ ଦିଗଦର୍ଶନ ସବୁବେଳେ ଆମକୁ ମିଳୁଥାଉ ଏବଂ ଆମେ ଆମ ମହାନ ଓଡ଼ିଆ ସଂସ୍କୃତି ବିଜ୍ଞାନ ଭିତରକୁ ନିତ୍ୟ ନିରନ୍ତର ପ୍ରବେଶ କରି ନିଜକୁ ସୁସ୍ଥ କରିବା କାମ ଚାଲୁ ଏହା ଆମର କାମନା ଶ୍ରୀ ଜଗନ୍ନାଥଙ୍କ ପଦ୍ମ କାମଳରେ l ଥରେ ଆଈମାଙ୍କୁ ହଠାତ ପ୍ରଶ୍ନ କରିଥିଲି ଭଗବାନ ନିଜେ ତ ମାଂସ ଭକ୍ଷଣ କରିବା ପାଇଁ ମୃଗୟା କରୁଥିଲେ ଆଉ କେମିତି ଅହିଂସା ପରମୋ ଧର୍ମର କଥା କହୁଥିଲେ? ପ୍ରଶ୍ନ ଶୁଣି ଆଈମା କହିଲେ ପୂର୍ବ କାଳରେ ଲୋକେ ଏକ ନିର୍ଦ୍ଧିଷ୍ଟ ଋତୁରେ ମୃଗେୟ କରୁଥିଲେ l ପ୍ରକୃତରେ ମୃଗୟା ମାନେ ମୃଗ ହରିଣ ଶିକାର ନୁହେଁ l ମୃଗୟା ମାନେ ହେଲା ଯେଉଁ ଜଙ୍ଗଲରେ ଅତ୍ୟୋଧିକ ତୃଣ ଭୋଜି ପ୍ରାଣୀ ରହିଥାନ୍ତି ସେଇଭଳି ଅରଣ୍ୟକୁ ତୀର୍ଥ ବା ଭ୍ରମଣ କରି କିଛି ସମୟ କଟେଇବା ଅଟେ l କିନ୍ତୁ କିଛି ଲୋକ କିମ୍ବା ରାଜାମାନେ ନିଜର ଧନୁଶର କଳା ପ୍ରଦର୍ଶନ ଏବଂ ମାଂସ ଭକ୍ଷଣ ଉଦ୍ଦେଶ୍ୟରେ ମଧ୍ୟ ମୃଗୟା କରୁଥିଲେ ଯାହାକି ପାପ କାର୍ଯ୍ୟ ଥିଲା l ସେଥିପାଇଁ ସେଇ ବ୍ୟକ୍ତିକୁ ବନପ୍ରସ୍ତ ଏବଂ ସନ୍ୟାସ ଧର୍ମ ମଧ୍ୟ ଅତିବାହିତ କରିବାକୁ ପଡୁଥିଲା l ତେଣୁ ମୃଗୟା ମାନେ କେବଳ ଜଙ୍ଗଲ ପରିଭ୍ରମଣ ଅଟେ l ମୃଗୟା କରିବା ଫଳରେ ବ୍ୟକ୍ତି ଭ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 80 ଆୟୁଷ ନଷ୍ଟ କରିବାରେ ଚପଲ ଓ ଜୋତାର ଭୂମିକା

Image
*ମୋ ଆଈମା ସ୍ୱାସ୍ଥ୍ୟ କଥା - 80* ଯଦି ଆପଣଙ୍କର ଗୋଟିଏ ବର୍ଷ ଆୟୁଷ ବଦଳରେ ଆପଣଙ୍କୁ ଗୋଟିଏ କୋଟି ଟଙ୍କା ଦିଆଯାନ୍ତା ତାହେଲେ ଆପଣ କଣ ସତରେ ରାଜି ହେଇପାରିବେ? ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଆଜି ଆମେ ସମସ୍ତେ ଖୁସିରେ ନିଜ ନିଜର ଆୟୁଷ ଦାନ କରିବାରେ ବେଶ ଖୁସି l ଖରାପ ଭାବନ୍ତୁ ନାହିଁ କାରଣ ତ ଜାଣନ୍ତୁ କଣ ପାଇଁ ଆଈମା ଆମକୁ ଏଭଳି କଥା କହୁଛନ୍ତି? ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆପଣମାନଙ୍କ ପାଇଁ ରହିଛି.. 👉 ଆୟୁଷ ନଷ୍ଟ କରିବାରେ ଚପଲ ଓ ଜୋତାର ଭୂମିକା l 👉 କଠଉ ପିନ୍ଧିବାରେ କଣ ରହିଛି ବିଜ୍ଞାନ? 👉 ବୈଜ୍ଞାନିକ ଜୋତା ବା ଚପଲ ନିର୍ମାଣ l ଆଈମା କହନ୍ତି ଆମ ପାଦ ତଳ ସବୁବେଳେ ଟାଣ ରହିବା ଦରକାର କାରଣ ପ୍ରତ୍ୟେକ ସ୍ଥଳଚର ପ୍ରାଣୀମାନଙ୍କର ପାଦ ପ୍ରାକୃତିକ ଭାବେ ଟାଣ ରହିଥାଏ l ଯେଉଁ ବ୍ୟକ୍ତିର ପାଦ ତଳ ଚର୍ମ ଯେତିକି ଟାଣ ସିଏ ସେତିକି ଦୀର୍ଘାୟୁ ହେବାର ସମ୍ଭାବନା ଥାଏ l ବଜାରରେ ଆଜିକାଲି କେତେ ସୁନ୍ଦର ସୁନ୍ଦର ଚପଲ, ଜୋତା ମିଳୁଛି ଏହାକୁ ଆମେ ପିନ୍ଧି ଆରାମ ପାଉଛନ୍ତି କିନ୍ତୁ ଏହା ଦ୍ୱାରା କେତେ ଯେ ଆମର କ୍ଷତି ହେଉଛି ଜାଣିରଖନ୍ତୁ l 👉 ପାଦକୁ ନା ମାଟିର  ନା ପବନ ନା ସୂର୍ଯ୍ୟାଲୋକର ସ୍ପର୍ଶ ମିଳେ ସେଥିପାଇଁ ପାଦ କଅଁଳିଆ ହୋଇଥାଏ l 👉 ଘରର ଫାଉଣ୍ଡେସନ ଯଦି ଦୁର୍ବଳ ତାହେଲେ ଘରର ସ୍ଥାୟିତ୍ୱ ଉପରେ ଯେମିତି ପ୍ରଶ୍ନ ଚି଼ହ୍ନ ଉଠେ ସେହିପରି ପାଦ କୋମଳ ହେଲେ ଅନେକ ରୋଗ ଆସିବାର ସମ୍ଭାବନ...

ମୋ ଆଈମା ସ୍ୱାସ୍ଥ୍ୟ କଥା – 39 ଖାଇବା ଚୂନର ଉପକାରିତା ଉପରେ….

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା – 39 ଖାଇବା ଚୂନର ଉପକାରିତା ଉପରେ…* ଗୋଟିଏ ଟଙ୍କାର ଜିନିଷ କିନ୍ତୁ ଲକ୍ଷେ ଟଙ୍କାର କାମ ଯାହାକୁ ଆମେ ପାନରେ ଲଗେଇ ଖାଉ କ୍ୟାଲସିୟମ ରେ ଭରପୂର ଏହି ଚୂନର ଔଷଧୀୟ ଗୁଣ ଜାଣିଲେ ଆପଣଙ୍କୁ ସତରେ ଆଶ୍ଚର୍ୟ୍ଯ ଲାଗିବ l ଗତ ୭ବର୍ଷ ଧରି ଆମେ ଏହି ଚୂନକୁ ରୋଗୀଙ୍କୁ ଦେଇ ବହୁତ ଜଟିଳ ରୋଗର ସମାଧାନ କରିପାରିଛୁ l ତେଣୁ ଆପଣ ଯେ ପର୍ଯ୍ୟନ୍ତ ଏହାକୁ ଠିକ୍ ଭାବେ ବ୍ୟବହାର କରିନାହାନ୍ତି ଆପଣ ଏହାର ସତ୍ୟତାକୁ ହୃଦୟଙ୍ଗମ କରିପାରିବେ ନାହିଁ l ତେଣୁ ଆଜିର ବିଶେଷ ସ୍ୱାସ୍ଥ୍ୟ କଥା ସେଇ ଚୂନ ଉପରେ. କେମିତି ଚୂନ ୭୦ ଟି ରୋଗକୁ ଠିକ୍ କରିପାରେ ଆସନ୍ତୁ ଜାଣିବା l କେଉଁ ରୋଗକୁ ଠିକ କରେ ? ୧- ରୋଗ ପ୍ରତିରୋଧ ଶକ୍ତି କମିଯିବା କାରଣରୁ ହେଉଥିବା ରୋଗ – କ୍ୟାନସର, ଚର୍ମ ରୋଗ, ଥଣ୍ଡା- ସର୍ଦି, ଛିଙ୍କ, କାଶ, ଜଣ୍ଡିସ, ଟନସୀଲ, ଦାନ୍ତ ସମସ୍ୟା, ଆଳସ୍ୟ, ଅର୍ଶ, ମଳକଂଣ୍ଟକ, ବ୍ରଣ, ଯୌନ ରୋଗ, ଏସିଡ଼ିଟି, ମୁଣ୍ଡ ବ୍ୟଥା, ମାଇଗ୍ରେନ ଆଦି ଅନେକ l ୨- ସମସ୍ତ ପ୍ରକାର ବାତରୋଗ- ସାଇଟିକିଆ, ସ୍ପୋଣ୍ଡୋଲାଇଟିସ, ଆଣ୍ଠୁଗଣ୍ଠି ବାତ, ଅଣ୍ଟା, ବେକ, କାନ୍ଧ, ଆଙ୍ଗୁଠି, କହୁଣୀ, ଆଦି ଯନ୍ତ୍ରଣା ରେ କାମ ଦିଏ l ୩- ପୁରୁଷ ଠାରେ ଶୂକ୍ରାଣୁ ଓ ସ୍ତ୍ରୀ ଠାରେ ଡିମ୍ବାଣୁ ସଂଖ୍ୟାକୁ ବଢ଼େଇଥାଏ l ବନ୍ଧ୍ୟା ଦୋଷ ଦୂର କରେ l ୪- ଉଚ୍ଚତା ବୃଦ୍ଧିରେ ସାହାର୍ଯ୍ୟ କରିଥାଏ l ତେଣୁ ୨୨ ବର୍ଷରୁ କମ ଗେଡା ପିଲାମାନେ ନିଶ୍ଚୟ ଏହାର...

ମୋ ଆଈମା ସ୍ୱାସ୍ଥ୍ୟ କଥା - 81 ବସନ୍ତ ଋତୁରେ ହେଉଥିବା ପାଦ ଜଳା ପୋଡା ଉପରେ

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 81* _(ବସନ୍ତ ଋତୁରେ ହେଉଥିବା ପାଦ ଜଳା ପୋଡା ଉପରେ)_ ଋତୁରାଜ ବସନ୍ତର ଶୁଭ ଆଗମନ ହେଇସାରିଛି l ପ୍ରକୃତିର ନବ ନିର୍ମାଣ ପ୍ରକ୍ରିୟା ଖୁବ ଜୋର ସୋର ରେ ଚାଲିଛି l ବିବିଧତା ପୂର୍ଣ୍ଣ ଭାରତରେ କେବଳ ଏଭଳି ୠତୁଲୀଳା ଦେଖାଯାଏ l ଆଜି ଇଂରାଜୀ ନୂଆବର୍ଷକୁ ଭାରତୀୟମାନେ ଭୁଲ ବଶତଃ ନୂଆ ବର୍ଷ ମାନନ୍ତି କିନ୍ତୁ ଏହା ବସନ୍ତ ଋତୁ ଭୁଲ ପ୍ରମାଣିତ କରିଥାଏ l ବର୍ଷରେ ଛଅଟି ଋତୁରେ ଅଲଗା ଅଲଗା ଜଳବାୟୁ ଯୋଗୁଁ ଆମ ଶରୀରର ପ୍ରକୃତି ମଧ୍ୟ ଅଲଗା ଅଲଗା ଥାଏ l ବସନ୍ତ ଓ ଶରତ ଋତୁରେ ପ୍ରାୟ ସମାନ ପାଗ ଥାଏ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଗୋଟିଏ ରୋଗ ଉପରେ ଆଲୋଚନା କରି ବସନ୍ତ ଋତୁର ସମସ୍ତ ସ୍ୱାସ୍ଥ୍ୟ ବିଜ୍ଞାନ ତଥ୍ୟକୁ ଆଣିବା l ଆଜିର ଆଈମା ସ୍ୱାସ୍ଥ୍ୟରେ ଆମେ ଜାଣିବା କାହିଁକି ବସନ୍ତର ପୂର୍ବ ଆଗମନେ ପାଦରେ ଜଳାପୋଡ଼ା ହେବା ଆରମ୍ଭ ହେଇଯାଏ? ବସନ୍ତ ଋତୁରେ ଶୀତ କମିଯାଏ ଏବଂ ଗରମ ଆଡକୁ ଶରୀର ଆଗକୁ ବଢ଼େ l ତେଣୁ ଶରୀରରେ ଏହି ସମୟରେ କଫର ମାତ୍ରା ଅଧିକ ବଢ଼େ l ଏହି ସମୟରେ ପାଚନ ଶକ୍ତି କମ ରୁହେ l ଯଦି କୌଣସି ବ୍ୟକ୍ତି ଗରିଷ୍ଠ ଭୋଜନ କରନ୍ତି ତାଙ୍କର ହଜମ ଶକ୍ତି କମିଯାଏ l ଏହି ଋତୁରେ ଶରୀରରେ ଜଳର ଅଭାବ ମଧ୍ୟ ହେଇଥାଏ ଯେହେତୁ ଖରା ମଧ୍ୟ ବଢ଼ିବାରେ ଲାଗେ l କଫର ପ୍ରଭାବରେ ଅର୍ଦ୍ଧ ପଚନ ହେଲେ ଶରୀରରେ ଅତ୍ୟୋଧିକ ଅମ୍ଳ ବଢିଥାଏ l ମନେରଖିବ ଏହି ସମୟ ହିଁ ଅନେକ ରୋଗର ସୃଷ୍ଟି କରିଥାଏ l ଧ୍ୟ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 43 ଖାଦ୍ୟ ଖାଇବାର ସଠିକ୍ ସମୟ ଉପରେ....

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 43 ଖାଦ୍ୟ ଖାଇବାର ସଠିକ୍ ସମୟ ଉପରେ...* ଭୋଜନର ଦିନଚଯ୍ୟା କିପରି ହେବା ଦରକାର ? ସକାଳ ୭ ରୁ ୯ ଟା  ପର୍ଯ୍ୟନ୍ତ ଆମାଶୟ କ୍ରିୟାଶୀଳ ହୋଇଥାଏ (ଶରୀରର  ଟାଇମ ଟେବୁଲ ଅନୁସାରେ) ସକାଳର ଭୋଜନ ସୂର୍ଯ୍ୟୋଦୟ ହେବାର ୨ ଘଣ୍ଟା ଭିତରେ କରିବା ଉଚିତ୍ ।   ଉଦାହରଣ- ଯଦି ସୂର୍ଯ୍ୟୋଦୟ ୭ଟା ରେ ହୁଏ ତେବେ ସକାଳର ଭୋଜନ ୭ ରୁ ୯ ଟା ମଧ୍ୟରେ କରିବା ଉଚିତ୍। କାରଣ ସେହି ସମୟରେ ଖାଦ୍ୟକୁ ହଜମ କରୁଥିବା ଜଠର ଅଗ୍ନି  ଅଧିକ ତୀବ୍ର ହୋଇଥାଏ । ସକାଳ ୬ ରୁ ୧୦ ଟା ପର୍ଯ୍ୟନ୍ତ ଆମ ଶରୀରରେ କଫ ର ପ୍ରଧାନତା ରହିଥାଏ । ସେହି କାରଣରୁ  ପାଚକରସ ଧିରେ ଧିରେ ବହୁତ ସମୟ ଧରି କ୍ଷରିତ ହୋଇଥାଏ । ତେଣୁ ସକାଳେ ନିଜ ପସନ୍ଦର ଖାଦ୍ୟ ପେଟପୂରା ଖାଇବା ଉଚିତ୍ । ମଧ୍ୟାହ୍ନ ଭୋଜନ ସକାଳ ଭୋଜନର ଅଧା ଓ ସଂଧ୍ୟା ଭୋଜନ ସୂର୍ଯ୍ୟାସ୍ତ ର ୪୦ ମିନିଟ୍ ପୂର୍ବରୁ କରିବା ଉଚିତ୍ । ସଂଧ୍ୟା ଭୋଜନ , ମଧ୍ୟାହ୍ନ ଭୋଜନର ଅଧା କିମ୍ବା ନାମକୁ ମାତ୍ର ଅଳ୍ପ  ଖାଇବା ଉଚିତ୍ ।                         ସଂଧ୍ୟା ଭୋଜନ ପରେ ଅତିକମ୍ ରେ ୧୦୦୦ ପାଦ ଚାଲିବା ଉଚିତ୍ । ସଂଧ୍ୟା ଭୋଜନର ୨ ଘଣ୍ଟା ପରେ କ୍ଷୀର ପିଇ ଶୋଇବା ଉଚିତ୍ । ଦେଶୀ ଗାଈ ର କ୍ଷୀର ସବୁଠାରୁ ଉତ୍ତମ ଅଟେ । ସକାଳ ଓ ମଧ୍ୟାହ୍ନ ଭୋଜନ ପରେ ୨୦ ମି...

ମୋ ଆଈମା ସ୍ୱାସ୍ଥ୍ୟ କଥା - 66 ଗାଇର ରଙ୍ଗ ଅନୁସାରେ ତାର ମହତ୍ଵ

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 66 ଗାଇର ରଙ୍ଗ ଅନୁସାରେ ତାର ମହତ୍ଵ* ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ଦୁଇଟି ଜିନିଷ ଜାଣିବା.....  1- ଗାଈର ରଙ୍ଗ ସହିତ ସାଂସ୍କୃତିକ ବୈଶିଷ୍ଟ୍ୟ l 2- କେଉଁ ରୋଗ ପାଇଁ କେଉଁ ରଙ୍ଗର ଗାଈ ବେଶୀ ଭଲ??  ଏମିତି ତ ସମସ୍ତ ଦେଶୀ ଗାଈର ଦୁଗ୍ଧ ପୁଷ୍ଟିଦାୟକ ତଥା ସ୍ଵାସ୍ଥ୍ୟ, ବଳ, ବୃଦ୍ଧି ଓ ସାତ୍ତ୍ବିକତା ବର୍ଦ୍ଧକ କିନ୍ତୁ କିପରି ସୂକ୍ଷ୍ମ ଦୃଷ୍ଟି ଭାରତ ସନ୍ଥ-ମହାପୁରୁଷଙ୍କର, ଯେଉଁମାନେ ଭିନ୍ନ ଭିନ୍ନ ରଙ୍ଗର ଗାଈଠାରେ ପ୍ରାପ୍ତ ଭିନ୍ନ ଭିନ୍ନ ବିଶେଷତାର ମଧ୍ଯ ଅନୁସନ୍ଧାନ କରିଛନ୍ତି । *👇1- ଶ୍ଵେତ (ଧଳା) ରଙ୍ଗର ଗାଈ👇*  👉 ଶ୍ଵେତ ରଙ୍ଗର ଗାଈଠାରେ ଧୃତି, ସ୍ମୃତି ବର୍ଦ୍ଧିତ ହୋଇ ରହିଥାଏ । ପ୍ରାଚୀନ କାଳରେ ରୁଷି-ମୁନି ମାନେ ଅଧିକତର ଶ୍ଵେତ ଗାଈର କ୍ଷୀର ସେବନ କରୁଥିଲେ କାରଣ ଏହାଦ୍ବାରା ଆଧ୍ୟାତ୍ମିକ ବଳ ଓ ବିଦ୍ୟାର ଅଭିବୃଦ୍ଧି ହୁଏ । 👉 ପ୍ରାଚୀନ ଗୁରୁକୁଳରେ ବିଦ୍ୟାର୍ଥିମାନଙ୍କୁ ଶ୍ଵେତ ଗାଇର ଦୁଗ୍ଧ, ଦହି ଆଦି ପ୍ରଦାନ କରାଯାଉଥିଲା, ଯାହା ଦ୍ୱାରା ସେମାନଙ୍କର ବୁଦ୍ଧି ବେଦ ଆଦି ବିଦ୍ୟାକୁ କଣ୍ଠସ୍ଥ କରିବାରେ ସମର୍ଥ ହେଉଥିଲା । 👉 ଏମାନଙ୍କର ଦୁଗ୍ଧ କଫକାରକ ତଥା ଗରିଷ୍ଠ କିନ୍ତୁ ଏଥିରେ ଶୁଣ୍ଠି, ଗୋଲମରିଚ, ପିପ୍ପଳୀ, ହଳଦି ଆଦି ପକାଇ ପାନ କଲେ ତାହା ତ୍ରିଦୋଷଶାମକ ଓ ସୁପାଚ୍ୟ ହୋଇଯାଏ । 👉 ଗର୍ଭବତୀ ମା 'ଯଦି ଧଳା ବାଛୁରି ଥିବା ଧଳା ଗାଈର ଦୁଗ୍ଧ ରୁ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 62 ଆୟୁର୍ବେଦିକ ଗର୍ଭସଂସ୍କାର ଉପରେ...

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 62 ଆୟୁର୍ବେଦିକ ଗର୍ଭସଂସ୍କାର ଉପରେ...*  ଆଜିର ଆଈମା ସ୍ୱାସ୍ଥ୍ୟ କଥା ଏକ ଜରୁରୀ ବିନ୍ଦୁ ଉପରେ ଆଲୋଚନା କରିବାକୁ ଯାଉଛି ଏହା ପ୍ରତ୍ୟେକ ଯୁବକ ଯୁବତୀମାନଙ୍କୁ ଉତ୍ତମ ଜ୍ଞାନ ପ୍ରଦାନ କରିବା ସହିତ ଉତ୍ତମ ପରିବାର ନିୟୋଜନ ବିଷୟରେ ଆଲୋକପାତ କରିବ l ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ଆପଣଙ୍କ ପିଲା ଦୁଇ ବର୍ଷ ନହେବା ପର୍ଯ୍ୟନ୍ତ ଆପଣଙ୍କୁ ଆପଣଙ୍କର ଶିଶୁ ବିଷୟରେ ସବୁକିଛି ଜାଣିବା ଆବଶ୍ୟକ l  ପ୍ରାଚୀନ ଶାସ୍ତ୍ର ଏବଂ ଆୟୁର୍ବେଦ ଗର୍ଭବତୀ ମହିଳାଙ୍କ ଖାଦ୍ୟ, ଯୋଗ ଏବଂ ନିୟମିତ ଶରୀରର ଯତ୍ନ ଟିପ୍ସ, ତଥା ପଢ଼ିବା  ସାମଗ୍ରୀ ଏବଂ ସଙ୍ଗୀତ ଶୁଣିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥାଏ ଏବଂ ଏହାକୁ ଗର୍ଭ ସଂସ୍କାର କୁହାଯାଏ l  ଏହା ପାରମ୍ପାରିକ ଭାବରେ ବିଶ୍ୱାସ କରାଯାଏ ଯେ ଶିଶୁର ମାନସିକ ଏବଂ ଆଚରଣଗତ ବିକାଶ ଗର୍ଭରେ ଆରମ୍ଭ ହୁଏ କାରଣ ଏହା ମାତାର ଭାବପ୍ରବଣତା ଦ୍ୱାରା ପ୍ରଭାବିତ ହୋଇଥାଏ l ପ୍ରାଚୀନ କାଳରୁ ଏହି ଅଭ୍ୟାସ ହିନ୍ଦୁ ପରମ୍ପରାର ଏକ ଅଂଶ ହୋଇଆସୁଛି ଏବଂ ଏକ ଉଦାହରଣ ସ୍ୱରୂପ ଅଭିମନ୍ୟୁ, ଅଷ୍ଟବକ୍ର  ଏବଂ ପ୍ରହ୍ଲାଦ ପରି ପୌରାଣିକ ଚରିତ୍ର ଉପରେ ଗର୍ଭସଂସ୍କାରର ଆବଶ୍ୟକତା ବେଶ ସୁସ୍ପଷ୍ଟ ହୋଇଥାଏ l ଭଗବାନ ବିଷ୍ଣୁଙ୍କ ଭଳି ପ୍ରତ୍ୟେକ ଜୀବ ମା ଗର୍ଭେ ଦଶାବତାରୀ ହୋଇ ଜନ୍ମ ନିଏ l ଭୃଣଟି ମୀନ, କଚ୍ଛପ, ବରାହ ଆଦି ରୂପ ନେଇ 9 ମାସ ପରେ ଏକ ପୂର୍...

ମୋ ଆଈମା ସ୍ବାସ୍ଥ୍ଯ କଥା – 46 ଦେଶୀ ଗାଈ ଘିଅର ଉପକାରିତା ଉପରେ...

Image
 *ମୋ ଆଈମା ସ୍ବାସ୍ଥ୍ଯ କଥା – 46 ଦେଶୀ ଗାଈ ଘିଅର ଉପକାରିତା ଉପରେ...*             👇ଜରୁରୀ ସୂଚନା👇 ✅ ଜଙ୍ଗଲରେ କିମ୍ବା ପଡିଆରେ ଚରୁଥିବା ଶୂଦ୍ଧ ଦେଶୀ ଗାଇର ଘିଅ ହିଁ କାମଦେବ✅ ❌ଅନ୍ୟ ଘିଅ କାମଦେବ ନାହିଁ❌ (୧):👉 ମାସିକ ୠତୁସ୍ରାବର ଯେ କୌଣସି ସମାସ୍ୟା ପାଇଁ – ୨୫୦ ଗ୍ରାମ ଗରମ ପାଣି ରେ ଦେଶୀ ଗାଇ ଘିଅ (ଘିଅ ପତଳା ଥିଲେ ୩ ଚାମଚ)  (ଘିଅ ବସି ଯାଇଥିଲେ ୧ ଚାମଚ) ମିଶାଇ ପିଇଲେ ଲଭକାରୀ ହୋଇଥାଏ, ଏହି ପାଣି ମାସିକ ୠତୁସ୍ରାବର ପ୍ରଥମ ଦିନରୁ ପିଇବା ଦରକାର । (୨):👉 ଦେଶୀ ଗାଈ ଘିଅ କିଛି ବୁନ୍ଦା ନାକରେ ପକାଇଲେ ଏଲର୍ଜି ସମାପ୍ତ ହୋଇଯାଏ, ଏହା ଦୁନିଆଁର ସମସ୍ତ ଔଷଧ ଠାରୁ ଅଧିକ ବେଗରେ କାମ କରିଥାଏ । (୩):👉 ଦେଶୀ ଗାଈ ଘିଅ କାନରେ ପକାଇଲେ ଫାଟି ଯାଇଥିବା କାନର ପରଦା ଠିକ ହେଇଥାଏ । (୪):👉 ଦେଶୀ ଗାଈ ଘିଅ ନାକରେ ପକାଇଲେ ଶୁଖିଲା ନାକ ଦୂର ହୁଏ ଓ ମସ୍ତିଷ୍କ ର ସ୍ନାୟୁ ତେଜିଆନ ହୋଇଯାନ୍ତି । (୫):👉 ଦେଶୀ ଗାଈ ଘିଅ ନାକରେ ପକାଇଲେ ମାନସିକ ଚାପ ଦୂର ହୁଏ ଓ ସ୍ୱରଣ ଶକ୍ତି ବୃଦ୍ଧି ପାଏ । (୬):👉 ଗର୍ଭବତୀ ମାଆ ମାନଙ୍କୁ ଦେଶୀ ଗାଈ ଘିଅ ନିହାତି ଖାଇବା ଜରୁରୀ, ଯାହାଫଳରେ ଗର୍ଭ ର ଶିଶୁ ବଳବାନ, ପୃଷ୍ଠ ଓ ବୁଦ୍ଧିମାନ ହୋଇଥାଏ ।* (୭):👉 ଦୁଇଟୋପା ଦେଶୀ ଗାଈଘିଅ ସକାଳେ ସନ୍ଧ୍ୟାରେ ନାକରେ ପକାଇଲେ ମାଇଗ୍ରେନ (ଅଧକପାଳି) ର ଯନ୍ତ୍ରଣା ଉପଶମ ହେଇଥାଏ । (୮...

ମୋ ଆଈମା ସ୍ୱାସ୍ଥ୍ୟ କଥା - 64 ପୁରୁଣା ଘିଅ ଓ ଗୋମୂତ୍ର ଉପରେ....

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 64 ପୁରୁଣା ଘିଅ ଓ ଗୋମୂତ୍ର ଉପରେ..*  👉 ପୁରୁଣା ଘିଅ ଓ ଗୋମୁତ୍ର ଯଦି ଆପଣଙ୍କ ପାଖରେ ଅଛି ତାହେଲେ ଆପଣଙ୍କ ପାଖରେ ବହୁତ ବଡ଼ ସମ୍ପତ୍ତିଟିଏ ରହିଛି l ଗୋମାତାଙ୍କ ପୁରୁଣା ହେଇଯାଉଥିବା ପଞ୍ଚଗବ୍ୟ ଅନେକ ଦୁଃସାଧ୍ୟ ରୋଗକୁ ଭଲ କରେ l 1 ବର୍ଷ ପୁରୁଣା ଘିଅ ଖାଇବା ପାଇଁ ବ୍ୟବହାର କରିବା ଅପେକ୍ଷା ନସ୍ୟ ପାଇଁ ବ୍ୟବହାର କରିବା ଉଚିତ l 5 ବର୍ଷ ରୁ ଅଧିକ ପୁରୁଣା ଘିଅ କୌଣସି ବି ବିଷକୁ ନଷ୍ଟ କରିବାର କ୍ଷମତା ରଖିଥାଏ l 10  ବର୍ଷ ପୁରୁଣା ଘିଅ ହୀରା ସହିତ ସମାନ l ଅସମ୍ଭବ ମନେହେଉଥିବା ରୋଗ ଗୁଡିକରେ ଯାହାକି ଆଦୌ ଭଲ ହେଉନଥିବ ସେଥିରେ ଉପଯୋଗୀ ଅଟେ l 👉 ଗୋମୁତ୍ର ଯେତେ ପୁରୁଣା ସେତିକି ଅଧିକ ଗୁଣକାରୀ l ଗୋମୁତ୍ର ସଂଗ୍ରହ ଦିନ ମନେରଖିବା ଉଚିତ ଯେମିତି ସେହି ଦିନ କୌଣସି ଅମାବାସ୍ୟା ପଡ଼ିନଥିବ, ମେଘୁଆ ବା ବର୍ଷା ପାଗ ହେଇନଥିବ ତଥା ଗାଈ ରୋଗୀଣା ହୋଇନଥିବା ଉଚିତ l ଗୋମୁତ୍ରକୁ କାଚ ବୋତଲ ରେ ଭର୍ତ୍ତି କରି ରଖିବା ଉଚିତ l ବାୟୁ ଚଳାଚଳ ପାଇଁ ଛୋଟିଆ ଛିଦ୍ର କରି ରଖିବେ l ଏହାକୁ ଶୋଧନ କରିବା ପାଇଁ କିଛି ଦିନ ସମ୍ପୂର୍ଣ୍ଣ ଭାବେ ଖରାରେ ରଖିଦେବା ଉଚିତ l ଏହାର ଦୁର୍ଗନ୍ଧ ଅନେକ ପରିମାଣରେ ନଷ୍ଟ ହେଇଯିବ l ଯଦି ଗୋମୁତ୍ର କସା ବା ପିତା ଲାଗୁଥାଏ ତାହା ଅତ୍ୟନ୍ତ ଗୁଣକାରୀ ଅଟେ l ଏହି ଗୋମୁତ୍ର 4-5 ମାସ ହେଲା ପରେ ଏଥିରୁ ମିଠା ଅଂଶ ଅଧିକ ଜଣାପଡେ l ଗୋମୂତ୍ରରେ ପ୍ରତି...

ମୋ ଆଈମା ସ୍ୱାସ୍ଥ୍ୟ କଥା - 65 ପାଣି କଖାରୁ ଉପରେ....

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 65 ପାଣି କଖାରୁ ଉପରେ...* ପାଣି କଖାରୁ ଏକ ବିଶିଷ୍ଟ ବ୍ୟଞ୍ଜନ ରୂପେ ଆମ ଓଡ଼ିଆ ସଂସ୍କୃତି ରେ ବ୍ୟବହାର ହୁଏ, ଆପଣ ଭାବୁଥିବେ ଆମେ କଖାରୁ ବଡ଼ି କଥା କହୁଛୁ l କେବଳ କଖାରୁ ବଡି ନୁହଁ ଏହାର ଅନ୍ୟ ସବୁ ବ୍ୟଞ୍ଜନ ମଧ୍ୟ ରହିଛି ଯେମିତି କଖାରୁ ହାଲୁଆ, ପେଡା, ତରକାରୀ, ସରବତ ଇତ୍ୟାଦି l କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ଉପଯୋଗୀତା ଆମ ସଂସ୍କୃତିରେ ଏକ ବିଶିଷ୍ଟ ସମୟରେ ଅଧିକ ରହିଥାଏ ତାହା ହେଲା ଖରା ଦିନେ l ପୂର୍ବ କାଳରେ ଲୋକେ ଖରା ଦିନ ରେ ଖାଇବା ଜିନିଷ ପାଇଁ ଶୀତ ଦିନରୁ ଯୋଜନା ସବୁ ତିଆରି କରୁଥିଲେ ଉଦାହରଣ ସ୍ୱରୂପ ଖରାରୁ ବଡି, ଟମାଟୋ ଶୁଖା, ବରକୋଳି ଆଚାର ଇତ୍ୟାଦି ଅନେକ l ଏସବୁ ଜିନିଷ ଶୀତ ଦିନେ ପ୍ରଚୁର ମିଳିଥାଏ ତେଣୁ ଆମ ମା ଭଉଣୀମାନେ ଅତି ସଂରକ୍ଷିତ ଭାବରେ ତିଆରି କରି ଖରା ଦିନ ବ୍ୟବହାର ପାଇଁ ରଖିଥାନ୍ତି l ଆଜିର ଆଈମା ସ୍ୱାସ୍ଥ୍ୟ କଥା ରେ ଆମେ ଆପଣମାନଙ୍କ ପାଇଁ ଆଣିଛୁ ଏଇଭଳି ଏକ ବିଶିଷ୍ଟ ଔଷଧ ଫଳ ଯାହା କି ଅନେକ ପ୍ରକାରର ରୋଗ ଗୁଡିକୁ ଏକା ଠିକ କରିପାରିବ l ଆସନ୍ତୁ ଜାଣିନେବା ତାହେଲେ...   *ଗୁଣ ଓ ଧର୍ମ*  👉 ଏହା ଲଘୁ ଏବଂ ଉତ୍ତମ ପାଚ୍ୟ ଅଟେ l 👉 ପାଣିଆ ଓ ମିଠା ସ୍ୱାଦ ଯୁକ୍ତ  👉 ଶକ୍ତି ବର୍ଦ୍ଧକ l 👉 ବାତ ଓ ପିତ୍ତ ନାଶକ l  *କେଉଁ କେଉଁ ରୋଗରେ କାମ ଦିଏ?*  👉 ଆୟୁର୍ବେଦ ରେ 107 ଟି ମର୍ମ ସ୍ଥଳୀ ରହି...

ମୋ ଆଈମା ସ୍ୱାସ୍ଥ୍ୟ କଥା - 14(a) କ୍ଷୀର ସହିତ କେଉଁ ଜିନିଷ ଖାଇବା କ୍ଷତିକାରକ ଅଟେ

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 14(a)*  କ୍ଷୀର ସହିତ କେଉଁ ଜିନିଷ ଖାଇବା କ୍ଷତିକାରକ ଅଟେ ଆଈମା ସ୍ୱାସ୍ଥ୍ୟ କଥା 14 ରେ ଆମେ ବିରୁଦ୍ଧ ଆହାର ବିଷୟରେ ଅନେକ କଥା ଜାଣିଲେ ଆଜି ଜାଣିବା ସ୍ୱତନ୍ତ୍ର ଭାବେ କ୍ଷୀର ସହିତ କେଉଁ ଜିନିଷ ଖାଇବା କ୍ଷତିକାରକ ଅଟେ l ଆଈମା କହନ୍ତି ଆହାର ଔଷଧରୁ ବି ବେଶୀ ମହତ୍ୱ ଜିନିଷ ଅଟେ l ଆହାର ଶରୀର, ମନ ଓ ବୁଦ୍ଧିକୁ ପ୍ରଭାବିତ କରେ l ଯେଉଁଟା ଆମର ପ୍ରକୃତ ଆହାର ହେଇଥିବ ତାକୁ ଖାଇଲେ ଆମ ଶରୀର ଭିତରେ ରୂପାନ୍ତରିତ ହୋଇ ବାହାରଯିବ l ଯେମିତି ଆମେ କୌଣସି ଖାଦ୍ୟ ଖାଇଲେ ତାହା ପଚନ ହେବ ଏବଂ ତାପରେ ସପ୍ତ ଧାତୁରେ ମିଶିଯିବ ଏବଂ ପରିଶେଷରେ ମଳ ଓ ମୂତ୍ର ଆକାରରେ ବାହାରିଯିବ l କିନ୍ତୁ ଯାହା ବିରୁଦ୍ଧ ଆହାର ହେଇଥିବ ତାହା ପଚନ ହେବ ନାହିଁ କି ମଳ ଆକାରରେ ବାହାରିବ ନାହିଁ l ତାହା ଆମ ଶରୀର ଭିତରେ ପଡିରହିଥିବ l  ସେଥିରୁ ବିଷ ନିର୍ମାଣ ହେବ ଏବଂ ଅନେକ ରୋଗ ଜୀବାଣୁମାନଙ୍କ ପାଇଁ ଅନୁକୂଳ ହୋଇଯିବ l ଆଜି ଏହି ଭାଗରେ ଆମେ କ୍ଷୀର ସହିତ କେଉଁ ଜିନିଷ ମନା ଭଲ କରି ଜାଣିବା l କ୍ଷୀର + ମାଛ ❌️ କ୍ଷୀର + ମାଂସ ❌️ କ୍ଷୀର + ଅଣ୍ଡା ❌️ କ୍ଷୀର + ପିଆଜ ❌️ କ୍ଷୀର + ରସୁଣ ❌️ କ୍ଷୀର + ମୂଳା ❌️ କ୍ଷୀର + ମୁଗ ଡାଲି ❌️ କ୍ଷୀର + ବିରି ଡାଲି ❌️ କ୍ଷୀର + ଗୁଡ଼ ❌️ କ୍ଷୀର + ଲେମ୍ବୁ/ତେନ୍ତୁଳି/କମଳା/ଖଟା ଫଳ ❌️ କ୍ଷୀର + ତୁଳସୀ ପତ୍ର ❌️ କ୍ଷୀର + ଜାମୁ କୋଳି ❌️ କ୍ଷୀର + ଲୁଣ ❌...

ମୋ ଆଈମା ସ୍ୱାସ୍ଥ୍ୟ କଥା - 67 ପଳାଶ ବୃକ୍ଷ ଉପରେ

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 67 ପଳାଶ ବୃକ୍ଷ ଉପରେ* ଆମ ପ୍ରକୃତି ରେଳ ଗାଡିଟି ଜୈଷ୍ଠର ରୁଦ୍ରନାଳ, ଶ୍ରାବଣର ମୁଷଳଧାର, କାର୍ତ୍ତିକର କାକର, ପୌଷର ହାଡ଼ଭଙ୍ଗା ଶୀତକୁ ଅତିକ୍ରମ କରି ପହଁଚିଯାଇଛି ଫାଲଗୁନ ମାସର ସୁଗନ୍ଧିତ ମଳୟର ପରିସୀମାକୁ ଯେଉଁଠି ତାକୁ ସ୍ୱାଗତ କରୁଛନ୍ତି କେତେ ଯେ ପଶୁପକ୍ଷୀ, ଗଛଲତା ରଙ୍ଗବେରଙ୍ଗ ହୋଇ ନିଜକୁ ନବନିର୍ମିତ କରି l ସୁଦୂର ଜଙ୍ଗଲ ଭିତରୁ ଏତେ ଗୁଡ଼ାଏ ଗଛ ଭିତରୁ ବାରି ହେଇ ପଡୁଛି ଏକ ବାସହୀନ, ଗନ୍ଧହୀନ ପବିତ୍ର ବୃକ୍ଷଟିଏ ଯିଏକି ଅଗ୍ନି ରଙ୍ଗର ଏକ ଶାଢ଼ୀ ପିନ୍ଧି ନିଜ ଆଡକୁ ଆକର୍ଷିତ କରିବାର କୌଣସି ଅବସର ଛାଡ଼ୁନି l ବର୍ତ୍ତମାନ ହୋଲି ଆସନ୍ନପ୍ରାୟ ଥିଲାବେଳେ ଏହି ଗଛ କିନ୍ତୁ ନିଜକୁ ପୂର୍ବରୁ ପ୍ରସ୍ତୁତ ରଖିଛି ସତେ ଯେମିତି ନାଲି ରଙ୍ଗରେ ଗାଧେଇଦେବ ବୋଲି ଅପେକ୍ଷାରତ ସେଇ ପଳାଶ ଗଛ, ଦୀର୍ଘ ଗୋଟିଏ ବର୍ଷର ପ୍ରତୀକ୍ଷାର ଅନ୍ତ କରିବା ପାଇଁ ସେ ଦଣ୍ଡାୟମାନ, ଆମ ମଣିଷସମାଜ ପାଇଁ ନିଜକୁ ଉତ୍ସର୍ଗୀକୃତ କରୁଛି l ଆଜିର ଆଈମା ସ୍ୱାସ୍ଥ୍ୟ କଥା ରେ ଆପଣମାନଙ୍କ ପାଇଁ ରହିଛି ପଳାଶ ବୃକ୍ଷର ଆଧ୍ୟାତ୍ମିକ ଓ ଆୟୁର୍ବେଦିକ ମହତ୍ତ୍ୱ ଉପରେ l  ଏକ ପୌରାଣିକ କଥା ଅନୁଯାଇ ଦେବୀ ପାର୍ବତୀ କ୍ରୋଧିତ ହୋଇ ଅଗ୍ନିଦେବଙ୍କୁ ପଳାଶ ବୃକ୍ଷ ହେବା ପାଇଁ ଅଭିଶାପ ଦେଇଥିଲେ ସେବେଠୁ ଧରା ପୃଷ୍ଟରେ ପଳାଶ ବୃକ୍ଷର ଉତ୍ପତ୍ତି କଥା ଆସେ l ଏହାର ପୁଷ୍ପ ବିଲକୁଲ ଅଗ୍ନି ବର୍ଣ୍ଣର ଅଟେ ଏବଂ ଏହାର ପତ୍ର ଯୌ...