ମୋ ଆଈମା ସ୍ୱାସ୍ଥ୍ୟ କଥା - 14(a) କ୍ଷୀର ସହିତ କେଉଁ ଜିନିଷ ଖାଇବା କ୍ଷତିକାରକ ଅଟେ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 14(a)*  କ୍ଷୀର ସହିତ କେଉଁ ଜିନିଷ ଖାଇବା କ୍ଷତିକାରକ ଅଟେ



ଆଈମା ସ୍ୱାସ୍ଥ୍ୟ କଥା 14 ରେ ଆମେ ବିରୁଦ୍ଧ ଆହାର ବିଷୟରେ ଅନେକ କଥା ଜାଣିଲେ ଆଜି ଜାଣିବା ସ୍ୱତନ୍ତ୍ର ଭାବେ କ୍ଷୀର ସହିତ କେଉଁ ଜିନିଷ ଖାଇବା କ୍ଷତିକାରକ ଅଟେ l


ଆଈମା କହନ୍ତି ଆହାର ଔଷଧରୁ ବି ବେଶୀ ମହତ୍ୱ ଜିନିଷ ଅଟେ l ଆହାର ଶରୀର, ମନ ଓ ବୁଦ୍ଧିକୁ ପ୍ରଭାବିତ କରେ l ଯେଉଁଟା ଆମର ପ୍ରକୃତ ଆହାର ହେଇଥିବ ତାକୁ ଖାଇଲେ ଆମ ଶରୀର ଭିତରେ ରୂପାନ୍ତରିତ ହୋଇ ବାହାରଯିବ l ଯେମିତି ଆମେ କୌଣସି ଖାଦ୍ୟ ଖାଇଲେ ତାହା ପଚନ ହେବ ଏବଂ ତାପରେ ସପ୍ତ ଧାତୁରେ ମିଶିଯିବ ଏବଂ ପରିଶେଷରେ ମଳ ଓ ମୂତ୍ର ଆକାରରେ ବାହାରିଯିବ l କିନ୍ତୁ ଯାହା ବିରୁଦ୍ଧ ଆହାର ହେଇଥିବ ତାହା ପଚନ ହେବ ନାହିଁ କି ମଳ ଆକାରରେ ବାହାରିବ ନାହିଁ l ତାହା ଆମ ଶରୀର ଭିତରେ ପଡିରହିଥିବ l  ସେଥିରୁ ବିଷ ନିର୍ମାଣ ହେବ ଏବଂ ଅନେକ ରୋଗ ଜୀବାଣୁମାନଙ୍କ ପାଇଁ ଅନୁକୂଳ ହୋଇଯିବ l ଆଜି ଏହି ଭାଗରେ ଆମେ କ୍ଷୀର ସହିତ କେଉଁ ଜିନିଷ ମନା ଭଲ କରି ଜାଣିବା l


କ୍ଷୀର + ମାଛ ❌️

କ୍ଷୀର + ମାଂସ ❌️

କ୍ଷୀର + ଅଣ୍ଡା ❌️

କ୍ଷୀର + ପିଆଜ ❌️

କ୍ଷୀର + ରସୁଣ ❌️

କ୍ଷୀର + ମୂଳା ❌️

କ୍ଷୀର + ମୁଗ ଡାଲି ❌️

କ୍ଷୀର + ବିରି ଡାଲି ❌️

କ୍ଷୀର + ଗୁଡ଼ ❌️

କ୍ଷୀର + ଲେମ୍ବୁ/ତେନ୍ତୁଳି/କମଳା/ଖଟା ଫଳ ❌️

କ୍ଷୀର + ତୁଳସୀ ପତ୍ର ❌️

କ୍ଷୀର + ଜାମୁ କୋଳି ❌️

କ୍ଷୀର + ଲୁଣ ❌️

କ୍ଷୀର + ସେଓ, କଦଳୀ ଓ ଅନ୍ୟ ଫଳ ❌️

କ୍ଷୀର + ଶାଗ ❌️


*କେଉଁ ଜିନିଷ କ୍ଷୀର ସହିତ ନେଇପାରିବେ?*


କ୍ଷୀର + ମିଶ୍ରି ✔️

କ୍ଷୀର + ମହୁ ✔️(ଗରମ କ୍ଷୀର ରେ ମହୁ ମନା)

କ୍ଷୀର + ଖାଣ୍ଡ/ବୁରା ଚିନି✔️

କ୍ଷୀର + ସମ୍ପୂର୍ଣ୍ଣ ରୂପେ ପାଚିଲା ଆମ୍ବ ✔️

କ୍ଷୀର + ସମ୍ପୂର୍ଣ୍ଣ ରୂପେ ପାଚିଲା ଅଁଳା

କ୍ଷୀର + ଅଦା / ଶୁଣ୍ଠୀ ✔️

କ୍ଷୀର + ପିପ୍ପଳୀ ✔️

କ୍ଷୀର + ଗୋଲମରିଚ ✔️

କ୍ଷୀର + ଦ୍ରାକ୍ଷା ✔️

କ୍ଷୀର + ହଳଦୀ ✔️

କ୍ଷୀର + ଦେଶୀ ଗାଈ ଘିଅ ✔️

କ୍ଷୀର + ସମ୍ପୂର୍ଣ୍ଣ ଶୁଦ୍ଧ ସୌନ୍ଧବ ଲୁଣ ✔️




ମୋ ଆଈମା ସ୍ୱାସ୍ଥ୍ୟ କଥା - 15 ରୋଷେଇ




.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)