ମୋ ଆଈମା ସ୍ୱାସ୍ଥ୍ୟ କଥା - 15 ରୋଷେଇ ର ସଠିକ୍ ଶୈଳୀ ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 15* ରୋଷେଇ ର ସଠିକ୍ ଶୈଳୀ ଉପରେ…

👉 ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥା ରୋଷେଇ ଉପରେ ହେଇଛି l

ବହୁତ ଲୋକମାନଙ୍କ ଏହା ଧାରଣା ଯେ ଔଷଧ ସବୁ ବାହାର ଦୋକାନମାନଙ୍କରେ ମିଳିଥାଏ l କିନ୍ତୁ ଆଈମା କହେ ଔଷଧ ତ ତୁମ ଘରେ ଅଛି... ତୁମ ରୋଷେଇ ଘରେ ରହିଛି l ତୁମେ ତାର ଉଚିତ ବ୍ୟବହାର ନଜାଣି ଏପଟ ସେପଟ ହେଉଛ ଆଉ ରୋଷେଇ କଲାବେଳେ ବହୁତ ଭୁଲ କରି ଶରୀର ପାଇଁ ରୋଗ ତିଆରି କରୁଛ l ବାସ୍ତବରେ ତୁମେ ଖାଉଥିବା ପ୍ରତିଦିନ ଖାଦ୍ୟ ହିଁ ତୁମର ବଡ଼ ରକ୍ଷାକବଚ ଅଟେ l *ଖାଦ୍ୟ ହିଁ ଔଷଧ ଅଟେ l* ଆମେ କଣ କଣ ବର୍ତ୍ତମାନ ଭୁଲ କରୁଛେ ଆସନ୍ତୁ ଆଈମା ଠାରୁ ଜାଣିବା l

👉 ମସଲା ଔଷଧ କିନ୍ତୁ ତେଲ ସହିତ ମିଶି ଓ ତାପ ପାଇ ବିଷ ଭଳିଆ ହୋଇଯାଏ l ଘିଅ ମଧ୍ୟ ବିଷ ଭଳିଆ ହେଇଯାଏ ଯେତେବେଳେ ମସଲା + ଘିଅ + ତାପ ରାସାୟନିକ ପ୍ରତିକ୍ରିୟା କରେ l 

👉 ମାଂସ ରାନ୍ଧିଲା ବେଳେ ଆମେ ଏହି ଭୁଲ କରୁ l ମସଲା କଷିବା ନିଜକୁ ବିଷ ଦେବା ସହ ସମାନ l 

👉 ମସଲା ନିଶ୍ଚୟ ଖାଇବେ କାରଣ ଏହା ହଜମ କରିବାରେ ସାହାଯ୍ୟ କରେ କିନ୍ତୁ ତାର ଠିକ ପ୍ରକ୍ରିୟା ହେଲା ତେଲ ସହିତ ଫ୍ରାଏ ନକରି ପ୍ରଥମେ ତେଲ ଓ ଶୋରିଷ ବା ପଞ୍ଚପୁଟଣ ଦ୍ୱାରା ଭଲ ଭାବେ ଗରମ ହେଲା ପରେ ତାପରେ ସିଝା ବା କଞ୍ଚା ପରିବା ବା ମାଂସ ପକେଇବେ l ହଁ, ସୋରିଷ ବା ପୁଟଣ ଓ ତେଲ ଫ୍ରାଏ ବେଳେ ଆପଣ ଅଦା, ଗୋଲମରିଚ, ଲଙ୍କା, ତେଜ ପତ୍ର, ଜିରା, ପିଆଜ, ରସୁଣ ଆଦି ପକେଇ ପାରିବେ କିନ୍ତୁ ଗୁଣ୍ଡ ମସଲା ନୁହଁ l

👉 ଆଉ ଗୋଟିଏ ଭୁଲ ହୁଏ ଯେତେବେଳେ ଆମେ କୌଣସି ଜିନିଷ ସିଝୁଥିଲା ବେଳେ ଥଣ୍ଡା ପାଣି ମଝିରେ ମଝିରେ ପକେଇଥାଉ l ବିଜ୍ଞାନ କହେ ଗୋଟିଏ ଜିନିଷ ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ସିଝୁଥିଲା ବେଳେ ହଠାତ ପାଣି ତାଉପରେ ପକେଇଲେ l ସେଇ ଖାଦ୍ୟ ବା ଜିନିଷର ଭିତର ସଂରଚନା ଏପଟ ସେପଟ ହୋଇଯାଏ l ଏହା ଦ୍ୱାରା ଉପଯୁକ୍ତ ଭିଟାମିନ ସବୁ ନଷ୍ଟ ହୋଇଯାଏ l

👉 ଆପଣ ଜାଣନ୍ତି ଢାଙ୍କୁଣୀ ଘୋଡେଇ ରୋଷେଇ କଲେ ଭିଟାମିନ ନଷ୍ଟ ହୁଏ କିନ୍ତୁ ଆମର ଡାକ୍ତରମାନେ ଆମକୁ ଢାଙ୍କୁଣୀ ଦେଇ ରୋଷେଇ କରିବାକୁ କହନ୍ତି l ଆମେ ବଣ ଭୋଜି କଲେ କାହିଁକି ଅଧିକ ସୁଆଦିଆ ଲାଗେ?? କାରଣ ହେଲା ରାନ୍ଧିଲା ବେଳେ ଯେତିକି ସୂର୍ଯ୍ୟକିରଣ ଓ ଅମ୍ଳଜାନ ପାଇବ ସେତିକି ଖାଦ୍ୟ ଅଧିକ ସୁଆଦିଆ ଓ ଭିଟାମିନଯୁକ୍ତ ହେବ l ତେଣୁ ପ୍ରେସର କୁକର ଠାରୁ ଦୂରରେ ରହିବା ଉଚିତ l ଅଧିକ ପ୍ରେସର ହେଲେ କୋଉ ଖାଦ୍ୟପ୍ରାଣ ବଞ୍ଚିବ ଯେ ସେ ଆମକୁ ସାହାର୍ଯ୍ୟ କରିବ l

👉 ଟମାଟୋ ବହୁତ ଭୟଙ୍କର ପନିପରିବା l ଆପଣ ଜାଣନ୍ତି ଏହା ଆମ ଦେଶର ନୁହଁ l ଟମାଟୋର ମଞ୍ଜି ଓ ତାର ଛାଲି ପେଟରେ ବିଲକୁଲ ହଜମ ହୁଏ ଓ ଗ୍ୟାସ ହୁଏ l ଟମାଟୋ ଖାଇବାର ଅଛି ତାର ମଞ୍ଜି ଓ ଛାଲିକୁ କେବେ ଖାଇବେ ନାହିଁ l ଆପଣ ଜାଣନ୍ତି ଟମାଟୋ ଗଛ ଆପଣ ରାସ୍ତା କଡରେ ଉଠିଥିବାର ଦେଖିବେ l ଆଜିକାଲି ଯେଉଁ ଗାଁ ରାସ୍ତା କଡରେ ଲୋକେ ଝାଡା କରୁଛନ୍ତି l ସେଇ ଝାଡା ରେ ଥାଏ ଟମାଟୋ ମଞ୍ଜି ଯାହାକି ପେଟର ଅଗ୍ନି ମଧ୍ୟ ଧ୍ବଂସ କରିପାରିନଥାଏ l ତେଣୁ ସାବଧାନ l


ମୋ ଆଈମା ସ୍ୱାସ୍ଥ୍ୟ କଥା - 16 ଦେଶୀ ଗାଈ ଘିଅକୁ ନସ୍ୟ






Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)