ମୋ ଆଈମା ସ୍ୱାସ୍ଥ୍ୟ କଥା - 05 ଆଖିର ଜ୍ୟୋତି
ମୋ ଆଈମା ସ୍ୱାସ୍ଥ୍ୟ କଥା - 05 ଆଖିର ଜ୍ୟୋତି
*👉 ଯେତେବେଳେ ଆପଣ ନଖ କାଟୁଛନ୍ତି ନଖ କାଟି ସାରିଲା ପରେ ଆପଣ ନିଶ୍ଚୟ ପ୍ରତି ନଖରେ ସୋରିଷ ତେଲ ଲଗାନ୍ତୁ l ଏହା କଲେ ଆପଣଙ୍କ ଆଖିର ଜ୍ୟୋତି ବଢ଼ିଥାଏ l*
*👉 ବାରମ୍ବାର ସେଭିଙ୍ଗ ହେଉଥିବା ଲୋକର ଦୃଷ୍ଟି ଶକ୍ତି କମିଯାଏ ତେଣୁ ଯେତେ କମ ସେଭିଙ୍ଗ ହେବେ ଆଖି ପାଇଁ ସେତେ ଭଲ l*
ମୋ ଆଈମା ସ୍ୱାସ୍ଥ୍ୟ କଥା - 06 ଗାଧେଇବାକୁ ଗଲେ ପ୍ରଥମେ ପାଟିରେ ପେକ ପାଣି ଧରି ପାଣି ଭିତରକୁ ପଶିବ
.
*ଓଡ଼ିଆ ବର୍ଣ୍ଣମାଳାରେ ନୀତି ଶିକ୍ଷା।*
⭕ ⭕ ⭕
*ଅ-* ଅଳସୁଆ ହେବ ନାହିଁ ଜୀବନେ
*ଆ-* ଆଦର କରିବେ ତୁମକୁ ଜନେ
*ଇ-* ଇହଧାମେ ନିତି ପୂଜି ଶାରଦା
*ଈ-* ଈଶ୍ୱରଙ୍କୁ ଭକ୍ତି କରିବ ସଦା
*ଉ-* ଉଠିବ ଶେଯରୁ ଯେତେ ସଅଳ
*ଊ-* ଊଣା ହେବ ନାହିଁ ଆୟୁଷ ଫଳ
*ଋ-* ଋଣ ନେବ ନାହିଁ କେବେ ଜୀବନେ
*ୠ-* ୠଷି ମୁନୀ ଲେଖିଛନ୍ତି ପୁରାଣେ
*ଏ-* ଏମିତି ଜୀବନଚର୍ଯ୍ୟା ପାଳିଲେ
*ଐ-* ଐଶ୍ୱର୍ଯ୍ୟ ଲଭିବ ନିଶ୍ଚୟ ପିଲେ
*ଓ-* ଓଁକାର ଶବଦ ଜପିବ ନିତି
*ଔ-* ଔଷଧ ପ୍ରମାଣେ ଜଗତ ଜିତି
*କ-* କଥା କହୁଥିବ ମଧୁର ସ୍ୱରେ
*ଖ-* ଖଳ ପ୍ରକୃତିରୁ ରହିବ ଦୂରେ
*ଗ-* ଗଗନ ସଦୃଶ ହୁଅ ନିର୍ମଳ
*ଘ-* ଘେନ ରାମ କୃଷ୍ଣ ନାମ ଯୁଗଳ
*ଙ-* ଡର ରଖିଥିବ ପାପ କର୍ମକୁ
*ଚ-* ଚଳିବ ତେବେଟି ସ୍ୱର୍ଗ ଧାମକୁ
*ଛ-* ଛଳନା ନକଲେ କାହା ସାଥିରେ
*ଜ-* ଜାଗା ମିଳିଯିବ ବୈକୁଣ୍ଠପୁରେ
*ଝ-* ଝଗଡ଼ା ଝାମେଲା ନକଲେ କେବେ
*ଞ-* ଜ୍ଞାନୀ ବୋଲି ଜନ ନିଶ୍ଚେ କହିବେ
*ଟ-* ଟଙ୍କା ଗଣି କାରବାର କରିବ
*ଠ-* ଠକାମି ଗୁଣ ବର୍ଜନ କରିବ
*ଡ଼-* ଡମ୍ବରୁଧର ସେହି ବାବା ଭୋଳା
*ଢ଼-* ଢାଲ ପିନ୍ଧି କରନ୍ତି ଲୀଳାଖେଳା
*ଣ-* ନଇଁଥିଲେ ତାଙ୍କ ପାଦରେ ମଥା
*ତ-* ତହିଁରୁ ହୋଇବ ଜଗତଜିତା
*ଥ-* ଥକାମନ ଥରେ ଭଜ ତାହାଙ୍କୁ
*ଦ-* ଦରଶନ କର ମହାଦେବଙ୍କୁ
*ଧ* ଧନ ଅରଜନ ଲୋଭରେ ରହି
*ନ-* ନକହିବ ମିଥ୍ୟା କଥାଟି କେହି
*ପ-* ପାପ ଛାଡ଼ି ତୁମେ କର ଧରମ
*ଫ-* ଫାସରେ ନହେଲେ ବାନ୍ଧିବ ଯମ
*ଵ-* ବଣ ଜଙ୍ଗଲକୁ କାଟିବ ନାହିଁ
*ଭ-* ଭରପୁର ଚାରା ରୋପିବ ନେଇ
*ମ-* ମନକୁ ନିଶ୍ଚଳ ରଖିବା ପାଇଁ
*ଯ-* ଯିବ କସରତେ ସକାଳୁ ଧାଇଁ
*ର-* ରହିବ ସୁଖରେ ସାରା ଜୀବନ
*ଳ-* ଲୟ ରଖି ଭଜ ହେ ପଞ୍ଚାନନ
*ଵ-* ବନମାଳୀ ତୋତେ କରିବେ ପାରି
*ଶ-* ଶରଣ ଚରଣେ ରଖିବୁ ହରି
*ଷ-* ଷଡ଼ରିପୁ ତୋର ସେହି ହରିବେ
*ସ-* ସମର୍ପଣ ହୁଅ ତାଙ୍କରି ପାଦେ
*ହ-* ହରି ଭଜୁଥିଲେ ଶୁଣ କୁମର
*କ୍ଷ-* କ୍ଷୟ ହେବ ଦୁଃଖ କ୍ଳେଶ ତୋହର
*ୟ-* ଯିବୁନାହିଁ ଅବାଟରେ ମନୁଆ
*ଲ-* ଲାଗିବ ନହେଲେ ପାଦରେ ନିଆଁ ।।
🙏🏻 🌼🌸🌼🙏🏻🚩🌹*
Comments
Post a Comment