ମୋ ଆଈମା ସ୍ୱାସ୍ଥ୍ୟ କଥା - 06 ଗାଧେଇବାକୁ ଗଲେ ପ୍ରଥମେ ପାଟିରେ ପେକ ପାଣି ଧରି ପାଣି ଭିତରକୁ ପଶିବ

ମୋ ଆଈମା ସ୍ୱାସ୍ଥ୍ୟ କଥା - 06*  ଗାଧେଇବାକୁ ଗଲେ ପ୍ରଥମେ ପାଟିରେ ପେକ ପାଣି ଧରି ପାଣି ଭିତରକୁ ପଶିବ


👉 *ଆଈମା କହେ ଗାଧେଇବାକୁ ଗଲେ ପ୍ରଥମେ ପାଟିରେ ପେକ ପାଣି ଧରି ପାଣି ଭିତରକୁ ପଶିବ ପ୍ରଥମେ ଗୋଡ଼ ପଟରୁ ପାଣି ଭିଜେଇବା ଆରମ୍ଭ କରିବ ତାପରେ ଧୀରେ ଧୀରେ କରି ଉପରକୁ ଭିଜେଇବ ସବା ଶେଷରେ ମୁଣ୍ଡରେ ଗାଧେଇବ l ପାଟିରେ ଥିବା ପାଣି ଗାଧୋଇବାର ଶେଷ ପର୍ଯ୍ୟନ୍ତ ରହିବ l ସଫା କନାରେ ପୋଛାପୋଛି କରିସାରିଲା ପରେ ପାଟିର ପାଣିକୁ ବାହାର କରିବେ l ଏମିତି କରି ଗାଧେଇଲେ ଥଣ୍ଡା କେବେବି ଧରିବନି ସବୁଦିନ ଜଣେ ଲୋକ ଗାଧେଇପାରିବ l* 

👉 *ମନେରଖିବ ମଣିଷର ପାଦ ସବୁବେଳେ ଗରମ ରହିବା ଉଚିତ ଓ ମୁଣ୍ଡ ଥଣ୍ଡା ରହିବା ଉଚିତ ସେଥିପାଇଁ ଗାଧେଇସାରିଲା ପରେ କେବେବି ପାଦରେ ପାଣି ଦେବ ନାହିଁ ଯଦି ଦେବ ଶରୀରରେ ଥଣ୍ଡା ଜାତୀୟ ରୋଗ ହେବ l* 

👉 *ସବୁବେଳେ ମାଟି ତଳୁ ବାହାରୁଥିବା ତାଜା ପାଣିରେ ସ୍ନାନ କରିବ ପାଣି ଯଦି ଷ୍ଟକ ଥାଏ ତାକୁ ଗାଧେଇବା ଅନୁଚିତ l ଫ୍ରେସ ପାଣି ହିଁ ଗାଧେଇବା ଉଚିତ l* 
 
👉 *ସୂର୍ଯ୍ୟୋଦୟର ଦୁଇ ଘଣ୍ଟା ଭିତରେ ଗାଧୋଇବା ପ୍ରକୃତି ସମ୍ମତ ହୋଇଥାଏ l 3 ବେଳା ମଣିଷ ଗାଧେଇ ପାରିବ ସକାଳେ - ସାଧାରଣ ମଣିଷ ପାଇଁ, ମାଧ୍ୟାନ୍ନ - କଠିନ ପରିଶ୍ରମ କରୁଥିବା ଲୋକ, ସନ୍ଧ୍ୟା - ସାଧୁ ସନ୍ଥ ବା ତପସ୍ୱୀ ଲୋକ* l

ମୋ ଆଈମା ସ୍ୱାସ୍ଥ୍ୟ କଥା - 6(A) ମାସିକ ଧର୍ମ ସମୟରେ କେମିତି ମୁଣ୍ଡ ଧୋଇବେ ମହିଳାମାନେ




Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)