ମୋ ଆଈମା ସ୍ୱାସ୍ଥ୍ୟ କଥା - 6(A) ମାସିକ ଧର୍ମ ସମୟରେ କେମିତି ମୁଣ୍ଡ ଧୋଇବେ ମହିଳାମାନେ

  *ମୋ ଆଈମା ସ୍ୱାସ୍ଥ୍ୟ କଥା - 6(A)*

_ମାସିକ ଧର୍ମ ସମୟରେ କେମିତି ମୁଣ୍ଡ ଧୋଇବେ ମହିଳାମାନେ?_



ଆଈମା ଆଜି ଏମିତି ସବୁ ଜରୁରୀ ସ୍ୱାସ୍ଥ୍ୟ କଥା କହିଛନ୍ତି ଏହାକୁ ପ୍ରତ୍ୟେକ ମହିଳା ନିହାତି ଜାଣିବା ଉଚିତ l ଆପଣମାନେ ଆଗରୁ ଜାଣିଥିବେ ଗାଧୋଇବାର ପ୍ରକୃତ ଶୈଳୀ ଉପରେ ଯାହାକି ଆଈମା ସ୍ୱାସ୍ଥ୍ୟ କଥା - 06 ରେ ଦିଆଯାଇଛି କିନ୍ତୁ ଆଜିର ସ୍ୱାସ୍ଥ୍ୟ କଥାରେ ଆଈମା ସେଇ ଗାଧୋଇବା କାମ ଉପରେ ପୁଣି ଥରେ ପ୍ରକାଶ ପକାଉଛନ୍ତି l


ଆଈମା କହୁଛନ୍ତି ମାସିକ ଧର୍ମ ଏକ ଶୁଦ୍ଧି କ୍ରିୟା ମହିଳାମାନଙ୍କ ପାଇଁ l ଏହା ଦ୍ୱାରା ଶରୀରର ଅଦରକାରୀ ଜିନିଷ ବାହାରିଯାଏ ଏବଂ ରକ୍ତ ସଫା ରୁହେ l ଆଈମା ଚିନ୍ତା ପ୍ରକଟ କରି କହନ୍ତି ଆଜିକାଲିର ଅନେକ ମହିଳା କୌଣସି ନିୟମ ପାଳନ ନକରି ମାସିକ ଧର୍ମ ସମୟରେ ମୁଣ୍ଡ ଧୋଉଥିବାରୁ ଏବେ ତାଙ୍କୁ ଅନେକ ବଡ଼ ବଡ଼ ରୋଗ ହେଉଛି l ଆଈମା ଆଜିର ଏହି PCOS ବା ଗର୍ଭାଶୟରେ ଗଣ୍ଠି ହେଇଯିବା ଭଳି ରୋଗଗୁଡିକୁ ନେଇ ବିଶେଷ ଚିନ୍ତାକରୁଛନ୍ତି l ତେବେ ଏହି ରୋଗ ସବୁ ତାଙ୍କ ସମୟରେ ନଥିବା ବେଳେ ଆଜିକାଲି ଖୁବ ବ୍ୟାପୁଛି l ଏହାର କାରଣ ମାସିକ ଋତୁ ସ୍ରାବ ବେଳେ ମୁଣ୍ଡ ଧୋଇବା ବଡ଼ କାରଣ ଅଟେ ବୋଲି ସେ କହୁଛନ୍ତି l ଆଈମା ଆଦୌ ମୁଣ୍ଡ ନ ଧୋଇବା କଥା ମଧ୍ୟ କହୁନାହାନ୍ତି କିନ୍ତୁ ସେ ଏକ ଆୟୁର୍ବେଦିକ ବିଜ୍ଞାନ କଥା ଆଜି ଆମ ଆଗରେ ଉପସ୍ଥାପନା କରିବାକୁ ଯାଉଛନ୍ତି l


ଆମ ଶରୀରରେ 70% ପାଣି ରହିଛି l ଏହି ପାଣି ଦ୍ୱାରା ଆମ ଶରୀରରେ ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ l ପାଣି ଧୂଷିତ ହେଲେ ଶରୀରରୁ ବାହାରି ଆସେ ଏବଂ ଏହି ପାଣି ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନରେ କାମ କରେ ତେଣୁ ପାଣି ଏକ ଜରୁରୀ ଉପାଦାନ ଆମ ଶରୀର ପାଇଁ l ଆଈମା କହନ୍ତି ଆମ ତାଳୁ ମଧ୍ୟ ଶରୀରର ଏକ ପ୍ରମୁଖ ସ୍ଥାନ ଯେଉଁଠି ପାଣି ପଡିଲେ ସାରା ଶରୀରର ତାପମାତ୍ରା ଉପରେ ପ୍ରଭାବ ପକେଇଥାଏ l ତେଣୁ ମାସିକ ଧର୍ମ ବେଳେ ଯଦି କୌଣସି ମହିଳା ମୁଣ୍ଡ ଧୋଉଛନ୍ତି ତେବେ ଆଈମାଙ୍କ ଏହି ତିନୋଟି କଥା ସବୁବେଳେ ମନେରହିବେ l


👉 ଯଦି ମାସିକ ଋତୁଶ୍ରାବ 3 ଦିନରୁ ଅଧିକ ହୁଏ ତାହେଲେ ଉକ୍ତ ମହିଳା ଚତୁର୍ଥ ଦିନଠୁ ମୁଣ୍ଡ ଧୋଇପାରିବେ l


👉 ଯଦି କୌଣସି ମହିଳାର ବହୁତ କମ ଋତୁସ୍ରାବ ହେଉଥାଏ ମାସିକ ଧର୍ମ ଦିନମାନଙ୍କରେ ସେଇ ମହିଳାଙ୍କୁ ଆଦୌ ମୁଣ୍ଡ ଧୋଇବା ଉଚିତ ନୁହେଁ l


👉 ଯେଉଁ ମହିଳାମାନଙ୍କର ଋତୁଶ୍ରାବ ଅଧିକ ହୁଏ ବା ଅଧିକ ରକ୍ତସ୍ରାବ ହୁଏ ତାଙ୍କୁ ମାସିକ ଧର୍ମର ପ୍ରଥମ ଦିନରୁ ହିଁ ମୁଣ୍ଡ ଧୋଇବା ନିହାତି ଦରକାର l


ଏବେ ଆସନ୍ତୁ ଏଥିରେ ଥିବା ଆୟୁର୍ବେଦିକ ବିଜ୍ଞାନ କଥା ଜାଣିବା l


ମାସିକ ଧର୍ମ ବେଳେ ଶରୀରରେ ଏକ ନିଦ୍ଧିଷ୍ଟ ତାପମାତ୍ରା ଦରକାର ପଡ଼େ l ଯାହାକି ଅପାନ ବାୟୁକୁ ଗତି ଦେବାରେ ସାହାଯ୍ୟ କରେ l ଆଇଁମା ଯେଉଁ ମୁଣ୍ଡ ଧୋଇବା ଉପରେ ଗୁରୁତ୍ୱ ଦେଉଛନ୍ତି ମୁଣ୍ଡ ଧୋଇଲେ ଶରୀରର ତାପମାତ୍ରା ଉପରେ ବିଶେଷ ପ୍ରଭାବ ପଡ଼େ ଯାହାକି ଅପାନ ବାୟୁର ଗତି ଉପରେ ପ୍ରଭାବ ପକାଇଥାଏ l ଯେଉଁ ମହିଳା ମାସିକ ଧର୍ମ ସମୟରେ ମୁଣ୍ଡ ଧୋଇଥାନ୍ତି ଶରୀର ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼େ l ଋତୁସ୍ରାବ କମିଯାଏ ଏବଂ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୁଏ l ବେଳେବେଳେ ରକ୍ତର ରଙ୍ଗ କଳା ହେଇଥାଏ ବା ଗାଢ଼ ରକ୍ତ ଆସେ l ଅଶୁଦ୍ଧ ରକ୍ତ ଶରୀରରେ ରହିଯାଏ ତେଣୁ ଗର୍ଭାଶୟରେ ଶିଷ୍ଟ ବା ଟ୍ୟୁମର ହୋଇଥାଏ l


👉 ଆଈମା କହନ୍ତି ଆମେ ସମସ୍ତେ ସବୁଦିନ ଆମ ଘର ତାପମାତ୍ରାର 7-8°C ରୁ କମ ତାପମାତ୍ରାର ପାଣିରେ ସ୍ନାନ କରିବା ଉଚିତ l ଏହି ତାପମାତ୍ରାର ଜଳରେ ଗାଧୋଇଲେ ଆମ ଶରୀରର ମାଂସପେଶୀ ଉପରେ ଭଲ ପ୍ରଭାବ ପଡ଼େ ଏବଂ ଆମକୁ ତାଜା ଅନୁଭବ ବେଶୀ ହୁଏ l


👉 ଆଈମା ଏକଥା ମଧ୍ୟ କୁହନ୍ତି ମହିଳାମାନେ ମାସିକ ଧର୍ମ ପୂର୍ବ ଦିନମାନଙ୍କରେ ହିସାବ କରି ଆଗତୁରା ମୁଣ୍ଡ ଧୋଇଦେବା ଉଚିତ ଯାହା ଫଳରେ ମୁଣ୍ଡ ଅଳିଆ ଲାଗିବ ନାହିଁ କି ଗନ୍ଧ ହେବ ନାହିଁ l


👉 ଅତି ଆବଶ୍ୟକ ପଡିଲେ ମାସିକ ଧର୍ମ ଦିନ ମହିଳାମାନେ ଉଷୁମ ପାଣିରେ ମୁଣ୍ଡ ଧୋଇପାରିବେ l ଏହା ଦ୍ୱାରା କୌଣସି କ୍ଷତି ହୋଇନଥାଏ l କିନ୍ତୁ ବେଶୀ ଗରମ ପାଣିରେ ମୁଣ୍ଡ ଧୋଇବେ ନାହିଁ l ନଖ ଉଷୁମ ପାଣି ହିଁ ଠିକ l


ପୂର୍ବରୁ ଯୌଥ ପରିବାର ଥିଲା ସେତେବେଳେ ପରିବାର ର ଜଣେ ମହିଳାଙ୍କୁ ମାସିକ ଧର୍ମ ହେଲେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଇ ଅନ୍ୟ ମହିଳାମାନେ ପରିବାର ଓ ଘର କାମ ଅତି ସୁନ୍ଦର ଭାବରେ ସମ୍ପୂର୍ଣ୍ଣ ସହଯୋଗୀତାର ସହ ଆନନ୍ଦ ମନରେ କରୁଥିଲେ l ସେଥିପାଇଁ ବଡ଼ ପରିବାର ରେ ସ୍ୱାସ୍ଥ୍ୟ ରୂପକ ସମ୍ପତ୍ତି ସ୍ଥାୟୀ ଭାବରେ ବାସ କରୁଥିଲା l ଆଈମା ପରିବାରର ଏକତା ଉପରେ ମଧ୍ୟ ପରିବାରର ସ୍ୱାସ୍ଥ୍ୟ କଥା ନିର୍ଭର କରେ ବୋଲି ବାରମ୍ବାର ଗୁରୁତ୍ୱାରୋପ କରନ୍ତି l 


ମୋ ଆଈମା ସ୍ୱାସ୍ଥ୍ୟ କଥା - 07 (ବିୟୁଟି ପାର୍ଲର ନ ଯାଇ କିପରି ସୁନ୍ଦର ଚେହେରା ପାଇପାରିବା…) 








.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)