ମୋ ଆଈମା ସ୍ୱାସ୍ଥ୍ୟ କଥା - 07 (ବିୟୁଟି ପାର୍ଲର ନ ଯାଇ କିପରି ସୁନ୍ଦର ଚେହେରା ପାଇପାରିବା…)

ମୋ ଆଈମା ସ୍ୱାସ୍ଥ୍ୟ କଥା - 07 (ବିୟୁଟି ପାର୍ଲର ନ ଯାଇ କିପରି ସୁନ୍ଦର ଚେହେରା ପାଇପାରିବା…) 



ଆଜିର ସ୍ୱାସ୍ଥ୍ୟ କଥା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଉପରେ....କେମିତି ଉପାୟରେ ଜଣେ ବ୍ୟକ୍ତି ବିନା ବିୟୁଟି ପାର୍ଲର ଯାଇ ସୁନ୍ଦର ଚେହେରା ପାଇପାରିବ ସେ ବିଷୟରେ ଆଈମା କଣ କହିଛନ୍ତି ଆମେ ଜାଣିବା l

👉 ଆଈମା କହୁଛନ୍ତି ଯେଉଁ ନାରୀ ବା ପୁରୁଷ ଚକଚକିଆ ସୁନ୍ଦରିଆ ଚେହେରା ଚାହୁଁଛନ୍ତି ସେମାନେ ପ୍ରତିଦିନ ଖାଲି ପେଟରେ 3ଟି ଦେଶୀ ଟମାଟୋକୁ ଖାଇବେ l ମନେରଖିବ ଟମାଟୋର ମଞ୍ଜି ଓ ଚୋପା ଖାଇବ ନାହିଁ ଏହା ହଜମ ହୋଇନଥାଏ l ଏହା ବହୁତ କାମ ଦିଏ ସୌନ୍ଦର୍ଯ୍ୟ ବଢାଇବାରେ କିନ୍ତୁ 30 ଦିନ ପର୍ଯ୍ୟନ୍ତ ଖାଇବାକୁ ପଡ଼େ l ଏହା ଦ୍ୱାରା ପୁରୁଷ ହେଉ ବା ନାରୀ ସମସ୍ତଙ୍କ ମୁହଁରେ ତେଜ ଆସେ l ବୃଦ୍ଧ ଅବସ୍ଥା ବିଳମ୍ବ କରାଇଥାଏ l

👉 ଆଜି କାହିଁକି ବାଳ ଝଡ଼ୁଛି??  ଆମ ସମୟରେ କାହାର ବାଳ ଝଡ଼ୁନଥିଲା କି ଅଳ୍ପ ବୟସରେ ବାଳ ଧଳା ହେଉନଥିଲା କାରଣ ଆମେ ଜଲଦି ରାତିରେ ଶୋଇପଡ଼ୁଥିଲୁ ଆଉ ଶୀଘ୍ର ଉଠିଯାଉଥିଲୁ l ମୁଣ୍ଡରେ ଜଡ଼ା ତେଲ ଲଗାଉଥିଲୁ l ଜଡ଼ା ତେଲ ବହୁତ ଥଣ୍ଡା କିନ୍ତୁ ଆମେ ଶାରୀରିକ ଶ୍ରମ କରୁଥିବାରୁ ଆମକୁ ବେଶୀ ଥଣ୍ଡା ହେଉନଥିଲା l ଆଜିକାଲି ତ ଶାରୀରିକ ଶ୍ରମ କମିଗଲା ତଥାପି ରାତିରେ ଶୋଇବା ପୂର୍ବରୁ ଜଡ଼ା ତେଲ ଲଗାଇ ଶୋଇଲେ ଭଲ ନିଦ ହେବା ସହିତ ବାଳ ଝଡ଼ିବାକୁ ଆଉ ଦିଏନି l ଯଦି ଜଡ଼ା ତେଲ ନାହିଁ ପାଦରେ ସୋରିଷ ତେଲ ମାଲିସ କରନ୍ତୁ ଧ୍ୟାନ ଦେଵେ ପାଦ ଉପରକୁ ସୋରିଷ ତେଲ ଲଗେଇବେ ନାହିଁ କେବଳ ପାଦ ତଳେ ଲଗେଇବେ l ଏହା ଦ୍ୱାରା ମଧ୍ୟ ଭଲ ନିଦ ହେବ ଆଉ ବାଳ ସମସ୍ୟା କିଛି ରହିବ ନାହିଁ l

👉 ବାସି ପଖାଳ, କାଞ୍ଜି ତୋରାଣି, ଦହି ସହିତ ଗୁଡ଼ ଆଦି ସକାଳେ ଖାଇବା ଉଚିତ କାରଣ ଏହା ବାଳ ବଢାଇବାରେ ଖୁବ ସାହାଯ୍ୟ କରେ l ବାହାର ତେଲିଆ ଜିନିଷ କମ ଖାଇବା ଉଚିତ ଏହା ବାଳକୁ ଓ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ l

👉 ଆମ ସମୟରେ ଆମେ ଗାଧୋଇବାକୁ ଗଲେ ତେଲ ଓ ହଳଦୀ ଆଦି ନେଇକି ଗାଧଉଥିଲୁ ସାବୁନ ସେମ୍ପୁ କରୁନଥିଲୁ l ମାଟି ଆଣି ଘଷୁଥିଲୁ ମୁଣ୍ଡରେ ଆଉ ସଫା କରୁଥିଲୁ l ଏହା ଦ୍ୱାରା ଆମ ଶରୀର ପ୍ରକୃତିର ପୃଥିବୀ ତତ୍ତ୍ୱ ସହିତ ମିଶୁଥିଲା l ଦହି ବା କ୍ଷୀରରେ ମୁଣ୍ଡ ଧୋଇଲେ ବାଳ କେବେବି ଝଡ଼େ ନାହିଁ l

👉 କୋଉ ବ୍ୟାୟାମ କରିବା ଉଚିତ?  ସୌନ୍ଦର୍ଯ୍ୟ ପାଇଁ ସବୁଠୁ ଭଲ ହେବ ଯଦି ଜଣେ ନିଜ ଗୋଡ଼କୁ ଉପରକୁ ଆଉ ମୁଣ୍ଡକୁ ତଳକୁ କରି କିଛି ସମୟ ରଖେ l ଆଜିର ଯୋଗ ପ୍ରାଣାୟାମ ଭାଷାରେ ଏହାକୁ ଆମେ ସର୍ବାଂଗସନ ବା ଶୀର୍ଷାସନ କହୁଛୁ l 10 ମିନିଟ ପ୍ରତିଦିନ ନିହାତି ଚେଷ୍ଟା କରନ୍ତୁ କିଛି ନହେଲେ କାନ୍ଥ ଉପରେ ଗୋଡ଼ଟା ଟେକି ରଖନ୍ତୁ ଚଳିଯିବ ଆପଣ ଲାଭବାନ ହେବେ l


ମୋ ଆଈମା ସ୍ୱାସ୍ଥ୍ୟ କଥା - 08 ପାନର ଔଷଧୀୟ ଗୁଣ ଉପରେ…..






.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)