ମୋ ଆଈମା ସ୍ୱାସ୍ଥ୍ୟ କଥା - 08 ପାନର ଔଷଧୀୟ ଗୁଣ ଉପରେ…

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 08 ପାନର ଔଷଧୀୟ ଗୁଣ ଉପରେ…*

ଆଈମା କହେ ସେଇ ପତ୍ର ବା ପନିପରିବା ଖାଅ ଯାହାର ଉପର ରଙ୍ଗ ପ୍ରାକୃତିକ ଭାବରେ ଅଧିକ ଗାଢ଼ ହୋଇଥିବ ମାନେ ହେଲା ଯଦି କୌଣସି ଟମାଟୋ ଖାଉଛନ୍ତି ତାର ରଙ୍ଗ ସମ୍ପୂର୍ଣ ନାଲି ହେବା ଉଚିତ ଫିକା ଟମାଟୋ ଖାଇବା ଅନୁଚିତ l ବାଇଗଣ ମଧ୍ୟ ଯେତିକି ଗାଢ଼ ବାଇଗଣୀ ରହିବ ସେତିକି ଭଲ l କଲରା ଯେତିକି ଗାଢ଼ ସବୁଜ ରହିବ ସେତିକି ଭଲ l ଏହି ଗଢତା ପ୍ରକୃତି ଦେଇଥାଏ ଏହାର ବିଶେଷ ବୈଶିଷ୍ଟ୍ୟ ରହିଛି l ପାନ ପତ୍ର ଖାଇଲା ବେଳେ ମଧ୍ୟ ଆମେ ଏହା ଧ୍ୟାନ ଦେବା ଏହା କେତେ ଗାଢ଼ ସବୁଜ ରହିଛି l ବିଦେଶୀ ପାନ ଫିକା ସବୁଜ ଥାଏ କିନ୍ତୁ ଆମ ଦେଶୀ ପାନ ପତ୍ର ଗାଢ଼ ସବୁଜ ଦେଖାଯାଏ ସେଥିପାଇଁ ଆମ ଆଞ୍ଚଳିକ ପାନ ପତ୍ରରେ ପାନ କରି ଖାଇଲେ ଆମର ବହୁତ ଉପକାର ହୋଇଥାଏ l


*ଆଈମା ପାନର ଉପକାର ବିଷୟରେ ବର୍ଣ୍ଣନା କରିବା ଆରମ୍ଭ କଲେ… ଧ୍ୟାନ ଦେଇ ଶୁଣିବେ*


👉 ପାନ ପତ୍ର କଫ ଓ ପିତ୍ତ ନାଶକ ହୋଇଥାଏ l ଏଥିରେ ଲଗାଯାଉଥିବା ଚୂନ ବାତ ନାଶକ ହୋଇଥାଏ l ସେଥିପାଇଁ ପାନ ଖାଇଲେ ଆମର ସମସ୍ତ ତ୍ରିଦୋଷ କଟିଯାଏ l


👉 ପାନର ଏକ ପ୍ରାକୃତିକ ସ୍ୱାଦ ରହିଛି ତାହାହେଲା ଏହା କସା ଲାଗିବ l ମିଠା ପାନ ଭଲ ନୁହଁ ବା ସେତିକି ଗୁଣକାରୀ ନୁହଁ ସେଥିପାଇଁ ଆମ ପୂଜାରେ ଲାଗୁଥିବା ପାନରେ କୌଣସି ଚିନି ଜାତୀୟ ଜିନିଷ ପକାଯାଏ ନାହିଁ l


👉 ପାନରେ କଣ କଣ ଜିନିଷ ପକାଯିବ? ଆଈମା କହନ୍ତି – 1 ଗ୍ରାମ ଚୂନ, ପାନ ମଧୁରୀ ବା ସଂପ, ଜୁଆଣି, ଗୁଳକନ୍ଦ, ଲବଙ୍ଗ, ଅଳେଇଚ ଆଦି l


👉 କଣ ପକେଇବା ଉଚିତ ନୁହଁ? ସେ କହନ୍ତି – ସୁପାରୀ ବା ଗୁଆ, ଖଇର ବା କଥା ଆଦି ମୋଟେ ପକେଇବା ଉଚିତ ନୁହଁ l ଆଈମା କହନ୍ତି ଭଗବାନ ମୁହଁରେ ଅମୃତ ତୁଲ୍ୟ ଲାଳ ଭରିଦେଇଛନ୍ତି ତାକୁ କେବେବି ବାହାରକୁ ପକେଇବା ନାହିଁ ତାକୁ ଗିଳିବା ଉଚିତ l ଆଜିର ଲୋକମାନେ ଯେଉଁ ପାନ ଖାଇ ବାହାରେ ଛେପ ପକାନ୍ତି ସେମାନେ ଅଜାଣତରେ ବଡ଼ ଭୁଲ କରୁଛନ୍ତି ନିଜ ଶରୀର ପାଇଁ l ଅମୃତ ସମାନ ପାନ ରସକୁ ଲାଳ ସହିତ ଗିଳିବା ପରିବର୍ତ୍ତେ ବାହାରେ ପକାଇ ଦିଅନ୍ତି l ପରିବେଶ ମଧ୍ୟ ଅପରିଷ୍କାର ହୁଏ ଏବଂ ଶରୀର ମଧ୍ୟ କୌଣସି ପୋଷକ ତତ୍ତ୍ୱ ପାଏ ନାହିଁ l ଯେଉଁମାନେ ଗୁଟଖା, ସୁପାରୀ ଆଦି ଖାଉଛନ୍ତି ସେମାନେ କେଡେ ବଡ଼ ଭୁଲ କରୁଛନ୍ତି ଆଈମା କଥାରୁ ଆପଣ ସହଜରେ ବୁଝିପାରୁଥିବେ l ସେମାନେ ନିଜ ପାଇଁ ଓ ପରିବେଶ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି l ଆମର ଆଶା ଆଜିର ଆଈମା ସ୍ୱାସ୍ଥ୍ୟ କଥା ଆପଣମାନଙ୍କୁ ବହୁତ ଭଲ ଲାଗିଥିବ l


ମୋ ଆଈମା ସ୍ୱାସ୍ଥ୍ୟ କଥା - 09 ଦେଶୀଗାଇ ଘିଅ ମାଲିସ ଦ୍ବାରା ଅନେକ ରୋଗରୁ କିପରି ମୁକ୍ତି ମିଳିପାରିବ…





Comments