ମୋ ଆଈମା ସ୍ୱାସ୍ଥ୍ୟ କଥା - 09 ଦେଶୀଗାଇ ଘିଅ ମାଲିସ ଦ୍ବାରା ଅନେକ ରୋଗରୁ କିପରି ମୁକ୍ତି ମିଳିପାରିବ…
*ମୋ ଆଈମା ସ୍ୱାସ୍ଥ୍ୟ କଥା - 09 ଦେଶୀଗାଇ ଘିଅ ମାଲିସ ଦ୍ବାରା ଅନେକ ରୋଗରୁ କିପରି ମୁକ୍ତି ମିଳିପାରିବ…*
ରାତିରେ ଶୋଇବା ପୂର୍ବରୁ ଦେଶୀ ଗାଈ ଘିଅକୁ କଂସା ଗିନା ସାହାଯ୍ୟରେ ପାଦ ତଳେ ମାଲିସ କଲେ ନାନା ପ୍ରକାର ପିତ୍ତ-ବାତ ଜନିତ ରୋଗରୁ ମୁକ୍ତି ମିଳେ l ଗଛର ଚେର ଯେପରି ବିଭିନ୍ନ ପ୍ରକାରର ଆବଶ୍ୟକୀୟ ପୋଷାକ ତତ୍ତ୍ୱ ଶୋଷଣ କରି ଗଛକୁ ଯୋଗାଇବାରେ ସାହାଯ୍ୟ କରେ ଠିକ ସେହିପରି ଆମର ପାଦ ମଧ୍ୟ ପାଣି ଓ ତେଲକୁ ଶୋଷଣ କରି ଶରୀରକୁ ଯୋଗାଇ ଥାଏ l ତେଲ ମାଲିସ ଦ୍ୱାରା ଆମ ଶରୀରକୁ ଆବଶ୍ୟକୀୟ ପୋଷାକ ତତ୍ତ୍ୱ ମିଳିଥାଏ l କେବଳ ଏତିକି ନୁହଁ ଏହା ଦ୍ୱାରା ଶରୀରର ସମସ୍ତ ଅଂଶକୁ ଠିକ ଭାବେ ରକ୍ତ ସଂଚାଳନ ହୋଇ ଥାଏ l ଅନିଦ୍ରା ରୋଗ ଦୂର ହେବ ସହ BP ଓ Sugar ନିୟନ୍ତ୍ରିତ ରହେ l କେଶ ସମସ୍ୟା ଦୂର ହୁଏ l ଚର୍ମ ଚିକ୍କଣ ରହେ ଓ ଶୁଖିଲାପଣ ଦୂର ହୁଏ l ପେଟ ଭଲ ସଫା ହୁଏ l ଆଦି ଅନେକ ଲାଭ ହୁଏ, ତେଣୁ ସମସ୍ତେ ନିୟମିତ ତେଲ ମାଲିସ କରିବା ଉଚିତ କାରଣ ଏହା ଦ୍ୱାରା ବୃଦ୍ଧାବସ୍ଥାରେ ବିଳମ୍ବ ହୋଇଥାଏ l
ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…
.

Comments
Post a Comment