ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

 *ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…*

ଆଈମା କହେ ଆମ ସମୟରେ ଆମେ ସକାଳୁ ବଡି ଭୋରରୁ ଉଠି ସର୍ବ ପ୍ରଥମେ ଘର, ଦାଣ୍ଡ, ଅଗଣା ଓ ଘରର ଗଳି ପର୍ଯ୍ୟନ୍ତ ଝାଡୁ କରି ସେଥିରେ ତାଜା ଗୋବର ପାଣି ଝୀଂଟି ପକାଉଥିଲୁ l ଘର ପରିବେଶକୁ ସଫାସୁତୁରା ରଖି ତାକୁ ଶୁଦ୍ଧ ରଖୁଥିଲୁ l ଏହା ଆମ ସ୍ତ୍ରୀ ଲୋକମାନଙ୍କ ନିତିଦିନିଆ ଅଭ୍ୟାସ ଥିଲା l ଗାଁର ସମସ୍ତ ଘରର ସ୍ତ୍ରୀ ଲୋକେ ଏପରି କରି ପୂରା ଗାଁକୁ ସ୍ୱଚ୍ଛ ଓ ଶୁଦ୍ଧ କରୁଥିଲେ l ତାପରେ ଘରର ବହୁ କିମ୍ବା ମା ଚୂଲିକୁ ଗୋବରରେ ଲିପା ପୋଛା କରି ଚୂଲିକୁ ସ୍ୱଚ୍ଛ ଓ ଶୁଦ୍ଧ କରି ତାକୁ କିଛି ସମୟ ପାଇଁ ଛାଡି ସେଥିରେ ଘରର ସମସ୍ତ ଲୋକଙ୍କ ପାଇଁ ବ୍ୟଞ୍ଜନ ତିଆରି ହେଉଥିଲା l ବ୍ୟଞ୍ଜନ ତିଆରି ସରିଲା ପରେ ଅଳ୍ପ ଟିକେ ଅଗ୍ନି ଦେବତାକୁ ଦିଆଯାଉଥିଲା କାରଣ ଅଗ୍ନି ଦେବତା ହେଉଛନ୍ତି ସ୍ୱଚ୍ଛ ଓ ଶୁଦ୍ଧ ଦେବତା ତାଙ୍କୁ କେହି ଅଶୁଦ୍ଧ କରିପାରିବେ ନାହିଁ l ପ୍ରଥମେ ଅଗ୍ନି ଗ୍ରାସ କଲେ ଲଷ୍ମୀ ମା ସନ୍ତୁଷ୍ଟ ହୁଅନ୍ତି l *ଆଈମା କହେ – ଗୋମୟେ ବସତି ଲକ୍ଷ୍ମୀ l* ଗାଈର ଗୋବରରେ ଲକ୍ଷ୍ମୀ ମା ବିରାଜମାନ କରନ୍ତି l ସେ ଅନ୍ନପୂର୍ଣ୍ଣା ଅଟନ୍ତି l ସମସ୍ତଙ୍କ ଭୋକକୁ ସେ ମେଣ୍ଟେଇଥାନ୍ତି l ତେଣୁ ରୋଷେଇ ଶାଳାରେ ପ୍ରତିଦିନ ଗୋବର ପାଣିଦ୍ୱାରା ଲିପା ପୋଛା ହେଉଥିଲା l ଯେଉଁଠି ଶୁଦ୍ଧ ବାତାବରଣ ରୁହେ ସେଇଠି ମା ଲକ୍ଷ୍ମୀ ଆସିରହିବା ପାଇଁ ବେଶୀ ଭଲ ପାଆନ୍ତି l ଉକ୍ତ ଘରେ କୌଣସି ରୋଗ ରହେନି l ସମସ୍ତେ ସ୍ୱାସ୍ଥ୍ୟବାନ ହୁଅନ୍ତି l


👉 ଆଈମା କଥାରେ କିଛି ସ୍ୱାସ୍ଥ୍ୟ ବିଜ୍ଞାନ ଅଛି କି??  ଭାବିକି କୁହନ୍ତୁ 🙏


ଆଜ୍ଞା ବିଜ୍ଞାନ ଅଛି, ଦେଶୀ ଗାଈର ତାଜା ଗୋବରରେ ଗୋଟିଏ ପ୍ରକାର ପିଲୋବଲସ ନାମକ ଜୀବାଣୁ ଥାଏ ଯାହାକି ପରିବେଶରେ ପଡିରହିଥିବା ମଇଳା ଆବର୍ଜନା ଓ ଖରାପ ଜୀବାଣୁଙ୍କୁ ଖାଇଥାଏ l ସେଥିପାଇଁ ପରିବେଶ ସୁସ୍ଥ ରହେ, ନିରୋଗ ରହେ l ଭାରତୀୟ ସଂସ୍କୃତିର ଏହି ନିଆରା ସ୍ୱଚ୍ଛ ବ୍ୟବସ୍ଥା କେଉଁ ଆବାହନ କାଳରୁ ଚାଲିଆସୁଛି l ଆମେ ଆଜି ଯେତେବେଳେ ବୈଜ୍ଞାନିକ ପରୀକ୍ଷାଗାରରେ ଅଣୁବୀକ୍ଷଣ ଯନ୍ତ୍ର ଦ୍ୱାରା ପରୀକ୍ଷା କରିଦେଖୁଛେ ପିଲୋବଲସ ଜୀବାଣୁର ଅଦ୍ଭୁତ କାମକୁ ଜାଣିପାରୁଛେ l ଆଜି ଆମକୁ ଗୋମାତାଙ୍କ ବିଜ୍ଞାନୀ ରୂପକୁ ଜାଣିବା ଓ ତାକୁ ଜୀବନରେ କାର୍ଯ୍ୟକୁ ଆଣି ବର୍ତ୍ତମାନର ଅଶୁଦ୍ଧ ପରିବେଶକୁ ଶୁଦ୍ଧ କରିପାରିବା l ଏହି କାମ ବହୁତ ଜରୁରୀ ମନେହେଉଛି l


👉 ଆସନ୍ତୁ ପୁଣି ଥରେ ଗାଁ ମାଟି ସଂସ୍କୃତି ଆଡକୁ ଫେରିଯିବା l ଭଲ ପାଇବା ଆମ ପରିବେଶକୁ ଆଉ ନିଜକୁ ସୁସ୍ଥ- ନିରୋଗ ରଖିବା l




ମୋ ଆଈମା ସ୍ୱାସ୍ଥ୍ୟ କଥା - 11  ଅଦ୍ଭୁତ କଥା ! ମଣିଷ ଖାଉଥିବା ସବୁ ଅମୃତ ତୁଲ୍ୟ ଜିନିଷ ମଧ୍ୟ ଅନ୍ୟ ପ୍ରାଣୀଙ୍କ ପାଇଁ ବିଷ



Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)