ମୋ ଆଈମା ସ୍ୱାସ୍ଥ୍ୟ କଥା - 11 ଅଦ୍ଭୁତ କଥା l ମଣିଷ ଖାଉଥିବା ସବୁ ଅମୃତ ତୁଲ୍ୟ ଜିନିଷ ମଧ୍ୟ ଅନ୍ୟ ପ୍ରାଣୀଙ୍କ ପାଇଁ ବିଷ

ମୋ ଆଈମା ସ୍ୱାସ୍ଥ୍ୟ କଥା - 11  ଅଦ୍ଭୁତ କଥା ! ମଣିଷ ଖାଉଥିବା ସବୁ ଅମୃତ ତୁଲ୍ୟ ଜିନିଷ ମଧ୍ୟ ଅନ୍ୟ ପ୍ରାଣୀଙ୍କ ପାଇଁ ବିଷ



👉 *ଆଜି ମୋ ଆଈମା ସ୍ୱାସ୍ଥ୍ୟ କଥାରେ ରହିଛି କିଛି ଅଦ୍ଭୁତ କଥା l ମଣିଷ ଖାଉଥିବା ସବୁ ଅମୃତ ତୁଲ୍ୟ ଜିନିଷ ମଧ୍ୟ ଅନ୍ୟ ପ୍ରାଣୀଙ୍କ ପାଇଁ ବିଷ ହେଇପାରେ l* 

👉 ଆୟୁର୍ବେଦରେ ମହୁ କୁ ଅମୃତ ତୁଲ୍ୟ ମାନନ୍ତି ଏବଂ ଚିକିତ୍ସା ବିଜ୍ଞାନରେ ମହୁକୁ ସର୍ବୋତ୍ତମ ପୋୖଷ୍ଟିକ୍ ମାନନ୍ତି, କିନ୍ତୁ  ଯଦି ଗୋଟିଏ ବୁନ୍ଦା ମହୁ କୁକୁର ଚାଟିଦିଏ ସେ ମରିଯିବ ଯାହା ମନୁଷ୍ୟ ପାଇଁ ଅମୃତ ଅଟେ । ସେହି ମହୁ କୁକୁର ପାଇଁ ବିଷ ଅଟେ । 

👉 ଦେଶୀ ଗାଈର ଶୁଦ୍ଧ ଘିଅକୁ ଆୟୁର୍ବେଦ ରେ ଅମୃତ ମାନନ୍ତି । ଚିକିତ୍ସା ବିଜ୍ଞାନ ତାହାକୁ ଔଷଧୀୟ ଭଣ୍ଡାର କୁହନ୍ତି କିନ୍ତୁ ଆଶ୍ଚର୍ଯ୍ୟ କଥା ମାଛି ଘିଅ ଖାଏନାହିଁ । ଯଦି ଭୁଲ ବଶତଃ ଦେଶୀ ଗାଇ ଘିଅ ଉପରେ ବସିଯାଏ ତେବେ ସେ ମରିଯିବ । ଏହି ଅମୃତ ତୁଲ୍ୟ ଘିଅକୁ ଚାଖିବା ମଛିର ଭାଗ୍ୟରେ ନଥାଏ ।

👉 ମିଶ୍ରି  :- ଏହାକୁ ମଧ୍ୟ  ଅମୃତ ତୁଲ୍ୟ ମିଠା ମାନନ୍ତି । ଆୟୁର୍ବେଦରେ ହାତରେ ତିଆରି ମିଶ୍ରିକୁ ଶ୍ରେଷ୍ଠ ମିଷ୍ଠାନ୍ନ ବୋଲି କୁହାଯାଇଛି କିନ୍ତୁ ଆଶ୍ଚର୍ଯ୍ୟ କଥା ଯଦି ଗଧକୁ ଏକ ମୁଣ୍ଡା ମିଶ୍ରି ଖାଇବାକୁ ଦିଆଯାଏ । ସେ କିଛି ସମୟ ପରେ ମରିଯିବ । ଏହି ଅମୃତ ତୁଲ୍ୟ ଶ୍ରେଷ୍ଠ ମିଶ୍ରି କୁ ଗଧ ଖାଇପାରେ ନାହଁ ।  

👉 ନିମ୍ବ ଗଛରେ ହୋଇଥିବା ନିମ୍ବ ମଂଜିରେ ସବୁ ରୋଗ ଦୂର କରିବାକୁ ଔଷଧୀୟ ଗୁଣ ଅଛି । ଆୟୁର୍ବେଦରେ ଏହାକୁ ସର୍ବୋତ୍ତମ ଔଷଧ କୁହାଯାଏ ।  ଚିକିତ୍ସା ବିଜ୍ଞାନ ନିମ୍ବ ଉପରେ କ'ଣ ମତ ରଖିଛନ୍ତି  ଆପଣମାନେ ଜାଣିଥିବେ ଅବଶ୍ୟ । କିନ୍ତୁ ଆଶ୍ଚର୍ଯ୍ୟର କଥା ରାତି ଦିନ ନିମ୍ବ  ଗଛ ଉପରେ ରହୁଥିବା କୁଆ ଯଦି ଭୁଲରେ  ନିମ୍ବ ମଞ୍ଜି କୁ ଚାଖେ ତାହାର ଗଳା ଖରାପ ହୋଇଯାଏ ଓ ନିମ୍ବ ମଞ୍ଜି  କୁ ଖାଇଦିଏ  ତେବେ ତାହାର ମୃତ୍ୟୁ ହୋଇଥାଏ !!!!!

ତେଣୁ ଅମୃତ ମଧ୍ୟ କାହା ପାଇଁ ବିଷ ପାଲଟିଯାଏ l ସମସ୍ତଙ୍କୁ ଭଗବାନ ଗୋଟିଏ ପ୍ରକାରେ ଗଢ଼ିନାହିଁ ସେଥିପାଇଁ ତାର ସୃଷ୍ଟି ଅଟେ ଭାରି ନିଆରା ......



ମୋ ଆଈମା ସ୍ୱାସ୍ଥ୍ୟ କଥା – 12 ଖାଦ୍ୟ ଖାଇବାର ସଠିକ୍ ଶୈଳୀ ଉପରେ…












.




Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)