ମୋ ଆଈମା ସ୍ୱାସ୍ଥ୍ୟ କଥା – 12 ଖାଦ୍ୟ ଖାଇବାର ସଠିକ୍ ଶୈଳୀ ଉପରେ….

 *ମୋ ଆଈମା ସ୍ୱାସ୍ଥ୍ୟ କଥା – 12 ଖାଦ୍ୟ ଖାଇବାର ସଠିକ୍ ଶୈଳୀ ଉପରେ…*



👉 ଆଜି ଆଈମା ଆମକୁ ଖାଇବା ସମୟରେ କରୁଥିବା କିଛି ବଡ଼ ଭୁଲ ଏବଂ କିଛି ଭଲ ମହତ୍ବପୂର୍ଣ ଖାଇବା ଶୈଳୀ ବିଷୟରେ ଆମକୁ ପ୍ରାଞ୍ଜଳ ଭାବରେ ବୁଝାଇ କହିବ l


👉 ଆଈମା କହେ ଖାଇଲା ବେଳେ କେବେବି କଥା ହେବା ଉଚିତ ନୁହଁ l ଏମିତି କଲେ ଶ୍ୱାସନଳୀ ଭିତରକୁ ଖାଦ୍ୟ ଚାଲି ଯାଇପାରେ ଆଉ ଖାଦ୍ୟ ଅଟକି ଶ୍ୱାସରୁଦ୍ଧ କରି ସେଇ ବ୍ୟକ୍ତିର ପ୍ରାଣ ମଧ୍ୟ ଚାଲି ଯାଇପାରେ l


👉 ଖାଇଲା ବେଳେ TV ଦେଖିବା, ମୋବାଇଲ ଦେଖିବା ବର୍ତ୍ତମାନ ଲୋକଙ୍କ ଅଭ୍ୟାସ ହୋଇଗଲାଣି l ଏସବୁ କାମ ଠିକ ନୁହଁ l ଆମେ ଖାଦ୍ୟକୁ ସବୁବେଳେ ସମ୍ମାନ ଦେବା ଉଚିତ l ଖାଦ୍ୟ ଖାଇଲା ବେଳେ ମନ ଧ୍ୟାନ ଦେଇ ଚୋବେଇ ଚୋବେଇ ଖାଇଲେ ପାଟିରେ ପାଚକ ରସ ଠିକ ଭାବେ ଝରିଥାଏ ଏବଂ ସୁନ୍ଦର ଭାବେ ହଜମ ହୋଇଥାଏ l ମନେ ରଖିବେ ପାଟିରେ ଦାନ୍ତ ଅଛି ପେଟରେ ନୁହେଁ l ଏବେ ଛୋଟ ପିଲାମାନେ ଏତେ ମୋଟା କାହିଁକି ହେଉଛନ୍ତି?? କାରଣ ସେମାନେ ଅନ୍ୟମନସ୍କ ହୋଇ ଖାଦ୍ୟକୁ ନ ଚୋବେଇ ଗିଳି ଦିଅନ୍ତି l ଯେଉଁ ଲୋକ ଯେତିକି ଜୋରରେ ଖାଦ୍ୟ ଖାଇଥାଏ ସେ ସେତିକି ପେଟ ପାଇଁ ସମସ୍ୟା ତିଆରି କରେ ଏବଂ ତାର ଖାଦ୍ୟ ହଜମ ନହୋଇ ପେଟରେ ଶଢ଼ିଥାଏ ଯାହା ଫଳରେ ପେଟରେ ଅମୃତ ରସ ବାହାରିବା ଜାଗାରେ ବିଷ ବାହାରେ ଏବଂ ତାକୁ ଅଧିକ ଚର୍ବିଯୁକ୍ତ କରି ମୋଟା କରାଇଥାଏ l ଏହାର ଓଲଟା କରୁଥିବା ଲୋକ… ଯେଉଁମାନେ ଅତି ଧୀରେ ଧୀରେ ଖାଆନ୍ତି ସେମାନେ ପତଳା ହୋଇଯାଆନ୍ତି l କାରଣ ଏମାନେ ବହୁତ ଅନ୍ୟମନସ୍କ ହୋଇ ଖାଆନ୍ତି l ତେଣୁ ଠିକ ଭାବରେ ପାଚକ ରସ ପାଟିରୁ ବାହାରେ ନାହିଁ ଏବଂ ଠିକ ପୋଷଣ ଏମାନଙ୍କୁ ମିଳେ ନାହିଁ ସେଥିପାଇଁ ଏମାନେ ପତଳା ହୁଅନ୍ତି l


👉 ଖାଇବା ପୂର୍ବରୁ ମା ଅର୍ଣ୍ଣ ପୂର୍ଣ୍ଣାଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଦେଇ ଖାଦ୍ୟ ଆରମ୍ଭ ଏଇଥିପାଇଁ କରାଯାଏ ଯେମିତିକି ଆମ ଭିତରେ ଏକ ପବିତ୍ର ଭାବ ଆସି ପବିତ୍ର ଜିନିଷ ଶରୀର ଦ୍ୱାରା ସେବନ ହୋଇ ଆମକୁ ନିରୋଗ ସ୍ୱାସ୍ଥ୍ୟ ଓ ସୁନ୍ଦର କାୟା ପ୍ରାପ୍ତ ହେବ l ଏହି ଛୋଟିଆ ଅଭ୍ୟାସ ମଣିଷର ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଏକ ବୈଜ୍ଞାନିକ ପ୍ରଭାବ ପକାଇଥାଏ l ପାଚକ ରସ ତୁରନ୍ତ ଝରିବା ଆରମ୍ଭ ହୁଏ l


👉 ଆମ ଖାଦ୍ୟ ଥାଳିରେ ନିଶ୍ଚୟ ଦେଶୀ ଆଚାର ବା ଲେମ୍ବୁ ବା ଲଙ୍କା ରହିବା ଉଚିତ କାରଣ ଏହା ଆମର ମନସ୍ତତ୍ତ୍ୱକୁ ପ୍ରଭାବିତ କରେ ଏବଂ ପାଚକ ରସ ଝରେଇବାରେ ସାହାଯ୍ୟ କରେ l


👉 ଖାଇବା ସମୟରେ ପାଣି ପିଇବା ଅନୁଚିତ l କେବଳ ଖାଦ୍ୟ ତଣ୍ଟିରେ ଅଟକି ଗଲେ ଗୋଟିଏ ଦୁଇ ଢ଼ୋକ ପାଣି ପିଇପାରିବେ ନହେଲେ ପାଣି ପିଇବା ଅର୍ଥ ହେଲା ପେଟ ପାଇଁ ସମସ୍ୟା ତିଆରି କରିବା ଅଟେ l ଆମ ଶରୀରରେ ଖାଦ୍ୟ ଖାଇବାର ଦେଢ଼ ଘଣ୍ଟା ପରେ ସେଇ ଖାଦ୍ୟ ପେଟରେ ହଜମ ହୋଇ ରସ ତିଆରି ହେବା ଆରମ୍ଭ ହୁଏ ଏତିକି ବେଳେ ପାଣି ପିଇଲେ ତାର ଗତି ବଢ଼େ ଆଉ ଶରୀରରେ ରସର ସାର ଅଂଶ ରକ୍ତରେ ଅବଶୋଷିତ ହେବା ଆରମ୍ଭ ହୁଏ l ଦେଢ଼ ଘଣ୍ଟା ପରେ ପାଣି ପିଇଲେ ହଜମ ହେଇଥିବା ଅବଶିଷ୍ଟ ଅଦରକାରୀ ଅଂଶକୁ ମଧ୍ୟ ଗତି ମିଳେ ଏବଂ ଏହା ପେଟ ସଫା କରାଇବାରେ ମଧ୍ୟ ଅପ୍ରତ୍ୟକ୍ଷ ଭୂମିକା ନେଇଥାଏ l


👉 ଖାଦ୍ୟ ସବୁବେଳେ ଚକା ପକେଇ ବସିକି ଖାଇବା ଉଚିତ l ଛିଡା ହୋଇ ବା ଚୌକି ଉପରେ ବସି ଖାଇଲେ ମଣିଷର ଖାଦ୍ୟ ହଜମ କ୍ରିୟା ବିପରୀତ ପ୍ରତିକ୍ରିୟା ପଡ଼େ l ଚକା ପକେଇ ଖାଇବା ଦ୍ୱାରା ପୃଥିବୀର ମାଧ୍ୟାକର୍ଷଣ ବଳ ଠିକ ନାଭି ଉପରେ ପଡ଼େ l ନାଭି ହେଉଛି ଶରୀରର ମଧ୍ୟ ଭାଗ ତେଣୁ ଶରୀରର ଉଭୟ ଦିଗକୁ ସମାନ ଭାବରେ ସେଇ ମାଧ୍ୟାକର୍ଷଣ ବଳ ବଣ୍ଟିତ ହୋଇଥାଏ l ତେଣୁ ଖାଦ୍ୟ ହଜମ ହୋଇଥାଏ l ଏକଥା ସବୁ ମନେରଖିବେ l


ମୋ ଆଈମା ସ୍ୱାସ୍ଥ୍ୟ କଥା – 13 ହାଡଫୁଟି ରୋଗ ଉପରେ….











.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)