ମୋ ଆଈମା ସ୍ୱାସ୍ଥ୍ୟ କଥା – 13 ହାଡଫୁଟି ରୋଗ ଉପରେ….

 *ମୋ ଆଈମା ସ୍ୱାସ୍ଥ୍ୟ କଥା – 13 ହାଡଫୁଟି ରୋଗ ଉପରେ….*

👉 ବର୍ତ୍ତମାନ ବହୁତ ଲୋକଙ୍କୁ ହାଡଫୁଟି, ରୋଗ ହେଉଛି l କିଛି ଲୋକ Chicken Pox ମଧ୍ୟ କହୁଛନ୍ତି l ସେ ସବୁର ଗାଉଁଲି ସୁନ୍ଦର ସମାଧାନ ଆମେ ଆଈମାକୁ ପଚାରି ବୁଝିବା l


👉 କୋଉ ସମୟରେ ଏହି ରୋଗ ମୁଖ୍ୟତଃ ଦେଖାଯାଏ l ଶୀତ ରୁ ଆରମ୍ଭ କରି ଖରା ଦିନର ପ୍ରାରମ୍ଭିକ ଅବସ୍ଥା ଭିତରେ ଏହି ରୋଗ ଦେଖାଯାଏ l ଏହା ଏକ ଭୂତାଣୁ ଜନିତ ରୋଗ ହେଇଥିବାରୁ ଏହାର କୌଣସି ଔଷଧ ଆଜି ପଯ୍ୟନ୍ତ ବାହାରି ନାହିଁ କିନ୍ତୁ ଶରୀରର ପ୍ରତିରୋଧ ଶକ୍ତି ବଢ଼ାଇ ଏହି ଭୂତାଣୁମାନଙ୍କୁ ଶରୀର ଛାଡ଼ିବା ପାଇଁ ବାଧ୍ୟ କରାଯାଇ ଥାଏ l ଏହି ରୋଗରେ ଲୋକ ମରନ୍ତି ନାହିଁ କିନ୍ତୁ ବହୁତ ଅସୁବିଧା ଭୋଗ କରନ୍ତି l ପ୍ରାୟତଃ ଗୋଟିଏ ମାସ ପର୍ଯ୍ୟନ୍ତ ରୋଗୀ ଏହି ରୋଗ ଦ୍ୱାରା ପୀଡିତ ରହେ l ତେବେ ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆମେ କିଛି ଏମିତି ଜିନିଷ ଜାଣିବା ଯାହା ଦ୍ୱାରା ଆମେ ଏହି *ମା* ରୋଗର ସହଜ ଓ ସରଳ ସମାଧାନ କରି ରୋଗୀକୁ 4-5 ଦିନ ଭିତରେ ଠିକ କରିପାରିବା l


👉 ସର୍ବପ୍ରଥମେ ଜାଣିରଖନ୍ତୁ ଏହା ଏକ ଡିଆଁ ରୋଗ ତେଣୁ ରୋଗୀକୁ ଅଲଗା ଘରେ ରଖିବେ ତାର ପାଖକୁ କେବଳ ସେବା ପାଇଁ ଜଣେ ଯିବେ ସାବଧାନ ହୋଇ ଏବଂ ପ୍ରତିରୋଧ ଶକ୍ତି ବଢ଼େଇ l ରୋଗୀର ଘର ଗରମ ହେଉନଥିବ, ନର୍ମାଲ ଆଲୋକ ଓ ପବନ ଚଳାଚଳ ବ୍ୟବସ୍ଥା ଥିବ l କୌଣସି ବଡ଼ ଲାଇଟ ଜଳୁନଥିବ l ଘରେ ଗାଢ଼ ରଙ୍ଗର କୌଣସି ଜିନିଷ ନଥିବ l ରୋଗୀ କଳା, ଲାଲ, ଗାଢ଼ ନୀଳ, ଗାଢ଼ ସବୁଜ ଆଦି ରଙ୍ଗର ପୋଷକ ପିନ୍ଧିବ ନାହିଁ l ଯେଉଁ ଘରେ ରୋଗୀ ରହିବ ସେ ଘର ପାଖରେ କୌଣସି ପ୍ରକାରର ଆମିଷ ଦୁର୍ଗନ୍ଧ, ଛୁଙ୍କ ବା ପରଝ ଗନ୍ଧ ଆସିବ ନାହିଁ l କୌଣସି ଧୂଆଁ ଆସୁନଥିବ – ଅଗରବତୀ କି ଝୁଣା ମଧ୍ୟ ନୁହଁ l ରୋଗୀର *ଶୋଇବା ସେଜରେ ନିମ୍ବ ପତ୍ର ପକାଯାଇଥିବ* ଏବଂ ଶେଜ ପ୍ରତିଦିନ ପରିବର୍ତ୍ତନ କରାଯାଇପାରିଲେ ବହୁତ ଭଲ l ଶେଜର ରଙ୍ଗ ଧଳା ବା ହଳଦିଆ କିମ୍ବା ଫିକା ରଙ୍ଗ ହେବା ଉଚିତ l


👉 ଏହି ରୋଗକୁ 4 ଟି ଷ୍ଟେଜରେ ବିଭକ୍ତ କରିବା l ପ୍ରଥମଟି ହେଲା ରୋଗ ଆସି ଜ୍ୱର ଓ ଯନ୍ତ୍ରଣା କରିବା l ଏହି ସମୟରେ ଭୂତାଣୁ ଶରୀର ଭିତରେ ଥାଆନ୍ତି l ଦ୍ଵିତୀୟ ଷ୍ଟେଜରେ ଭୂତାଣୁ ସବୁ ଶରୀରର ଉପର ଚର୍ମରେ ଫୁଟିବାରେ ଲାଗନ୍ତି ସେଥିପାଇଁ ଶରୀର ସାରା ଛୋଟ ଛୋଟ ଫୋଟକା ସବୁ ବାହାରିବା ଆରମ୍ଭ ହୋଇଯାଏ l ତୃତୀୟ ଷ୍ଟେଜରେ ଏହି ଫୋଟକା ଆଉ ନୂଆ ତିଆରି ହୋଇନଥାଏ ଆଉ ଦବିବା ଆରମ୍ଭ କରେ l ଶରୀରରୁ ମିଳେଇବା ଆରମ୍ଭ କରେ l ଚତୁର୍ଥ ଷ୍ଟେଜରେ ଚର୍ମ ପୂର୍ବାବସ୍ଥାକୁ ଫେରିଥାଏ l ସମ୍ପୂର୍ଣ ରୂପେ ଶରୀର ଏହି ରୋଗ ଦାଉରୁ ରକ୍ଷା ପାଏ l କୌଣସି ଦାଗଟିଏ ମଧ୍ୟ ଶରୀରରେ ରହେ ନାହିଁ l


*କଣ ଅଛି ଏହାର ସରଳ ସମାଧାନ ଯେପରିକି ବହୁତ ଶୀଘ୍ର ରୋଗୀ ଭଲ ହେବ??*


👉 ରୋଗୀକୁ ପ୍ରତିଦିନ 3 ଥର 2 ଚାମଚ କଳା ତୁଳସୀ ରସ+ଗୋଟିଏ ଚାମଚ ଶୁଦ୍ଧ ମହୁ ପିଇବାକୁ ଦେଵେ l


👉 ବରକୋଳି ପତ୍ର ମୁଠାଏ କୁ ଗଛରୁ ତୋଳି ଆଣି ଶିଳରେ ପାଣି ନଦେଇ ବାଟିବେ ଆଉ ତାକୁ ଗୋଟିଏ ଗୋଲା କରି ଗୋଟିଏ ଲିଟର ପାଣିରେ ପକାଇ ଗୋଟିଏ ଖୁଆ ଦଣ୍ଡ ସାହାଯ୍ୟରେ ମନ୍ଥନ କ୍ରିୟା ଆରମ୍ଭ କରିବେ ଏହି କାମରେ 2 ଜଣ ବ୍ୟକ୍ତି ଲାଗିଥାନ୍ତି l ଜଣେ ମନ୍ଥନ କରୁଥିବ ସେଥିରୁ ଯେଉଁ ଫେଣ ବାହାରୁଥିବ ତାକୁ ଆଉ ଜଣେ ଲୋକ ଦୁବ ଘାସ ଦ୍ୱାରା ସେଇ ଫେଣକୁ ରୋଗୀର ମୁଣ୍ଡରୁ ତଳକୁ ଲଗେଇ ଆଣିବ l ଏହିପରି ସମ୍ପୂର୍ଣ ଶରୀର ସାରା ଉପରୁ ତଳ ପର୍ଯ୍ୟନ୍ତ ଲଗାଯିବ l ଏହା କଲେ ରୋଗୀ 3 ଦିନ ପରେ ସୁସ୍ଥ ହେବା ଆରମ୍ଭ କରେ l


*ଗୋମାତା ଏହି ରୋଗରେ କିଛି ସାହାଯ୍ୟ କରନ୍ତି କି???* 


ଆଜ୍ଞା ହଁ, ଗୋମାତାଙ୍କର ଗୋରଚିନି ବହୁତ ସୁନ୍ଦର କାମ କରିଥାଏ l ଏହି ଗୋରଚିନି ସୁଲକ୍ଷଣା ଗାଈମାନଙ୍କର ପିତ୍ତାଶୟରେ ମିଳେ l ପ୍ରାୟତଃ ଲକ୍ଷେ ଗାଈରୁ ଗୋଟେ ଗାଈ ପାଖରେ ମିଳେ l ଆପଣ ଏହି ଗୋରଚିନିକୁ ଅଳ୍ପ ଘୋରି ଏକ ରତି (ଗୋଟିଏ ଚାଉଳ ଆକାର) ବାହାର କରି ତାକୁ 1 ଚାମଚ ଶୁଦ୍ଧ ମହୁ ଓ 2 ଚାମଚ କଳା ତୁଳସୀ ରସରେ ମିଶାଇ ଦିନକୁ ଥରେ ପିଇଲେ l ପ୍ରଥମ ଦିନରୁ ହିଁ ରୋଗ ଫୁଟିବା ଆରମ୍ଭ ହେଇଯାଏ l ଦ୍ଵିତୀୟ ଦିନରେ ପିଇଲେ ଫୋଟକା ସବୁ ଦବିବା ଆରମ୍ଭ କରିଦିଅନ୍ତି l ତୃତୀୟ ଦିନରେ ସବୁ ଭୂତାଣୁ ଶରୀର ଛାଡ଼ିବା ପାଇଁ ବାଧ୍ୟ ହେଇଯାଆନ୍ତି l ମନେରଖିବେ ଦିନକୁ ଥରେ ଗୋରଚିନି ଦେଵେ ଆଉ ଦୁଇ ଥର କେବଳ ଶୁଦ୍ଧ ମହୁ ଓ କଳା ତୁଳସୀ ପତ୍ର ରସ ଦେଵେ ଯାହା ଉପରେ ବର୍ଣ୍ଣନା ହେଇଛି ସେହି ହିସାବରେ l ଏହା ସହିତ ବରକୋଳି ପତ୍ରର ବ୍ୟବହାର ମଧ୍ୟ କରିବେ ଯେମିତି ଆଗରୁ କହିଛି l


*ରୋଗୀ କଣ ସବୁ ଖାଇବେ ନାହିଁ ଆଉ କଣ ଖାଇବା ଉଚିତ??*


👉 ଆମିଷ, ମସଲା ଜିନିଷ, ବାହାର ଜିନିଷ, ତେଲ ଜିନିଷ, ଅଧିକ ଲୁଣିଆ ଜିନିଷ, ଚିନି ପଡ଼ିଥିବା ଜିନିଷ, ଲଙ୍କା ପଡ଼ିଥିବା ଜିନିଷ କିଛିବି ଖାଇବା ଉଚିତ ନୁହେଁ l ଗରିଷ୍ଟ ଆହାର ଠାରୁ ଦୁରେଇ ରହିବେ l


👉 ତରଳ ଫଳ ରସ ଯେପରିକି ଲେମ୍ବୁ, କମଳା, ଡାଳିମ୍ବ, ଆମ୍ବ, ପଇଡ଼ ପାଣି ଆଦି ସକାଳେ ନିଶ୍ଚୟ ସେବନ କରିବେ l ମାଧ୍ୟାନ୍ନ ଭୋଜନର 1 ଘଣ୍ଟା ପୂର୍ବରୁ ଲୁଣ ନ ପକାଇ ଅଳ୍ପ ଦହି ଖାଇବେ l ଆଉ ଯାହା ଇଚ୍ଛା ସେ ଭାତ ହେଉ ବା ରୁଟି ମନ ଦେଇ ଖାଇ ପାରିବେ l ରାତିରେ ହଳଦୀ ମିଶା କ୍ଷୀର ନିଶ୍ଚୟ ପିଇବେ l


*କୁଣ୍ଡେଇ ହେଲେ କଣ କରିବେ??*


ଏହି ରୋଗ ହେଲେ ରୋଗୀକୁ ବହୁତ କୁଣ୍ଡାଇ ହେବାକୁ ଭଲ ଲାଗେ ହେଲେ ସାବଧାନତା ରଖି କୁଣ୍ଡାଇବେ ଯେମିତି ଚର୍ମ ଉପରେ ନଲାଗେ ସେଥି ପ୍ରତି ଧ୍ୟାନ ଦେଵେ l ପ୍ରଥମରୁ ହିଁ ନଖ କାଟିଦେବେ l କୁଣ୍ଡାଇବା ଜୋର ହେଲେ ନିମ୍ବ ଡାଳକୁ ପାଖରେ ରଖିଥିବେ କେବଳ ସେଥିରେ କୁଣ୍ଡାଇବେ ଅନ୍ୟ କୌଣସି ଜିନିଷରେ ନୁହଁ l


*ଏହି ରୋଗରେ ରୋଗୀ ଗାଧେଇବା ଉଚିତ କି ନୁହଁ?*


ସଫା ହେବା ଜରୁରୀ କିନ୍ତୁ ଗାଧେଇବା ଜରୁରୀ ନୁହଁ l ରୋଗୀ ନ ଗାଧୋଇଲେ ଭଲ କିନ୍ତୁ ଉଷୁମ ପାଣିରେ ପୋଛା ପୋଛି ହୋଇପାରିବେ l ଫୋଟକା ସବୁ ଦବି ଗଲେ ପାଖାପାଖି 4-5 ଦିନ ଗଲେ ଉଷୁମ ପାଣିରେ ଅଳ୍ପ ଅଳ୍ପ କରି ଗାଧେଇବା ଆରମ୍ଭ କରିବେ l ଗାଧେଇବା ପୂର୍ବରୁ ପ୍ରଥମେ ଶୁଦ୍ଧ ହଳଦୀ ଓ ରାଶି ତେଲକୁ ଭଲ ଭାବରେ ମିସାଇ ଶରୀରରେ କିଛି ସମୟ ଲଗେଇ ରଖିବେ ଆଉ ତାପରେ ଉଷୁମ ପାଣି ଦ୍ୱାରା ଗାଧେଇବେ l


*ଫୋଟକା ଦାଗ ରହିଗଲେ କଣ କରିବେ??*


👉 ଏହି ରୋଗରେ ବହୁତ କମ ଲୋକଙ୍କ ରୋଗର ଦାଗ ରହେ l ଅଧିକ ଲୋକଙ୍କ ସମୟକ୍ରମେ ସବୁ ଦାଗ ଲିଭିଯାଏ l ଯେଉଁମାନେ ବହୁତ ମାତ୍ରରେ ଆକ୍ରାନ୍ତ ହୋଇଥାନ୍ତି କେବଳ ସେମାନେ ଏହି ଉପାୟ କରିପାରିବେ l ଦେଶୀ ଗାଈ କ୍ଷୀରକୁ ଶରୀରର ସବୁ ଜାଗାରେ ଲଗେଇବେ l ତାପରେ ପଇଡ଼ ପାଣିକୁ ବ୍ୟବହାର କରି ଶରୀରକୁ ଧୋଇବେ ଆଉ ପୋଛା ପୋଛି କରିବେ ନାହିଁ l ଏମିତି କିଛି ଦିନ କଲେ ଚର୍ମରେ କୌଣସି ଦାଗ ରହେ ନାହିଁ l


👉 ଦେଶୀ ଗାଈ ଘିଅ କିମ୍ବା ମହିଁଷି ଘିଅ ସହିତ ବଟା ହଳଦୀ ମିସାଇ ଲଗାଇ ପାରିବେ l


👉 ନିମ୍ବ ପତ୍ର ସହିତ ହଳଦୀ ବା ଘିକୁଆଁରୀ ପତ୍ର ରସ ମଧ୍ୟ ଲଗାଇ ପାରିବେ l


*ମନ୍ତ୍ର ଦ୍ୱାରା ଏହି ରୋଗର କିଛି ଚିକିତ୍ସା ଅଛି କି??*


ଆଜ୍ଞା ଅଛି l ମା ଶୀତଳୀ ଦେବୀଙ୍କ ମନ୍ତ୍ରର ଯେଉଁମାନେ ସାଧନା କରିଥାନ୍ତି କେବଳ ସେମାନେ ଏହି ରୋଗକୁ ଅତି ସହଜରେ ଭଲ କରିପାରିବେ l ଏହା ସତ୍ୟ l ବହୁତ ଲୋକ ଏହି ଧର୍ମ କାମ ଗାଁ ମାନଙ୍କରେ କରୁଛନ୍ତି l ସେମାନେ କେବେବି କୌଣସି ରୋଗୀଠାରୁ ପଇସା ନନେଇ ରୋଗୀକୁ ଭଲ କରିଦିଅନ୍ତି l ତେଣୁ ସେମିତି ଯଦି କେହି ଆପଣଙ୍କ ଅଞ୍ଚଳରେ ଥାଆନ୍ତି ଆପଣ ନିଶ୍ଚୟ ତାଙ୍କ ସାହାଯ୍ୟ ନେଇପାରିବେ l

ଏସବୁ ଥିଲା chicken pox ବା ମା ରୋଗର ସମ୍ପୂର୍ଣ ସମାଧାନ l ଆମର ସମ୍ପୂର୍ଣ ବିଶ୍ୱାସ ଏହି ପୋଷ୍ଟଟି ଆପଣଙ୍କ ନିଶ୍ଚୟ କାମରେ ଆସିବ l ଏହାକୁ ଯେତେ ପାରୁଛନ୍ତି share କରନ୍ତୁ ବା ଜଣାନ୍ତୁ ଯେପରିକି କେହି ଏହି ରୋଗ ହେଲେ ଭୟଭୀତ ହେବେନି l 



ମୋ ଆଈମା ସ୍ୱାସ୍ଥ୍ୟ କଥା - 14  ବିରୁଦ୍ଧ ଆହାର









.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)