ମୋ ଆଈମା ସ୍ୱାସ୍ଥ୍ୟ କଥା - 14 ବିରୁଦ୍ଧ ଆହାର

ମୋ ଆଈମା ସ୍ୱାସ୍ଥ୍ୟ କଥା - 14*  ବିରୁଦ୍ଧ ଆହାର



ଆଜି ଆଈମା ଆମକୁ ଏମିତି କିଛି ବିଷୟ ଉପରେ କହିବେ ଯାହାକି ଆପଣ ଜାଣିଲେ ଏବେଠୁ ମୁଣ୍ଡ ଆଉଁସିବା ଆରମ୍ଭ କରିଦେବେ l ଆମେ ସମସ୍ତେ ଏମିତି କିଛି ଭୁଲ ଖାଦ୍ୟ ପ୍ରତିଦିନ କିଛି ନା କିଛି ଖାଉଛେ ଯେଉଁଟା କି ଆମ ଆୟୁର୍ବେଦ ଓ ସଂସ୍କୃତି ଖାଇବା ପାଇଁ ସବୁବେଳେ ମନା କରିଆସିଛି l ଚାଲନ୍ତୁ ଜାଣିବା କଣ ସେ ସବୁ ଜିନିଷ l

 *👉 ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥା - ବିରୁଦ୍ଧ ଆହାର ଉପରେ* 

ଯେଉଁ ଆହାର କରିବା ଦ୍ୱାରା ଆମର ଶରୀର ଓ ମନ ଦୁହିଟା କ୍ଷତି ଗ୍ରସ୍ତ ହୁଏ ତାକୁ ବିରୁଦ୍ଧ ଆହାର କୁହାଯାଏ l ଉଦାହରଣ :-

 *1- କ୍ଷୀର ସହିତ ଲୁଣ, ଖଟା ଫଳ, ବାଇଗଣ, ଆଇଁସ ଜିନିଷ, ପଣସ, ପିଆଜ, ମୂଳା, ଚଣା ଜାତୀୟ ଜିନିଷ ଆଦି l* 

ଏହା ଦ୍ୱାରା ଆମର ପୃଥିବୀ ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ ଆଉ ନାନା ପ୍ରକାର ଚର୍ମ ରୋଗ ଦେଖାଯାଏ l ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମିଯାଏ l ବାଳ ଉପୁଡିବା ଆରମ୍ଭ ହୁଏ l

 *2- ଦହି ସହିତ ଲୁଣ ଓ ବିରି ଡାଲି ଖାଇବା (ଦହିବରା) ବିଲକୁଲ ଖାଇବା ଉଚିତ ନୁହଁ* 

ଏହା ଦ୍ୱାରା ଆମର ବ୍ଲଡ଼ ପ୍ରେସର ତୁରନ୍ତ ବଢିଯାଏ l ଶରୀର ଶିରା ପ୍ରଶିରା ବ୍ଲକ ହେବା ଆରମ୍ଭ ହୁଏ l 

 *3- ଛେନା ବା ପନିର ସହିତ ଲୁଣ ଓ ଚଣା* 

 ପନିର ଜିନିଷରେ ଲୁଣ ପଡିଲା ମାନେ ତାହା ବିଷ ହେଇଯାଏ l ଆପଣ ନିଜେ ପରୀକ୍ଷା କରି କହିବେ ଯେଉଁଦିନ ଆପଣ ପନିର ଖାଇବେ ସେହିଦିନ ଆପଣଙ୍କ ପେଟ ଅଶାନ୍ତ ରହେ l ଭାରି ଭାରି ଲାଗେ l ପେଟ ସଫା କରାଏ ନାହିଁ l ଶରୀରକୁ ବ୍ଲକ କରିଦିଏ l ଏହା ଆଜିକାଲି ସବୁ ଘରେ ଓ ଭୋଜି ମାନଙ୍କରେ ଖାଇବାକୁ ମିଳୁଛି l ଆପଣ ଠିକ ଭାବରେ ନଜାଣି ତାକୁ ଖାଇ ନିଜ ଶରୀର ପାଇଁ ସମସ୍ୟା ସୃଷ୍ଟି କରନ୍ତି l ଏହା ଚର୍ମ ରୋଗ କରେଇବାର ଗୋଟିଏ ପ୍ରମୁଖ କାରଣ ସାଜେ l ପନିର   ମାନେ କ୍ଷୀରର ଛେନା ଏକ ଅମୃତତୁଲ୍ୟ ଜିନିଷ କିନ୍ତୁ ଲୁଣକୁ ଆୟୁର୍ବେଦରେ ବିଷ କୁହାଯାଏ ସେଥିପାଇଁ ତ ଉପବାସ ବ୍ରତ କଲେ ଲୁଣ ଖାଇବା ମନା ଥାଏ ଆମ ସଂସ୍କୃତିରେ l

 *4- ସମ ପରିମାଣର ଘିଅ ଓ ମହୁ ବିଷ ତୁଲ୍ୟ* 

ସମ ଭାଗରେ ଘିଅ ଓ ମହୁ ଖାଇଲେ ପରିସ୍ରା ଓ ଝାଡା ବନ୍ଦ ହେଇଯାଏ ଏବଂ ଶରୀର ବିଷାକ୍ତ ହୋଇଯାଏ l ବିଷମ ପରିମାଣରେ ଖାଇଲେ କୌଣସି ଅସୁବିଧା ହୁଏ ନାହିଁ l ବହୁତ ଲାଭ କରେ l

5- *ଅଙ୍କୁରିତ ଜିନିଷ* 

ବହୁତ ଲୋକଙ୍କ ଭୁଲ ଧାରଣା ଏହିକି ଯେ ଗଜା ମୁଗ, ଗଜା ବୁଟ ଖାଇଲେ ବହୁତ ଭିଟାମିନ ଓ ପୋଷାକ ତତ୍ତ୍ୱ ମିଳେ କିନ୍ତୁ ଆପଣ ଜାଣିନାହାନ୍ତି ଏହା ଖାଇଲେ ଆପଣଙ୍କ ହଜମ ଶକ୍ତି କମିଯାଏ l ପେଟରେ ଗ୍ୟାସ ହୁଏ ଏବଂ ଏଥିରେ ଥିବା ଜୀବାଣୁମାନେ ଆପଣଙ୍କ ପେଟରେ ବହୁତ କ୍ଷତି କରନ୍ତି l ଅଧିକ ଦିନ ଅଙ୍କୁରିତ ଜିନିଷ ଶେବନ କରୁଥିବା ଲୋକମାନଙ୍କ ପାଖରେ ପେଟ ସମ୍ବନ୍ଧୀୟ ସମସ୍ୟା ସବୁ  ଦେଖାଯାଏ l ଏହା ହୃଦୟ ଆଘାତ ଆଣିବାରେ ମଧ୍ୟ ସହାୟକ ହୁଏ l ପ୍ରକୃତିର ନିୟମ ହେଲା *ଯେଉଁ ମଞ୍ଜିରେ ଗଜା ଆସିଛି ତାହା କୌଣସି ଜୀବର ଖାଇବା ପାଇଁ ଅନୁକୂଳ ନୁହଁ ତାହା କେବଳ ମାଟି ପାଇଁ ଅନୁକୂଳ ହୋଇଥାଏ l* 

 *6- ସକାଳେ କ୍ଷୀର ପିଇବା ଓ ରାତିରେ ଦହି ଖାଇବା* 

ସମୟ ଓ କାଳ ଦୃଷ୍ଟିରୁ ଆୟୁର୍ବେଦ ସବୁ ଖାଦ୍ୟ ଖାଇବା ପାଇଁ ଅଲଗା ଅଲଗା ସମୟ ନିର୍ଧାରଣ କରିଛି l ସକାଳେ ଫଳ, ଦୁହିପହର ରେ ଦହି ରାତି ପାଇଁ କ୍ଷୀରର ସମୟ ନିର୍ଦ୍ଧାରିତ ହୋଇଛି l କାରଣ ଯେଉଁ ଏଞ୍ଜାଇମଟି ଏସବୁ ଖାଦ୍ୟକୁ ପଚନ କରେଇବାରେ ସାହାଯ୍ୟ କରେ କେବଳ ଏହି ସମୟରେ ହିଁ ସକ୍ରିୟ ଥାଏ l ସେଥିପାଇଁ ସକାଳେ କ୍ଷୀର ପିଇଲେ ଏସିଡ଼ିଟି ଓ ଗ୍ୟାସ କରାଏ l କେବଳ ମା କ୍ଷୀର ଉପରେ ନିର୍ଭର ଥିବା ଶିଶୁମାନେ ସକାଳେ କ୍ଷୀର ପିଇପାରିବେ l

 *7- କରଲା ସହିତ କାଙ୍କୁଡ଼ି, ଟମାଟୋ ସହିତ କାଙ୍କୁଡ଼ି, ଲେମ୍ବୁ ସହିତ ଗାଜର* 

ସାଲାଡ଼ ଖାଇବା ବେଳେ କିଛି ବଡ଼ ଭୁଲ ଆମେ କରୁ l ଉପରେ ଯାହା ଲେଖା ହେଇଛି ତାକୁ ଏକା ସାଙ୍ଗରେ ଖାଇବା ଅନୁଚିତ l ସାଲାଡ଼ ଖାଇବା ପାଇଁ ସମୟ ହେଲା ଭୋଜନ କରିବାର 1-2 ଘଣ୍ଟା ପୂର୍ବ ହେବା ଉଚିତ l ଭୋଜନ କରି ସାରିବା ପରେ ସାଲାଡ଼ ଖାଇଲେ ଖାଦ୍ୟ ହଜମରେ ବାଧା ସୃଷ୍ଟି ହୁଏ l ଗାଜର ସହିତ ଲେମ୍ବୁ ଖାଇଲେ ମୂତ୍ର ରୋଗ ଦେଖାଯାଏ l ଟମାଟୋ ସହିତ କାଙ୍କୁଡ଼ି ଖାଇଲେ ବା କାଙ୍କୁଡ଼ି ସହିତ କରଲା ଖାଇଲେ ପେଟ ଗ୍ୟାସ ହୁଏ l

 *8- ମହୁ ଓ ଦହିକୁ ଗରମ କରିବା* 

ମହୁ ଓ ଦହିକୁ ଗରମ କରି ଖାଇଲେ ଶରୀର ପାଇଁ କୌଣସି କାମ କରେ ନାହିଁ l ନାନା ପ୍ରକାର କଫ ରୋଗ ଦେଖାଯାଏ l

 *9- ଘିଅକୁ ତମ୍ବା ପାତ୍ର ରେ ରଖିଲେ ଘିଅର ଔଷଧୀୟ ଗୁଣ ସମ୍ପୂର୍ଣ ନଷ୍ଟ ହୋଇଯାଏ* 

 *10- କଦଳୀ ସହିତ କ୍ଷୀର* 

ଏହା ଖାଇଲେ ପେଟ ସଫା ହୁଏନାହିଁ  ଓ ନାନା ପ୍ରକାର ଚର୍ମ ରୋଗକୁ ବଢ଼େଇଥାଏ l

 *11- ଚଣା ସହିତ ରସୁଣ ଖାଇବା* 

ଚଣା ସବୁବେଳେ ଅପରାହ୍ନ 4 ଟା ପୂର୍ବରୁ ଖାଇବା ଉଚିତ l ସନ୍ଧ୍ୟାରେ ଚଣା ଜାତୀୟ ଜିନିଷ ଖାଇଲେ ପେଟରେ ଗ୍ୟାସ ହୁଏ l ଚଣା ସହିତ ରସୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ l

 *12- ମାଛ ମାଂସ ସହିତ ଆଳୁ ଖାଇବା* 

ଏହାକୁ ଖାଇଲେ ପେଟରେ ନାନା ପ୍ରକାର ରୋଗ ତିଆରି ହୁଏ l ଗ୍ୟାସ, ଏସିଡ଼ିଟି, ପେଟ ସଫା ନହେବା, ଠିକ ଭାବେ ହଜମ ନହେବା, ବ୍ଳକେଜ ସମସ୍ୟା ଆଦି ସୃଷ୍ଟି ହୋଇଥାଏ l

 *ଆମର ପରବର୍ତ୍ତୀ ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଜାଣିବା କେଉଁ ମାସ ପାଇଁ କେଉଁ ଖାଦ୍ୟ ଖାଇବା ଖରାପ ଓ କେଉଁ ଖାଦ୍ୟ ଖାଇବା ଖୁବ ସ୍ୱାସ୍ଥ୍ୟକର ହୋଇଥାଏ???* 

ଆମର ଆଶା ଆପଣ ନିଶ୍ଚୟ ମୋ ଆଈମା ସ୍ୱାସ୍ଥ୍ୟ କଥା ଦ୍ୱାରା ବହୁତ ଉପକୃତ ହେଉଥିବେ l ଏହି ପ୍ରାଚୀନ ଜ୍ଞାନକୁ ଅଧିକରୁ ଅଧିକ ଲୋକଙ୍କୁ ଜଣାଯାଉ l କେହି ରୋଗୀ ନ ରହନ୍ତୁ l ସୁସ୍ଥ ରହି ବୈଜ୍ଞାନିକ ଶୈଳୀରେ ନିରାମୟ ଜୀବନ ଯାପନ କରନ୍ତୁ l ଏଇଟା ଆମ ସମସ୍ତଙ୍କ ପ୍ରିୟ ଆଈମାଙ୍କର ଆଶୀର୍ବାଦ 🙋‍♀️
*ମୋ ଆଈମା ସ୍ୱାସ୍ଥ୍ୟ କଥା – 14 ବିରୁଦ୍ଧ ଆହାର ଉପରେ…*

ଆଜି ଆଈମା ଆମକୁ ଏମିତି କିଛି ବିଷୟ ଉପରେ କହିବେ ଯାହାକି ଆପଣ ଜାଣିଲେ ଏବେଠୁ ମୁଣ୍ଡ ଆଉଁଷିବା ଆରମ୍ଭ କରିବେ l ଆମେ ସମସ୍ତେ ପ୍ରତିଦିନ ଏମିତି କିଛି ନା କିଛି ଭୁଲ ଖାଦ୍ୟ ଖାଉଛେ ଯେଉଁଟା କି ଆମ ଆୟୁର୍ବେଦ ଓ ସଂସ୍କୃତି ଖାଇବା ପାଇଁ ସବୁବେଳେ ମନା କରିଆସିଛି l ଚାଲନ୍ତୁ ଜାଣିବା କଣ ସେ ସବୁ ଖାଦ୍ୟ ପଦାର୍ଥ ବିଷୟରେ l

ଯେଉଁ ଆହାର କରିବା ଦ୍ୱାରା ଆମର ଶରୀର ଓ ମନ ଦୁହିଁଟା କ୍ଷତି ଗ୍ରସ୍ତ ହୁଏ ତାକୁ ବିରୁଦ୍ଧ ଆହାର କୁହାଯାଏ l ଉଦାହରଣ :-

1- କ୍ଷୀର ସହିତ ଲୁଣ, ଖଟା ଫଳ, ବାଇଗଣ, ଆମିଷ ଜିନିଷ, ପଣସ, ପିଆଜ, ମୂଳା, ଚଣା ଜାତୀୟ ଖାଦ୍ୟ ଆଦି l

 ଏହା ଦ୍ୱାରା ଆମର ପୃଥିବୀ ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ ଆଉ ନାନା ପ୍ରକାର ଚର୍ମ ରୋଗ ଦେଖାଯାଏ l ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମିଯାଏ l କେଶ ଉପୁଡିବା ଆରମ୍ଭ ହୁଏ l

2- ଦହି ସହିତ ଲୁଣ ଓ ବିରି ଡାଲି ଖାଇବା (ଦହିବରା) ବିଲକୁଲ ଖାଇବା ଉଚିତ ନୁହଁ । 

ଏହା ଦ୍ୱାରା ଆମର ବ୍ଲଡ଼ ପ୍ରେସର ତୁରନ୍ତ ବଢିଯାଏ l ଶରୀର ଶିରା ପ୍ରଶିରା ବ୍ଲକ ହେବା ଆରମ୍ଭ ହୁଏ l

3- ଛେନା ବା ପନିର ସହିତ ଲୁଣ ଓ ଚଣା।

ଛେନା ବା ପନିର ଜିନିଷରେ ଲୁଣ ପଡିଲା ମାନେ ତାହା ବିଷ ହେଇଯାଏ l ଆପଣ ନିଜେ ପରୀକ୍ଷା କରି କହିବେ ଯେଉଁଦିନ ଆପଣ ପନିର ଖାଇବେ ସେହିଦିନ ଆପଣଙ୍କ ପେଟ ଅଶାନ୍ତ ରହେ l ଭାରି ଭାରି ଲାଗେ l ପେଟ ସଫା ହୁଏ ନାହିଁ l ଶରୀରକୁ ବ୍ଲକ କରିଦିଏ l ଏହା ଆଜିକାଲି ସବୁ ଘରେ ଓ ଭୋଜି ମାନଙ୍କରେ ଖାଇବାକୁ ମିଳୁଛି l ଆପଣ ଠିକ ଭାବରେ ନଜାଣି ତାକୁ ଖାଇ ନିଜ ଶରୀର ପାଇଁ ସମସ୍ୟା ସୃଷ୍ଟି କରନ୍ତି l ଏହା ଚର୍ମ ରୋଗ କରିବାରେ ଗୋଟିଏ ପ୍ରମୁଖ କାରଣ ସାଜେ l ପନିର ମାନେ କ୍ଷୀରର ଛେନା ଏକ ଅମୃତତୁଲ୍ୟ ଜିନିଷ କିନ୍ତୁ ଲୁଣକୁ ଆୟୁର୍ବେଦରେ ବିଷ କୁହାଯାଏ ସେଥିପାଇଁ ତ ଉପବାସ ବ୍ରତ କଲେ ଲୁଣ ଖାଇବା ମନା ଥାଏ ଆମ ସଂସ୍କୃତିରେ l

4- ସମ ପରିମାଣରେ ଘିଅ ଓ ମହୁ ବିଷ ତୁଲ୍ୟ । 

ସମ ପରିମାଣରେ ଘିଅ ଓ ମହୁ ଖାଇଲେ ପରିସ୍ରା ଓ ଝାଡା ବନ୍ଦ ହେଇଯାଏ ଏବଂ ଶରୀର ବିଷାକ୍ତ ହୋଇଯାଏ l ବିଷମ ପରିମାଣରେ ଖାଇଲେ କୌଣସି ଅସୁବିଧା ହୁଏ ନାହିଁ l ବହୁତ ଲାଭ କରେ l

5- ଅଙ୍କୁରିତ ଜିନିଷ । 

ବହୁତ ଲୋକଙ୍କ ଭୁଲ ଧାରଣା ଅଛି ଯେ ଗଜା ମୁଗ, ଗଜା ବୁଟ ଖାଇଲେ ବହୁତ ଭିଟାମିନ ଓ ପୋଷାକ ତତ୍ତ୍ୱ ମିଳେ କିନ୍ତୁ ଆପଣ ଜାଣିନାହାନ୍ତି ଏହା ଖାଇଲେ ଆପଣଙ୍କ ହଜମ ଶକ୍ତି କମିଯାଏ l ପେଟରେ ଗ୍ୟାସ ହୁଏ ଏବଂ ଏଥିରେ ଥିବା ଜୀବାଣୁମାନେ ଆପଣଙ୍କ ପେଟରେ ବହୁତ କ୍ଷତି କରନ୍ତି l ଅଧିକ ଦିନ ଅଙ୍କୁରିତ ଜିନିଷ ସେବନ କରୁଥିବା ଲୋକମାନଙ୍କ ପାଖରେ ପେଟ ସମ୍ବନ୍ଧୀୟ ସମସ୍ୟା ସବୁ ଦେଖାଯାଏ l ଏହା ହୃଦୟ ଆଘାତ ଆଣିବାରେ ମଧ୍ୟ ସହାୟକ ହୁଏ l ପ୍ରକୃତିର ନିୟମ ହେଲା ଯେଉଁ ମଞ୍ଜିରେ ଗଜା ଆସିଛି ତାହା କୌଣସି ଜୀବର ଖାଇବା ପାଇଁ ଅନୁକୂଳ ନୁହଁ ତାହା କେବଳ ମାଟି ପାଇଁ ଅନୁକୂଳ ହୋଇଥାଏ l

6- ସକାଳେ କ୍ଷୀର ପିଇବା ଓ ରାତିରେ ଦହି ଖାଇବା ।

ସମୟ ଓ କାଳ ଦୃଷ୍ଟିରୁ ଆୟୁର୍ବେଦ ସବୁ ଖାଦ୍ୟ ଖାଇବା ପାଇଁ ଅଲଗା ଅଲଗା ସମୟ ନିର୍ଧାରଣ କରିଛି l ସକାଳେ ଫଳ, ଦୁହିପହର ରେ ଦହି ରାତି ପାଇଁ କ୍ଷୀରର ସମୟ ନିର୍ଦ୍ଧାରିତ ହୋଇଛି l କାରଣ ଯେଉଁ ଏଞ୍ଜାଇମ ସବୁ ଖାଦ୍ୟକୁ ପଚନ କରାଇ ବାରେ ସାହାଯ୍ୟ କରେ କେବଳ ଏହି ସମୟରେ ହିଁ ସକ୍ରିୟ ଥାଏ l ସେଥିପାଇଁ ସକାଳେ କ୍ଷୀର ପିଇଲେ ଏସିଡ଼ିଟି ଓ ଗ୍ୟାସ କରାଏ l କେବଳ ମା କ୍ଷୀର ଉପରେ ନିର୍ଭର ଥିବା ଶିଶୁମାନେ ସକାଳେ କ୍ଷୀର ପିଇପାରିବେ l

7- କରଲା ସହିତ କାକୁଡ଼ି, ଟମାଟୋ ସହିତ କାକୁଡ଼ି, ଲେମ୍ବୁ ସହିତ ଗାଜର । 

ସାଲାଡ଼ ଖାଇବା ବେଳେ କିଛି ବଡ଼ ଭୁଲ ଆମେ କରୁ l ଉପରେ ଯାହା ଲେଖା ହେଇଛି ତାକୁ ଏକା ସାଙ୍ଗରେ ଖାଇବା ଅନୁଚିତ l ସାଲାଡ଼ ଖାଇବା ପାଇଁ ସମୟ ହେଲା ଭୋଜନ କରିବାର 1-2 ଘଣ୍ଟା ପୂର୍ବ ହେବା ଉଚିତ l ଭୋଜନ କରି ସାରିବା ପରେ ସାଲାଡ଼ ଖାଇଲେ ଖାଦ୍ୟ ହଜମରେ ବାଧା ସୃଷ୍ଟି ହୁଏ l ଗାଜର ସହିତ ଲେମ୍ବୁ ଖାଇଲେ ମୂତ୍ର ରୋଗ ଦେଖାଯାଏ l ଟମାଟୋ ସହିତ କାକୁଡ଼ି ଖାଇଲେ ବା କାକୁଡ଼ି ସହିତ କରଲା ଖାଇଲେ ପେଟ ଗ୍ୟାସ ହୁଏ l

8- ମହୁ ଓ ଦହିକୁ ଗରମ କରିବା । 

ମହୁ ଓ ଦହିକୁ ଗରମ କରି ଖାଇଲେ ଶରୀର ପାଇଁ କୌଣସି କାମ କରେ ନାହିଁ l ନାନା ପ୍ରକାର କଫ ରୋଗ ଦେଖାଯାଏ l

9- ଘିଅକୁ ତମ୍ବା ପାତ୍ର ରେ ରଖିଲେ ଘିଅର ଔଷଧୀୟ ଗୁଣ ସମ୍ପୂର୍ଣ ନଷ୍ଟ ହୋଇଯାଏ । 

10- କଦଳୀ ସହିତ କ୍ଷୀର । 

ଏହା ଖାଇଲେ ପେଟ ସଫା ହୁଏ ନାହିଁ ଓ ନାନା ପ୍ରକାର ଚର୍ମ ରୋଗକୁ ବଢ଼ାଇଥାଏ l

11- ଚଣା ସହିତ ରସୁଣ ଖାଇଲେ । 

ଚଣା ସବୁବେଳେ ଅପରାହ୍ନ 4 ଟା ପୂର୍ବରୁ ଖାଇବା ଉଚିତ l ସନ୍ଧ୍ୟାରେ ଚଣା ଜାତୀୟ ଖାଦ୍ୟ ଖାଇଲେ ପେଟରେ ଗ୍ୟାସ ହୁଏ l ଚଣା ସହିତ ରସୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ l





ମୋ ଆଈମା ସ୍ୱାସ୍ଥ୍ୟ କଥା - 14(a) କ୍ଷୀର ସହିତ କେଉଁ ଜିନିଷ ଖାଇବା କ୍ଷତିକାରକ ଅଟେ


ମୋ ଆଈମା ସ୍ୱାସ୍ଥ୍ୟ କଥା - 15 ରୋଷେଇ ରୋଷେଇ ର ସଠିକ୍ ଶୈଳୀ ଉପରେ…






.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)