ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା - 02  ପୁଂଛି ଖେଳ

ଗାଁ ରେ ରହୁଥିବା ବେଳେ ଥରେ ମୁଁ ମୋ ଆଈମାକୁ ଗୋଟିଏ ପ୍ରଶ୍ନ କରିଥିଲି l ପ୍ରଶ୍ନଟି ଥିଲା ଆଈମା ଆଜିକାଲି ମୁଁ ଦେଖୁଛି ପ୍ରାୟ ସମସ୍ତେ ପେଟ କାଟି ପ୍ରସବ କରାଉଛନ୍ତି l ସେମାନେ ନଚାହିଁଲେ ମଧ୍ୟ ପ୍ରସବ ସମୟରେ ଏମିତି ସମସ୍ୟାମାନ ଆସିଯାଉଛି କି ଡାକ୍ତର ମଧ୍ୟ ପେଟ କାଟି ଛୁଆ ବାହାର କରିବା ପାଇଁ ବାଧ୍ୟ ହେଉଛନ୍ତି l ଆଜିକାଲି ଏହି ଅପ୍ରାକୃତିକ କାମ ବଢ଼ି ବଢ଼ି ଚାଲିଛି l ଏହାର ମୂଳ କାରଣ କଣ? କଣ ପାଇଁ ଆଜିକାଲି ଏହି ସମସ୍ୟା ଅଧିକ ଦେଖାଯାଉଛି?? ଏହାର କିଛି ସମାଧାନ ଅଛି କି??? ମୋର ପ୍ରଶ୍ନ ଶୁଣି ଆଈମା କହିଲା....  ଆମ ସମୟରେ ଆମେ ପିଲାଦିନେ କିଛି ଖେଳ ଖେଳୁଥିଲୁ ଏ ଯେମିତିକି "ପୁଂଛି ଖେଳ" l ମୋ ମତରେ ଏହି ଖେଳ ପ୍ରତ୍ୟେକ ଝିଅ ପିଲା ତାର ପିଲାଦିନେ ନିଶ୍ଚିତ ଖେଳିବା ଉଚିତ l ଏହି ଖେଳରେ ଝିଅ ପିଲାମାନଙ୍କର ବହୁତ ସ୍ୱାସ୍ଥ୍ୟର ଉନ୍ନତି ହୋଇଥାଏ l ଜଣେ ଛୋଟ ଝିଅ ଯେତେବେଳେ ଖୁସିର ସହିତ ଏହି ପୁଂଛି ଖେଳେ ତାର ପେଟରେ ଓ ଅଣ୍ଟାରେ ଭଲ ପ୍ରଭାବ ପଡେ ଆଉ ମଜବୁତ ହୋଇଥାଏ l ଆଜି କଣ ସେଇ ଖେଳ ଝିଅ ପିଲାମାନେ ଖେଳୁଛନ୍ତି??? ତୋ ମା, ମୁଁ ସମସ୍ତେ ଅଜାଣତରେ ଏହି ଖେଳ ଖେଳିକି ଆସିଛୁ କାରଣ ଆମ ସମୟରେ ଏହି ଖେଳ ସାଧାରଣ ଗାଉଁଲି ଖେଳ ଥିଲା l ଆମ ଗାଁରେ ସମସ୍ତଙ୍କ ସହଜ ପ୍ରସବ ହେଉଥିଲ l ସେଥିପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଦିନେ ଏହି ପୁଂଛି ଖେଳ ଝିଅମାନଙ୍କର ଏକ ପ୍ରମୁଖ ଖେଳ ଭିତରୁ ଗୋଟିଏ ଥିଲା l ଯେଉଁମାନେ ଏହି ଖେଳ ତାଙ୍କ ପିଲାଦିନେ ଖେଳିନଥାନ୍ତି ସେମାନଙ୍କର ଖୁବ ସମସ୍ୟାସବୁ ରୁହେ l ଆଈମାର ଉତ୍ତର ଶୁଣି ମୁଁ ଚିନ୍ତାକରିବାକୁ ଲାଗିଲି l ଶିଳରେ ବାଟିବା, ଲୁଗା ସଫା କରିବା, ଚକିରେ ପେଷିବା, ଗରାରେ ପାଣି ଆଣିବା, ଚୂଲିରେ ବସିକି ରୋଷେଇ କରିବା ଏସବୁ ବିଷୟରେ ମୋର ଧାରଣା ଥିଲା କିନ୍ତୁ ଆଜି ଗୋଟିଏ ନୂଆ ଜିନିଷ ଆଈମା ଠୁ ଶିଖିଲି....କେମିତି ପିଲାଦିନର ଗୋଟିଏ ଖେଳ ନାରୀଜୀବନରେ ଖୁସି ଆଣିପାରୁଛି ଆଉ ତାକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରୁଛି ??? 



ଭାରତୀୟ ଗ୍ରାମ୍ୟ ସଂସ୍କୃତିରୁ ଆସିଥିବା ଏହି ବିଶିଷ୍ଟ ପିଲାଦିନର ଖେଳ ଯେତିକି ଖୁସି ଦିଏ ମନ ଓ ପ୍ରାଣକୁ ସେତିକି ସ୍ୱାସ୍ଥ୍ୟ ମଧ୍ୟ ପ୍ରଦାନ କରେ ମୁଁ ଗର୍ବ କରେ ଆମର ବୈଜ୍ଞାନିକ ଗାଉଁଲି ସଂସ୍କୃତି ଉପରେ l ମୁଁ ଗର୍ବ କରେ ମୋ ଆଈ ଉପରେ ଯିଏକି ମୋତେ ଏଭଳି ଦୁର୍ଲଭ ଜ୍ଞାନ ଦେଇ ମୋର ମାର୍ଗଦର୍ଶନ କରେ l


ଶେଷରେ ଆପଣମାନଙ୍କ ଠାରେ ବିନମ୍ର ଅନୁରୋଧ କି ନିଜ ଛୋଟ ଝିଅ ପିଲାଙ୍କୁ ସେଇ ସ୍ୱାଧୀନତା ଦେଇ ତାଙ୍କୁ ଏହି ବିଶିଷ୍ଟ ଖେଳକୁ ନିଶ୍ଚୟ ଖେଳିବା ପାଇଁ କୁହନ୍ତୁ ଏବଂ ଆଗ୍ରହ ସୃଷ୍ଟି କରାନ୍ତୁ l ଆସନ୍ତୁ ହଜିଯାଇଥିବା ଏହି ବୈଜ୍ଞାନିକ ସଂସ୍କୃତିର ଖେଳକୁ ପୁଣି ଥରେ ଫେରାଇଆଣିବା l






ମୋ ଆଈମା ସ୍ବାସ୍ଥ୍ଯ କଥା - 03 ତୃଣଭୋଜୀ ପ୍ରାଣୀ ଏବଂ ମାଂସାସି ପ୍ରାଣୀ
 

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)