ମୋ ଆଈମା ସ୍ୱାସ୍ଥ୍ୟ କଥା - 66 ଗାଇର ରଙ୍ଗ ଅନୁସାରେ ତାର ମହତ୍ଵ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 66 ଗାଇର ରଙ୍ଗ ଅନୁସାରେ ତାର ମହତ୍ଵ*
ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ଦୁଇଟି ଜିନିଷ ଜାଣିବା.....
1- ଗାଈର ରଙ୍ଗ ସହିତ ସାଂସ୍କୃତିକ ବୈଶିଷ୍ଟ୍ୟ l
2- କେଉଁ ରୋଗ ପାଇଁ କେଉଁ ରଙ୍ଗର ଗାଈ ବେଶୀ ଭଲ??
ଏମିତି ତ ସମସ୍ତ ଦେଶୀ ଗାଈର ଦୁଗ୍ଧ ପୁଷ୍ଟିଦାୟକ ତଥା ସ୍ଵାସ୍ଥ୍ୟ, ବଳ, ବୃଦ୍ଧି ଓ ସାତ୍ତ୍ବିକତା ବର୍ଦ୍ଧକ କିନ୍ତୁ କିପରି ସୂକ୍ଷ୍ମ ଦୃଷ୍ଟି ଭାରତ ସନ୍ଥ-ମହାପୁରୁଷଙ୍କର, ଯେଉଁମାନେ ଭିନ୍ନ ଭିନ୍ନ ରଙ୍ଗର ଗାଈଠାରେ ପ୍ରାପ୍ତ ଭିନ୍ନ ଭିନ୍ନ ବିଶେଷତାର ମଧ୍ଯ ଅନୁସନ୍ଧାନ କରିଛନ୍ତି ।
*👇1- ଶ୍ଵେତ (ଧଳା) ରଙ୍ଗର ଗାଈ👇*
👉 ଶ୍ଵେତ ରଙ୍ଗର ଗାଈଠାରେ ଧୃତି, ସ୍ମୃତି ବର୍ଦ୍ଧିତ ହୋଇ ରହିଥାଏ । ପ୍ରାଚୀନ କାଳରେ ରୁଷି-ମୁନି ମାନେ ଅଧିକତର ଶ୍ଵେତ ଗାଈର କ୍ଷୀର ସେବନ କରୁଥିଲେ କାରଣ ଏହାଦ୍ବାରା ଆଧ୍ୟାତ୍ମିକ ବଳ ଓ ବିଦ୍ୟାର ଅଭିବୃଦ୍ଧି ହୁଏ ।
👉 ପ୍ରାଚୀନ ଗୁରୁକୁଳରେ ବିଦ୍ୟାର୍ଥିମାନଙ୍କୁ ଶ୍ଵେତ ଗାଇର ଦୁଗ୍ଧ, ଦହି ଆଦି ପ୍ରଦାନ କରାଯାଉଥିଲା, ଯାହା ଦ୍ୱାରା ସେମାନଙ୍କର ବୁଦ୍ଧି ବେଦ ଆଦି ବିଦ୍ୟାକୁ କଣ୍ଠସ୍ଥ କରିବାରେ ସମର୍ଥ ହେଉଥିଲା ।
👉 ଏମାନଙ୍କର ଦୁଗ୍ଧ କଫକାରକ ତଥା ଗରିଷ୍ଠ କିନ୍ତୁ ଏଥିରେ ଶୁଣ୍ଠି, ଗୋଲମରିଚ, ପିପ୍ପଳୀ, ହଳଦି ଆଦି ପକାଇ ପାନ କଲେ ତାହା ତ୍ରିଦୋଷଶାମକ ଓ ସୁପାଚ୍ୟ ହୋଇଯାଏ ।
👉 ଗର୍ଭବତୀ ମା 'ଯଦି ଧଳା ବାଛୁରି ଥିବା ଧଳା ଗାଈର ଦୁଗ୍ଧ ରୁପା ପାତ୍ରରେ ପିଅନ୍ତି ତେବେ ତାଙ୍କୁ ଦୀର୍ଘାୟୁ, ଗୌରବର୍ଣ୍ଣ ତଥା ଓଜସ୍ଵୀ, ତେଜସ୍ଵୀ ଓ ନିରାମୟ ସନ୍ତାନର ପ୍ରାପ୍ତି ହୁଏ ।
👉 ଧଳା ଗାଈର ଦୁଗ୍ଧରେ ବ୍ରାହ୍ମୀ, ଶଙ୍ଖପୁଷ୍ପୀ, ଆଦି ମେଧାଜନକ ଔଷଧ ଦ୍ବାରା ସିଦ୍ଧ କରି ମନୋରୋଗୀଙ୍କୁ ତାହାର ସେବନ କରାଇଲେ ସେମାନଙ୍କ ମାନସିକ ରୋଗ ଶାନ୍ତ ହୁଏ ।
ବିଶେଷ ସ୍ୱାସ୍ଥ୍ୟ ଲାଭ :- ସମସ୍ତ ପ୍ରକାର ଗରମ ବାତ, ପିତ୍ତ ଜନିତ ରୋଗ ପାଇଁ ବେଶୀ କାମ କରେ l
*👇2- ଲାଲ ରଙ୍ଗର ଗାଈ👇*
👉 ଲାଲ ଗାଈ ସୂର୍ଯ୍ୟଙ୍କ କିରଣ ସେବନ କରି ଶୌରଶକ୍ତିକୁ ନିଜ ଦୁଗ୍ଧରେ ପ୍ରବାହିତ କରେ । ଏପରି ଗାଈଙ୍କର ଦୁଗ୍ଧ ବାୟୁ, କଫ ଶାମକ ଓ ଶରୀରକୁ ବଳିଷ୍ଠ କରେ । ଏହାର ଦୁଗ୍ଧରେ ଶୌରଶକ୍ତି ସବିଶେଷ ରହେ ତେଣୁ କ୍ଷତ୍ରିୟମାନଙ୍କ ପାଇଁ ଲାଲ ରଙ୍ଗର ଗାଈ ଉଲ୍ଲେଖ ଅଛି । କ୍ଷତ୍ରିୟ ଯୁଦ୍ଧ ପାଇଁ ଯିବା ସମୟରେ ମଧ୍ଯ ନିଜ ସଙ୍ଗରେ ଲାଲ ଗାଈର ଗୋଠ ନେଇ ଯାଉଥିଲେ ।
ବିଶେଷ ସ୍ୱାସ୍ଥ୍ୟ ଲାଭ :- ଜ୍ୱର ପାଇଁ, ଥଣ୍ଡା ପାଇଁ, ଅର୍ଶ ପାଇଁ, ଚର୍ମ ରୋଗ ପାଇଁ, ଅମ୍ଳ ପାଇଁ ବେଶୀ ସହାୟକ ହୋଇଥାଏ l
*👇ଗୋ ରୋହିତସ୍ୟ ବର୍ଣ୍ଣେନ ତ୍ଵା ପରି ଦଧ୍ମସି👇*
👉 ରୋହିତ ଅର୍ଥାତ୍ ନାଲି ବର୍ଣ୍ଣର ଗାଇ ମନୁଷ୍ଯର ହୃଦରୋଗ ଓ ପାଣ୍ଡୁରୋଗ ର ନିବାରଣ କରିଥାଏ । ହୃଦ୍ ରୋଗର ଉପଚାର ପାଇଁ ଯେତେ ଲାଭ ( ସୂର୍ଯ୍ୟ- ସ୍ନାନ ଆଦି ) ରୁ ହୁଏ ସେତେ ଲାଭ ନାଲି ରଙ୍ଗର ଗାଈର ଗୋ-ରସ (ଗାଇର ଦୁଗ୍ଧ, ଘୋଳଦହି ) ସେବନରୁ ହୁଏ ।
👉 ବୈଦିକ କାଳରେ ଯୁଦ୍ଧ ସମୟରେ ସେନା ସହିତ ଲାଲ ରଙ୍ଗର ଗାଈ ରଖା ଯାଉଥିଲା, ଯେଉଁମାନଙ୍କ ଦୁଗ୍ଧ ପାନ କରି ଯୋଦ୍ଧାମାନଙ୍କ ଶୌର୍ଯ୍ୟଶକ୍ତି ସମ୍ବର୍ଦ୍ଧିତ ହେଉଥିଲା । ଏହା ଦ୍ବାରା ଯୁଦ୍ଧରେ ଲଢିବା ସମୟରେ ସେମାନେ କ୍ଲାନ୍ତ ହେଉନଥିଲେ ।
*👇3- କସରା ରଙ୍ଗର ଗାଈ👇*
👉 କସରା ରଙ୍ଗ ଗାଈର ଦୁଗ୍ଧ ବାତ-ପିତ୍ତ ଶାମକ । ଏହାର ସେବନ ଦ୍ବାରା ବ୍ଯବହାର- ପାଳନ, ବାଣିଜ୍ଯ -ବ୍ୟବସାୟ ଓ ନୈତିକତା ବୃଦ୍ଧି ହୁଏ । ଏଣୁ ବୈଶ୍ୟ ଏପରି ଗାଈ ରଖୁଥିଲେ ।
*👇4- ଛିଟ ରଙ୍ଗର ଗାଈ👇*
👉 ଏହି ଗାଈର ଦୁଗ୍ଧ ବାତ ଶାମକ ଯାହା ପାନକଲେ ସେବା କାର୍ଯ୍ୟରେ କୁଶଳତା ଆସେ । ଏଥିପାଇଁ ଶୁଦ୍ର ବର୍ଣ୍ଣର ଲୋକ ଏହି ଗାଈ ପାଳନ କରୁଥିଲେ ।
*👇5- କଳା ରଙ୍ଗର ଗାଈ👇*
👉 କଳା ରଙ୍ଗ ଗାଈର ଦୁଗ୍ଧ ଅନ୍ୟ ଗାଈ ଅପେକ୍ଷା ଅଧିକ ଗୁଣକାରୀ । ଏମାନଙ୍କର ଦୁଗ୍ଧ ଅଗ୍ନିମାନ୍ଦ୍ୟଜନିତ ରୋଗ-ନାଶକ ଓ ଉତ୍ତମ ବାତଶାମକ । ପଞ୍ଚଗବ୍ୟ ପ୍ରସ୍ତୁତିରେ କାଳି ଗାଇର ଗୋବର ରସ ନେବା ଶ୍ରେଷ୍ଠ ।
ବିଶେଷ ସ୍ୱାସ୍ଥ୍ୟ ଲାଭ :- ସମସ୍ତ ପ୍ରକାର ବାତ, କଫ ରୋଗ ପାଇଁ, କ୍ୟାନ୍ସର ରୋଗ ପାଇଁ, ଚର୍ମ ରୋଗ ପାଇଁ, କେଶ ସମସ୍ୟା ପାଇଁ ଇତ୍ୟାଦି...
*ସମ୍ପ୍ରତି ଗୋ-ହତ୍ୟାର ବୃଦ୍ଧି ଓ ଗୋପାଳନ ହେତୁ ଲୋକମାନଙ୍କ ଅନୁଗ୍ରହ କାରଣରୁ ଆମର ରୁଷି, ମୁନି ମାନଙ୍କର ଏପରି ମହାନ ଅନୁସନ୍ଧାନର ଲାଭ ଉଠାଇବା ସଭିଙ୍କ ପାଇଁ ସମ୍ଭବ ହୋଇପାରୁ ନାହିଁ । ଏଣୁ ଆଜି ଗୋ-ସେବା, ଗୋ ସଂରକ୍ଷଣ ଓ ସମ୍ବର୍ଦ୍ଦନ ପାଇଁ ସମସ୍ତେ ଅବଶ୍ଯ ପ୍ରୟାସ କରିବା ଉଚିତ ।*
ମୋ ଆଈମା ସ୍ୱାସ୍ଥ୍ୟ କଥା - 068 ଉଦୁମ୍ବର ବା ଡ଼ିମିରି ବୃକ୍ଷ ବିଷୟରେ
.

Comments
Post a Comment