ମୋ ଆଈମା ସ୍ୱାସ୍ଥ୍ୟ କଥା - 068 ଉଦୁମ୍ବର ବା ଡ଼ିମିରି ବୃକ୍ଷ ବିଷୟରେ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 068* ଉଦୁମ୍ବର ବା ଡ଼ିମିରି ବୃକ୍ଷ ବିଷୟରେ 👏👏✍️✍️

ପୃଥିବୀରେ ଏମିତି କିଛି ବୃକ୍ଷ, ଲତା ରହିଛି ଯାହାକି କେଉଁ ଅନାଦୀ କାଳରୁ ଏକ ପବିତ୍ର ବୃକ୍ଷ ଭାବେ ପୂଜିତ ହେଇଆସୁଛି l ଏହି ବୃକ୍ଷମାନେ ନିଶ୍ଚିତ ରୂପେ ଅଧିକ ପୁଣ୍ୟ ଅର୍ଜନ କରିଛନ୍ତି ସେଥିପାଇଁ ପ୍ରକୃତି ତାଙ୍କୁ ଅସୀମ ଦିବ୍ୟଶକ୍ତି ସମ୍ପନ୍ନ କରାଇଛି l ଆମେ ଯେତେବେଳେ କୌଣସି ଯଜ୍ଞ କରନ୍ତି ସେତେବେଳେ ନବଗ୍ରହଙ୍କୁ ନିଶ୍ଚିତ ଅର୍ଘ୍ୟ ପ୍ରଦାନ କରନ୍ତି ନବ ଗ୍ରହ କାଠ ବ୍ୟବହାର କରି,  ଯେପରିକି ସମ୍ପୂର୍ଣ୍ଣ ନବଗ୍ରହ ଶାନ୍ତି ହେଇ ଆମକୁ ମନୋବାଂଛିତ ଫଳ ପାଇପାରିବା l 


ଏପର୍ଯ୍ୟନ୍ତ ଆମର ଆଈମା ସ୍ୱାସ୍ଥ୍ୟରେ ଆମେ ଦୁବ ଘାସ ଏବଂ ପଳାଶ ବୃକ୍ଷ ଭଳିଆ ଦିବ୍ୟ ବୃକ୍ଷ ଏବଂ ଘାସ ବିଷୟରେ ଆଲୋଚନା କରି ତା ଭିତରେ କଣ ସବୁ ଔଷଧୀୟ ଗୁଣ ରହିଛି ଜାଣିସାରିଲେଣି l ଆଜି ଉଦୁମ୍ବର ବା ଡ଼ିମିରି ବୃକ୍ଷ ବିଷୟରେ ଜାଣିବାକୁ ଯାଉଛନ୍ତି l ବର୍ତ୍ତମାନ ସମୟରେ ଏହି ଗଛର ବିଶେଷ ଆବଶ୍ୟକତା ପଡୁଥିବାରୁ ଏବଂ ଏହାର ଫଳ ବର୍ତ୍ତମାନ ଉପଲବ୍ଧ ଥିବାରୁ ଏହି ସୁଯୋଗ ଆମେ ସମସ୍ତେ ହାତ ଛଡା ନକରି ଆସନ୍ତୁ ଜାଣିନେବା ଏହାର ସମ୍ପୂର୍ଣ୍ଣ  ଆଧ୍ୟାତ୍ମିକ ଓ ଆୟୁର୍ବେଦିକ ବିଜ୍ଞାନ ଉପରେ l 


 *କିଛି ରୋଚକ ସୂଚନା* 


👉 ଏହି ଗଛ 6 ମାସରେ ଥରେ ଫଳ ଦିଏ କିନ୍ତୁ ବିନା ଫୁଲରେ ଫଳ ତିଆରି ହୁଏ l ଏହାର ଫୁଲକୁ ଆଜିପର୍ଯ୍ୟନ୍ତ କୌଣସି ମନୁଷ୍ୟ ଦେଖିନାହାନ୍ତି l କୁହାଯାଏ ଏହି ଫୁଲ ରାତି ବାରଟାରେ ଫୁଟେ ଏବଂ ଯଦି କୌଣସି ମନୁଷ୍ୟ ଦେଖିବାରେ ସମର୍ଥ ହୁଏ ସାରା ଐଶ୍ୱର୍ଯ୍ୟ ବୈଭବ ତା ଆଡକୁ ଆସିଯାଏ l ଏହା ଏକ ଦୁର୍ଲଭ ସମ୍ପତ୍ତି ଅଟେ l


👉 ଏହି ଗଛର କାଠରେ ହୋମ କଲେ ଶୁକ୍ର ମହାଗ୍ରହ ଶାନ୍ତି ହୁଅନ୍ତି l


👉 ଏହି ବୃକ୍ଷ ପାଖଦେଇ ଶବକୁ ନିଆଯାଏ ନାହିଁ କୁହାଯାଏ ମୃତବ୍ୟକ୍ତିର ସମସ୍ତ ପୁଣ୍ୟ ଏହି ବୃକ୍ଷକୁ ମିଳିଯାଏ l ଏହି ଆଶୀର୍ବାଦ ଏହି ବୃକ୍ଷ କୁ ଭଗବାନ ନରସିଂହ ଦେଇଛନ୍ତି ଯେତେବେଳେ ହିରଣ୍ୟକସ୍ୟୁପୁକୁ ନିଜ ନଖ ଦ୍ୱାରା ପେଟ ଚିରି ବଧ କଲେ ପେଟରେ ଥିବା ବିଷାକ୍ତ ରକ୍ତ ପ୍ରଭୁଙ୍କର ନଖରେ ଆସିଗଲା ଏହା ଖୁବ ଜଳାପୋଡ଼ା କଲା ତାପରେ ପାଖରେ ଥିବା ଏକ ଡ଼ିମିରି ବୃକ୍ଷ ଭିତରକୁ ନିଜ ନଖ ସବୁ ପୁରାଇ ରଖିଲେ l ଡ଼ିମିରି ଗଛର କ୍ଷୀର ଦ୍ୱାରା ତାଙ୍କର ଜଳାପୋଡ଼ା କମିଗଲା ଏବଂ ବିଷ ନଷ୍ଟ ହେଲା l ଭଗବାନ ପ୍ରସନ୍ନ ହେଇ ଡ଼ିମିରି ବୃକ୍ଷକୁ ବରଦାନ ଦେଲେ ଏବଂ କଳ୍ପବୃକ୍ଷ ଭଳିଆ ଫଳ ପ୍ରଦାନ କରିବା ସହିତ ଏହି ଆଶୀର୍ବାଦଟି ଦେଲେ l ସେଥିପାଇଁ କେବେବି ଶବମାନଙ୍କୁ ଡ଼ିମିରି ଗଛ ବାଟ ଦେଇ ନିଆଯାଏନି l 

👉 ଏହି ବୃକ୍ଷ ଭିତରେ ତ୍ରିଦେବଙ୍କ ସୂକ୍ଷ୍ମ ରୂପ ଦତ୍ତାତ୍ରୟ ଭଗବାନବାସ କରନ୍ତି ଏହାର ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ଦେଖିବାକୁ ମିଳେ ମହାରାଷ୍ଟ୍ର ରାଜ୍ୟର କୃଷ୍ଣା ନଦୀ କୂଳରେ ଥିବା ଉଦୁମ୍ବର ଶ୍ରୀକ୍ଷେତ୍ରରେ l ଏଇଠି ନରସିଂହ ସରସ୍ବତୀ ଯିଏକି ଦତ୍ତାତ୍ରୟଙ୍କ ଦ୍ଵିତୀୟ ଅବତାର ଅଟନ୍ତି 64 ଯୋଗିନୀଙ୍କ ପୂଜାର୍ଚନା ସ୍ୱୀକାର କରୁଥିଲେ ଏବଂ ସେମାନଙ୍କ ଅନୁରୋଧ କ୍ରମେ ନିଜ କଠଉ ଏକ ଉଦୁମ୍ବର ବୃକ୍ଷ ତଳେ ରଖି ଆଶୀର୍ବାଦ କଲେ କି ଆଜିଠୁ ମୁଁ ଉଦୁମ୍ବର ଗଛରେ ବାସ କରିବି ତାପରେ ସେଇ ସ୍ଥାନ ସେ ପରିତ୍ୟାଗ କରିଥିଲେ l ଡ଼ିମିରି ବୃକ୍ଷରେ ଗୁରୁ ଦତ୍ତାତ୍ରୟ ରହୁଥିବାରୁ ଗୁରୁବାର ଦିନ ଏହି ବୃକ୍ଷ ତଳେ ଦୀପ ଜଳାଯାଏ ଏବଂ ପରିକ୍ରମା କରାଯାଏ l

👉 ଗୁରୁବାର ଦିନ ଡ଼ିମିରି ଗଛ ତଳେ ଦୀପ ଜାଳି ବିଷ୍ନୁସହସ୍ର ନାମ ପରାୟଣ କଲେ କୌଣସି ବ୍ୟକ୍ତି ନିର୍ଧନ ରୁହେ ନାହିଁ l ଯେଉଁମାନଙ୍କ ପଇସା ବା ଧନ ଉଧାରି ଆକାରରେ ଅନ୍ୟମାନେ ନେଇଯାନ୍ତି ଆଉ ଫେରାନ୍ତି ନାହିଁ ବିଶେଷ ଭାବରେ ସେଇ ବ୍ୟକ୍ତିମାନେ ଏହି ଚେଷ୍ଟାଟି କରିବା ଉଚିତ ଏହା ପରୀକ୍ଷିତ ଅଟେ l ନିଶ୍ଚିତ ଧନ ଆସିବ ଯେଉଁ ବ୍ୟକ୍ତି ଆପଣଙ୍କ ଧନ ନେଇଥିବେ ସେଇ ବ୍ୟକ୍ତି ଫେରାଇବେ l

ଏବେ ଆସିବା ଆୟୁର୍ବେଦିକ ବିଜ୍ଞାନ ଉପରେ... 


ଏହି ବୃକ୍ଷର ପତ୍ର, ଫଳ, ଛାଲି ଏବଂ ଚେରର ବିଶିଷ୍ଟ ଉପଯୋଗ ହୁଏ l ଧ୍ୟାନ ଦେଇ ବର୍ତ୍ତମାନ ପଢ଼ିବେ l ଆଜିଠୁ ଆପଣଙ୍କ ଏସିଡ଼ିଟି ସମସ୍ୟା କେବେବି ରହିବ ନାହିଁ l ସମସ୍ତ ପ୍ରକାରର ପିତ୍ତ ରୋଗ ଏହି ଗଛ ନଷ୍ଟ କରେ l


1)- ଅଧିକ ଶୋଷ ହେବା ଗଳା ଶୁଖିବା 

2)- ମଧୁମେହ 

3)- ପାଦ ଜଳାପୋଡ଼ା 

4)- ଏସିଡ଼ିଟି 

5)- ଅର୍ଶ, ଭଗନ୍ଦର 

6)- କୋଲାଇଟିସ 

7)- ଯକୃତ ବିକାର 

8)- ମୂତ୍ର ସମ୍ବନ୍ଧୀୟ ରୋଗ 

9)- ପିତ୍ତ ଜ୍ୱର 

10)- ରକ୍ତ ସମ୍ବନ୍ଧୀୟ ରୋଗ, କୌଣସି ଜାଗାରେ ରକ୍ତସ୍ରାବ ଇତ୍ୟାଦି 

11)- ଚର୍ମ ରୋଗ 

11)- ଆଖିରେ ଜ୍ବଳନ, ଅନିଦ୍ରା ଆଦି ନେତ୍ର ରୋଗ 

12)- ଶ୍ୱେତ ପ୍ରଦର 

13)- ରକ୍ତ ପ୍ରଦର 

14)- କୌଣସି ପ୍ରକାରର ଗର୍ଭାଶୟ ରୋଗ 

15)- ପୁରୁଷର ସମସ୍ତ ଯୌନ ରୋଗ 

16)- ଚର୍ମ ରୋଗ 

17)- ପାଗଳାମୀ 

18)- ହୃତ ରୋଗ 

19)- ହାଡ଼ ସମ୍ବଦ୍ଧିୟ ରୋଗ l

20)- କେଶ ସମସ୍ୟା 

21)- ତୁଣ୍ଡ ଘା, ଜିଭ ଘା 

22)- ଦୁର୍ବଳତା ଏବଂ ବିଭିନ୍ନ ବାତ ରୋଗ 

23)- ପିତ୍ତ ଜନିତ ମୁଣ୍ଡ ବ୍ୟଥା, ମୁଣ୍ଡ ବୁଲାଇବା 

24)- ପ୍ରମେହ, ଝାଡା ସମସ୍ୟା ଇତ୍ୟାଦି ରୋଗରେ ବହୁତ ସୁନ୍ଦର କାମ କରିଥାଏ l

 *କେମିତି ବ୍ୟବହାର କରାଯାଏ?* 


ଜଣେ ବୟସ୍କ ବ୍ୟକ୍ତି ଅନୁସାରେ ଏହାର ଭାଗମାପ ଏଭଳି ରହିଛି 👇

ଯଦି ଫଳ ବ୍ୟବହାର କରୁଛନ୍ତି କଞ୍ଚା ଫଳ ହିଁ ବେଶୀ ଫଳ କାମ ଦିଏ ଏହି ଫଳକୁ ଶୁଖାଇ ତାର ଚୁର୍ଣ୍ଣ କରି 5-10 ଗ୍ରାମ ଚୁର୍ଣ୍ଣ ସହିତ ସମ ପରିମାଣର ମିଶ୍ରି କିମ୍ବା ଗୁଡ଼ ବା ମହୁ ସହିତ ଦୁଇ ବେଳା ସକାଳେ ଓ ସନ୍ଧ୍ୟାରେ କ୍ଷୀର ବା ପାଣି ସହିତ ଖିଆଯାଏ l ଯଦି ପତ୍ର ବ୍ୟବହାର କରିବେ ତାହେଲେ 7 ଟି ପତ୍ର କୁ ବାଟି ଗୋଟିଏ ଚାମଚ ମହୁ ସହିତ ଖାଇବେ ସକାଳେ ଖାଲି ପେଟରେ l ଯଦି ଛାଲି ବ୍ୟବହାର କରନ୍ତି ଏହାର 50-70 ଗ୍ରାମ ଛାଲିକୁ କ୍ୱାଥ କରି 100 ml ହିସାବରେ ପିଇବେ ବା 6 ଗ୍ରାମ ଏହାର ଚୁର୍ଣ୍ଣକୁ କ୍ଷୀର ସହିତ ଦୁଇ ବେଳା ଖାଇବେ l ଯଦି ଏହାର କ୍ଷୀର ବ୍ୟବହାର କରୁଛନ୍ତି ତାହେଲେ 5-100 ବୁନ୍ଦା (ରୋଗର ତୀବ୍ରତା ଅନୁଯାଇ) କ୍ଷୀରକୁ ଗୋଟିଏ ଗ୍ଲାସ ପାଣିରେ ମିଶାଇ ପିଇବେ l ଯଦି ଏହାର ଚେର ବ୍ୟବହାର କରୁଛନ୍ତି ତାହେଲେ ଛୋଟିଆ ଚେର ଖଣ୍ଡକୁ ଆଣି ବାଟି କରି ରୋଗୀକୁ ପିଇବାକୁ ଦେଵେ l ଉପରେ ଯେଉଁ ସବୁ ରୋଗ ବିଷୟରେ କୁହାଯାଇଛି ସବୁ ରୋଗରେ କାମ କରିବ l


 *ଆୟୁର୍ବେଦିକ ଔଷଧ କଣ ରହିଛି ମାର୍କେଟ ରେ?* 


1- ଚନ୍ଦନାସବ, 2- ପ୍ରଦରାନ୍ତକ ଚୁର୍ଣ୍ଣ,  3- ନ୍ୟାଗ୍ରୋଧାଡି ଚୁର୍ଣ୍ଣ,

4- ନାଲ ପାମାରାଡି ତେଲ( ଚର୍ମ ରୋଗ ପାଇଁ), 5- ମର୍ମ ଗୁଳିକା, 6-ହେମନାଥ ରସ ଇତ୍ୟାଦି ଅନେକ ଏହାର ଔଷଧ ବଜାରରେ ମିଳୁଛି l 


 *ସତର୍କତା*


ଯେଉଁମାନେ  ଅଧିକ ଥଣ୍ଡା ବା କଫ ରୋଗୀ ବା ଅଧିକ ଆଲର୍ଜି ରହୁଛି ସେମାନେ ଏହାର ସେବନ କରିବା ଅନୁଚିତ ଏହା ଆମର ଆୟୁର୍ବେଦ ମନା କରେ l ବିଶେଷ ଭାବରେ ଦେଖିବାକୁ ଗଲେ ଏହା କଫ ବର୍ଦ୍ଧକ ଅଟେ l 


ଆଜିର ଆଈମା ସ୍ୱାସ୍ଥ୍ୟ କଥା ଏକ ବରଦାନ ଅଟେ ବର୍ତ୍ତମାନର ବିଷାକ୍ତ ପରିବେଶ ପାଇଁ ଆଜି ଯାହାବି ରୋଗ ଆମ ଶମ୍ବୁଖରେ ଆସୁଛି ତାର ସୁନ୍ଦର ସମାଧାନ କରିବ ଏହି ଉଦୁମ୍ବର ଏବଂ ଆଧ୍ୟାତ୍ମିକ ଦୃଷ୍ଟି ରୁ ମଧ୍ୟ ଆମର ମାର୍ଗଦର୍ଶନ କରିବ ଏହା ଆମର ଆଶା _





ମୋ ଆଈମା ସ୍ୱାସ୍ଥ୍ୟ କଥା - 69  ପ୍ରତିରୋଧ ଶକ୍ତି ପାଇଁ ନିମ୍ବ ଫୁଲ ଖୁବ୍ ବଢିଆ


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)