ମୋ ଆଈମା ସ୍ୱାସ୍ଥ୍ୟ କଥା - 69 ପ୍ରତିରୋଧ ଶକ୍ତି ପାଇଁ ନିମ୍ବ ଫୁଲ ଖୁବ୍ ବଢିଆ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 69 ପ୍ରତିରୋଧ ଶକ୍ତି ପାଇଁ ନିମ୍ବ ଫୁଲ ଖୁବ୍ ବଢିଆ* 

ମଣିଷ ଆଜି ପ୍ରକୃତି ପାଖକୁ ଫେରିବା ପାଇଁ ଚେଷ୍ଟା କରୁଛି l ସହରର ସେଇ ଚକଚକିଆ ଗ୍ରାମର ଦୁନିଆଁକୁ ଛାଡି ସହରରୁ ଖସି ପଳେଇ ଆସୁଛି ନିଜ ଜନ୍ମଭୂମି ଗାଁ ପାଖକୁ l ଗାଁ ରେ ବର୍ତ୍ତମାନ ସେ 10 ଦିନ ରହିସାରିଲାଣି ସହର କଥା ଥରୁଟିଏ ମଧ୍ୟ ତାର ଚିନ୍ତାକୁ ଆସୁନି l ଗାଁର ମାୟା ତାକୁ ଲାଗିଗଲା କି ସତେ??  ସେ ଯାହା ବି ହେଉ ଆଜି ଆମ ଗାଁର ଭୁବନେଶ୍ୱରିୟା ମନୁଆ ପ୍ରଧାନ କେତେ ଯୁଗରୁ ତା ଗାଁ କୁ ଆସିଛି l ଅଦ୍ଭୁତ ପ୍ରସନ୍ନତା ମୁଖ ମଣ୍ଡଳରେ ଝଲସି ଯାଉଛି କହୁଛି ଗାଁ ର ପରିବେଶ ଖୁବ ସ୍ୱାସ୍ଥ୍ୟକର l ଏଠାରେ ଖୁବ ଅମ୍ଳଜାନ ରହିଛି - 10-15 ଟି ନିମ୍ବ ଗଛକୁ ଦେଖାଇ କହିଲା l ଆୟୁର୍ବେଦିକ ଡାକ୍ତର ଆଜ୍ଞା ତେଣୁ ସେ ଯାହା କହିବ ସବୁ ଠିକ ହେଇଥିବ l ସେ କହିଲା ତୁଳସୀ ଗଛ, ନିମ୍ବ ଗଛ, ବର ଗଛ, ଅଶ୍ୱତତ ଓ ଆମ୍ବ ଗଛ ଏହି ପଞ୍ଚ ବୃକ୍ଷ ପୃଥିବୀରେ ନିଶ୍ଚୟ ରହିବା ଉଚିତ l ଏମାନେ ପ୍ରଦୂଷଣରୁ ପୃଥିବୀକୁ ସୁରକ୍ଷା କରନ୍ତି ଆଉ ଆମକୁ ରୋଗ ଭୂତାଣୁରୁ ରକ୍ଷା କରନ୍ତି l ଆମେ ଡାକ୍ତର ପୁଅର ଡାକ୍ତରୀ ଉପଦେଶ ଶୁଣିବା ପାଇଁ ଅଧିକ ଧ୍ୟାନ ଦେଲୁ l ସେ କହିବା ଆରମ୍ଭ କଲା......ଏ ଦେଖ ମଉସା ନିମ୍ବ ଗଛ କେତେ ସୁନ୍ଦର ଦେଖାଯାଉଛି l ନିମ୍ବ ଫୁଲ ଏ ବର୍ଷ ଖୁବ ଆସିଛି l ଜାଣିଛ ଏହା କେବଳ ଯେ ସୁସ୍ୱାଦୁ ବ୍ୟଞ୍ଜନ ନୁହଁ ଏଥିରେ ରହିଛି ଖୁବ ଔଷଧୀୟ ଗୁଣ l ଏହି ଫୁଲରୁ ମହୁମାଛି ଯେଉଁ ମହୁ ସଂଗ୍ରହ କରେ ତାକୁ ମଧୁମେହ ରୋଗୀ ଖାଇଲେ ତାର ଇନସୁଲିନ ହର୍ମୋନ ନିୟନ୍ତ୍ରଣ ରୁହେ l ସତରେ ନା କଣ ବା....  ଜଣେ ବୁଢ଼ା ଆସି ପହଂଚି ପଚାରିଲେ ପୁଅ କେଉଁ କେଉଁ ରୋଗରେ ଏହି ଫୁଲ କାମ ଦେଉଛି ଟିକେ ବାବା ବିସ୍ତାର କରି କହିଲୁ l ଆମେ ତ ପ୍ରତି ବର୍ଷ ଖାଉ ଏହାକୁ ଭାଜି ଖୁବ ଟେଷ୍ଟ ଲାଗେ ହେଲେ ଏତେ ଔଷଧ ଅଛି ଏଥିରେ ଆମେ ଜାଣିନଥିଲୁ ତ.... 


ଡାକ୍ତର ଆଜ୍ଞା ତାପରେ ଯାହା କହିଲେ ତାକୁ ଆସନ୍ତୁ ଜାଣିବା ଆଜିର କୋ+ନା ଉପରେ ଥିବା ବିଶେଷ ସ୍ୱାସ୍ଥ୍ୟ କଥାରେ l ଡାକ୍ତର ଭାଇ ଲୋକଙ୍କୁ କହିବା ବେଳେ କହିଲେ ନିମ୍ବ ଫୁଲର ପ୍ରଥମେ ଗୁଣ ଧର୍ମ ବିଷୟରେ ଜାଣିବା... 


*👇ନିମ୍ବ ଫୁଲର ଗୁଣ ଓ ଧର୍ମ👇*

👉 ସ୍ୱାଦ - ପିତା

👉 ଗୁଣ - ଶୁଷ୍କ ବା ରୁକ୍ଷ 

👉 ପାଚନ - ଲଘୁ ବା ଶୀଘ୍ର ହଜମ ହୁଏ l

👉 ବିପାକ - କଟୁ 

👉 ବୀର୍ଯ୍ୟ - ଶୀତଳ 

👉 କ୍ୟାଲସିୟମ, ଲୌହ, ମାଗ୍ନେସିୟମ ର ବଡ଼ ଉତ୍ସ 

👉 କଫ ନାଶକ ଓ ପିତ୍ତ ସମାନକ 

👉 ରକ୍ତ ଶୋଧକ 

👉 ବୀର୍ଯ୍ୟ ବର୍ଦ୍ଧକ 

👉 କବକ, ଜୀବାଣୁ ଓ ଭୂତାଣୁ ନାଶକ 


*👇କେଉଁ କେଉଁ ରୋଗରେ କାମ ଦିଏ??👇*


1)- ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼େଇଥାଏ l

2)- ଆଖିର ଦୁର୍ବଳତା ଦୂର କରେ ଆଉ ଦୃଷ୍ଟି ଦୋଷକୁ ମଧ୍ୟ ଠିକ କରେ l

3)- ଶରୀରର ଭିତରକୁ ସଫା ରଖେ l

4)- ଚର୍ମକୁ ସୁସ୍ଥ ରଖେ ଏବଂ ଚର୍ମ ରୋଗରେ ଖୁବ କାମ ଦିଏ l

5)- ବନ୍ଧ୍ୟା ଦୋଷ ବା ଯୌନ ରୋଗରେ କାମ ଦିଏ l

6)- କେଶକୁ ସୁସ୍ଥ ରଖେ l

7)- ହାଡ଼କୁ ମଜବୁତ କରେ l

8)- ବାତ ଜନିତ ରୋଗରେ ମଧ୍ୟ ବହୁତ ଉପକାରୀ l

9)- ପିତ୍ତ ଜନିତ ସମସ୍ତ ରୋଗରେ ମଧ୍ୟ ଉପକାରୀ l

10)- କଫ ଓ ଥଣ୍ଡା ରୋଗ ପାଇଁ ବଢ଼ିଆ ଔଷଧ l କାଶ ପାଇଁ ମଧ୍ୟ ବହୁତ କାମ ଦିଏ l

11)- ନିମ୍ନ ଓ ଉଚ୍ଚ ରକ୍ତ ଚାପ (BP)ପାଇଁ ବହୁତ ବଢିଆ କାମ କରେ l

12)- ମଧୁମେହ ରୋଗୀ ନିଶ୍ଚୟ ଖାଇବା ଉଚିତ l

13)- ଗଣ୍ଠି ବାତ,ସାଇଟିକା, ସ୍ପୋଣ୍ଡୋଲାଇସିସ ଆଦି ରୋଗ ପାଇଁ ଖୁବ ଉପକାରୀ l

14)- ପେଟ ଅଳସର ରେ ଖୁବ କାମ ଦିଏ l

15)- ଯକୃତ କୁ ସୁସ୍ଥ ରଖେ ଓ ପାଚନ ଶକ୍ତି ବଢାଏ l

16)- ଶରୀରର ଦୁର୍ଗନ୍ଧ ଦୂର କରେ l

17)- ଶରୀରରେ ସମସ୍ତ ହର୍ମୋନକୁ ଠିକ ଭାବେ ନିୟନ୍ତ୍ରଣ କରେ l


*👇କେମିତି ଏହାର ବ୍ୟବହାର କରିବା ???👇*


ଅଧିକ ଲୁଣ ନଦେଇ ଏହାକୁ ଖାଇଲେ ଏହାର ସମ୍ପୂର୍ଣ ଲାଭ ଉଠାଯାଇ ପାରିବ l ଏହାକୁ ରୋଷେଇ କଲା ବେଳେ ରାଶି ତେଲ ବା ଦେଶୀ ଗାଈ ଘିଅ ଦ୍ୱାରା ରୋଷେଇ କରି ଖାଇଲେ ଏହା ପିତ୍ତ ଜନିତ ସମସ୍ତ ରୋଗରେ ଖୁବ କାମ ଦିଏ l ଏହାର ଚଟଣି ମଧ୍ୟ ତିଆରି କରାଯାଏ ଚାଉଳ, ନଡ଼ିଆ ଆଦି ବ୍ୟବହାର କରି l


*👇କଣ କଣ ସତର୍କତା ରହିଛି ????👇*


ପିତା ଜିନିଷକୁ ରାତିରେ ଖାଇବା ଅନୁଚିତ କାରଣ ରାତିରେ ଆମ ଶରୀରରେ ଏହାକୁ ହଜମ କରିବାର ଶକ୍ତି କମ ଥାଏ l ଦହି ସହିତ ମଧ୍ୟ ଖାଇବା ଅନୁଚିତ l କାରଣ ଏହା ଦହିର ଉପକାରୀ ଜୀବାଣୁମାନଙ୍କୁ ମାରିପକାଏ l ଖଟା ଜିନିଷ ସହିତ ମଧ୍ୟ ଏହାକୁ ଖାଇବା ଅନୁଚିତ l ଏହା ଖଟା ସହିତ ମେଳ ଖାଇନଥାଏ l


*👇ଡାକ୍ତର ଭାଇ ଶେଷରେ କଣ କହିଲେ?👇*


ଶେଷରେ ଡାକ୍ତର ଭାଇ ଏହି ସବୁ ତଥ୍ୟ ଦେଇ ଏହା କହିଲେ କି ବର୍ତ୍ତମାନ କୋ+ନା ପାଇଁ କିଛି ଭୟଭୀତ ହେବାର ନାହିଁ l ଆମେ ସରକାରଙ୍କ ନିୟମକୁ ମାନିବା l ସାମାଜିକ ଗହଳି କରିବା ନାହିଁ l ଘରେ ରହି ଏଇଭଳି ପ୍ରାକୃତିକ ଫଳ ଫୁଲ ତଟକା ପନିପରିବା ଖାଇବା l  ନିରାମିଷାଶୀ ହୋଇ ଭଗବାନଙ୍କ ଉପରେ ବିଶ୍ୱାସ ରଖି ପରିବାର ସହିତ କିଛି ସମୟ କଟେଇବା l ମୋର ପୁରା ବିଶ୍ୱାସ ଆମେ କୋ+ନା ଦାଉରୁ ସବୁଦିନ ପାଇଁ ରକ୍ଷା ପାଇଯିବା l





ମୋ ଆଈମା ସ୍ୱାସ୍ଥ୍ୟ କଥା - 70  ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ ?








.

ଜାଣିଲେ ତ କେତେ ବଢିଆ ଜିନିଷ ରହିଛି ନିମ୍ବ ଫୁଲରେ l ଗୋଟିଏ କଥା ଜାଣନ୍ତୁ କି ଚୈତ୍ର ମାସରେ ଆମ ଆୟୁର୍ବେଦ ପିତା ଜିନିଷ ଖାଇବାକୁ ଏଇଥିପାଇଁ କହିଥାଏ କାରଣ ଆସୁଥିବା ଖରା ଦିନେ ଆମର ଶରୀରରେ ପିତ୍ତ ଜନିତ କୌଣସି ରୋଗ ଯେମିତି ନ ଆସିବ l ଆମର ପୂର୍ବଜ ଲୋକ ସେଥିପାଇଁ କେଉଁ ଆବାହନ କାଳରୁ ଏହି ନିମ୍ବ ଫୁଲ ଖାଇ ବହୁତ ସୁସ୍ଥ ରହିପାରୁଥିଲେ l ଆସନ୍ତୁ ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ସବୁବେଳେ ରଖିବା ଆଉ ସୁସ୍ଥରେ ଦିନ କାଟିବା l



Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)