ମୋ ଆଈମା ସ୍ୱାସ୍ଥ୍ୟ କଥା - 64 ପୁରୁଣା ଘିଅ ଓ ଗୋମୂତ୍ର ଉପରେ....
*ମୋ ଆଈମା ସ୍ୱାସ୍ଥ୍ୟ କଥା - 64 ପୁରୁଣା ଘିଅ ଓ ଗୋମୂତ୍ର ଉପରେ..*
👉 ପୁରୁଣା ଘିଅ ଓ ଗୋମୁତ୍ର ଯଦି ଆପଣଙ୍କ ପାଖରେ ଅଛି ତାହେଲେ ଆପଣଙ୍କ ପାଖରେ ବହୁତ ବଡ଼ ସମ୍ପତ୍ତିଟିଏ ରହିଛି l ଗୋମାତାଙ୍କ ପୁରୁଣା ହେଇଯାଉଥିବା ପଞ୍ଚଗବ୍ୟ ଅନେକ ଦୁଃସାଧ୍ୟ ରୋଗକୁ ଭଲ କରେ l 1 ବର୍ଷ ପୁରୁଣା ଘିଅ ଖାଇବା ପାଇଁ ବ୍ୟବହାର କରିବା ଅପେକ୍ଷା ନସ୍ୟ ପାଇଁ ବ୍ୟବହାର କରିବା ଉଚିତ l 5 ବର୍ଷ ରୁ ଅଧିକ ପୁରୁଣା ଘିଅ କୌଣସି ବି ବିଷକୁ ନଷ୍ଟ କରିବାର କ୍ଷମତା ରଖିଥାଏ l 10 ବର୍ଷ ପୁରୁଣା ଘିଅ ହୀରା ସହିତ ସମାନ l ଅସମ୍ଭବ ମନେହେଉଥିବା ରୋଗ ଗୁଡିକରେ ଯାହାକି ଆଦୌ ଭଲ ହେଉନଥିବ ସେଥିରେ ଉପଯୋଗୀ ଅଟେ l
👉 ଗୋମୁତ୍ର ଯେତେ ପୁରୁଣା ସେତିକି ଅଧିକ ଗୁଣକାରୀ l ଗୋମୁତ୍ର ସଂଗ୍ରହ ଦିନ ମନେରଖିବା ଉଚିତ ଯେମିତି ସେହି ଦିନ କୌଣସି ଅମାବାସ୍ୟା ପଡ଼ିନଥିବ, ମେଘୁଆ ବା ବର୍ଷା ପାଗ ହେଇନଥିବ ତଥା ଗାଈ ରୋଗୀଣା ହୋଇନଥିବା ଉଚିତ l ଗୋମୁତ୍ରକୁ କାଚ ବୋତଲ ରେ ଭର୍ତ୍ତି କରି ରଖିବା ଉଚିତ l ବାୟୁ ଚଳାଚଳ ପାଇଁ ଛୋଟିଆ ଛିଦ୍ର କରି ରଖିବେ l ଏହାକୁ ଶୋଧନ କରିବା ପାଇଁ କିଛି ଦିନ ସମ୍ପୂର୍ଣ୍ଣ ଭାବେ ଖରାରେ ରଖିଦେବା ଉଚିତ l ଏହାର ଦୁର୍ଗନ୍ଧ ଅନେକ ପରିମାଣରେ ନଷ୍ଟ ହେଇଯିବ l ଯଦି ଗୋମୁତ୍ର କସା ବା ପିତା ଲାଗୁଥାଏ ତାହା ଅତ୍ୟନ୍ତ ଗୁଣକାରୀ ଅଟେ l ଏହି ଗୋମୁତ୍ର 4-5 ମାସ ହେଲା ପରେ ଏଥିରୁ ମିଠା ଅଂଶ ଅଧିକ ଜଣାପଡେ l ଗୋମୂତ୍ରରେ ପ୍ରତିଦିନ ରାସାୟନିକ ପ୍ରତିକ୍ରିୟାମାନ ଘଟୁଥାଏ l ଗାଈଟି କଣ ଔଷଧୀୟ ବୃକ୍ଷ ଖାଇଛି ତା ଉପରେ ନିର୍ଭର କରେ l ଜଙ୍ଗଲକୁ ଚରିଯାଉଥିବା ଗାଈମାନଙ୍କ କଥା ବିଚାର କରିବା... ବର୍ଷା ଦିନରେ ଏହି ଗାଈମାନେ ଖୁବ ପିତା ଜିନିଷ ଖାଆନ୍ତି ତେଣୁ ଏମାନଙ୍କ ଗୋମୁତ୍ର ପିତା ଲାଗେ l ତେଣୁ ଜୁନ ରୁ ଅକ୍ଟୋବର ପର୍ଯ୍ୟନ୍ତ ଗୋମୁତ୍ର ରେ ପିତା ସ୍ୱାଦ ଆସିଥାଏ l ତାପରେ ଏମାନେ କସା ଜିନିଷ ଖାଇବା ଆରମ୍ଭ କରନ୍ତି ତେଣୁ ଗୋମୁତ୍ର ତା ପରଠୁ କଷାଳିଆ ସ୍ୱାଦ ଆସିଥାଏ l କସା ଜିନିଷ ତ୍ରିଦୋଷ ନଷ୍ଟ କରିବାରେ ସାହାଯ୍ୟ କରେ l ମହୁଲି ଫୁଲ ଖାଇବାକୁ ଗାଈ ବହୁତ ଭଲ ପାଏ l ଏହି ଫୁଲ ମଦ ନିର୍ମାଣ ରେ ଖାଲି କାମ ଦିଏ ନାହିଁ l ଅନେକ ରୋଗରେ କାମ ଦିଏ ଯେମିତିକି କୌଣସି ପୁରୁଣା ବାତ-ପିତ୍ତ ଜନିତ ରୋଗ, ଦୁର୍ବଳତା, ମସ୍ତିଷ୍କ ଜନିତ, ପିତ୍ତ ଜନିତ ବିକାର ଇତ୍ୟାଦି l ଗୋବଂଶ ଖୁବ ଖାଆନ୍ତି l ଏହି ସମୟରେ ଯେଉଁ ଗୋମୁତ୍ର ମିଳେ ତାହାର ସ୍ୱାଦ କସା ସହିତ ସୁନ୍ଦର ମହୁଲି ବାସ୍ନା ଆସିଥାଏ l ଯେଉଁମାନେ ମଦ ନିଶାରୁ ମୁକ୍ତି ଲାଭ କରିବାକୁ ଚାହାଁନ୍ତି ତାଙ୍କୁ ଏହି ମହୁଲି ଗୋମୁତ୍ର ଦେଵେ ସେ ଦୁଇ ମାସ ପିଇଲା ପରେ ମଦ ପିଇବା ଅଭ୍ୟାସ ଛାଡ଼ିଦେବେ l ବର୍ତ୍ତମାନ ଶୀତ ସମୟରେ ଗାଈମାନେ ଖୁବ ଅଁଳା, ବାହାଡା, ହରିଡ଼ା ଖାଆନ୍ତି ଏହି ତ୍ରିଫଳା ସମୟରେ ଆପଣ ଯଦି ଗୋମୁତ୍ର ସଂଗ୍ରହ କରୁଛନ୍ତି ତାହେଲେ ଏହା ତ୍ରିଦୋଷକୁ ନଷ୍ଟ କରିବା କ୍ଷେତ୍ରରେ ବିଶେଷ ସହାୟକ ହେବ l
*ପୁରୁଣା ଗୋମୁତ୍ର ର କେଉଁ କେଉଁ ରୋଗ ଠିକ କରେ?*
କଫ-👉 ରୋଗ ଯେପରିକି ଶ୍ୱାସ ରୋଗ, ଆଖି, ନାକ, ଗଳା ଓ କାନ ରୋଗ, ଆମ ବାତ, ପୁରୁଣା ରୋଗ, ବାରମ୍ବାର ଆସୁଥିବା ଜ୍ୱର, ସଂକ୍ରମଣ ଯୁକ୍ତ ରୋଗ, ଓଦା ବା ତେଲିଆ ଚର୍ମ ରୋଗ - କୁଷ୍ଠ ରୋଗ, ହୃଦୟ ରୋଗ ଇତ୍ୟାଦି l
ପିତ୍ତ -👉 ପିତ୍ତ ଜନିତ ରୋଗ ଯେପରିକି ଅର୍ଶ, ଅନେକ ପ୍ରକାର ଯାଦୁ, କାଛୁ କୁଣ୍ଡିଆ ଇତ୍ୟାଦି, ପ୍ରମେହ, ଗ୍ୟାସ, ଅମ୍ଳ ବା ଏସିଡ଼ିଟି, କୋଷ୍ଠକାଠିନ୍ୟ, ପାଦ ଜଳା ପୋଡା, ରକ୍ତ ବିକାର, ସିକିଲିନ ଇତ୍ୟାଦି ଅନେକ ରୋଗରେ କାମ ଆସେ l
ବାତ-👉 ରୋଗ ଯେପରିକି ଦୁର୍ବଳତା, ଆଣ୍ଠୁ, ଅଣ୍ଟା, ବେକ, କହୁଣୀ ଆଦି ଯନ୍ତ୍ରଣା ଏବଂ ଶରୀର ଶୁଖିଯିବା, ମଧୁମେହ, କିଡ଼ନୀ ବିକାର, ଯକୃତ ସମସ୍ୟା, ଶୁଖିଲା ଛଉ ଚର୍ମ ରୋଗ ଇତ୍ୟାଦି ରୋଗରେ ଅନେକ ସଫଳତା ଦେଇଥାଏ ପୁରୁଣା ଗୋମୁତ୍ର l
*ଗୋମୂତ୍ର ପିଇବାର ଵିଧି*
👉 ଗୋମୂତ୍ରକୁ ଭଲ କରି ଛାଣି ସେଥିରେ 5-10 ଗୁଣା ପାଣି ମିଶେଇ ରୋଗ ଅନୁସାରେ ବୈଦ୍ୟର ପରାମର୍ଶ ଅନୁସାରେ ପିଇବେ ତାହେଲେ ଏହି ପୁରୁଣା ଗୋମୂତ୍ର ସମସ୍ତ ରୋଗ ଦାଉରୁ ଆମକୁ ମୁକ୍ତି ଦେବାରେ ସହାୟକ ସିଦ୍ଧ ହେବ l ଏଥିରେ ଆପଣ ଅନେକ ଯଦି ବୁଟି କୁ ପକେଇ ଜଡି ବୁଟିର ରାସାୟନିକ ଶକ୍ତିକୁ ବର୍ଦ୍ଧିତ କରିପାରିବେ l
👉 ଏହି ବିଶିଷ୍ଟ ଆଈମା ସ୍ୱାସ୍ଥ୍ୟ କଥା ଲେଖିବାକୁ ଆମକୁ ନୃସିଂହନାଥ, ଗନ୍ଧମାର୍ଦ୍ଧନରୁ ପ୍ରେରଣା ମିଳିଛି l ଆଜି ଗନ୍ଧମାର୍ଦ୍ଧନ ଗୋମୂତ୍ର 100 ଟଙ୍କା ପ୍ରତି ଲିଟର ରେ ବିକ୍ରି ହେଉଛି l ଯେଉଁମାନେ ଜାଣନ୍ତି ଏହାର ମହିମା ସେମାନେ ନିଜେ ତଥା ନିଜ ସମ୍ପର୍କୀୟ ଲୋକଙ୍କୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି l
ମୋ ଆଈମା ସ୍ୱାସ୍ଥ୍ୟ କଥା - 65 ପାଣି କଖାରୁ ଉପରେ....
.

Comments
Post a Comment