ମୋ ଆଈମା ସ୍ୱାସ୍ଥ୍ୟ କଥା - 65 ପାଣି କଖାରୁ ଉପରେ....
*ମୋ ଆଈମା ସ୍ୱାସ୍ଥ୍ୟ କଥା - 65 ପାଣି କଖାରୁ ଉପରେ...*
ପାଣି କଖାରୁ ଏକ ବିଶିଷ୍ଟ ବ୍ୟଞ୍ଜନ ରୂପେ ଆମ ଓଡ଼ିଆ ସଂସ୍କୃତି ରେ ବ୍ୟବହାର ହୁଏ, ଆପଣ ଭାବୁଥିବେ ଆମେ କଖାରୁ ବଡ଼ି କଥା କହୁଛୁ l କେବଳ କଖାରୁ ବଡି ନୁହଁ ଏହାର ଅନ୍ୟ ସବୁ ବ୍ୟଞ୍ଜନ ମଧ୍ୟ ରହିଛି ଯେମିତି କଖାରୁ ହାଲୁଆ, ପେଡା, ତରକାରୀ, ସରବତ ଇତ୍ୟାଦି l କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ଉପଯୋଗୀତା ଆମ ସଂସ୍କୃତିରେ ଏକ ବିଶିଷ୍ଟ ସମୟରେ ଅଧିକ ରହିଥାଏ ତାହା ହେଲା ଖରା ଦିନେ l ପୂର୍ବ କାଳରେ ଲୋକେ ଖରା ଦିନ ରେ ଖାଇବା ଜିନିଷ ପାଇଁ ଶୀତ ଦିନରୁ ଯୋଜନା ସବୁ ତିଆରି କରୁଥିଲେ ଉଦାହରଣ ସ୍ୱରୂପ ଖରାରୁ ବଡି, ଟମାଟୋ ଶୁଖା, ବରକୋଳି ଆଚାର ଇତ୍ୟାଦି ଅନେକ l ଏସବୁ ଜିନିଷ ଶୀତ ଦିନେ ପ୍ରଚୁର ମିଳିଥାଏ ତେଣୁ ଆମ ମା ଭଉଣୀମାନେ ଅତି ସଂରକ୍ଷିତ ଭାବରେ ତିଆରି କରି ଖରା ଦିନ ବ୍ୟବହାର ପାଇଁ ରଖିଥାନ୍ତି l ଆଜିର ଆଈମା ସ୍ୱାସ୍ଥ୍ୟ କଥା ରେ ଆମେ ଆପଣମାନଙ୍କ ପାଇଁ ଆଣିଛୁ ଏଇଭଳି ଏକ ବିଶିଷ୍ଟ ଔଷଧ ଫଳ ଯାହା କି ଅନେକ ପ୍ରକାରର ରୋଗ ଗୁଡିକୁ ଏକା ଠିକ କରିପାରିବ l ଆସନ୍ତୁ ଜାଣିନେବା ତାହେଲେ...
*ଗୁଣ ଓ ଧର୍ମ*
👉 ଏହା ଲଘୁ ଏବଂ ଉତ୍ତମ ପାଚ୍ୟ ଅଟେ l
👉 ପାଣିଆ ଓ ମିଠା ସ୍ୱାଦ ଯୁକ୍ତ
👉 ଶକ୍ତି ବର୍ଦ୍ଧକ l
👉 ବାତ ଓ ପିତ୍ତ ନାଶକ l
*କେଉଁ କେଉଁ ରୋଗରେ କାମ ଦିଏ?*
👉 ଆୟୁର୍ବେଦ ରେ 107 ଟି ମର୍ମ ସ୍ଥଳୀ ରହିଛି ଯେଉଁଠି ସାମାନ୍ୟ ଆଘାତ ହେଲେ ମଣିଷ ମୃତ୍ୟୁ ବରଣ କରିଥାଏ l ପାଣି କଖାରୁ ଏକ ଅଦ୍ଭୁତ ଔଷଧ ଅଟେ ମଣିଷକୁ ଏହି ମର୍ମ ସ୍ଥଳୀ ଜନିତ ଆଘାତରୁ ରକ୍ଷା କରିବା ପାଇଁ l ଏହାର ରସ 60-120 ml ଭିତରେ ପିଇବା ଉଚିତ l ଏହା ନିମ୍ନ ଲିଖିତ ରୋଗ ଗୁଡିକରେ କାମ କରିବ ।
👉 କିଡ଼ନୀ ବିକାର - ହଳଦିଆ ପରିସ୍ରା, ନାଲିଆ ପରିସ୍ରା, ପରିସ୍ରା ବେଳେ ଜ୍ବଳନ ହେବା, ପରିସ୍ରା ସଂକ୍ରମଣ, ପଥରୀ ବା ଷ୍ଟୋନ ରୋଗ ଇତ୍ୟାଦି ରେ ସୁନ୍ଦର କାମ କରେ l
👉 ଲିଭର ବା ଯକୃତ ବିକାର - ଜଣ୍ଡିସ, ପାଟି ପିତା ଲାଗିବା, ପେଟ ଭୁଲିବା, ଭୋକ ନଲାଗିବା, ଅର୍ଶ ସମସ୍ୟା, ପେଟ ସଫା ନହେବା, ଏସିଡ଼ିଟି, ପେଟ ଘା ଇତ୍ୟାଦି ରୋଗରେ ଅଦ୍ଭୁତ କାମ ଦିଏ l
👉 ହାର୍ଟ ବା ହୃଦୟ ସମସ୍ୟା - ଏହା ହୃଦୟ କୁ ମଜବୁତ କରିଥାଏ l ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହାକି ରକ୍ତ ସଫା ମଧ୍ୟ କରେ ଚର୍ବି ବାହାର କରେ l ଶରୀର ର ମଇଳା ଆବର୍ଜନା କୁ ବାହାର କରି ହୃଦୟ ପାଇଁ ଭଲ ପ୍ରଭାବ ଆଣେ l
👉 ମସ୍ତିଷ୍କ ଜନିତ ସମସ୍ୟା - ଏହାର ରସ ମସ୍ତିଷ୍କ ପାଇଁ ବଡ଼ ଟନିକ ଅଟେ l ଯେଉଁମାନେ ବସି କରି କାମ କରୁଛନ୍ତି, ଅଧିକ ପ୍ରେସର ରେ ରହୁଛନ୍ତି ବା ମସ୍ତିଷ୍କ ଜନିତ କିଛି ସମସ୍ୟା ରହୁଛି, ନିଦ ହେଉନି ତାଙ୍କ ପାଇଁ ପାଣି କଖାରୁ ରସ ସର୍ବୋଷଧୀ ଅଟେ l
👉 ରକ୍ତ ବିକାର - ନାକରେ ରକ୍ତ ପଡିବା, ଅଧିକ ରକ୍ତ ସ୍ରାବ ହେବା, ଚର୍ମ ରୋଗ ଇତ୍ୟାଦି ପାଇଁ ମଧ୍ୟ ବଡ଼ ଔଷଧ ଅଟେ l
👉 ଯୌନ ରୋଗ - ମାସିକ ଧର୍ମ ଶୀଘ୍ର ହେବା, ଶ୍ୱେତ ପ୍ରଦର, ଯୌନାଙ୍ଗ ରେ ଘା, ସଂକ୍ରମଣ, ବୀର୍ଯ୍ୟ ପତଳା, ଶୂକ୍ରାଣୁ କମ ରହିବା, ଶାରୀରିକ ଦୁର୍ବଳତା ଇତ୍ୟାଦି ଅନେକ ରୋଗରେ ଭଲ କାମ ଦିଏ l
👉 ଆଖି ର ଶକ୍ତି ବଢାଏ l ଚଷମା ଦରକାର କରାଏ ନାହିଁ l ଆଖି ତଳ କଳା ପଡ଼ିବାକୁ ଦିଏ ନି l
👉 କ୍ଷୟ ରୋଗ - ହାଡ଼ ସମସ୍ୟା, ଶୁକ୍ର ଦୋଷ, ଶ୍ୱାସ ରୋଗ, ଆଣ୍ଠୁ ଗଣ୍ଠି ସମସ୍ୟା, ଫୁସଫୁସ ଦୁର୍ବଳତା ଇତ୍ୟାଦି ଅନେକ ରୋଗ ରେ ଭଲ କାର୍ଯ୍ୟ କରେ l
👉 କେଶ ସମସ୍ୟା - ଚନ୍ଦାପଣ, କେଶ ପାଚିବା ଇତ୍ୟାଦି ରୋଗରେ କାମ କରେ l
👉 ଶରୀରରେ କୌଣସି ଜାଗାରେ ଜ୍ବଳନ ହେଉଥିଲେ ଶୀଘ୍ର ଶାନ୍ତ କରେ l ଏହାର ମଞ୍ଜି ର ଖୋଳପା କୁ ହଟାଇ ତାର ଭିତର ଅଂଶ କୁ ବାଟି ଜ୍ବଳନ ଜାଗାରେ ଲଗେଇଲେ ଜ୍ବଳନ ଶାନ୍ତ ହୁଏ l
👉 ଶରୀର ଗଠନ କରେ l ଶରୀରର ଓଜନ ବଢାଏ ଏବଂ ମାଂସ ତିଆରି କରେ l
*ସତର୍କତା*
ଏହା ଅନେକ ଲୋକଙ୍କୁ ସୁଟ କରିନପାରେ ଯେଉଁମାନେ କଫ ରୋଗୀ ବା ଥଣ୍ଡା ରୋଗୀ ସେମାନେ ଯଦି ଏହା ସହିତ 3-4 ଗ୍ରାମ ପାନ ମଧୁରୀ 3-4 ଟି ଗୋଲମରିଚ ଏବଂ 3-4 ଗ୍ରାମ ଷୌନ୍ଧଵ ଲୁଣ ମିଶାଇ ପିଇବେ ତାହେଲେ କିଛି ବି ଅସୁବିଧା କରିବ ନାହିଁ l
ବର୍ତ୍ତମାନ ଶୀତ ଋତୁ ଗଲା ପରେ ଆପଣମାନଙ୍କ ଶରୀରରେ ଅନେକ ବାତ, ପିତ୍ତ ରୋଗ ଦେଖାଯିବ ତେଣୁ ପାଣି କଖାରୁ ର ଵିଧି ବଦ୍ଧ ଭାବେ ସେବନ କରିବେ ଏବଂ ସୁସ୍ଥ ରହିପାରିବେ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 66 ଗାଇର ରଙ୍ଗ ଅନୁସାରେ ତାର ମହତ୍ଵ
.

Comments
Post a Comment