ମୋ ଆଈମା ସ୍ୱାସ୍ଥ୍ୟ କଥା - 43 ଖାଦ୍ୟ ଖାଇବାର ସଠିକ୍ ସମୟ ଉପରେ....

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 43 ଖାଦ୍ୟ ଖାଇବାର ସଠିକ୍ ସମୟ ଉପରେ...*



ଭୋଜନର ଦିନଚଯ୍ୟା କିପରି ହେବା ଦରକାର ?


ସକାଳ ୭ ରୁ ୯ ଟା  ପର୍ଯ୍ୟନ୍ତ ଆମାଶୟ କ୍ରିୟାଶୀଳ ହୋଇଥାଏ (ଶରୀରର  ଟାଇମ ଟେବୁଲ ଅନୁସାରେ) ସକାଳର ଭୋଜନ ସୂର୍ଯ୍ୟୋଦୟ ହେବାର ୨ ଘଣ୍ଟା ଭିତରେ କରିବା ଉଚିତ୍ ।   ଉଦାହରଣ- ଯଦି ସୂର୍ଯ୍ୟୋଦୟ ୭ଟା ରେ ହୁଏ ତେବେ ସକାଳର ଭୋଜନ ୭ ରୁ ୯ ଟା ମଧ୍ୟରେ କରିବା ଉଚିତ୍। କାରଣ ସେହି ସମୟରେ ଖାଦ୍ୟକୁ ହଜମ କରୁଥିବା ଜଠର ଅଗ୍ନି  ଅଧିକ ତୀବ୍ର ହୋଇଥାଏ । ସକାଳ ୬ ରୁ ୧୦ ଟା ପର୍ଯ୍ୟନ୍ତ ଆମ ଶରୀରରେ କଫ ର ପ୍ରଧାନତା ରହିଥାଏ । ସେହି କାରଣରୁ  ପାଚକରସ ଧିରେ ଧିରେ ବହୁତ ସମୟ ଧରି କ୍ଷରିତ ହୋଇଥାଏ । ତେଣୁ ସକାଳେ ନିଜ ପସନ୍ଦର ଖାଦ୍ୟ ପେଟପୂରା ଖାଇବା ଉଚିତ୍ ।


ମଧ୍ୟାହ୍ନ ଭୋଜନ ସକାଳ ଭୋଜନର ଅଧା ଓ ସଂଧ୍ୟା ଭୋଜନ ସୂର୍ଯ୍ୟାସ୍ତ ର ୪୦ ମିନିଟ୍ ପୂର୍ବରୁ କରିବା ଉଚିତ୍ । ସଂଧ୍ୟା ଭୋଜନ , ମଧ୍ୟାହ୍ନ ଭୋଜନର ଅଧା କିମ୍ବା ନାମକୁ ମାତ୍ର ଅଳ୍ପ  ଖାଇବା ଉଚିତ୍ ।                        


ସଂଧ୍ୟା ଭୋଜନ ପରେ ଅତିକମ୍ ରେ ୧୦୦୦ ପାଦ ଚାଲିବା ଉଚିତ୍ । ସଂଧ୍ୟା ଭୋଜନର ୨ ଘଣ୍ଟା ପରେ କ୍ଷୀର ପିଇ ଶୋଇବା ଉଚିତ୍ । ଦେଶୀ ଗାଈ ର କ୍ଷୀର ସବୁଠାରୁ ଉତ୍ତମ ଅଟେ । ସକାଳ ଓ ମଧ୍ୟାହ୍ନ ଭୋଜନ ପରେ ୨୦ ମିନିଟ୍ ପର୍ଯ୍ୟନ୍ତ ବିଷ୍ନୁ ମୁଦ୍ରାରେ ବାମ କଡ କରି ଶୋଇବା ଉଚିତ୍ ।  ଯଦି କୌଣସି କାରଣରୁ ସଂଧ୍ୟା ୭ ଟା ପରେ ଭୋଜନ କରିବାକୁ ପଡେ , ତେବେ ଅନ୍ୟ ଦିନର ଅଧା ଭୋଜନ କରିବା ଉଚିତ୍ । ଯଦି ରାତି ୯ ଟା ପରେ ଭୋଜନ କରିବାକୁ ପଡେ, ତେବେ କେବଳ ଦେଶୀ ଗାଈର କ୍ଷୀର ପିଇ ଶୋଇବା ଉଚିତ୍ । ଖାଇବା ସମୟରେ ଭୂମିରେ ସୁଖାସନ (ଚକା ଆସନ) କରି ଖାଇବା ଉଚିତ୍ ।  କାରଣ ଆମ ଜଂଘ ସନ୍ଧି ଉପରେ ଏକ ଚକ୍ର ଥାଏ ଯାହା ସିଧାସଳଖ ଜଠର ଅଗ୍ନି ସହ ସଂଯୋଗ ହୋଇଛି । ଏହା ଦ୍ୱାରା ଜଠର ଅଗ୍ନି ତୀବ୍ରତର କାମ କରିଥାଏ । କିନ୍ତୁ ଯେତେବେଳେ ଆମେ ଚେୟାର୍ ରେ ବସି ଓ ଠିଆ ହୋଇ ଖାଇଥାଉ ,ଏହାର ଠିକ୍ ଓଲଟା (ବିପରୀତ) ହୋଇଥାଏ ।  ତେଣୁ ଖାଇବା ସମୟରେ ଭୂମିରେ ବସି ଖାଇବା ଉଚିତ୍ । 




ମୋ ଆଈମା ସ୍ୱାସ୍ଥ୍ୟ କଥା - 45 ଚିନିକୁ ଧଳା ବିଷ କୁହାଯାଏ



Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)