ମୋ ଆଈମା ସ୍ୱାସ୍ଥ୍ୟ କଥା - 45 ଚିନିକୁ ଧଳା ବିଷ କୁହାଯାଏ

ସ୍ୱାସ୍ଥ୍ୟ କଥା - 45 

ଚିନି ଓ ଗୁଡ ଭିତରୁ ଶରୀର ପାଇଁ କୋଉଟା ଲାଭପ୍ରଦ କୋଉଟା କ୍ଷତିକାରକ  ??? 

 ଚିନିକୁ ଧଳା ବିଷ କୁହାଯାଏ  ଯେଉଁଠି ଗୁଡ ସ୍ୱାସ୍ଥ୍ୟ ପାଇଁ ଅମୃତ ଅଟେ । କାରଣ ଗୁଡ ଖାଇବା ଦ୍ୱାରା ଏହା ଶରୀରରେ କ୍ଷାର ସୃଷ୍ଟି କରିଥାଏ । ଯାହା ଆମ ଖାଦ୍ୟ ର ହଜମ ଶକ୍ତି ବଢାଇଥାଏ । ସେଥିପାଇଁ  ଋଷି ବାଗଭଟ୍ଟ ଖାଦ୍ୟ ଖାଇସାରିବା ପରେ ଅଳ୍ପ ଗୁଡ ଖାଇବାକୁ ଉପଦେଶ ଦେଇଥିଲେ । ଯେଉଁଠିକି ଚିନି ଅମ୍ଳ ସୃଷ୍ଟି କରିଥାଏ ,ଯାହା ଆମ ଶରୀର ପାଇଁ ହାନିକାରକ ।ଗୁଡକୁ ହଜମ କରିବା ପାଇଁ ଶରୀରକୁ ଯଦି ୧୦୦ କ୍ୟାଲୋରୀ ଶକ୍ତି ଦରକାର ହେଉଥାଏ ,ଚିନିକୁ ହଜମ କରିବା ପାଇଁ ୫୦୦କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ । ଗୁଡରେ କ୍ୟାଲସିୟମ୍ ସହିତ ଫସଫରସ୍ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଭଲ କାମ କରିଥାଏ ଏବଂ ହାଡ ତିଆରି କରିବାରେ ସାହାଯ୍ୟ କରିଥାଏ ।ଚିନିକୁ ତିଆରି କରିବାପାଇଁ ଏତେ ଅଧିକ ତାପମାତ୍ରା ଦରକାର ହୁଏ ,ଯାହାଦ୍ୱାରା ଫସଫରସ୍ ଜଳିଯାଏ ବା ନଷ୍ଟ ହୋଇଯାଏ ।  ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୁଡର ଉପଯୋଗ କର। ଗୁଡରେ କ୍ୟାଲସିୟମ୍,ଫସଫରସ୍,ମ୍ୟାଗ୍ନେସିୟମ୍,ପୋଟାସିୟମ୍,ଲୌହ ଆଦି କିଛି ମାତ୍ରାରେ କପର ନିୟସିନ ନାମକ ସ୍ୱାସ୍ଥ୍ୟ ବର୍ଦ୍ଧକ ତତ୍ତ୍ୱ ହୋଇଥାଏ । ବିଶ୍ଳେଷଣ ଅନୁସାରେ ଗୁଡରେ ବ୍ରାଉନ ସୁଗାର ଅପେକ୍ଷା ୫ ଗୁଣ ଅଧିକ ଓ ଚିନି ଅପେକ୍ଷା ୫୦ ଗୁଣ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗୁଡର ପୋଷକତା ଶରୀର ପାଇଁ ଉପଯୁକ୍ତ ଅଟେ । 
ଶିଶୁ ଜନ୍ମ ହେବା ପରେ ମାଆ କୁ ଗୁଡ ଦେବାଦ୍ୱାରା କେତେଗୁଡିଏ ବଡ ରୋଗ ଦୂର ହୋଇଥାଏ ।  
ଏହି ପୋଷକତାର କମ୍ କୁ ପୂର୍ଣ୍ଣ କର । 
ଶିଶୁ ଜନ୍ମ ର ୪୦ ଦିନ ଭିତରେ ମାଆ ଶରୀରରେ ତିଆରି ହେଉଥିବା ସମସ୍ତ ରକ୍ତ ଅବରୋଧକୁ ଦୂର କରିଥାଏ । ନାରୀ ମାନଙ୍କର ମାସିକ ଧର୍ମ ସମ୍ବନ୍ଧିତ ଚିନ୍ତାକୁ ଠିକ୍ କରିଥାଏ । ଗୁଡ ହୃଦୟ ପାଇଁ ହିତକର ଏବଂ କଫ ରୋଗକୁ ଠିକ୍ କରିଥାଏ ।     

ଗୁଣ: ଗୁଡର ରଙ୍ଗ ନାଲି କିମ୍ବା କଫି ରଙ୍ଗର ହୋଇଥିଲେ କେବଳ କିଣିବେ l ଗୁଡ ପୁରୁଣା ହେଇ ହେଇ ଚାଲିଲେ ସେତେ ଅଧିକ ଗୁଣକାରୀ ହୋଇଥାଏ l 
ଏହାର ରଙ୍ଗ ନଳୀରୁ କଳା ଆଡକୁ ଯାଏ l 
ତା'ପରେ ଏହାର ଉପଯୋଗ ଔଷଧ ପାଇଁ କରାଯାଏ । ଦେଶୀ ଗୁଡ  ତିଆରି କରୁଥିବା ଲୋକ ଗାଁ ଗାଁ ବୁଲି ବିକ୍ରି କରନ୍ତି । ତାଙ୍କ ପାଖରୁ ବିନା ମସଲା ର ଗୁଡ ଆଣ । ମାନେ ହେଲା ଯେଉଁ ଗୁଡରେ କମ ଖାଇବା ସୋଢା ବା ଆଦୌ ମିଶିନଥିବ ତାକୁ ଖାଇବା ଉଚିତ l





ମୋ ଆଈମା ସ୍ୱାସ୍ଥ୍ୟ କଥା - 45   ଚିନିକୁ ଧଳା ବିଷ କୁହାଯାଏ


 ମୋ ଆଈମା ସ୍ବାସ୍ଥ୍ଯ କଥା - 45 (A) ଖାଦ୍ୟ ପ୍ରାଣ(୧) 'କ' ଯୁକ୍ତ ଖାଦ୍ୟ ଉପରେ... 


ମୋ ଆଈମା ସ୍ବାସ୍ଥ୍ଯ କଥା - 45 (B)   ଖାଦ୍ୟ ପ୍ରାଣ(୨) 'ଖ' ଯୁକ୍ତ ଖାଦ୍ୟ ଉପରେ...









.
.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 17 ମହିଳାମାନଙ୍କୁ ବିଶେଷ ଶକ୍ତି ଦେଇଛି ଘର କାମ ପାଇଁ

ମୋ ଆଈମା ସ୍ୱାସ୍ଥ୍ୟ କଥା - 05 ଆଖିର ଜ୍ୟୋତି

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"