ମୋ ଆଈମା ସ୍ବାସ୍ଥ୍ଯ କଥା - 45 (A) ଖାଦ୍ୟ ପ୍ରାଣ(୧) 'କ' ଯୁକ୍ତ ଖାଦ୍ୟ ଉପରେ...

 ମୋ ଆଈମା ସ୍ବାସ୍ଥ୍ଯ କଥା - 45 (A) ଖାଦ୍ୟ ପ୍ରାଣ(୧) 'କ' ଯୁକ୍ତ ଖାଦ୍ୟ ଉପରେ... 



👉 ଆମେ ପ୍ରତିଦିନ ଯେଉଁ ଭୋଜନ କରୁ ସେଥିରେ ଅଳ୍ପେ ବହୁତେ ଶ୍ବେତ ସାର, ପୁଷ୍ଟି ସାର, ସ୍ନେହ ସାର, ଜୀବସାର ବା ଖାଦ୍ୟ ପ୍ରାଣ, ଖଣିଜ ଲବଣ ଓ ଜଳ ପ୍ରଭୁତି ୬ଟି ଉପାଦାନ ଥାଏ । ଶରୀର ସର୍ବଦା କାର୍ଯ୍ୟକ୍ଷମ ରହିବାକୁ ଯେଉଁ ଶକ୍ତି ଓ ଉତ୍ତାପ ଆବଶ୍ୟକ କରେ ସେ ଶକ୍ତି ତାକୁ ଶ୍ୱେତସାର ଖାଦ୍ୟରୁ ମିଳେ। ଶରୀର ଇଞ୍ଜିନ ଚଳାଇବା ପାଇଁ ଏହି ଏହି ଉପାଦାନ ଠିକ ଇନ୍ଧନ ସଦୃଶ କାମ କରେ। ଏହି ଉପାଦାନ ଗୁଡିକ ମନୁଷ୍ୟ କୁ ଅଙ୍ଗ ପ୍ରତ୍ୟଙ୍ଗ, ପାକସ୍ଥଳୀ, ହୃଦ ଯନ୍ତ୍ର, ଫୁସଫୁସ, ମସ୍ତିଷ୍କ, କିଡନୀ ପ୍ରଭୁତି ଠିକ ସଞ୍ଚାଳନ ପାଇଁ ଶକ୍ତି ଯୋଗାଇ ଥାଏ । ଏହାର ଅଭାବ ଘଟିଲେ ଶରୀର ନିସ୍ତେଜ ଏବଂ ଦୁର୍ବଳ ହୋଇପଡେ। ଶରୀରର କୌଣସି ଯନ୍ତ୍ର ଠିକରେ କାମକରେ ନାହିଁ । ଆଳସ୍ୟ ଦେଖା ଯାଏ । ସର୍ବଦା ଶୋଇ ରହିବାକୁ ଇଛା ହୁଏ । ପୁଣି ଉପଦାନ ଗୁଡିକ ଶରୀରକୁ ମିଳିଗଲେ ଶରୀର ସକ୍ରିୟ ହୋଇ ଉଠେ। ବିଶେଷ ଏହି ଉପାଦାନ ଗୁଡିକ ଚାଉଳ, ଗହମ, ମାଣ୍ଡିଆ, ଚୁଡା, ମକା, ଗୁଡ଼, ମହୁ, ଆଖୁ, ଚିନି, କ୍ଷୀର, ଆଳୁ, କନ୍ଧ ମୂଳ ଆଦିରୁ ମିଳିଥାଏ । ଖଜୁରୀ, କିସମିସ୍, ପାଚିଲା କଦଳିରୁ ମଧ୍ୟ ଶର୍କରା ଜାତୀୟ ଖାଦ୍ୟ ବିଶେଷ ଭାବେ ମିଳିଥାଏ । ଚିନି ବଦଳରେ ଆଖୁ ରସ, ଗୁଡ଼, ତରୁଭୂଜ ଆଦି ଖାଇଲେ ଶରୀରର କୌଣସି କ୍ଷତି ହେବାର ଆଶଙ୍କା ନ ଥାଏ । 


👉 ପୁଷ୍ଟି ସାର ଅର୍ଥ ଶରୀର ପକ୍ଷେ ଅତି ଦରକାରୀ ପ୍ରୋଟିନ। ଶରୀରକୁ ଯଥେଷ୍ଟ ପୁଷ୍ଟିସାର ନ ମିଳିଲେ ଜୀବକୋଷ ର ପ୍ରୋଟୋପ୍ଲାଜମ, ଶରୀର ପ୍ରୋଟିନ, ହରମୋନ, ଓ ଏଞ୍ଜାଇମ ପ୍ରଭୁତି ତିଆରି ହୋଇ ପାରେନା । ନାନା ରୋଗର ସମ୍ମୁଖିନ ହୋଇଥାଏ । 


👉 ଯେଉଁ ପୁଷ୍ଟିସାର ରେ ଦଶଟି ଆମିନୋ ଏସିଡ୍ ଥାଏ ତାକୁ ପ୍ରଥମ ଶ୍ରେଣୀ ର ପ୍ରୋଟିନ କୁହାଯାଏ । ଦଶଟି ରୁ କମ ରହିଲେ ତାକୁ ୨ୟ ଶ୍ରେଣୀ ର ପ୍ରୋଟିନ କୁହାଯାଏ । ପ୍ରାଣିଜ ପ୍ରୋଟିନ ପ୍ରଥମ ଶ୍ରେଣୀର। ଏହି ପ୍ରୋଟିନ ମଧ୍ୟ ରେ ଦହି ଓ କ୍ଷୀର ହେଉଛି ସର୍ବୋକୃଷ୍ଟ । ଦହି ଏବଂ କ୍ଷୀର  ଠାରୁ ଉତ୍କୃଷ୍ଟ ପ୍ରୋଟିନ ଯୁକ୍ତ ଖାଦ୍ୟ ଆଉ ନାହିଁ। ଉଦ୍ଭିଦଜ ପ୍ରୋଟିନ ହେଉଛି ୨ୟ ଶ୍ରେଣୀର। ଏହି ପ୍ରୋଟିନ - ନାଲି ଅଂଶ ଥିବା ଚାଉଳ, ଗହମ, ଶିମ୍ବ, ବାଦାମ, ଫଳ, ପାଳଙ୍ଗ ଶାଗ, ନଡ଼ିଆ, ଡାଲି ଜାତୀୟ ବ୍ରବ୍ୟରୁ ମିଳିଥାଏ । ଏହାର ଅଭାବ ରେ ଶରୀର କ୍ଷୀଣ ଏବଂ ଦୁର୍ବଳ ହୁଏ । ଶିଶୁ ମାନଙ୍କ ଅଭିବୃଦ୍ଧି ଘଟେ ନାହିଁ । ଯେଉଁମାନେ ପ୍ରାଣିଜ ପ୍ରୋଟିନ ଖାଆନ୍ତି ନାହିଁ ସେମାନେ ଚୋପା ଛଡା ହୋଇଥିବା ଡାଲି ଦ୍ୱାରା ସେହି ଅଭାବ ଦୂର କରିପାରିବେ । ଦେହକୁ ଉତ୍ତାପ ରୁ ରକ୍ଷା କରିବା ଓ ଚର୍ମ କୁ ଚିକ୍କଣ ରଖିବା ସ୍ନେହସାର ର କାମ। ସ୍ନେହସାର ସାଧାରଣ ତ  ତୈଳ ବୀଜ ରୁ ମିଳେ । ଏହା ନଡ଼ିଆ, ଚିନାବାଦାମ, ରାଶି ଇତ୍ୟାଦିରେ ପ୍ରଚୁର ମାତ୍ରାରେ ଥାଏ। ସ୍ନେହ ସାର ଅଭାବ ଘଟିଲେ ଜୀବକୋଷ ର ପ୍ରାଚୀର ଝିଲ୍ଲୀ ଗଠନ ହେଇପାରେ ନାହିଁ।, ଦେହ ଶୁଖିଲା ଦେଖାଯାଏ । ଚର୍ମ କୋଚା ହୋଇଯାଏ । ନାନା ପ୍ରକାରର ଚର୍ମ ରୋଗ ଉତ୍ପନ୍ନ ହୁଏ  । ଯକୃତ ଠିକ ଥିଲେ ଏହି ଏହି ଜାତୀୟ ଖାଦ୍ୟ ଖିଆ ଯାଇପାରେ । ତା'ନହେଲେ ଉପକାର ପରିବର୍ତ୍ତେ ଅଧିକ ଅପକାର ହୋଇଥାଏ । 


👉 କ୍ଷୀର, ଛେନା, ଲହୁଣୀ, କ୍ଷୀର ସର, ଘିଅ, ମହୁ, ସେଓ, ସପୁରୀ, କମଳା ଲେମ୍ବୁ, ଗାଜର, ବନ୍ଧା କୋବି, ପାଳଙ୍ଗ ଶାଗ, ମୂଳା, ଫୁଲ କୋବି, ବିଲାତି ବାଇଗଣ, ଲେଉଟିଆଶାଗ, ଶିମ୍ବ, ଲାଉ, ଢ଼ିଙ୍କି କୁଟା ଚାଉଳ, ଢ଼ିଙ୍କି କୁଟା ଚୁଡା, ଗହମ, ଚୋକଡ଼ ମିଶା ରୋଟି, ଚୋପା ଥିବା ସବୁପ୍ରକାର ଡ଼ାଲି ଏ ସବୁ ଯଥା ସମ୍ଭବ ସ୍ୱାଭାବିକ ରୂପରେ ଭୋଜନ କରିବା ଦ୍ୱାରା ଜ୍ଞାନ ତନ୍ତୁ ଗୁଡିକ ସହିତ ଆଖି, ଅନ୍ତ୍ର, ଫୁସଫୁସ ତଥା ମୂତ୍ରାଶୟ ମଧ୍ୟ ଉପକୃତ ହେଇଥାଏ । ଏହି ଖାଦ୍ୟ ପ୍ରାଣ ଦ୍ୱାରା ଶିଶୁ ମାନଙ୍କର ଶାରୀରିକ ଅଭିବୃଦ୍ଧି ହୁଏ । 


👇ଖାଦ୍ୟ ପ୍ରାଣ 'କ' ଅଭାବରେ ହେଉଥିବା ରୋଗ👇


👉 ଅନ୍ଧାର କଣା ରୋଗ ଛୋଟ ପିଲାଙ୍କ ର ପୁଅ ରୋଗ (ରିକେଟ) ନିମୋନିଆ, କ୍ଷୟକାଶ, ଚର୍ମ ରୋଗ ଶରୀରର ଅଭିବୃଦ୍ଧି ରେ ବାଧା ସୃଷ୍ଟି ହୁଏ ଦନ୍ତ ରୋଗ ଦେଖା ଯାଏ ଦାନ୍ତ ଗୁଡିକ ପୋକ ଖାଇ ଝଡ଼ି ପଡ଼େ ଯେ କୌଣସି ସଂକ୍ରମକ ରୋଗ ହଠାତ୍ ଆକ୍ରମଣ କରେ ପନି ପରିବା ଏବଂ ଫଳ ରେ ଏହି ଖାଦ୍ୟ ପ୍ରାଣ 'କ' ବେଶୀ ମାତ୍ରାରେ ଥାଏ ପରିବାକୁ ଅଧିକ ସିଝାଇ ଦେଲେ ତାହା ନଷ୍ଟ ହୋଇଯାଏ । 


👉 ନାଲି ଅଂଶ ଥିବା ଢ଼ିଙ୍କି କୁଟା ଚାଉଳ, ଗୋଟା ଯଅ,

ଅଙ୍କୁରିତ ଯଅ, ଚୋକଡ଼ ମିଶା ଅଟା, ଅଙ୍କୁରିତ ଗହମ, ଗହମ ଭୂଷି, ମକା, ସୁଜି, ଚୋପାଥିବା ସବୁ ପ୍ରକାର ଡାଲି, ଗଜା ମୁଗ, ଗଜା ବୁଟ, ମହୁ, ସେଓ, ଅଙ୍ଗୁର, ସପୁରୀ, ଡାଲିମ୍ବ, ନଡ଼ିଆ, ଅମୃତଭଣ୍ଡା, ବିଭିନ୍ନ ପ୍ରକାର କୋଳି, ପିଆଜ, ବାଦାମ, ଅଳ୍ପ ସିଝା ଆଳୁ, ବିଲାତି, ବାଇଗଣ, ବନ୍ଧା କୋବି ଓ ଫୁଲ କୋବି, ପାଳଙ୍ଗ ଶାଗ, ସବୁ ପ୍ରକାର ଫଳ, ସବୁଜ ପନିପରିବା, ପେଜ ଓ ତୋରାଣି ରେ ରେ ଯଥେଷ୍ଟ ପରିମାଣରେ ଥାଏ । 


                  👇କାର୍ଯ୍ୟ👇


👉 ଉପଯୁକ୍ତ ଭାବରେ କ୍ଷୁଧା ବଢ଼ାଇବା, ଶରୀର କୁ ସକ୍ରିୟ କରି ରଖିବା, ରକ୍ତ ବୃଦ୍ଧି ସଙ୍ଗେ ସଙ୍ଗେ ମାଂସ ପେଶୀ, ସ୍ନାୟୁ ତଥା ସମଗ୍ର ଶରୀର ସଂସ୍ଥାନ କୁ ସୁସ୍ଥ ସବଳ ରଖିବାରେ ସହାୟକ ହୋଇଥାଏ । ମାଂସ ପେଶୀ, ହୃଦୟ ଏବଂ ମସ୍ତିଷ୍କ ପାଇଁ ଏହି ଖାଦ୍ୟ ପ୍ରାଣ ବିଶେଷ ପ୍ରୟୋଜନ। ଏହାର ଅଭାବରେ ବିଭିନ୍ନ ପ୍ରକାର ରୋଗ ଉତ୍ପର୍ନ ହେଉଥିବା କାରଣ ରୁ ବୈଜ୍ଞାନିକ ମାନେ ଭିଟାମିନ ବି-୧, ବି-୨, ବି-୩, ବି-୧୨ ଏହିଭଳି ଅନେକ ଭାଗରେ ବିଭକ୍ତ କରିଛନ୍ତି ।


             👇ଅଭାବରେ ରୋଗ👇


👉 ଏହାର ଅଭାବ ଘଟିଲେ ଭୋକ ହୁଏ ନାହିଁ, ପାଦ ଫୁଲେ, ଶରୀର ର ଓଜନ କମିବାକୁ ଲାଗେ, ହୃଦପିଣ୍ଡ, ମାଂସପେଶୀ ଓ ସ୍ନାୟୁ ଦୁର୍ବଳ ହୋଇଯାଏ, ବେରି ବେରି ନାମକ ଏକ ପ୍ରକାର ରୋଗସୃଷ୍ଟି ହୁଏ, ଶ୍ଵତସାର ଜାତୀୟ ଖାଦ୍ୟ ଶରୀରରେ ବିନିଯୋଗ ହୁଏ ନାହିଁ କି ପରିପକ୍ବ ହୁଏ ନାହିଁ, ଫଳରେ ଝାଡା ହୁଏ, ଜିଭ ଓ ପାଟିରେ ଘା ହୁଏ, ଜିଭ ଫାଟିଲା ପରି ଦିଶେ, ଖାଦ୍ୟ ପ୍ରତି ଅରୁଚି ଆସେ, ଚର୍ମ ଉପରେ ଆବୁ ଦେଖା ଯାଏ, ଠାଏ ଠାଏ ଫୁଲି ଯାଏ । ଭିଟାମିନ ବି-୧୨ ଅଭାବ ଘଟିଲେ ଲୋହିତ ରକ୍ତ କଣିକା ଗଠନ ହେବାରେ ବାଧା ସୃଷ୍ଟି ହୁଏ, ତା' ଫଳରେ ରକ୍ତହିନତା ଦେଖା ଦିଏ ଶରୀରରେ ନାନା ପ୍ରକାର ରୋଗ ସୃଷ୍ଟି ହୁଏ।ଏହା ଡାଲି ଜାତୀୟ ଖାଦ୍ୟ ପଦାର୍ଥ, ବିଲାତି ବାଇଗଣ, ବିଭିନ୍ନ ପ୍ରକାର ଶାଗ, ଆଖୁ ଗୁଡ ରେ ପ୍ରଚୁର ପରିମାଣରେ ଥାଏ  । 




ମୋ ଆଈମା ସ୍ୱାସ୍ଥ୍ୟ କଥା - 45   ଚିନିକୁ ଧଳା ବିଷ କୁହାଯାଏ


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)