ମୋ ଆଈମା ସ୍ବାସ୍ଥ୍ଯ କଥା - 45 (B) ଖାଦ୍ୟ ପ୍ରାଣ(୨) 'ଖ' ଯୁକ୍ତ ଖାଦ୍ୟ ଉପରେ...

 *ମୋ ଆଈମା ସ୍ବାସ୍ଥ୍ଯ କଥା - 45 (B) ଖାଦ୍ୟ ପ୍ରାଣ(୨) 'ଖ' ଯୁକ୍ତ ଖାଦ୍ୟ ଉପରେ...*


👉 ଲେମ୍ଭୁ, ନାରଙ୍ଗୀ, ଟମାଟୋ, ସୁଂକ୍ଷ୍ମ ଅମ୍ଳଯୁକ୍ତ ଫଳ, କଗେଜି ଲେମ୍ଭୁ, କମଳା ଲେମ୍ଭୁ, ଆମ୍ବ, ନାସପାତି, ରସୁଣ, ଅଁଳା କୋଳି, ମୂଳା, ଗାଜର, କଞ୍ଚା ମଟର, ଛୁଇଁ, ପାଳଙ୍ଗ ଶାଗ, ଲେଉଟିଆ ଶାଗ, ସମସ୍ତ ପ୍ରକାର ତଟକା ପନିପରିବା ରେ ଥାଏ, ଅଁଳାରେ ବିଶେଷ ପରିମାଣରେ ଖାଦ୍ୟପ୍ରାଣ 'ଗ' ଥାଏ, ଏହି ଖାଦ୍ୟ ପ୍ରାଣକୁ  anti-scobutic କୁହନ୍ତି, ଏହା ହଜମ କ୍ରିୟାକୁ ଶକ୍ତି ଯୋଗାଏ, ଏହାର ଅଭାବରେ ରକ୍ତ ଦୂଷିତ ହୋଇଥାଏ, ଶରୀର ଦୁର୍ବଳ ହୋଇଯାଏ, ଦନ୍ତରୋଗ, ଯଥା- ଦାନ୍ତ ମୂଳ ଫୁଲା, ରକ୍ତ ପଡିବା, ଦାନ୍ତର ଶିଥିଳ ହେବା,

ପାୟେରିଆ ଆଦି ରୋଗ ହେଇଥାଏ, ମୁଣ୍ଡରେ ରୂପି ହୁଏ, ଦେହର ରଙ୍ଗ ଧୂସର ଦେଖାଯାଏ, ମୁହଁରେ ବ୍ରଣ ହୁଏ, ଶରୀରର ବୃଦ୍ଧି ହୁଏ ନାହିଁ, ସ୍କର୍ଭି ନାମକ ରୋଗ ଆକ୍ରାନ୍ତ କରେ, ଖାଦ୍ୟପ୍ରାଣ 'ଗ' ଦେହରେ ସଞ୍ଚିତ ହୋଇ ଦୀର୍ଘ ଦିନ ରହୁ ନ ଥିବାରୁ ଏହାକୁ ପ୍ରତିଦିନ ଖାଇବା ଉଚିତ, ଅଁଳାକୁ ପ୍ରତିଦିନ ରାତିରେ ପାଣିରେ ଭିଜାଇ ସକାଳୁ ସେହି ପାଣିକୁ ଛାଣି ପିଇଲେ ଶରୀରକୁ ଉପଯୁକ୍ତ ପରିମାଣରେ ଖାଦ୍ୟପ୍ରାଣ 'ଗ' ମିଳିବା ସଂଗେ ସଂଗେ ଅନ୍ୟାନ୍ୟ ବହୁ ରୋଗ ଆରୋଗ୍ୟ ହୁଏ, ଏହି ଭିଟାମିନ କୁ ଉପଯୁକ୍ତ ପରିମାଣରେ ଖାଇଲେ ରକ୍ତ ପରିଷ୍କାର ହୁଏ, କ୍ଷତ ସ୍ଥାନ ପୁରାଣ ହୁଏ ବା ଶୁଖିଯାଏ, ଶରୀରରେ ରକ୍ତ କଣିକା ବୃଦ୍ଧି ପାଏ । 


👉 ଏକ ଉତୁରା କ୍ଷୀର, କ୍ଷୀର ସର, ଲହୁଣୀ, ବିଲାତି ଆଳୁ, ପିଆଜ, ହିଡିମୋଚା ଶାଗ, କଣ୍ଟାଲେଉଟିଆ ଶାଗ, କ୍ଷୀର ଛେନା, ଚୋପାଥିବା ଶସ୍ୟ, ଅମୃତଭଣ୍ଡା, ନଡ଼ିଆ ଆଦିରୁ ଏହି ଖାଦ୍ୟ ପ୍ରାଣ ମିଳିଥାଏ । ଏହା ଅସ୍ଥି ତଥା ଅବୟବକୁ ଶକ୍ତ ତଥା ସୁନ୍ଦର କରି ସ୍ୱାସ୍ଥ୍ୟ କୁ ଭଲ ରଖେ।


           👇ଅଭାବରେ ରୋଗ👇


👉 ଏହି ଖାଦ୍ୟପ୍ରାଣ ଅଭାବରେ ଦାନ୍ତ, ଅସ୍ଥି ରୋଗ ଦେଖା ଦିଏ, ଦାନ୍ତ ଦୁର୍ବଳ ହୋଇ ହଲିବାକୁ ଲାଗେ, ଥଣ୍ଡା ବା ଗରମ ବାଜିଲେ ଦାନ୍ତ ଶୁଳେଇ ହୁଏ, ଅକାଳରେ ଦାନ୍ତ ପଡି ଯାଏ, ଅସ୍ଥି ଦୁର୍ବଳ ହୋଇ ରିକେଟ ରୋଗ ହୁଏ, ଗୋଡ ଓ ହାତ ହାଡ଼ ଗୁଡିକ ଗଣ୍ଠି ଠାରେ ବକ୍ର ହୋଇଯାଏ, ଚାଲିବାରେ କଷ୍ଟ ଅନୁଭବ ହୁଏ, ବେଳେବେଳେ ଏହି ଅସ୍ଥି ରୋଗରୁ ମେରୁହାଡ ବକ୍ର ହୋଇଯାଏ, ଯାହା ଫଳରେ ମନୁଷ୍ୟ ଅକର୍ମଣ୍ୟ ହୋଇଯାଏ ।


👉 ସ୍ତ୍ରୀ ପୁରୁଷଙ୍କ ର ପ୍ରଜନନ ଶକ୍ତିକୁ ସୁରକ୍ଷିତ ରଖିବା ପାଇଁ ଖାଦ୍ୟପ୍ରାଣ 'E' ଆବଶ୍ୟକ । ଏହା କଞ୍ଚା କ୍ଷୀର, କ୍ଷୀର ସର, ଢିଙ୍କି କୁଟା ଚାଉଳ, ଛେନା, ଗଜା ମୁଗ, ଗଜା ଯଅ, ଗଜା ଗହମ, ସେଓ, ଅଙ୍ଗୁର, କମଳା ଲେମ୍ଭୁ, ଡାଲିମ୍ବ, ବିଲାତି ବାଇଗଣ, କଞ୍ଚା ମଟର ଛୁଇଁ, ଫୁଲ କୋବି, ପାଳଙ୍ଗ ଶାଗ, ଚାଉଳ, ଡାଲି, ବିଲାତି ଆଳୁକୁ ଚୋପା ଛଡାଇ ନ ଖାଇଲେ ଏସବୁ ବିଶେଷ ପରିମାଣରେ ମିଳେମିଳେ, ଗଜା ମୁଗ, ଗଜା ଗହମ ପ୍ରଭୃତି (ଅ+ମୃତ+ଅନ୍ନ ) ଅମୃତାନ୍ନ ରେ ଭିଟାମିନ 'E' ରେ ପ୍ରଚୁର ମାତ୍ରାରେ ଥାଏ, ଯେଉଁ ମାନଙ୍କର ସ୍ନାୟୁବିକ ଶକ୍ତି ନଷ୍ଟ ହେଇ ନପୁଂସକତା ଆଦି ଦେଖା ଦେଇଛି ଏବଂ ଯେଉଁମାନେ ବନ୍ଧ୍ୟା ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ।


ବିଭିନ୍ନ ପ୍ରକାରର ଫଳ, ପନିପରିବା, ଶାଗ, ଛେନା, ଟମାଟୋ, ରେ ଏହି ଭିଟାମିନ 'K' ପ୍ରଚୁର ମାତ୍ରାରେ ଥାଏ, ଏହି ଭିଟାମିନ 'K' ଅଭାବ ଘଟିଲେ ରକ୍ତର ଲାସା କମିଯାଏ, ଫଳରେ ସାଧାରଣ ଆଘାତ ଲାଗିବା ମାତ୍ରେ ରକ୍ତ ସ୍ରାବ ହୁଏ, ସହଜରେ ବନ୍ଦ ହୁଏ ନାହିଁ, ଯକୃତ ଦୁର୍ବଳ ହୋଇଯାଏ । 


କ୍ଷାର- କ୍ୟାଲସିୟମ, ସୋଡ଼ା, ଗନ୍ଧକ, ଲୌହ, ମ୍ୟାଗ୍ନେସିୟମ, ଆଦି ବିଭିନ୍ନ ପ୍ରକାର ଖଣିଜ ଲବଣ ।


ମାନବ ଶରୀର ଯେଉଁ ତତ୍ବରେ ଗଢା ସେଥିରୁ କ୍ଷାର ହେଉଛି ପ୍ରଧାନ, ଏହା ଅସ୍ଥି ତଥା ସମଗ୍ର ଶରୀରକୁ ସବଳ ତଥା ସୁଦୃଢ଼ କରେ, ନୁଆଁ ରକ୍ତ ତିଆରି କରି ନୁଆଁ ତନ୍ତୁ ଗଠନରେ ମଧ୍ୟ ସାହାଯ୍ୟ କରେ, ଧାତବ ଲବଣ ବିହୀନ ଖାଦ୍ୟ ଖାଇଲେ ଆମେ ମାସକ ମଧ୍ୟରେ ରୋଗୀଣା ହୋଇଯିବା, ସାଧାରଣତଃ କ୍ଷୀର, ଦହି, ବାଦାମ, କିସମିସ, ପୋଇଶାଗ, ବଥୁଆ ଶାଗ, ପାଳଙ୍ଗ ଶାଗ, ବିଭିନ୍ନ ପ୍ରକାର ଶିମ୍ବ ଜାତୀୟ ପରିବା, ଅମୃତ ଭଣ୍ଡା, ଫୁଲ କୋବି, ଭେଣ୍ଡି, କଲରା, କଳା ବାଇଗଣ, ଆଳୁ, ଚୋକଡ଼ ଥିବା ଅଟା, ଜହ୍ନି, ନାଲି ଅଂଶ ଥିବା ଚାଉଳ, କଞ୍ଚା କ୍ଷୀର, ସମସ୍ତ ପ୍ରକାର ପାଚିଲା ଫଳ, ସବୁଜ ତରକାରୀ ରେ ପ୍ରଚୁର ମାତ୍ରାରେ ଥାଏ । 


ଏହି କ୍ଷାର ଜାତୀୟ ଖାଦ୍ୟ ଆମ ଭୋଜନର ପ୍ରଧାନ ଅଂଶ ହେବା ଉଚିତ, ଚୋପା ନ ଛଡ଼ାଇବା ଯୋଗ୍ୟ ଫଳ ଏବଂ ପନିପରିବା ଆଦିକୁ ଚୋପା ଛଡାଇ ବ୍ୟବହାର କଲେ ଏହି କ୍ଷାର ତତ୍ତ୍ବ ନଷ୍ଟ ହୋଇଯାଏ, ବାଇଗଣ, କଞ୍ଚା କଦଳୀକୁ ଆଗତୁରା କାଟି ପାଣିରେ ପକାଇ ରଖିଲେ ସେଥିରେ ଥିବା ସୋଡିୟମ ଲବଣ ପାଣିରେ ଦ୍ରବିଭୂତ ହୋଇ ବାହାରିଯାଏ, ଯାହା ଫଳରେ ପାଣି କଳା କଳା ଦିଶେ, ଯେଉଁମାନେ ଡାଲି ଜାତୀୟ ଶସ୍ଯରୁ ଚୋପା ବାହାର କରି ଦିଅନ୍ତି, ଗହମରୁ ଚୋକଡ଼ ବାହାର କରି ଦିଅନ୍ତି, ଶାଗକୁ ସିଝାଇ ସିଝା ପାଣି ଫିଙ୍ଗି ଦିଅନ୍ତି, ସେମାନେ ଏହି ଆବଶ୍ୟକୀୟ ତଥା ଲାଭକାରୀ କ୍ଷାର ରୁ ବଞ୍ଚିତ ହୁଅନ୍ତି । 


               ★ଫସଫରସ★


ଏହା ମଧ୍ୟ ଶରୀର ପାଇଁ ଏକ ଦରକାରୀ ଲବଣ, ଏହାର ଅଭାବ ଘଟିଲେ କୋଷ ମଧ୍ୟରେ ଥିବା ପ୍ରୋଟୋପ୍ଲାଜମ ଗଠନ ହେଇପାରେ ନାହିଁ, ଅସ୍ଥି ଏବଂ ଦାନ୍ତ ଦୁର୍ବଳ ହୋଇଯାଏ, ଏହା ପ୍ରଚୁର ମାତ୍ରାରେ ଡାଲି ଜାତୀୟ ଶସ୍ୟ, କ୍ଷୀର ଏବଂ ଶାଗୁଆ ପନିପରିବା ରେ ଥାଏ, ବିଶେଷ କରି ମଞ୍ଜି ଜାତୀୟ ଖାଦ୍ୟ, ଚିନାବାଦାମ, ନଡ଼ିଆ, କଲରା, ଅମୃତଭଣ୍ଡା, କିସମିସ, ଆମ୍ବଡ଼ା, ଆଦିରୁ ମିଳେ । ବାଇଗଣ ଏବଂ ପୋଇରେ ଏହା ଯଥେଷ୍ଟ ପରିମାଣରେ ଥାଏ । 


                  ★ଲୌହ★


ରକ୍ତରେ ଲୋହିତ ରକ୍ତ କଣିକା ଏହି ଲବଣ ଯୋଗୁଁ ତିଆରି ହୁଏ, ଏହି ଲବଣ ର ଅଭାବ ଘଟିଲେ ରକ୍ତହୀନତା ଏବଂ ଏହି ରକ୍ତହୀନତା ରୁ ନାନା ପ୍ରକାର ରୋଗ ସୃଷ୍ଟି ହୁଏ । କ୍ଷୀରକୁ ଲୁହା କଢେଇ ରେ ସିଝାଇ ପିଇଲେ ବିଶେଷ କରି ଏହି ଲବଣ ମିଳି ଥାଏ, ଚୋକଡ଼ ସହ ଅଟା, ଧାନ ଆଦି ଶସ୍ୟ, ଶାଗୁଆ ପନିପରିବା ରେ ଏହା ବିଶେଷ କରି ଥାଏ । 


            ★ଆୟୋଡିନ★


ଏହି ଲବଣ ଯୋଗୁ ଶରୀରେ ହର୍ମୋନ ତିଆରି ହୁଏ, ଏହାର ଅଭାବରେ ହର୍ମୋନ ତିଆରି, ହୃତପିଣ୍ଡ ର ସ୍ପନ୍ଦନ, ରକ୍ତ ସଞ୍ଚାଳନ ଏବଂ ଶ୍ଵାସକ୍ରିୟା ରେ ବ୍ୟାଘାତ ସୃଷ୍ଟି ହୁଏ, ଏହି ଲବଣ ସଜନା ଛୁଇଁ, ଲୁଣି ମାଛରୁ ମିଳିଥାଏ, ସବୁଜ  ପନିପରିବା, ତୁଳସୀପତ୍ର, କ୍ଷୀର, ଏବଂ କ୍ଷୀର ଜାତ ଦ୍ରବ୍ୟରୁ, ତରକାରୀ ଝୋଳରୁ ମିଳିଥାଏ । 


            ★ପଟାସିୟମ★


ଏହି ଲବଣ ର ଅଭାବ ଘଟିଲେ ରକ୍ତ ସଞ୍ଚାଳନ, ରକ୍ତ ଗଠନରେ ବାଧା ସୃଷ୍ଟି ହୁଏ, ଜୀବକୋଷ ଗୁଡିକ ନିଷ୍କ୍ରିୟ ହୋଇପଡନ୍ତି, ଫଳ ରେ ଶରୀରର  ଅଭିବୃଦ୍ଧି ବାଧାପ୍ରାପ୍ତ ହୁଏ, ସବୁବେଳେ କ୍ଲାନ୍ତ ବୋଧ ହୁଏ, ଏହି ଲବଣ ତଟକା ଶାଗ, ପନିପରିବା, ପିତା ଲାଗୁଥିବା ପତ୍ର ଏବଂ ବିଲାତି ବାଇଗଣ ରୁ ସର୍ବାଧିକ ମିଳେ, ଉପର ଲିଖିତ ଲବଣ ସମୂହ ରକ୍ତ ରେ କ୍ଷାରତ୍ୱ ଵୃଦ୍ଧି କଲାବେଳେ ବାକି ଲବଣ , ଯଥା- କ୍ଲୋରିନ, ଫ୍ଲୋରିନ, ସଲଫର ଓ କାର୍ବନ ଇତ୍ୟାଦି ଶରିର ରେ ଅମ୍ଳତ୍ବ ବୃଦ୍ଧି କରନ୍ତି, ଆମର ରକ୍ତ କ୍ଷାର ପ୍ରଧାନ ହୋଇଥିବାରୁ ଦୈନିକ ଖାଦ୍ୟ ରେ ଅମ୍ଳ ଜାତୀୟ ପଦାର୍ଥ ର ପରିମାଣ ୧ ଗୁଣ (୨୦%) ହେଲେ କ୍ଷରୀୟ ପଦାର୍ଥର ପରିମାଣ ତାର ଚାରିଗୁଣ ଅର୍ଥାତ (୮୦%) ହେବା ଉଚିତ, ସେଥିରୁ ଯଦି କ୍ଷାରୟ ଖାଦ୍ୟ କମ ହୁଏ ରକ୍ତରୁ କ୍ଷାର ଅଂଶ କମିଯାଇ ରକ୍ତରେ ବିଭିନ୍ନ ରୋଗ ଉତ୍ପନ୍ନ ହୁଏ ।




ମୋ ଆଈମା ସ୍ୱାସ୍ଥ୍ୟ କଥା - 45   ଚିନିକୁ ଧଳା ବିଷ କୁହାଯାଏ


 ମୋ ଆଈମା ସ୍ବାସ୍ଥ୍ଯ କଥା - 45 (A) ଖାଦ୍ୟ ପ୍ରାଣ(୧) 'କ' ଯୁକ୍ତ ଖାଦ୍ୟ ଉପରେ... 


ମୋ ଆଈମା ସ୍ବାସ୍ଥ୍ଯ କଥା - 45 (B)   ଖାଦ୍ୟ ପ୍ରାଣ(୨) 'ଖ' ଯୁକ୍ତ ଖାଦ୍ୟ ଉପରେ...


ମୋ ଆଈମା ସ୍ବାସ୍ଥ୍ଯ କଥା – 46 ଦେଶୀ ଗାଈ ଘିଅର ଉପକାରିତା ଉପରେ...






.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 17 ମହିଳାମାନଙ୍କୁ ବିଶେଷ ଶକ୍ତି ଦେଇଛି ଘର କାମ ପାଇଁ

ମୋ ଆଈମା ସ୍ୱାସ୍ଥ୍ୟ କଥା - 05 ଆଖିର ଜ୍ୟୋତି

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"