ମୋ ଆଈମା ସ୍ୱାସ୍ଥ୍ୟ କଥା - 79 ଭ୍ରମଣର ଉପକାରିତା ଉପରେ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 79*


_(ଭ୍ରମଣର ଉପକାରିତା ଉପରେ)_

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହିତ ଏକ ନବ ପୁଲକିତ ସୁସ୍ଥ ମନ ଓ ଶରୀର ସ୍ବପ୍ନ ଭିତରେ ଆମେ ଆଜି ଭ୍ରମଣ କରି ପହଞ୍ଚିଯାଇଛୁ ଆପଣଙ୍କ ମୋବାଇଲ ପାଖରେ l ଆଈମାଙ୍କ ଦିଗଦର୍ଶନ ସବୁବେଳେ ଆମକୁ ମିଳୁଥାଉ ଏବଂ ଆମେ ଆମ ମହାନ ଓଡ଼ିଆ ସଂସ୍କୃତି ବିଜ୍ଞାନ ଭିତରକୁ ନିତ୍ୟ ନିରନ୍ତର ପ୍ରବେଶ କରି ନିଜକୁ ସୁସ୍ଥ କରିବା କାମ ଚାଲୁ ଏହା ଆମର କାମନା ଶ୍ରୀ ଜଗନ୍ନାଥଙ୍କ ପଦ୍ମ କାମଳରେ l


ଥରେ ଆଈମାଙ୍କୁ ହଠାତ ପ୍ରଶ୍ନ କରିଥିଲି ଭଗବାନ ନିଜେ ତ ମାଂସ ଭକ୍ଷଣ କରିବା ପାଇଁ ମୃଗୟା କରୁଥିଲେ ଆଉ କେମିତି ଅହିଂସା ପରମୋ ଧର୍ମର କଥା କହୁଥିଲେ? ପ୍ରଶ୍ନ ଶୁଣି ଆଈମା କହିଲେ ପୂର୍ବ କାଳରେ ଲୋକେ ଏକ ନିର୍ଦ୍ଧିଷ୍ଟ ଋତୁରେ ମୃଗେୟ କରୁଥିଲେ l ପ୍ରକୃତରେ ମୃଗୟା ମାନେ ମୃଗ ହରିଣ ଶିକାର ନୁହେଁ l ମୃଗୟା ମାନେ ହେଲା ଯେଉଁ ଜଙ୍ଗଲରେ ଅତ୍ୟୋଧିକ ତୃଣ ଭୋଜି ପ୍ରାଣୀ ରହିଥାନ୍ତି ସେଇଭଳି ଅରଣ୍ୟକୁ ତୀର୍ଥ ବା ଭ୍ରମଣ କରି କିଛି ସମୟ କଟେଇବା ଅଟେ l କିନ୍ତୁ କିଛି ଲୋକ କିମ୍ବା ରାଜାମାନେ ନିଜର ଧନୁଶର କଳା ପ୍ରଦର୍ଶନ ଏବଂ ମାଂସ ଭକ୍ଷଣ ଉଦ୍ଦେଶ୍ୟରେ ମଧ୍ୟ ମୃଗୟା କରୁଥିଲେ ଯାହାକି ପାପ କାର୍ଯ୍ୟ ଥିଲା l ସେଥିପାଇଁ ସେଇ ବ୍ୟକ୍ତିକୁ ବନପ୍ରସ୍ତ ଏବଂ ସନ୍ୟାସ ଧର୍ମ ମଧ୍ୟ ଅତିବାହିତ କରିବାକୁ ପଡୁଥିଲା l ତେଣୁ ମୃଗୟା ମାନେ କେବଳ ଜଙ୍ଗଲ ପରିଭ୍ରମଣ ଅଟେ l ମୃଗୟା କରିବା ଫଳରେ ବ୍ୟକ୍ତି ଭିତରେ ପ୍ରତିରୋଧ ଶକ୍ତି ବଢ଼ି ଅନେକ ପିତ୍ତ ଏବଂ ବାତ ବିକାର ଜନିତ ରୋଗର ସ୍ଥାୟୀ ସମାଧାନ ହୋଇଥାଏ l


ଠିକ ସେହିପରି ପୂର୍ବ କାଳରେ ଲୋକେ ପାରିଧି ଯାଉଥିଲେ l ଯେମିତି ଜଙ୍ଗଲରେ ବୁଲିବାକୁ ମୃଗୟା କୁହାଯାଏ, ଜଳ ଭାଗ ଯେମିତିକି ସମୁଦ୍ର କୂଳରେ, ବଡ଼ ବଡ଼ ନଦୀ କୂଳରେ ବୁଲିବା ନୌକା ବିହାର କରିବା କାମକୁ ପାରିଧି କୁହାଯାଏ l ପାରିଧି କଲେ ଶାରୀରିକ ଓ ମାନସିକ ବିକାର ନଷ୍ଟ ହୋଇଥାଏ l ଯାହାର ଚର୍ମ ରୋଗ ଭଲ ହେଉନଥାଏ ତାକୁ ପାରିଧି କରି କିଛି ସମୟ ସେଇ ଅଞ୍ଚଳରେ ରହିବାକୁ ପରାମର୍ଶ ଦିଆଯାଇଥାଏ l


ଏବେ ଆସନ୍ତୁ ଜାଣିନେବା ଏହି ଭ୍ରମଣ ପଛରେ କଣ ବିଜ୍ଞାନ ରହିଛି? ମଣିଷର ଶରୀର ପଞ୍ଚମହାଭୂତ ତତ୍ତ୍ୱରେ ଗଢ଼ା l ଯିଏ ଯେଉଁ ଅଂଚଳରେ ଜନ୍ମ ହେଇଥାଏ ତାରି ଶରୀର ସେଇ ଅଂଚଳର ମାଟି ପାଣି ପବନରେ ତିଆରି ହୋଇଥାଏ l ତେଣୁ ସେଇ ମଣିଷ ପାଖରେ ନିଜର ଆଞ୍ଚଳିକତାର ପ୍ରଭାବ ପଡେ l ଆମ ଶରୀରର ପ୍ରତିରୋଧ ଶକ୍ତି ମଧ୍ୟ ସେହି ଅଞ୍ଚଳରେ ରହୁଥିବା ଜୀବାଣୁ ଓ ଭୁତାଣୁକୁ ନେଇ କମ ବେଶୀ ହେଉଥାଏ l ତେଣୁ ଆମ ସଂସ୍କୃତିରେ ବହୁ ପୂର୍ବରୁ ହେମନ୍ତ, ଶରତ ଓ ବସନ୍ତ ଋତୁରେ ଗଙ୍ଗା, ପୁରୀ, ସମୁଦ୍ର, ଝରଣା, ଜଳପ୍ରପାତ,ମନ୍ଦିର ଦର୍ଶନ ଆଦି ତୀର୍ଥ କରାଯାଉଥିଲା l ଗାଁ ଗାଁକୁ ଯାଇ ରାସଲୀଳା, ପାଲା, ଦଶକାଠିଆ ତ ବସନ୍ତରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଇତ୍ୟାଦି ବୈଜ୍ଞାନିକ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ପ୍ରତିରୋଧ ଶକ୍ତିରେ କମ ବେଶୀ ହେଇ ଅନେକ ଅଜଣା ଅଚିନ୍ହା ରୋଗ ଦାଉରୁ ଲୋକଙ୍କୁ ପ୍ରଚୁର ପରିମାଣରେ ପ୍ରତିରୋଧ ଶକ୍ତି ମିଳିପାରୁଥିଲା l ସ୍ଥାନ ପରିବର୍ତ୍ତନ କିଛି ସମୟ ହେଲେ ବିଶେଷ କରି ଏମିତି ଏକ ଜାଗା ଯେଉଁଠି ନିଜ ଅଞ୍ଚଳ ଅପେକ୍ଷା ଭ୍ରମଣ ଅଞ୍ଚଳରେ ତାପମାତ୍ରା, ସାନ୍ଧ୍ରତା, ବାୟୁ ଚାପ ଆଦିରେ ପ୍ରଭେଦ ଥିବ l ଉଦାହରଣ ସ୍ୱରୂପ ଓଡିଶାର ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳ ଭିତରେ ପ୍ରାକୃତିକ ପରିବେଶ କ୍ଷେତ୍ରରେ ଅଭୁତପୁର୍ବ ପରିବର୍ତ୍ତନ ଦେଖାଯାଇଥାଏ l ସେଥିପାଇଁ ପଞ୍ଚିମଓଡିଶାର ଲୋକଙ୍କୁ ପୁରୀ, ଚିଲିକା, ଲିଙ୍ଗରାଜ ମନ୍ଦିର ଆଦି ବୁଲିବାକୁ ଇଚ୍ଛା ଲାଗେ ଏବଂ ଏହା ଜରୁରୀ ମଧ୍ୟ l ଠିକ ସେହିପରି ପୂର୍ବାଞ୍ଚଳ ଲୋକଙ୍କୁ ଗୁପ୍ତେଶ୍ୱର, ହରିଶଙ୍କର, ନୃସିଂହନାଥ ଇତ୍ୟାଦି ଅନେକ ତୀର୍ଥ ସ୍ଥଳୀ କିମ୍ବା ସେମିତି ପର୍ବତ ପାହାଡ଼ ଭରା ଅଂଚଳକୁ ନିଶ୍ଚିତ ରୂପେ ପରିଭ୍ରମଣ କରିବା ଦରକାର l ଏକଥା ମନେ ରଖିବେ ଗ୍ରୀଷ୍ମ ଋତୁ କିମ୍ବା ଶୀତ ଋତୁରେ କୌଣସି ଜାଗାକୁ ଭ୍ରମଣ କରିବାର ସ୍ୱୀକୃତି ଆମ ସଂସ୍କୃତି ଦିଏ ନାହିଁ l ଏହାର କାରଣ ହେଲା ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ କିରଣ ଠାରୁ ଯଥେଷ୍ଟ ଦୁରେଇ ରହିବା ଦରକାର l ଶାରୀରିକ ପରିଶ୍ରମ କମ କରିବା ଦରକାର ସେହିପରି ଶୀତ ଋତୁରେ ମଣିଷ ଘରେ ରହି ସୂର୍ଯ୍ୟ ଓ ଅଗ୍ନି ତାପ ଯଥେଷ୍ଟ ନେବା ଦରକାର l ଡିସେମ୍ବର, ଜାନୁଆରୀ ମାସରେ କରାଯାଉଥିବା ବଣଭୋଜି ବା ପିକନିକ କ୍ଷତିକାରକ ହୋଇଥାଏ l ଆମ ସଂସ୍କୃତିରେ କେବଳ ନାତିଶୀତୋଷ୍ଣ ପରିବେଶରେ ବୁଲିବାକୁ ବୈଜ୍ଞାନିକ କୁହାଯାଇଛି ଯାହା ଆମ ଶରୀରରେ ଯଥେଷ୍ଟ ପରିମାଣରେ ପ୍ରତିରୋଧକ ଶକ୍ତି ତିଆରି କରିଥାଏ l


ଆହୁରି ମଧ୍ୟ ଆମ ସଂସ୍କୃତି ଭିତରେ ସୂକ୍ଷ୍ମ ଭ୍ରମଣ କଥା ରହିଛି ଯେମିତକା ନିଜ ଘରୁ ବାହାରି କୌଣସି ଗାଈ ରହୁଥିବା ସ୍ଥଳୀ, ଗୋଶାଳା କିମ୍ବା ବିଲ ବାଡ଼ି ଯେଉଁଠି ପ୍ରାକୃତିକ ତଥା ଅମୃତ କୃଷି ହେଉଥିବ, ମନ୍ଦିର, ଯୋଗୀ ମୁନିମାନଙ୍କ ଆଶ୍ରମ ଇତ୍ୟାଦି କୁ ଭ୍ରମଣ କରି କିଛି ସମୟ କଟେଇବା ଦ୍ୱାରା ମଧ୍ୟ ଆମ ଶରୀରରେ ଯଥେଷ୍ଟ ପରିମାଣରେ ଆକାଶ ତତ୍ତ୍ୱ ବୃଦ୍ଧି ଘଟେ ଏବଂ ଅତି ସହଜରେ ପ୍ରତିରୋଧକ ଶକ୍ତି ବଢ଼େ ଏବଂ ତ୍ରି୍ଦୋଷ କଟିଯାଏ l ଗୋବର ଏବଂ ମାଟି କାମ କରୁଥିବା ବ୍ୟକ୍ତିର କେବେବି ପାରଲାଇସିସ ଏବଂ ବାତ ରୋଗ ଦେଖାଯାଇନଥାଏ l ସେଥିପାଇଁ କୃଷକମାନେ ଦୀର୍ଘାୟୁ ଏବଂ ନିରୋଗ ହୁଅନ୍ତି l ପାଦରେ ଚାଲିବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼େ ଏବଂ ପେଟର ମାଂସପେଶୀ ମଜବୁତ ହୋଇଥାଏ l ଯିଏ ଯେତିକି ଖାଲି ପାଦରେ ଚାଲିବ ତାର ପ୍ରତିରୋଧ ଶକ୍ତି ତଥା ଆଘ୍ରାଣ ଶକ୍ତି ସେତେ ପଢ଼ି ଆୟୁଷବାନ ହେଇପାରିବ l ଗୋମାତାଙ୍କ ପଞ୍ଚ ଗବ୍ୟ ଭିତରେ ଏମିତି ଲାଭ ଦାୟକ ତତ୍ତ୍ୱ ରହିଛି ତାର ସ୍ପର୍ଶମାତ୍ରେ ଶରୀରର ପ୍ରତିରୋଧ ଶକ୍ତି ବଢ଼ିବା ଆରମ୍ଭ ହୁଏ l ଗୁହାଳ ଭଳି ଏକ ସୂକ୍ଷ୍ମ ପରିବେଶରେ ଅନେକ ଶ୍ୱାସ ଏବଂ ଯକ୍ଷ୍ମା ରୋଗୀଙ୍କୁ ଅଧିକ ସମୟ ରହିବାକୁ ବୈଦ୍ୟମାନେ ପରାମର୍ଶ ଦେଇ ରୋଗର ମୁଳୋତ୍ପାଟନ କରାଯାଇଥାଏ l






ମୋ ଆଈମା ସ୍ୱାସ୍ଥ୍ୟ କଥା - 80  ଆୟୁଷ ନଷ୍ଟ କରିବାରେ ଚପଲ ଓ ଜୋତାର ଭୂମିକା 







.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)