ମୋ ଆଈମା ସ୍ୱାସ୍ଥ୍ୟ କଥା - 80 ଆୟୁଷ ନଷ୍ଟ କରିବାରେ ଚପଲ ଓ ଜୋତାର ଭୂମିକା
*ମୋ ଆଈମା ସ୍ୱାସ୍ଥ୍ୟ କଥା - 80*
ଯଦି ଆପଣଙ୍କର ଗୋଟିଏ ବର୍ଷ ଆୟୁଷ ବଦଳରେ ଆପଣଙ୍କୁ ଗୋଟିଏ କୋଟି ଟଙ୍କା ଦିଆଯାନ୍ତା ତାହେଲେ ଆପଣ କଣ ସତରେ ରାଜି ହେଇପାରିବେ? ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଆଜି ଆମେ ସମସ୍ତେ ଖୁସିରେ ନିଜ ନିଜର ଆୟୁଷ ଦାନ କରିବାରେ ବେଶ ଖୁସି l ଖରାପ ଭାବନ୍ତୁ ନାହିଁ କାରଣ ତ ଜାଣନ୍ତୁ କଣ ପାଇଁ ଆଈମା ଆମକୁ ଏଭଳି କଥା କହୁଛନ୍ତି? ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆପଣମାନଙ୍କ ପାଇଁ ରହିଛି..
👉 ଆୟୁଷ ନଷ୍ଟ କରିବାରେ ଚପଲ ଓ ଜୋତାର ଭୂମିକା l
👉 କଠଉ ପିନ୍ଧିବାରେ କଣ ରହିଛି ବିଜ୍ଞାନ?
👉 ବୈଜ୍ଞାନିକ ଜୋତା ବା ଚପଲ ନିର୍ମାଣ l
ଆଈମା କହନ୍ତି ଆମ ପାଦ ତଳ ସବୁବେଳେ ଟାଣ ରହିବା ଦରକାର କାରଣ ପ୍ରତ୍ୟେକ ସ୍ଥଳଚର ପ୍ରାଣୀମାନଙ୍କର ପାଦ ପ୍ରାକୃତିକ ଭାବେ ଟାଣ ରହିଥାଏ l ଯେଉଁ ବ୍ୟକ୍ତିର ପାଦ ତଳ ଚର୍ମ ଯେତିକି ଟାଣ ସିଏ ସେତିକି ଦୀର୍ଘାୟୁ ହେବାର ସମ୍ଭାବନା ଥାଏ l ବଜାରରେ ଆଜିକାଲି କେତେ ସୁନ୍ଦର ସୁନ୍ଦର ଚପଲ, ଜୋତା ମିଳୁଛି ଏହାକୁ ଆମେ ପିନ୍ଧି ଆରାମ ପାଉଛନ୍ତି କିନ୍ତୁ ଏହା ଦ୍ୱାରା କେତେ ଯେ ଆମର କ୍ଷତି ହେଉଛି ଜାଣିରଖନ୍ତୁ l
👉 ପାଦକୁ ନା ମାଟିର ନା ପବନ ନା ସୂର୍ଯ୍ୟାଲୋକର ସ୍ପର୍ଶ ମିଳେ ସେଥିପାଇଁ ପାଦ କଅଁଳିଆ ହୋଇଥାଏ l
👉 ଘରର ଫାଉଣ୍ଡେସନ ଯଦି ଦୁର୍ବଳ ତାହେଲେ ଘରର ସ୍ଥାୟିତ୍ୱ ଉପରେ ଯେମିତି ପ୍ରଶ୍ନ ଚି଼ହ୍ନ ଉଠେ ସେହିପରି ପାଦ କୋମଳ ହେଲେ ଅନେକ ରୋଗ ଆସିବାର ସମ୍ଭାବନାକୁ ବଢ଼େଇ ଦିଏ l
👉 ଯାହାର ପାଦ ଯେତିକି କୋମଳ ତାର ମେରୁଦଣ୍ଡ ହାଡ଼ ସେତିକି ବଙ୍କା ହେବାର ସମ୍ଭାବନା ଥାଏ l
👉 ରୋଗ ପ୍ରତିରୋଧ ଶକ୍ତି କମେ ଏବଂ ଅନେକ ରକ୍ତଗତ ରୋଗ ଉପୁଜିପାରେ l
👉 ପାରାଲାଇସିସ ରୋଗର ଅନେକ କାରଣ ଭିତରୁ ଗୋଟିଏ କାରଣ ବୁଟ ବା ଜୋତା ପିନ୍ଧିବା ଅଟେ l
👉 ନପୁଂସକକତା, ଯୌନ ରୋଗ ସୃଷ୍ଟି ତଥା ଅଶ୍ଳୀଳ ଚିନ୍ତାକୁ ବୃଦ୍ଧି କରିବାରେ ମଧ୍ୟ ଏହି ଚପଲ ବା ଜୋତାର ଭୂମିକା ରହିଛି l
👉 ହାର୍ନିଆ ରୋଗ ପାଇଁ ଦାୟୀ ମଧ୍ୟ ଏହି ବଜାରର ଜୋତା ଚପଲ ହେଇପାରେ l
👉 ସୁଗର ଓ ବ୍ଲଡ଼ ପ୍ରେସର ରୋଗୀ ଖାଲି ପାଦରେ ଚାଲିଲେ ଅଧା ରୋଗ ଭଲ ହେଇଯିବ l
ଆମ ଦେଶର ଅଧିକାଂଶ ଭାଗରେ ଉଷ୍ଣ ଜଳବାୟୁ ପ୍ରବାହିତ ହୋଇଥାଏ l ଆମ ପାଇଁ ବୁଟ ସୁଟ ଟାଇ ପିନ୍ଧିବାର କଣ ଆବଶ୍ୟକତା ଅଛି? ଏହା ସେଇ ଦେଶର ଲୋକମାନଙ୍କ ପାଇଁ ଠିକ ଯେଉଁଠି ସବୁବେଳେ ଥଣ୍ଡା ପଡେ ଏବଂ ଲୋକେ ବାଧ୍ୟ ହୁଅନ୍ତି ନିଜ ଶରୀରକୁ ଢାଙ୍କିବା ପାଇଁ l ଆମ ଦେଶରେ ଅତିବେଶୀରେ ଗୋଟିଏ ମାସ ମାତ୍ର ଅତ୍ୟୋଧିକ ଥଣ୍ଡା ଅନୁଭୂତ ହୋଇଥାଏ କେବଳ ମାସେ ପାଇଁ ଦାମିକିଆ ବୁଟ ସୁଟ ପିନ୍ଧିବା କେତେ ଦୂର ଯଥାର୍ଥ ଅଟେ? ଜୋତା ତ ଗରମ ତା ସାଙ୍ଗରେ ମୋଜା ବି ପୁରେଇବା ପାଦ ପ୍ରତି ତଥା ସମ୍ପୂର୍ଣ୍ଣ ଶରୀର ପ୍ରତି ବହୁତ ବଡ଼ ଅନ୍ୟାୟ ଅଟେ l
ଆମ ସଂସ୍କୃତିରେ କଠଉର ବହୁତ ବଡ଼ ଗୁରୁତ୍ୱ ରହିଛି l କୁହାଯାଏ ଏହି କଠଉ ଗୋଟିଏ ରାଜ୍ୟର 14 ବର୍ଷ ପର୍ଯ୍ୟନ୍ତ ରାଜୁତି କରି ସେଇ ରାଜ୍ୟକୁ ରାମ ରାଜ୍ୟରେ ପରିଣତ କରିପାରିଥିଲା l ଆମେ ଜାଣିଛେ ଏହି ଦିବ୍ୟ କଠଉ କଥା ରାମାୟଣରୁ l ଭାରତୀୟ ସଂସ୍କୃତିରେ ଯେଉଁ ପାଦୁକା ବା ଚପଲ ର ବ୍ୟବହାର ହୁଏ ତାର ଯଥେଷ୍ଟ ସମ୍ମାନ ରହିଛି ତାକୁ ମୁଣ୍ଡରେ ମଧ୍ୟ ରଖିଲେ କୌଣସି ଅପବିତ୍ରତା ବା ପ୍ରଦୂଷଣର ପ୍ରଶ୍ନ ଉଠେ ନାହିଁ l କିନ୍ତୁ ବର୍ତ୍ତମାନ ଯୁଗର ଜୋତା ଓ ଚପଲକୁ ଆମ ସଂସ୍କୃତି ଦୁରେଇ ରଖିବା କଥା କହେ l ଜୋତା ଓ ମୋଜାରୁ ଯେଉଁ ଦୁର୍ଗନ୍ଧ ବାହାରେ ତାହା ବାୟୁ ପ୍ରଦୂଷଣ କରେ ଏବଂ ତାକୁ ଆମେ ଅତି ଯତ୍ନରେ ଆଣି ଘରେ ପୁରାଇବା ସହିତ ନିଜର ଆଲମିରାରେ ବି ରଖନ୍ତି l ଏହା ଦ୍ୱାରା ସାରା ଘରର ପୋଷାକ ତଥା ବାତାବରଣ ଦୂଷିତ ହୋଇ ରୋଗ ବ୍ୟାଧି ସୃଷ୍ଟିର ମୁଖ୍ୟ କାରଣ ହୋଇଥାଏ l ପୂର୍ବରୁ ଲୋକେ କଠଉ ପିନ୍ଧିକି ଆସି କୌଣସି ଧାତୁ ଜନିତ ଢ଼ାଲ ବା ଲୋଟାର ପାଣିରେ ଗୋଡ଼ ଧୋଉଥିଲେ l ଢ଼ାଲର ପାଣିରେ ଏମିତି ଚୁମ୍ବକୀୟ ଶକ୍ତି ରହିଛି ଯାହାକି ଅପକାରୀ ଜୀବାଣୁମାନଙ୍କୁ ଗୋଡ଼ ଓ ପାଦରୁ ସହଜରେ ବାହାର କରିଦିଏ ଯାହା ଫଳରେ ଘର ଭିତରକୁ କ୍ଷତିକାରକ ଜୀବାଣୁମାନେ ଆସିପାରନ୍ତି ନାହିଁ l ଆମ ସଂସ୍କୃତିରେ ପାଦ ଧୋଇକି ସେଇ ପାଣିକୁ ପ୍ରସାଦ ଆକାରରେ ସେବନ କରିବାର ଏକ ବୈଜ୍ଞାନିକ ପରମ୍ପରା ରହିଛି l ଆମେ ଆଉ ଏକ ଆଈମା ସ୍ୱାସ୍ଥ୍ୟ କଥାରେ ଏହି ବିଜ୍ଞାନ ଉପରେ ଆଲୋଚନା କରିବା l
କଠଉ ବିଜ୍ଞାନ ବିଷୟରେ ଏବେ ଜାଣିବା l କଠଉ ଏକ ହାଲୁକା କାଠରେ ତିଆରି ହୋଇଥାଏ l ଆମ ଓଡିଶାରେ ଏହାକୁ ପାଦ ଧୁଆ କାଠ କୁହାଯାଏ l ଏହା ହାଲୁକା ହେବା ସହିତ ମଜବୁତ ଏବଂ ଜଳରେ ଭିଜିଲେ ମଧ୍ୟ ଏହାର କୌଣସି କ୍ଷତି ହେଇନଥାଏ l ଏହାର ଖଟ ଖଟ ଶବ୍ଦ ଦ୍ୱାରା ଅନ୍ଧାର ରାତିରେ ଯିବା ଆସିବା ବେଳେ କୌଣସି ବିଷାକ୍ତ ଜୀବ ପାଖକୁ ଆସନ୍ତି ନାହିଁ l ଏହା ତଳ ପାଦକୁ ବଳିଷ୍ଠ କରେ ଏବଂ ଶରୀରର ସମସ୍ତ ଅସ୍ଥି ଉପରେ ବିଶେଷ କରି ମେରୁ ହାଡ଼ ଉପରେ ସକାରାତ୍ମକ ପ୍ରଭାବ ପକାଏ l କଠଉ ପିନ୍ଧି ଦୀର୍ଘ ରାସ୍ତା ଚାଲି ଚାଲି ଅତିକ୍ରମ କଲେ ମଧ୍ୟ କଠଉ ପିନ୍ଧିଥିବା ବ୍ୟକ୍ତିର ଗୋଡ଼ ହାତରେ ବିଶେଷ ଯନ୍ତ୍ରଣା ଅନୁଭବ ହୋଇନଥାଏ l ବୋଧେ ସେଥିପାଇଁ ସାଧୁ ସନ୍ୟାସୀମାନେ କଠଉ ବ୍ୟବହାର କରୁଥିଲେ ଯେହେତୁ ତାଙ୍କର ସେବା ସ୍ୱୟଂ ନିଜେ କରୁଥିଲେ l ସାଂସାରିକ ଲୋକମାନଙ୍କ ପାଇଁ ଖାଲି ପାଦ ହିଁ ଠିକ l ଖାଲି ପାଦରେ କାମ କଲେ ଶରୀରକୁ ପ୍ରଚୁର ପରିମାଣରେ ପୃଥିବୀ ତତ୍ତ୍ୱ ମିଳେ l ଏହା ବୀର୍ଯ୍ୟକୁ ମଜବୁତ କରେ l ବାତ ରୋଗ ସହଜରେ ଆସେ ନାହିଁ l ବୃଦ୍ଧ ଅବସ୍ଥାରେ ମଧ୍ୟ ମଣିଷର ଅଣ୍ଟା, ଆଣ୍ଠୁ ଏବଂ ଖଞ୍ଜା ବଳୁଆ ଥାଏ l ମଣିଷ ଚଲାବୁଲା କରିପାରେ ଶତାୟୁ ହେବା ପର୍ଯ୍ୟନ୍ତ ଯାହାକି ଚପଲ ଓ ଜୋତା ବ୍ୟବହାର ଦ୍ୱାରା ସମ୍ଭବ ନୁହେଁ l କାଠ ତାପ ଓ ବିଦ୍ୟୁତର କୁପରିବାହୀ ହୋଇଥିବାରୁ ସାଧୁମାନେ ନିଜର ଯୌଗିକ ବିଦ୍ୟୁତ ତରଙ୍ଗର ସୁରକ୍ଷା ପାଇଁ କଠଉ ବ୍ୟବହାର କରିଥାନ୍ତି ଏହା ମଧ୍ୟ ଏକ ପ୍ରମୁଖ କାରଣ ଅଟେ ସାଧକମାନଙ୍କ କଠଉ ବ୍ୟବହାର ଉପରେ l
ଏବେ ଆଧୁନିକ ଯୁଗରେ କଠଉ କଥା କହିଲେ ଲୋକେ ହସିବେ l ଏହାର ବୈଜ୍ଞାନିକତା ଉପରେ ବିଶ୍ୱାସ ତ କରିବେ କିନ୍ତୁ ଲୋକ ଲଜ୍ୟା ଦ୍ୱାରା ବ୍ୟବହାର କରିବେ ନାହିଁ l ଏହାକୁ ଆଖିରେ ରଖି କିଛି ଉତ୍ତମ ବ୍ୟକ୍ତି କାଠ ଓ ଗୋବର ଚପଲ ତିଆରି କରୁଛନ୍ତି l ଏଥିରେ ସେମାନେ ତଳ ପାଦର ମାପ ନେଇ କେବଳ ସେତିକି ଜାଗାରେ କାଠର ପତଳା ଚିପ୍ସ କିମ୍ବା ଶୁଖିଲା ଗୋବର ଗୁଣ୍ଡକୁ ଅଠା ଦ୍ୱାରା ଭଲ ଭାବେ ଲଗାଉଛନ୍ତି l ଚପଲ ଯଦିଓ ବା ମୂଳତଃ ରବର ବା ପ୍ଲାଷ୍ଟିକରେ ତିଆରି ହେଇଥାଉ ତା ଉପରେ ଯେତେବେଳେ ଗୋବର ଗୁଣ୍ଡର ଏକ ସ୍ତର ଲାଗିଯାଉଛି ଏହା ଅଦ୍ଭୁତ କାମ କରୁଛି l ଆପଣମାନେ ଜାଣିଛନ୍ତି ଗୋବର ଆମକୁ କ୍ଷତିକାରକ ରେଡ଼ିଏସନରୁ ରକ୍ଷା କରେ l ଏବେ ଯେଉଁମାନେ ଗୋବର ଚପଲ ବ୍ୟବହାର କରୁଛନ୍ତି ତାଙ୍କୁ ଅଲଗା ପ୍ରକାର ଅଶ୍ୱସ୍ଥି ଲାଗୁଥିବାର ସୂଚନା ଆସୁଛି l ଏହା ବ୍ଲଡ଼ ପ୍ରେସର,ସୁଗର ଏବଂ ମାନସିକ ରୋଗୀମାନଙ୍କୁ ଅନେକ ଲାଭ ଦେଉଛି l
ହିନ୍ଦୁ ସନାତନ ଧର୍ମରେ ଆମର ପ୍ରତ୍ୟେକ ଭଗବାନ କଠଉ ପିନ୍ଧିଥିବାର ସୂଚନା ମିଳେ l "ଶିବ" ଶବ୍ଦରୁ ହର୍ଷଇ ମାତ୍ରାଟିକୁ "ଶ" ଠାରୁ "ବ" କୁ ଆଣିଆସିଲେ ଯେମିତି ଏକ କଲ୍ୟାଣବୋଧକ ଶବ୍ଦ ପରିବର୍ତ୍ତେ ଗୋଟିଏ ଵିଧ୍ଵଂସକାରୀ ଶବ୍ଦ - "ବିଷ" ର ସୃଷ୍ଟି ହୁଏ ତଥା ଉକ୍ତ ମାତ୍ରାଟି ନ ରହିଲେ ଶବ୍ଦଟି ଆହୁରି ଭୟଙ୍କର ରୂପ ସାଜି "ଶବ" ହୋଇଯାଏ l ଠିକ ସେହିପରି ପ୍ରକୃତିର ବ୍ୟବସ୍ଥା ଯଦି ଠିକ ଜାଗାରେ ଏବଂ ଉଚିତ ମାର୍ଗରେ ଚାଲେ ତାହାଲେ ତାହା ଶିବ ଭଳି କଲ୍ୟାଣକାରୀ ହେଇଯାଏ ନହେଲେ ବିଷ କିମ୍ବା ଶବ ହୋଇଯାଏ l ବିଷର ନିର୍ମାଣ ହେଇଛି ନଷ୍ଟ କରିବା ପାଇଁ l ତେଣୁ ଯାହା ନଷ୍ଟ କରେ ତାହା ବିଷ ଅଟେ l ବିଷର କେତେ ରୂପ, କିଛି ଦେଖାଯାଏ ତ କିଛି ଦେଖାଯାଏ ନାହିଁ l ଅତ୍ୟୋଧିକତା ମଧ୍ୟ ଏକ ବିଷ ଅଟେ l ଷଡରିପୁ ମଧ୍ୟ ବିଷର ଏକ ଏକ ଅଂଶ l ମଣିଷର ଶରୀର ଅନେକ ମୌଳିକ ଉପାଦାନରେ ଗଢ଼ା l ଏହାର ଏକ ନିର୍ଦ୍ଧିଷ୍ଟ ଅନୁପାତ ରହିଛି କମିଲେ ଚଳିଯାଏ କିନ୍ତୁ ବଢିଗଲେ ବିଷ ହେଇଯାଏ l ବଜାରରେ ମିଳୁଥିବା ପ୍ଲାଷ୍ଟିକ, ଚମଡା ଓ ଅନ୍ୟ ବସ୍ତୁରୁ ତିଆରି ହେଉଥିବା ଚପଲ ଆମ ଶରୀରରେ ନକାରାତ୍ମକ କାମ କରେ l ଏଥିରେ କିଛି ଏମିତି ରାସାୟନିକ ଜିନିଷ ମିଶୁଛି ଯାହାକି ଆମର ଶରୀରର ଶକ୍ତିକୁ କ୍ଷୀଣ କରିବାରେ ସାହାଯ୍ୟ କରୁଛି l ଏହାକୁ ଆଜି ହିଁ ଶକ୍ତି ପରୀକ୍ଷା ଦ୍ୱାରା ପ୍ରମାଣିତ କରାଯାଇପାରେ ବିନା ଚପଲ ରେ ଶରୀରରେ କେତେ ଶକ୍ତି ରହୁଛି ଏବଂ ଚପଲ ବା ଜୋତା ପିନ୍ଧିଲେ କେତେ ଶକ୍ତି ରହୁଛି? ନିଶ୍ଚିତ ଭାବେ କଠଉ କିମ୍ବା ଖାଲି ପାଦରେ ଶକ୍ତି ଅଧିକ ଦେଖେଇବ l ଆସନ୍ତୁ ଆମେ ଭାରତୀୟ ବୈଜ୍ଞାନିକ ଆଧାରରେ ଜୀବନଯାପନ ପାଇଁ ପାଦ ଆଗକୁ ବଢ଼େଇବା l କାଠ ଓ ଗୋବର ଚପଲ ବ୍ୟବହାର କରି ସ୍ୱାସ୍ଥ୍ୟବାନ ହେଇପାରିବା l
ମୋ ଆଈମା ସ୍ୱାସ୍ଥ୍ୟ କଥା - 081(A) ଶଙ୍ଖର ଉପକାରିତା
.

Comments
Post a Comment