ମୋ ଆଈମା ସ୍ୱାସ୍ଥ୍ୟ କଥା - 67 ପଳାଶ ବୃକ୍ଷ ଉପରେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 67 ପଳାଶ ବୃକ୍ଷ ଉପରେ*
ଆମ ପ୍ରକୃତି ରେଳ ଗାଡିଟି ଜୈଷ୍ଠର ରୁଦ୍ରନାଳ, ଶ୍ରାବଣର ମୁଷଳଧାର, କାର୍ତ୍ତିକର କାକର, ପୌଷର ହାଡ଼ଭଙ୍ଗା ଶୀତକୁ ଅତିକ୍ରମ କରି ପହଁଚିଯାଇଛି ଫାଲଗୁନ ମାସର ସୁଗନ୍ଧିତ ମଳୟର ପରିସୀମାକୁ ଯେଉଁଠି ତାକୁ ସ୍ୱାଗତ କରୁଛନ୍ତି କେତେ ଯେ ପଶୁପକ୍ଷୀ, ଗଛଲତା ରଙ୍ଗବେରଙ୍ଗ ହୋଇ ନିଜକୁ ନବନିର୍ମିତ କରି l ସୁଦୂର ଜଙ୍ଗଲ ଭିତରୁ ଏତେ ଗୁଡ଼ାଏ ଗଛ ଭିତରୁ ବାରି ହେଇ ପଡୁଛି ଏକ ବାସହୀନ, ଗନ୍ଧହୀନ ପବିତ୍ର ବୃକ୍ଷଟିଏ ଯିଏକି ଅଗ୍ନି ରଙ୍ଗର ଏକ ଶାଢ଼ୀ ପିନ୍ଧି ନିଜ ଆଡକୁ ଆକର୍ଷିତ କରିବାର କୌଣସି ଅବସର ଛାଡ଼ୁନି l ବର୍ତ୍ତମାନ ହୋଲି ଆସନ୍ନପ୍ରାୟ ଥିଲାବେଳେ ଏହି ଗଛ କିନ୍ତୁ ନିଜକୁ ପୂର୍ବରୁ ପ୍ରସ୍ତୁତ ରଖିଛି ସତେ ଯେମିତି ନାଲି ରଙ୍ଗରେ ଗାଧେଇଦେବ ବୋଲି ଅପେକ୍ଷାରତ ସେଇ ପଳାଶ ଗଛ, ଦୀର୍ଘ ଗୋଟିଏ ବର୍ଷର ପ୍ରତୀକ୍ଷାର ଅନ୍ତ କରିବା ପାଇଁ ସେ ଦଣ୍ଡାୟମାନ, ଆମ ମଣିଷସମାଜ ପାଇଁ ନିଜକୁ ଉତ୍ସର୍ଗୀକୃତ କରୁଛି l
ଆଜିର ଆଈମା ସ୍ୱାସ୍ଥ୍ୟ କଥା ରେ ଆପଣମାନଙ୍କ ପାଇଁ ରହିଛି ପଳାଶ ବୃକ୍ଷର ଆଧ୍ୟାତ୍ମିକ ଓ ଆୟୁର୍ବେଦିକ ମହତ୍ତ୍ୱ ଉପରେ l
ଏକ ପୌରାଣିକ କଥା ଅନୁଯାଇ ଦେବୀ ପାର୍ବତୀ କ୍ରୋଧିତ ହୋଇ ଅଗ୍ନିଦେବଙ୍କୁ ପଳାଶ ବୃକ୍ଷ ହେବା ପାଇଁ ଅଭିଶାପ ଦେଇଥିଲେ ସେବେଠୁ ଧରା ପୃଷ୍ଟରେ ପଳାଶ ବୃକ୍ଷର ଉତ୍ପତ୍ତି କଥା ଆସେ l ଏହାର ପୁଷ୍ପ ବିଲକୁଲ ଅଗ୍ନି ବର୍ଣ୍ଣର ଅଟେ ଏବଂ ଏହାର ପତ୍ର ଯୌଗିକ ଭାବରେ ତିନୋଟି ପତ୍ର ବିଶିଷ୍ଟ ଅଟେ l ଏହାର ପତ୍ରର ଦୈବୀ ମହତ୍ତ୍ୱ ରହିଛି l ବାମ ପତ୍ରରେ ବ୍ରହ୍ମା, ମଝି ପତ୍ରରେ ବିଷ୍ଣୁ ଏବଂ ଡାହାଣ ପାର୍ଶ୍ୱର ପତ୍ରରେ ଶଙ୍କର ବିରାଜମାନ କରନ୍ତି l ଏହାର କାଠ ଯଜ୍ଞ ପାଇଁ ବ୍ୟବହାର କରାଯାଏ l ଚନ୍ଦ୍ର ମହାଗ୍ରହ ଏହି କାଠରେ ବାସ କରନ୍ତି l ଏହାର ପୁଷ୍ପ ଶୁଆ ଥଣ୍ଟ ଭଳିଆ ଅଟେ ଏବଂ ଏହି ପୁଷ୍ପ ହୋଲି ପାଇଁ ନାରଙ୍ଗୀ ରଙ୍ଗ ପ୍ରସ୍ତୁତ ବେଳେ କାମରେ ଆସେ l ସମ୍ପୂର୍ଣ୍ଣ ବୃକ୍ଷରେ ଗନ୍ଧର୍ବ ଏବଂ ଅପସରାମାନଙ୍କ ମଧ୍ୟ ବାସ ଥାଏ l କୌଣସି ବେଦ ମନ୍ତ୍ର ପାଠ ବା ଶିକ୍ଷା ଗ୍ରହଣ, ଯଜ୍ଞ ଆଦି କାର୍ଯ୍ୟ ଯଦି ଏହି ବୃକ୍ଷ ତଳେ କରାଯାଏ ତାହେଲେ ଶୀଘ୍ର ଫଳ ମିଳେ l ବ୍ରତପୋନୟନ କାର୍ଯ୍ୟରେ ପଳାଶ ବାଡି଼କୁ ଦଣ୍ଡ ବେତ ଆକାରରେ ବ୍ରହ୍ମଚାରୀ ବ୍ୟବହାର କରେ ଏବଂ ଗୁରୁଙ୍କ ଠାରୁ ଶିକ୍ଷା ପାଏ l ଏବେ ଆସିବା ଏହାର ଆୟୁର୍ବେଦିକ ମହତ୍ତ୍ୱ ଉପରକୁ..
ପଳାଶ ଗଛର ସମସ୍ତ ଅଂଶ ଅନେକ ଗୁଡିଏ ରୋଗର ଉପଶମ କରାଏ l ଆସନ୍ତୁ ଜାଣିବା ସମସ୍ତ ତ୍ରିଦୋଷରେ କେମିତି କାମ କରେ ପଳାଶ?
*👇କଫ ବା ଥଣ୍ଡା ରୋଗ👇*
👉 1- ପଳାଶ ଗଛର ପ୍ରତ୍ୟେକ ଅଂଶରେ ରହିଛି ଜୀବାଣୁନାଶକ ତତ୍ତ୍ୱ l ତେଣୁ ଏହାର ପତ୍ର, ଫୁଲ, ଛାଲି, କାଣ୍ଡ, ଚେରର କାଢା କରି ପିଆଯାଏ ତେବେ ଏହା ଜ୍ୱର, ତଣ୍ଟି ସଂକ୍ରମଣ, ଥଣ୍ଡା, ସର୍ଦି, କର୍ଣ୍ଣ ସମସ୍ୟା ଆଦିରେ ବଢ଼ିଆ କାମ ଦିଏ l ପତ୍ର ଅପେକ୍ଷା ଛାଲି ର ବେଶୀ ବ୍ୟବହାର ହୁଏ l 50 ଗ୍ରାମ କଞ୍ଚା ଛାଲି ବା 10 ଗ୍ରାମ ଶୁଖିଲା ଛାଲି ଗୁଣ୍ଡକୁ 500 ml ପାଣିରେ ଫୁଟାଇ 100 ml ହେଇଗଲେ ତାକୁ ଥରେ କିମ୍ବା ଦୁଇ ଥର କରି ପିଆଯାଏ l
👉 2- ଦ୍ଵିତୀୟ କଫ ରୋଗ ହେଲା ଆଖି ରୋଗ - ସଂକ୍ରମଣ, ମୋତିଆବିନ୍ଦୁ, ଆଖି ଅଠାଳିଆ ଲାଗିବା ଇତ୍ୟାଦି ରୋଗ ପାଇଁ ଏହାର ଚେରର ଅର୍କ ପ୍ରସ୍ତୁତ କରି ଆଖି ଡ୍ରପ ତିଆରି କରି ଆଖିରେ ଦିଆଯାଏ l ଏହା ଆଖିର ସମସ୍ତ କଫ ରୋଗକୁ ଏକା ଠିକ କରିପାରିବ l
👉 3- ଶ୍ୱାସ ରୋଗ, ବ୍ରୋଙ୍କାଇଟିସ, ଆସ୍ଥମା ରୋଗ ପାଇଁ ଏହାର ପତ୍ର ବା ଛାଲି ବା ଫୁଲ ବା ଚେର ର ଚା କରି ପିଇଯାଏ l ଚା ପତି ଜାଗାରେ ପଳାଶ ଗୁଣ୍ଡ ବ୍ୟବହାର କଲେ ଏହା କଫ ତିଆରି ହେବାକୁ ଦିଏନି l ଫୁସଫୁସକୁ ମଜବୁତ କରେ l ପେଟ ସଫା କରେ ଯାହାର ଥଣ୍ଡା ଯୋଗୁଁ ପେଟ ସଫା ହଉନଥାଏ l
👉 4- ଯାଦୁ, କାଛୁ, କୁଣ୍ଡିଆ ପାଇଁ ଏହାର ମଞ୍ଜିକୁ ବାଟି ଯାଦୁ ଜାଗାରେ ଲେପ କରାଗଲେ ଏବଂ ଏହାର ପତ୍ର ବା ଛାଲି ବା ଫୁଲର କାଢା କରି ପିଇଲେ ଚର୍ମ ରୋଗ ଭଲ ହୁଏ l 15 ଦିନ ପର୍ଯ୍ୟନ୍ତ ପ୍ରୟୋଗ କରାଯିବା ଦରକାର l
👉 5- ଇନସୁଲିନ କ୍ଷରଣ କମିଯାଉଥିଲେ ଏହାର କାଢ଼ା ଅତ୍ୟନ୍ତ ଲାଭକାରୀ ହୁଏ l
👉 6- ବ୍ଳକେଜ ଦୂର କରେ ହୃଦୟ ପାଇଁ ବଢ଼ିଆ ଔଷଧ l BP ଠିକ ରଖେ ଏବଂ ରକ୍ତ ସଫା କରେ l
👉 7- ମେହ ବଢ଼ୁଥିଲେ ଏହାର ଛାଲିର ଗୁଣ୍ଡକୁ 9 ଗ୍ରାମ ଗୁଡ଼ ସହିତ ଖାଇଲେ ଭଲ ହୁଏ l
👉 8- ଏହାର ଛାଲି କିମ୍ବା ଚେରକୁ ପୋଡି ପାଉଁଶ କରି 8 ଗ୍ରାମ ପାଉଁଶ ସହିତ ଗରମ ଦେଶୀ ଗାଈ ଘିଅ ସହିତ ଖାଇଲେ ଅର୍ଶ ରୋଗ ଭଲ ହୁଏ l
*👇ପିତ୍ତ ରୋଗ👇*
👉 1- ଯକୃତ ସମସ୍ୟା ଯେମିତିକି ଖାଦ୍ୟ ହଜମ ନହେବା, ଏସିଡ଼ିଟି ଇତ୍ୟାଦି ରୋଗ ପାଇଁ ଏହାର କାଢ଼ା ବହୁତ ଭଲ କାମ ଦିଏ l
👉 2- ହୋଲି ପର୍ବ ଦିନ ଏହାର ଫୁଲରୁ ଯେଉଁ ରଙ୍ଗ ପ୍ରସ୍ତୁତ ହୁଏ ତାହା ଶରୀରର ଗରମ ନାଶ କରେ ଏବଂ ବିଭିନ୍ନ ପିତ୍ତ ଜନିତ ଚର୍ମ ରୋଗ ରୁ ରକ୍ଷା କରେ l
👉 3- ଏହାର ମଞ୍ଜିରୁ ପ୍ରସ୍ତୁତ ତେଲକୁ କ୍ଷୀର କିମ୍ବା ଉଷୁମ ପାଣି ସହିତ ଖାଇଲେ ନପୁଂସକତା ନଷ୍ଟ ହୁଏ l ବୀର୍ଯ୍ୟ ବଢ଼େ l ଏହାର ତେଲକୁ ଲିଙ୍ଗରେ ମାଲିସ କରାଗଲେ ଲିଙ୍ଗ ମଜବୁତ ହେବା ସହିତ ପୁରୁଷ ଶକ୍ତିରେ ବୃଦ୍ଧି ଘଟେ l ଯଦି ତେଲ ନମିଳେ ତାହେଲେ ଏହାର ଫୁଲକୁ ମଧ୍ୟ ଶୁଖାଇ ଏହାର ଚୁର୍ଣ୍ଣକୁ ରାତିରେ କ୍ଷୀର ସହିତ ସେବନ କରାଯାଇ ପାରେ l
👉 4- ଏହାର ଫୁଲରୁ ସରବତ ତିଆରି ହୁଏ ଯାହାକି ଦୁର୍ବଳତା ନଷ୍ଟ କରେ l
👉 5- ଏହାର କାଢ଼ା ପିଇଲେ ମୂତ୍ର ସମ୍ବନ୍ଧୀୟ ସଂକ୍ରମଣ, ହାଇଡ୍ରସିଲ ଆଦି ରୋଗ ମଧ୍ୟ ଭଲ ହେଇଥାଏ l
👉 6- ଏହାର ଅଠା ବହୁତ ଉପକାରୀ ଅଟେ l ଯଦି ବହୁତ ପୁରୁଣା ଝାଡା ସମସ୍ୟା ରହିଛି ଏହାର ଅଠାକୁ 5 ଗ୍ରାମ ହିସାବରେ ପାଣି ସହିତ ମିଶାଇ ଖାଇଲେ ଝାଡା ସମସ୍ୟା ରେ ସୁଧାର ଆସେ l ଏହାର ଅଠାକୁ ପାଣିରେ ମିଶାଇ ତୁଳା ସାହାଯ୍ୟରେ ତୁଣ୍ଡ ଘା ବା ଜିଭ ଘା ରେ ଲଗେଇଲେ ଶୀଘ୍ର ଉପଶମ ହୁଏ l
👉 7- ଏହା କିଡ଼ନୀ ଷ୍ଟୋନ ପାଇଁ ବହୁତ ବଡ଼ ଔଷଧ ଏହାର କାଢ଼ା l
👉 8- ଗର୍ଭବତୀ ମହିଳାମାନେ ନିଶ୍ଚିତ ଏହାର ଫୁଲ ଖାଇବା ଦରକାର l 3-4 ଟି ଫୁଲକୁ ଧୋଇ ଖାଇପାରିବେ l ଏହା ଦ୍ୱାରା ସନ୍ତାନ ସୁନ୍ଦର ଏବଂ ବୁଦ୍ଧିମାନ ହେଇଥାଏ l ଫୁଲ ନହେଲେ ପତ୍ର କୁ ବାଟି 5 ଗ୍ରାମ ହିସାବରେ କ୍ଷୀର ରେ ପିଇ ପାରିବେ l
*👇ବାତ ରୋଗ👇*
👉 1- ମୁଣ୍ଡ ବ୍ୟଥା ବା ମାଇଗ୍ରେନ ସମସ୍ୟା ପାଇଁ ଏହାର କାଢ଼ା ବଡ଼ ଔଷଧ l
👉 2- ଆମ୍ବ ବାତ ଦ୍ୱାରା ଯେଉଁ ସବୁ ବାତ ରୋଗ ଆସେ ଯେମିତିକା ପାଦ, ଗୋଇଠି, ଆଣ୍ଠୁ ଫୁଲା ସହିତ ଦରଜ ଇତ୍ୟାଦିରେ ଏହା ଭଲ କାମ କରେ ଯଦି ଜଣେ ଦୁଇ ବେଳା ଏହି ଗଛର ଛାଲି କୁ ସିଝାଇ କାଢ଼ା କରି ପିଇପାରିବେ l
👉 3- ହାଡ଼ ମଜବୁତ କରେ ଏହାର ଅଠା l ଫେକଚର ହେଲେ ଏହାର ଅଠା କାମରେ ଆସେ l ଏହାର ଫୁଲ କୁ ରାତି ସାରା ଭିଜେଇ ସକାଳେ ଖାଲି ପେଟରେ ପିଇଲେ l କ୍ଷୟ ଜନିତ ବାତ ରୋଗରୁ ମୁକ୍ତି ମିଳେ l
👉 4- ଏହାର କାଣ୍ଡରୁ ବଢ଼ିଆ ଔଷଧ ତିଆରି ହୁଏ ଯାହାକି ବୀର୍ଯ୍ୟ ବଢାଏ ଏବଂ ଶରୀରରେ ଶକ୍ତି ବଢାଏ l
👉 5- ଏହାର ଛାଲି ଓ ଅଦାକୁ ସିଝାଇ ପିଇଲେ ଏହା ପେଟ ଫୁଲା ରୋଗକୁ ବଢ଼ିଆ କାମ ଦିଏ l
ଏହା ଥିଲା ଆମର ଆଈମା ସ୍ୱାସ୍ଥ୍ୟ କଥାର 67 ତମ ଅଧ୍ୟାୟ l ଏହି ବିଷୟ ବସ୍ତୁ ଅନେକ ପରୀକ୍ଷିତ ବ୍ୟକ୍ତି ତଥା ଆମ ପ୍ରିୟ ଆଈମାଠୁ ମଧ୍ୟ ସଂଗ୍ରହ ହେଇଛି l ଏହାର ନିଶ୍ଚିତ ଲାଭ ଉଠାନ୍ତୁ l

Comments
Post a Comment