ମୋ ଆଈମା ସ୍ୱାସ୍ଥ୍ୟ କଥା – 39 ଖାଇବା ଚୂନର ଉପକାରିତା ଉପରେ….
*ମୋ ଆଈମା ସ୍ୱାସ୍ଥ୍ୟ କଥା – 39 ଖାଇବା ଚୂନର ଉପକାରିତା ଉପରେ…*
ଗୋଟିଏ ଟଙ୍କାର ଜିନିଷ କିନ୍ତୁ ଲକ୍ଷେ ଟଙ୍କାର କାମ ଯାହାକୁ ଆମେ ପାନରେ ଲଗେଇ ଖାଉ କ୍ୟାଲସିୟମ ରେ ଭରପୂର ଏହି ଚୂନର ଔଷଧୀୟ ଗୁଣ ଜାଣିଲେ ଆପଣଙ୍କୁ ସତରେ ଆଶ୍ଚର୍ୟ୍ଯ ଲାଗିବ l
ଗତ ୭ବର୍ଷ ଧରି ଆମେ ଏହି ଚୂନକୁ ରୋଗୀଙ୍କୁ ଦେଇ ବହୁତ ଜଟିଳ ରୋଗର ସମାଧାନ କରିପାରିଛୁ l ତେଣୁ ଆପଣ ଯେ ପର୍ଯ୍ୟନ୍ତ ଏହାକୁ ଠିକ୍ ଭାବେ ବ୍ୟବହାର କରିନାହାନ୍ତି ଆପଣ ଏହାର ସତ୍ୟତାକୁ ହୃଦୟଙ୍ଗମ କରିପାରିବେ ନାହିଁ l ତେଣୁ ଆଜିର ବିଶେଷ ସ୍ୱାସ୍ଥ୍ୟ କଥା ସେଇ ଚୂନ ଉପରେ. କେମିତି ଚୂନ ୭୦ ଟି ରୋଗକୁ ଠିକ୍ କରିପାରେ ଆସନ୍ତୁ ଜାଣିବା l
କେଉଁ ରୋଗକୁ ଠିକ କରେ ?
୧- ରୋଗ ପ୍ରତିରୋଧ ଶକ୍ତି କମିଯିବା କାରଣରୁ ହେଉଥିବା ରୋଗ – କ୍ୟାନସର, ଚର୍ମ ରୋଗ, ଥଣ୍ଡା- ସର୍ଦି, ଛିଙ୍କ, କାଶ, ଜଣ୍ଡିସ, ଟନସୀଲ, ଦାନ୍ତ ସମସ୍ୟା, ଆଳସ୍ୟ, ଅର୍ଶ, ମଳକଂଣ୍ଟକ, ବ୍ରଣ, ଯୌନ ରୋଗ, ଏସିଡ଼ିଟି, ମୁଣ୍ଡ ବ୍ୟଥା, ମାଇଗ୍ରେନ ଆଦି ଅନେକ l
୨- ସମସ୍ତ ପ୍ରକାର ବାତରୋଗ- ସାଇଟିକିଆ, ସ୍ପୋଣ୍ଡୋଲାଇଟିସ, ଆଣ୍ଠୁଗଣ୍ଠି ବାତ, ଅଣ୍ଟା, ବେକ, କାନ୍ଧ, ଆଙ୍ଗୁଠି, କହୁଣୀ, ଆଦି ଯନ୍ତ୍ରଣା ରେ କାମ ଦିଏ l
୩- ପୁରୁଷ ଠାରେ ଶୂକ୍ରାଣୁ ଓ ସ୍ତ୍ରୀ ଠାରେ ଡିମ୍ବାଣୁ ସଂଖ୍ୟାକୁ ବଢ଼େଇଥାଏ l ବନ୍ଧ୍ୟା ଦୋଷ ଦୂର କରେ l
୪- ଉଚ୍ଚତା ବୃଦ୍ଧିରେ ସାହାର୍ଯ୍ୟ କରିଥାଏ l ତେଣୁ ୨୨ ବର୍ଷରୁ କମ ଗେଡା ପିଲାମାନେ ନିଶ୍ଚୟ ଏହାର ଉପଯୋଗ କରିବା ଉଚିତ l
୫- ସ୍ତ୍ରୀମାନଙ୍କର ମାସିକ ଧର୍ମରେ ଅନିୟମିତତା ଓ ସମସ୍ତ ସ୍ତ୍ରୀ ରୋଗରେ କାମ ଆସିଥାଏ l
୬- ହାଡ଼ ଭାଙ୍ଗିଗଲେ ତାକୁ ଯୋଡିବା ପାଇଁ ଏବଂ ଯନ୍ତ୍ରଣା ଲାଘବ ପାଇଁ ଏହା ସାହାର୍ଯ୍ୟ କରେ l
୭- ଗର୍ଭବତୀ ମହିଳାମାନେ ପ୍ରଥମ ମାସରୁ ୭ ମାସ ପର୍ଯ୍ୟନ୍ତ ପ୍ରତିଦିନ ଦହି ସହିତ ଖାଲି ପେଟରେ ସେବନ କଲେ ବିକଳାଙ୍ଗ ଛୁଆ ଜନ୍ମ ହେଇନଥାଏ l ମା"କୁ ରକ୍ତ ହୀନତା ଓ ଅନ୍ୟ ସବୁ ରୋଗ ହୋଇନଥାଏ l ପ୍ରସବ ସମୟରେ କମ୍ ପୀଡା ହୋଇ ସାଧାରଣ ପ୍ରସବ ହୋଇଥାଏ l ଯେଉଁ ଛୁଆଟି ହେବ ସେ ଅନ୍ୟ ଛୁଆମାନଙ୍କ ଅପେକ୍ଷା ବହୁତ ବୁଦ୍ଧିମାନ, ଶକ୍ତିଶାଳୀ, ଆଜ୍ଞାକାରୀ ଓ ଦେଶ ଭକ୍ତ ହେବ l
୮- ଯେଉଁମାନଙ୍କର ନିମ୍ନ ରକ୍ତ ଚାପ ( Low Blood Pressure ) ରହୁଛି ସେମାନେ ଏହାର ସେବନରେ ଅତି ଅଳ୍ପ ଦିନରେ ସୁସ୍ଥ ହୋଇପାରିବେ l
୯- ଏହା ବୁଦ୍ଧିକୁ ଟାଣ କରିଥାଏ l ସେଥିପାଇଁ ଯେଉଁମାନେ ପାନରେ ଚୂନ ମିଶାଇ ଖାଆନ୍ତି ସେମାନେ ଅତିଶୟ ବୁଦ୍ଧିମାନ ହୋଇଥାନ୍ତି l ତେଣୁ ବିନା ସୁପାରିର ପାନ ନିଶ୍ଚୟ ଖାଇବା ଦରକାର l
୧୦- ନଖ, କେଶ ଓ ଦାନ୍ତର ସମସ୍ତ ସମସ୍ୟା ଦୂର କରିବାରେ ସାହାର୍ଯ୍ୟ କରେ l
୧୧- ଯେହେତୁ କ୍ୟାଲସିୟମ ପର୍ଯ୍ୟାପ୍ତ ପରିମାଣରେ ଏଥିରେ ଥାଏ ଏହା ଭିଟାମିନ D ତିଆରିରେ ସାହାର୍ଯ୍ୟ କରେ l ଲୌହ ଏହାର ଭଲ ସମ୍ପର୍କ ଥିବାରୁ ଲୌହ ଅଭାବ ଜନିତ ରୋଗ କବଳରୁ ଆମକୁ ରକ୍ଷା କରେ l
୧୨- ସପ୍ତ ଧାତୁକୁ ମଜବୁତ କରି ମାଂସପେଶୀ, ବୀର୍ଯ୍ୟ କୁ ବଳ ପ୍ରଦାନ କରି ଅଧିକ ଦିନ ପର୍ଯ୍ୟନ୍ତ ଯୌବନର ସୁରକ୍ଷା କରିଥାଏ l
ଚୂନକୁ କେମିତି ସେବନ କଲେ ଭଲ କାମ ଦିଏ ??
୧- ସମସ୍ତ ବାତରୋଗ ପାଇଁ –ପ୍ରଥମେ ଅଧ ଲିଟର ପାଣିକୁ ଫୁଟାଇ ସେଥିରେ ୨ ଗ୍ରାମ ଚୂନ ( ଦୁଇଟି ଗହମ ଦାନା ସଦୃଶ )କୁ ଭଲଭାବରେ ମିଶାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସକାଳୁ ଖାଲି ପେଟରେ ପିଆଯାଏ l ଯଦି କାହାର ଯନ୍ତ୍ରଣା ହେଉଥାଏ ତାକୁ ସେଇ ସମୟରେ ଦିଆଯାଇପାରେ l ଆପଣ ଜାଣନ୍ତୁ ଏହା ଏକ ଜବରଦସ୍ତ ପେନ କିଲର l
୨- ପିତ୍ତ ରୋଗ ( ଜଣ୍ଡିସ, ଏସିଡ଼ିଟି, ଅର୍ଶ, ମଳକଣ୍ଟକ, ସମସ୍ତ ଯୌନ ରୋଗ)ରେ ଆପଣ ଆଖୁ ରସ କିମ୍ବା କୌଣସି ଫଳ ରସ ସହ ନେଇପାରିବେ l ମାତ୍ରା- ୨ ଗ୍ରାମ ଚୂନ + ୨୦୦ ମି.ଲି. ଜୁସ l
୩- କଫ ରୋଗରେ ୧୦୦ ଗ୍ରାମ ଦେଶୀ ଗାଈ ଦହି ସହ ୨ ଗ୍ରାମ ଚୂନ ନେଇ ପାରିବେ l
୪- ସବୁଠାରୁ ଭଲ ଉଷୁମ ପାଣିରେ ନେଲେ ଆପଣ ଶୀଘ୍ର ଏହାର ପରିଣାମ ପାଇପାରିବେ ।
୫- ଯଦି କୌଣସି ରୋଗ ନାହିଁ କେବଳ କ୍ୟାଲସିୟମ ପାଇବା ପାଇଁ ନେବାକୁ ଚାହୁଁଥିଲେ ଆପଣ ଖାଇବା ତରକାରୀ, ଦହି ଆଦିରେ ମିଶେଇ ନେଇପାରନ୍ତି l
🚫ସତର୍କତା ବିଷୟରେ ଜଣାନ୍ତୁ🚫
୧- ଯଦି ରୋଗୀକୁ ପଥରୀ ବା ଷ୍ଟୋନ ରୋଗ ହେଇଛି ତାକୁ ଦେବେନାହିଁ l
୨- କ୍ଷୀର ଖାଉଥିବା ଛୋଟ ଛୁଆଙ୍କୁ ନଦେଇ ତା ମାକୁ ଦେବା ଉଚିତ ଯାହା ଫଳରେ ସେ ଛୁଆର ମଧ୍ୟ ଲାଭ ହେବ l
୩- ସବୁବେଳେ ଶୁଖିଲା ଓ ଉତ୍ତମ ମାନର ଚୂନ ବ୍ୟବହାର କରିବେ l
୪- ୨ ଗ୍ରାମରୁ ଅଧିକ ଚୂନ ବ୍ୟବହାର କରିବେ ନାହିଁ l ୧୨ ବର୍ଷରୁ କାମ ପିଲାଙ୍କୁ ୧ ଗ୍ରାମ ଚୂନ ଦେବେ l
***ବିଶେଷ ଲାଭ ***
ଗୁଲକୋଜ୍ ପାଣି ପିଇଲେ ଆପଣ ଯେଉଁଭଳି ତାଜା ଓ ଫୁର୍ତି ଅନୁଭବ କରନ୍ତି ସେହିଭଳି ଚୂନକୁ ଉଷୁମ ପାଣିରେ ପିଇଲେ ସେଇ ଫୁର୍ତି ପାଇପାରିବେ l
ମୋ ଆଈମା ସ୍ବାସ୍ଥ୍ଯ କଥା - 40 ପ୍ରାଣୀମାନଙ୍କ ପାଣି ପିଇବା ଅଭ୍ୟାସରୁ ଆମେ କଣ ଶିଖିବା...
.

Comments
Post a Comment