ମୋ ଆଈମା ସ୍ବାସ୍ଥ୍ଯ କଥା - 40 ପ୍ରାଣୀମାନଙ୍କ ପାଣି ପିଇବା ଅଭ୍ୟାସରୁ ଆମେ କଣ ଶିଖିବା...
*ମୋ ଆଈମା ସ୍ବାସ୍ଥ୍ଯ କଥା - 40 ପ୍ରାଣୀମାନଙ୍କ ପାଣି ପିଇବା ଅଭ୍ୟାସରୁ ଆମେ କଣ ଶିଖିବା... *
ଏହି ପ୍ରାଣୀମାନଙ୍କର ପାଣି ପିଇବା ଅଭ୍ୟାସକୁ ଭଲ ଭାବେ ଦେଖନ୍ତୁ l କେତେ ଧୈର୍ଯ୍ୟ ଓ ସଂଯମ ସହିତ ଏମାନେ ପାଣିକୁ ପୂରା ସମ୍ମାନର ସହ ଧୀରେ ଧୀରେ ପାଣି ପିଇଥାନ୍ତି l ମଣିଷମାନେ ଏମାନଙ୍କ ଠାରୁ କିଛି ଶିଖିବା ଉଚିତ l ତେଣୁ ଆଜିର ସ୍ୱାସ୍ଥ୍ୟ କଥାରେ ଆମେ କିଛି ବିଶେଷ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ ଆଲୋକପାତ କରିବା ଯାହାକି ପାଣି ଉପରେ ରହିବ....
👉 ଆମ ଶରୀରରେ 70% ଖାଲି ଜଳ ତେଣୁ ଜଳ ଅଭାବ ହେଲେ ଅଧିକାଂଶ ପିତ୍ତ ଜନିତ ରୋଗ ଆମକୁ ମାଡ଼ିବସେ l ଗୋଟିଏ ଲୋକ ଗୋଟିଏ ଦିନରେ ସେତିକି ପାଣି ପିଇପାରିବ ଯେପର୍ଯ୍ୟନ୍ତ ତାର ପରିସ୍ରା ହଳଦିଆ ଲାଗି ରହୁଛି l ଧଳା ହେଲେ ଜାଣିବେ ଶରୀରରେ ପାଣି ଠିକ ଅଛି l
👉 300 ml ରୁ ଅଧିକ ପାଣି ଗୋଟିଏ ସମୟରେ ପିଅନ୍ତୁ ନାହିଁ l ଯଦି ଶୋଷ ହେଉଛି ବେଶୀ 10-15ମିନିଟ ଛାଡି ପୁଣି 300ml ପିଇପାରିବେ l ଏହା ଦ୍ୱାରା ଶରୀରରେ କଫ ନିୟନ୍ତ୍ରିତ ରହେ l
👉 ବସିକି ପାଣି ପିଇବା ଉଚିତ l ଚକା ପକେଇ ନପାରିଲେ ଚୌକି ଉପରେ ବସି ପିଇପାରିବେ l
👉 ସବୁବେଳେ କୁଳୁ କୁଳୁ କରି ବା ଢୋକ ଢୋକ କରି ବିଲକୁଲ ଆରାମରେ ସମୟ ନେଇ ପାଣି ପିଇବା ଉଚିତ l ଏହା ଦ୍ୱାରା ମଣିଷ କେବେବି ଅଧିକ ମୋଟା ବା ପତଳା ହୋଇନଥାଏ l କିଡ଼ନୀ ରୋଗ ପାଇଁ ବହୁତ କାମ କରେ, Dialysis ପ୍ରକ୍ରିୟାରେ ସୁଧାର ଆଣିଥାଏ l
👉 ବର୍ଷା ଦିନରେ ତମ୍ବା ପାତ୍ର, ଶୀତ ଦିନରେ ସ୍ବର୍ଣ୍ଣର ଗୋଟିଏ ଜିନିଷକୁ ମାଟି ପାତ୍ରରେ ପକାଇ ଓ ଖରା ଦିନରେ ମାଟି ପାତ୍ରରେ ପାଣି ପିଇଲେ ଶରୀର ସୁସ୍ଥ ରୁହେ l ଖରାଦିନେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ l
👉 ସିଲିଣ୍ଡର ଆକାରର ଗ୍ଲାସରେ ପାଣି ନପିଇ ବର୍ତ୍ତୁଲାକାର ଲୋଟା ବା ଗଡୁରେ ପାଣି ପିଇବା ସବୁଠୁ ଭଲ l କାରଣ ଏଥିରେ ପାଣିର ସର୍ଫେସ ଟେନସନ କମ ଥାଏ ଏବଂ ପେଟ ସଫା ପାଇଁ ସାହାଯ୍ୟ କରେ l
👉 ଫ୍ରିଜ ପାଣି ବା ବରଫ ମିଶା ପାଣି କେବେବି ପିଇବା ଉଚିତ ନୁହେଁ କାରଣ ଏହା ଦ୍ୱାରା ପେଟ ଗରମ ହୋଇଥାଏ l ଝାଡା ସଫା ହୋଇନଥାଏ ଏବଂ ପ୍ରତିରୋଧ ଶକ୍ତି କମିଯାଇଥାଏ l
👉 ଖରାରୁ ଆସି ତୁରନ୍ତ ପାଣି ପିଇଲେ କଫ ରୋଗ ଦେଖାଯାଏ l ତେଣୁ ଝାଳ ଭଲ ଭାବେ ସୁଖିଲା ପରେ ପାଣି ପିଇବେ l
👉 ଶରୀରରେ କୌଣସି ଜାଗାରେ ଯନ୍ତ୍ରଣା ହେଉଥିଲେ ଥଣ୍ଡା ପାଣି ବା ନର୍ମାଲ ପାଣି ନଦେଇ ରୋଗୀକୁ ଉଷୁମ ପାଣି ଦେବା ଉଚିତ l
👉 ଦୁର୍ଘଟଣାରେ ଶିକାର ହେଇଥିବା କୌଣସି ପ୍ରାଣୀକୁ କେବେବି ପାଣି ପିଇବାକୁ ଦେଵେ ନାହିଁ l ଏହା ଦ୍ୱାରା ପ୍ରାଣୀଟିର ଜୀବନ ଚାଲିଯାଇପାରେ l ହଠାତ ସକ ବା ଚମକି ଯାଇଥିବା ପ୍ରାଣୀର ଭାବାବେଗ ବାତ ପ୍ରକୃତିରେ ଥାଏ ତେଣୁ କେବେବି ତାକୁ ପାଣି ପିଇବାକୁ ଦେବେନି l ଅଧିକ ଶୋଷ ହେଲେ ଉଷୁମ ପାଣି ଦିଆଯାଇପାରିବ l
👉 ସବୁଠାରୁ ଭଲ ପାଣି ହେଲା ବର୍ଷା ପାଣି ତାପରେ ହିମାଳୟର ବରଫ ପାଣି ତାପରେ ଝରଣା ପାଣି ତାପରେ ନଦୀ ପାଣି ତାପରେ କୂପ ପାଣି ତାପରେ ନଳକୂପ ପାଣି ତାପରେ ପୋଖରୀ ପାଣି ତାପରେ ବ୍ଲିଚିଙ୍ଗ ମିଶା ପାଣି l
👉 ପାଣିକୁ ଚୂନ ଓ ଗୋବର ଭସ୍ମ(ପାଉଁଶ) ପକାଇ ସବୁବେଳେ ବିଶୋଧନ କରିବା ଉଚିତ l ଅନ୍ୟ ରାସାୟନିକ ଜିନିଷ ଭଲ ନୁହେଁ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 41 ଗୁଡ ଓ ଚିନି ଭିତରୁ କେଉଁଟା ଲାଭପ୍ରଦ କେଉଁଟା ହାନିକାରକ ???

Comments
Post a Comment