ମୋ ଆଈମା ସ୍ୱାସ୍ଥ୍ୟ କଥା - 41 ଗୁଡ ଓ ଚିନି ଭିତରୁ କେଉଁଟା ଲାଭପ୍ରଦ କେଉଁଟା ହାନିକାରକ ???
*ମୋ ଆଈମା ସ୍ୱାସ୍ଥ୍ୟ କଥା - 41 ଗୁଡ ଓ ଚିନି ଭିତରୁ କେଉଁଟା ଲାଭପ୍ରଦ କେଉଁଟା ହାନିକାରକ ???*
ଚିନିକୁ ଧଳା ବିଷ କୁହାଯାଏ ଯେଉଁଠି ଗୁଡ ସ୍ୱାସ୍ଥ୍ୟ ପାଇଁ ଅମୃତ ଅଟେ । କାରଣ ଗୁଡ ଖାଇବା ଦ୍ୱାରା ଏହା ଶରୀରରେ କ୍ଷାର ସୃଷ୍ଟି କରିଥାଏ । ଯାହା ଆମ ଖାଦ୍ୟ ର ହଜମ ଶକ୍ତି ବଢାଇଥାଏ । ସେଥିପାଇଁ ଖାଦ୍ୟ ଖାଇସାରିବା ପରେ ଅଳ୍ପ ଗୁଡ ଖାଇବାକୁ ଋଷି ବାଗବଟ୍ଟ ଉପଦେଶ ଦେଇଥିଲେ ।
ଯେଉଁଠି ଚିନି ଅମ୍ଳ ସୃଷ୍ଟି କରିଥାଏ ଯାହା ଆମ ଶରୀର ପାଇଁ ହାନିକାରକ । ଗୁଡକୁ ହଜମ କରିବା ପାଇଁ ଶରୀରକୁ ଯଦି ୧୦୦ କ୍ୟାଲୋରୀ ଶକ୍ତି ଦରକାର ହୋଇଥାଏ । ଚିନିକୁ ହଜମ କରିବା ପାଇଁ ୫୦୦ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ । ଗୁଡରେ କ୍ୟାଲସିୟମ୍ ସହିତ ଫସଫରସ୍ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଭଲ କାମ କରିଥାଏ ଏବଂ ହାଡ ତିଆରି କରିବାରେ ସାହାଯ୍ୟ କରିଥାଏ । ଚିନିକୁ ତିଆରି କରିବାପାଇଁ ଏତେ ଅଧିକ ତାପମାତ୍ରା ଦରକାର ହୁଏ ଯାହାଦ୍ୱାରା ଫସଫରସ୍ ଜଳିଯାଏ ବା ନଷ୍ଟ ହୋଇଯାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୁଡର ବ୍ୟବହାର କରନ୍ତୁ ।
ଗୁଡରେ କ୍ୟାଲସିୟମ୍. ଫସଫରସ୍ ମ୍ୟାଗ୍ନେସିୟମ୍. ପଟାସିୟମ୍. ଲୌହ ଆଦି କିଛି ମାତ୍ରାରେ କପର ନିୟସିନ ନାମକ ସ୍ୱାସ୍ଥ୍ୟ ବର୍ଦ୍ଧକ ତତ୍ତ୍ୱ ରହିଥାଏ । ବିଶ୍ଳେଷଣ ଅନୁସାରେ ଗୁଡରେ ଚିନି ଅପେକ୍ଷା ୫୦ ଗୁଣ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗୁଡର ପୋଷକତତ୍ତ୍ୱ ଶରୀର ପାଇଁ ଉପଯୁକ୍ତ ଅଟେ ।
ଶିଶୁ ଜନ୍ମ ହେବା ପରେ ମାଆ କୁ ଗୁଡ ଦେବାଦ୍ୱାରା କେତେଗୁଡିଏ ବଡ ରୋଗ ଦୂର ହୋଇଥାଏ । ପୋଷକତତ୍ତ୍ୱ କମ୍ କୁ ପୂର୍ଣ୍ଣ କରେ । ଶିଶୁ ଜନ୍ମ ର ୪୦ ଦିନ ଭିତରେ ମାଆ ଶରୀରରେ ତିଆରି ହେଉଥିବା ସମସ୍ତ ରକ୍ତ ଅବରୋଧକୁ ଦୂର କରିଥାଏ । ନାରୀମାନଙ୍କର ମାସିକ ଧର୍ମ ସମ୍ବନ୍ଧିୟ ଚିନ୍ତାକୁ ଠିକ୍ କରିଥାଏ । ଗୁଡ ହୃଦୟ ପାଇଁ ହିତକର ଏବଂ କଫ ରୋଗକୁ ଠିକ୍ କରିଥାଏ ।
କେବଳ ନାଲି କିମ୍ବା କଫି ରଙ୍ଗର ଗୁଡ ଆଣିବେ l ଗୁଡ ଯେତେ ପୁରୁଣା ହୋଇଥାଏ ସେତେ ଅଧିକ ଗୁଣକାରୀ ହୋଇଥାଏ l ଗୁଡର ରଙ୍ଗ ନାଲିରୁ କଳା ଆଡକୁ ଯାଏ l ତା'ପରେ ଗୁଡକୁ ଔଷଧ ପାଇଁ ବ୍ଯବହାର କରାଯାଏ । ଦେଶୀ ଗୁଡ ତିଆରି କରୁଥିବା ଲୋକ ଗାଁ ଗାଁ ବୁଲି ବିକ୍ରି କରନ୍ତି । ତାଙ୍କ ପାଖରୁ ବିନା ମସଲା ର ଗୁଡ ଆଣ । ମାନେ ହେଲା ଯେଉଁ ଗୁଡରେ କମ ଖାଇବା ସୋଢା ବା ଆଦୌ ମିଶିନଥିବ ତାକୁ ଖାଇବା ଉଚିତ l
ମୋ ଆଈମା ସ୍ୱାସ୍ଥ୍ୟ କଥା – 42 ମୃଦୁ ପାନୀୟ (Cold Drink) ମନୁଷ୍ୟ ଶରୀର ପାଇଁ ଅତ୍ଯନ୍ତ କ୍ଷତିକାରକ...

Comments
Post a Comment