ମୋ ଆଈମା ସ୍ୱାସ୍ଥ୍ୟ କଥା - 81 ବସନ୍ତ ଋତୁରେ ହେଉଥିବା ପାଦ ଜଳା ପୋଡା ଉପରେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 81*
_(ବସନ୍ତ ଋତୁରେ ହେଉଥିବା ପାଦ ଜଳା ପୋଡା ଉପରେ)_
ଋତୁରାଜ ବସନ୍ତର ଶୁଭ ଆଗମନ ହେଇସାରିଛି l ପ୍ରକୃତିର ନବ ନିର୍ମାଣ ପ୍ରକ୍ରିୟା ଖୁବ ଜୋର ସୋର ରେ ଚାଲିଛି l ବିବିଧତା ପୂର୍ଣ୍ଣ ଭାରତରେ କେବଳ ଏଭଳି ୠତୁଲୀଳା ଦେଖାଯାଏ l ଆଜି ଇଂରାଜୀ ନୂଆବର୍ଷକୁ ଭାରତୀୟମାନେ ଭୁଲ ବଶତଃ ନୂଆ ବର୍ଷ ମାନନ୍ତି କିନ୍ତୁ ଏହା ବସନ୍ତ ଋତୁ ଭୁଲ ପ୍ରମାଣିତ କରିଥାଏ l ବର୍ଷରେ ଛଅଟି ଋତୁରେ ଅଲଗା ଅଲଗା ଜଳବାୟୁ ଯୋଗୁଁ ଆମ ଶରୀରର ପ୍ରକୃତି ମଧ୍ୟ ଅଲଗା ଅଲଗା ଥାଏ l ବସନ୍ତ ଓ ଶରତ ଋତୁରେ ପ୍ରାୟ ସମାନ ପାଗ ଥାଏ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଗୋଟିଏ ରୋଗ ଉପରେ ଆଲୋଚନା କରି ବସନ୍ତ ଋତୁର ସମସ୍ତ ସ୍ୱାସ୍ଥ୍ୟ ବିଜ୍ଞାନ ତଥ୍ୟକୁ ଆଣିବା l ଆଜିର ଆଈମା ସ୍ୱାସ୍ଥ୍ୟରେ ଆମେ ଜାଣିବା କାହିଁକି ବସନ୍ତର ପୂର୍ବ ଆଗମନେ ପାଦରେ ଜଳାପୋଡ଼ା ହେବା ଆରମ୍ଭ ହେଇଯାଏ?
ବସନ୍ତ ଋତୁରେ ଶୀତ କମିଯାଏ ଏବଂ ଗରମ ଆଡକୁ ଶରୀର ଆଗକୁ ବଢ଼େ l ତେଣୁ ଶରୀରରେ ଏହି ସମୟରେ କଫର ମାତ୍ରା ଅଧିକ ବଢ଼େ l ଏହି ସମୟରେ ପାଚନ ଶକ୍ତି କମ ରୁହେ l ଯଦି କୌଣସି ବ୍ୟକ୍ତି ଗରିଷ୍ଠ ଭୋଜନ କରନ୍ତି ତାଙ୍କର ହଜମ ଶକ୍ତି କମିଯାଏ l ଏହି ଋତୁରେ ଶରୀରରେ ଜଳର ଅଭାବ ମଧ୍ୟ ହେଇଥାଏ ଯେହେତୁ ଖରା ମଧ୍ୟ ବଢ଼ିବାରେ ଲାଗେ l କଫର ପ୍ରଭାବରେ ଅର୍ଦ୍ଧ ପଚନ ହେଲେ ଶରୀରରେ ଅତ୍ୟୋଧିକ ଅମ୍ଳ ବଢିଥାଏ l ମନେରଖିବ ଏହି ସମୟ ହିଁ ଅନେକ ରୋଗର ସୃଷ୍ଟି କରିଥାଏ l ଧ୍ୟାନ ଦେବେ ଏହି ରୋଗଗୁଡିକୁ - BP, ସୁଗର,ମୋଟାପଣ, ହୃଦୟ ରୋଗ, ଭାତୁଡ଼ି ହେବା, ଅର୍ଶ,ଚର୍ମ ରୋଗ, କିଡ଼ନୀ ରୋଗ, ସ୍ନାୟୁ ରୋଗ ଇତ୍ୟାଦି ପ୍ରମୁଖ ଅଟନ୍ତି l
*କଣ ଭୁଲ କରନ୍ତି ଆପଣମାନେ ଏହି ସମୟରେ ଜାଣିରଖନ୍ତୁ 🤔*
👉 ଏହି ସମୟରେ ସୂର୍ଯୋଦୟ ପୂର୍ବରୁ ନ ଉଠି ପରେ ଉଠି ପେଟ ସଫା ପାଇଁ ଯିବା l
👉 ଦୁଇପହରେ ଶୋଇବା l
👉 ମିଠା, ଦହି, କ୍ଷୀର, ତେଲିଆ ଜିନିଷ ଓ ମାଂସଆହାର ଅଧିକ କରିବା l
👉 ଶାରୀରିକ ବ୍ୟାୟାମ ବା ଶ୍ରମ ନକରିବା l ଏହି ଋତୁରେ ପରିଶ୍ରମ ଅଧିକ କରିବା ଉଚିତ l
👉 ବୁଲାବୁଲି ପାଇଁ ଏହି ଋତୁ ସବୁଠୁ ବଢିଆ l ବୁଲାବୁଲି ନକରି ଘରେ ରହିଲେ ପ୍ରତିରୋଧ ଶକ୍ତି କମିଯାଏ l
👉 ମାଟି କିମ୍ବା ଚଣା ବା ବେସନରେ ସ୍ନାନ କରିବା ଅତ୍ୟନ୍ତ ଲାଭକାରୀ ଏହି ଋତୁ l ଏହି ରୁତରେ ହୋଲି ଆସେ ଏବଂ ସେଥିପାଇଁ ଭସ୍ମ ଓ ଅବିର ସ୍ନାନ କରାଯାଏ l ଏହା କଫ ନାଶକର କାମ କରେ l କିନ୍ତୁ ଆଜି ଲୋକେ କରୁନାହାନ୍ତି ସେଥିପାଇଁ ଏସବୁ ରୋଗ ଆସୁଛି l
👉 ଏହି ଋତୁରେ କମ ପରିମାଣରେ ତେଲ ମାଲିସ ଦରକାର l ଅତ୍ୟୋଧିକ ତେଲ ଲଗେଇଲେ କଫ ବଢ଼ିବ l
*କଣ କରିବା ଉଚିତ ବସନ୍ତଋତୁରେ🤔?*
👉 ଏହି ଋତୁରେ ମିଠା,ଖଟା ଓ ଲୁଣିଆ ଯୁକ୍ତ ଖାଦ୍ୟ କମ ଖାଇବା ଉଚିତ l
👉 ନିମ୍ବ ପତ୍ର 5-10 ଟାକୁ ଗୋଲମରିଚ ସହିତ ଖାଇବା ଉଚିତ l
👉 ଏହି ଋତୁରେ ମହୁ ଏକ ଉତ୍ତମ ପେୟ ଅଟେ l ଏହା କଫ ନାଶକ ଅଟେ l
👉 ଏହି ଋତୁରେ ଶୀର୍ଷାସନ,ସର୍ବାଙ୍ଗସନ, ସୂର୍ଯ୍ୟନମସ୍କାର ଆଦି ନିଶ୍ଚିତ କରିବା ଦରକାର l ଏହା ସହିତ ଅନୁଲୋମ ଵିଲୋମ ପ୍ରାଣାୟାମ କଲେ ଶୀଘ୍ର ଜଳାପୋଡ଼ା ସମସ୍ୟାରୁ ମୁକ୍ତି ମିଳେ ଏବଂ ଅନେକ ରୋଗ ହୋଇନଥାଏ l
ଏହା ଦ୍ୱାରା ଅର୍ଶ ରୋଗ ମଧ୍ୟ ଠିକ ହୋଇଥାଏ l
👉 ଯଦି ଆପଣ କୌଣସି ଆସନ କରିପାରୁନାହାନ୍ତି କେବଳ ଏତିକି କରନ୍ତୁ କାନ୍ଥରେ ଗୋଡ଼କୁ ରଖି ଉପରକୁ ଟେକନ୍ତୁ l ପାଖାପାଖି ଅଧ ଘଣ୍ଟା ଗଲା ପରେ ଦେଖିବେ ଆପଣଙ୍କ ଜଳାପୋଡ଼ା ଭଲ ହେଇଯିବ l
👉 ଆପଣ ରାଗ ଜିନିଷ ଖାଇବା ଅତ୍ୟନ୍ତ ଭଲ ଏଇ ଋତୁରେ ଯେମିତିକା ପିପ୍ପଳୀ, ଅଦା, ଶୁଣ୍ଠୀ, ଲବଙ୍ଗ ଇତ୍ୟାଦି l
👉 ପାଣି ଯଥେଷ୍ଟ ପିଇବାର ଅଛି l ଉଷୁମ ପାଣି ଅନେକ ରୋଗର ସହଜ ସମାଧାନ ଏହି ଋତୁରେ l
👉 ଆଖୁ ରସ ଓ ଦହି ସରବତ ପିଇବାର ଥିଲେ ଯଥେଷ୍ଟ ହିଙ୍ଗୁ ଏବଂ ଗୋଲମରିଚ ପକାଇବେ ନହେଲେ ଏହା ଅସୁବିଧା କରିବ l ଖାଲି ଆଖୁରସ ପିଇବା ଅତ୍ୟନ୍ତ ଖରାପ l ପାଚିଲା କଦଳୀ ଖାଇବା ଅନୁଚିତ l
👉 ଯଦି ଅସହ୍ୟ ଜଳାପୋଡ଼ା ହେଉଛି ଶୁଣ୍ଠୀ କିମ୍ବା ପିପ୍ପଳୀ ଧିରେ ଧିରେ କରି ଚୋବେଇ ଚୋବେଇ ଖାଆନ୍ତୁ l ଯେ ପର୍ଯ୍ୟନ୍ତ ନ ଭଲ ଲାଗିଛି ଖାଇ ଚାଲନ୍ତୁ l
ଏବଂ ଉଷୁମ ପାଣି ସେବନ ଅଧିକ କରନ୍ତୁ l
👉 ଏହି ରୁତରେ ଖାଲି ପେଟରେ ସକାଳେ କେବେବି ରୁହନ୍ତୁ ନାହିଁ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 084 କଦମ୍ବ

Comments
Post a Comment