ମୋ ଆଈମା ସ୍ୱାସ୍ଥ୍ୟ କଥା - 084 କଦମ୍ବ

  *ମୋ ଆଈମା ସ୍ୱାସ୍ଥ୍ୟ କଥା - 084*  କଦମ୍ବ



ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଖରାରେ ଯେତେବେଳେ ଗଛ ପତ୍ର ଶୁଖି ଝଡ଼ିଯାଏ ସେତେବେଳେ ଆମ୍ବ ଗଛ ମୂଳେ ରହିବାକୁ ମଧ୍ୟ ଡର ଲାଗେ କାଳେ ପାଚିଲା ଆମ୍ବ ମୁଣ୍ଡ ଉପରେ ପଡ଼ିଯିବ ସେତେବେଳେ କଦମ୍ବ ଗଛର ସୁଶୀତଳ ଛାଇ ସହିତ ସୁଗନ୍ଧିତ ଫୁଲର ମହକ ପ୍ରଚଣ୍ଡ ରୁଦ୍ରତାପରୁ ମଣିଷ ସମାଜକୁ ରକ୍ଷା କରିଥାଏ l ସୁନ୍ଦର ପ୍ରକୃତି ସୁନ୍ଦର ଏହାର ବ୍ୟବସ୍ଥା l ପିଲାଦିନେ ପ୍ରଲୋଭିତ କରୁଥିବା ଏହି ସୁନ୍ଦରିଆ କଦମ୍ବ ଫୁଲ ଏବଂ ତାର ଫଳକୁ ଖାଇବାକୁ କେତେ ଯେ ଇଚ୍ଛା ହେଉଥିଲା ତାକୁ କହିହେବନି l କାଳେ ଫଳ ଖାଇଲେ କିଛି ଅସୁବିଧା ହେବ ବୋଲି ଖାଉନଥିଲି କିନ୍ତୁ ଦିନେ ଆଈମାଙ୍କୁ ପଚାରିବାରୁ ସେ କହିଲେ କଦମ୍ବର ପ୍ରତ୍ୟେକ ଅଂଶ ସେ ଫଳ ହେଉ ଫୁଲ ହେଉ, ପତ୍ର, ମୂଳ ବା ଛାଲି ହେଉ ପ୍ରତିଟି ଅଂଶରେ ମଣିଷମାନଙ୍କ ପାଇଁ ଅନେକ ଆବଶ୍ୟକୀୟ ଉପାଦାନ ତଥା ଔଷଧ ଭରି ରହିଛି l ଆଜ୍ଞାମାନେ ଆଜି ଏକ ସୁନ୍ଦର ଆଈମା ସ୍ୱାସ୍ଥ୍ୟ କଥାଟିଏ ଜାଣିବା ଏହି ବିଶିଷ୍ଟ କଦମ୍ବ ଗଛ ବିଷୟରେ l ଆମ ଦେଶରେ ଅନେକ ଦିବ୍ୟ ବୃକ୍ଷ ଦେଖାଯାଏ ଯେଉଁଠି ଦୈବୀ ସତ୍ତାର ଅନୁଭବ ହୋଇଥାଏ l ଏହି ବୃକ୍ଷ ସବୁ ଆମ ସ୍ୱାସ୍ଥ୍ୟ, ପରିବେଶ ଓ ସଂସ୍କୃତିର ସୁରକ୍ଷାରେ ବହୁତ ଯୋଗଦାନ କରିଥାନ୍ତି l ଭାଗବତ ପୁରାଣରେ କଦମ୍ବ ବୃକ୍ଷର ବିଶେଷ ବର୍ଣ୍ଣନା କରାଯାଇଛି ଯେତେବେଳେ ଶ୍ରୀ କୃଷ୍ଣ ଓ ଗୋପୀମାନଙ୍କର କଥା ଆସେ ଏହି କଦମ୍ବ ଗଛ କଥା ମନେପଡେ l ଆଜି ଆମେ ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଜାଣିବା ଏହି ଗଛର ବିଶିଷ୍ଟ ସ୍ୱାସ୍ଥ୍ୟ କଥା ଉପରେ l ଆଈମା ତାଙ୍କ ସମୟରେ କେମିତି କଦମ୍ବ ଗଛର ପ୍ରତ୍ୟେକ ଜିନିଷକୁ ବ୍ୟବହାର କରି ଅନେକ ରୋଗର ସହଜ ଉପଚାର କରିପାରୁଥିଲେ ତାକୁ ଆଜି ଆମେ ଜାଣିବା l


👉 କଦମ୍ବ ପତ୍ରକୁ ବାଟି କ୍ଷତ ହୋଇଥିବା ଜାଗାରେ ଲଗେଇଦେଲେ କ୍ଷତର ଉପଶମ ହେବା ସହିତ ତାର ଯନ୍ତ୍ରଣା ଓ ଫୁଲିବା କମିଯାଏ l


👉 ଏହି ଗଛର ଛାଲି ଅନେକ ରୋଗରେ କାମ ଦିଏ ଯେମିତିକି ସଂକ୍ରମିତ କ୍ଷତ ଜାଗାକୁ ଧୋଇବା,ପାଟି ଘା ପାଇଁ ଏହାକୁ କୁଳୁକୁଜା କରିବା, ଦାନ୍ତ ମାଢି ଫୁଲିବା, ଛାଲିର ରସକୁ 30-40 ml ପିଇବା ଦ୍ୱାରା ହଇଜା ଓ ସଂଗ୍ରହଣି ଆଦି ରୋଗ ଭଲ ହୋଇଥାଏ l


👉 ଏହି ଗଛକୁ ଆୟୁର୍ବେଦ ରେ ଶୁକ୍ରଧାତୁ ଶୁଦ୍ଧ କାରକ ବୋଲି କୁହାଯାଏ l ମାନେ ହେଲା ଯେଉଁ ବ୍ୟକ୍ତି ସେ ପୁରୁଷ ହେଉ ବା ମହିଳା ହେଉ ଯଦି ଶୁକ୍ର ଧାତୁ ସମସ୍ୟା ଦ୍ୱାରା ନିଃସନ୍ତାନ ଅଟନ୍ତି ତାହେଲେ ତାଙ୍କୁ ଏହି ଗଛର ଫଳର ତାଜା ରସ 30-40ml ଖାଲି ପେଟରେ ପିଇଲେ ଧାତୁ ବିକାର ଠିକ ହେଇଯାଇଥାଏ l


👉 ଯଦି କୌଣସି ସ୍ତନପାନ କରାଉଥିବା ମହିଳାକୁ ଠିକ ଭାବେ କ୍ଷୀର ହେଉନି ତାହେଲେ କଦମ୍ବ ଫଳର ରସ ଯଦି ସେ ସେବନ କରନ୍ତି ତେବେ ତାଙ୍କର କ୍ଷୀର ବଢ଼ିଥାଏ l


👉 କଦମ୍ବ ଗଛର ମୂଳକୁ ବାଟି କରି 30-40ml ଖାଲି ପେଟରେ ପିଇଲେ ମୂତ୍ରାଶୟ ସଂକ୍ରମଣ ଏବଂ କିଡ଼ନୀ ବିକାର ଆଦି ସମସ୍ୟାର ସମାଧାନ ସହଜରେ ହୋଇଯାଏ l


👉 ଏହାର ଛାଲିକୁ ଭଲଭାବେ ସିଝାଇ ପିଇଲେ ଜ୍ୱର ମଧ୍ୟ ଭଲ ହୋଇଥାଏ l


👉 ରକ୍ତରେ ସର୍କରା ବା ସୁଗରର ମାତ୍ରାକୁ ଠିକ ରଖିବା ପାଇଁ ଏହାର ଛାଲିକୁ ଭଲଭାବେ ସିଝାଇ ଗୋଟିଏ କପ ପ୍ରତିଦିନ ଖାଲି ପେଟରେ 15 ଦିନ ପାଇଁ ପିଇଲେ ବହୁତ ଶୀଘ୍ର ସୁଗର ର ମାତ୍ରା ସାଧାରଣ ଅବସ୍ଥାକୁ ଆସିଯାଏ l


👉 ଏହାର ପତ୍ରର ରସ ମୁଖ ବ୍ରଣ ଠିକ କରିବାରେ ସାହାଯ୍ୟ କରେ ଏବଂ ମୁଖର ଓଜ୍ବଳତା ବଢ଼ାଇଥାଏ l


ଗୋଟିଏ କଦମ୍ବ ଫଳରେ 8,000 ରୁ ଅଧିକ ଛୋଟ ଛୋଟ ମଞ୍ଜି ଥାଏ ତେବେ ଯେତିକି ସଂଖ୍ୟାରେ ଏହି ଗଛ ପ୍ରକୃତି ପାଖରେ ରହିବା ଦରକାର ଆଜି ଲୋକମାନଙ୍କ ଅଜ୍ଞାନତା ଯୋଗୁଁ କଦମ୍ବ ଗଛ ଲୋପ ପାଇବାକୁ ଗଲାଣି l ମୋ ଆଈମା ସ୍ୱାସ୍ଥ୍ୟ କଥା ମାଧ୍ୟମରେ ଓଡିଶାର ଲୋକମାନଙ୍କୁ ଏହି ଦିବ୍ୟ ଔଷଧିୟ କଦମ୍ବ ଗଛ ବିଷୟରେ ଅବଗତ କରେଇବାକୁ ଆମେ ମାତ୍ର ଏକ ପ୍ରୟାସ କରିଛୁ l 





ମୋ ଆଈମା ସ୍ୱାସ୍ଥ୍ୟ କଥା - 086    ଗୋବର ର ଅଦ୍ଭୁତ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)