ମୋ ଆଈମା ସ୍ୱାସ୍ଥ୍ୟ କଥା - 086 ଗୋବର ର ଅଦ୍ଭୁତ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 086*
_[ ଗୋବର ର ଅଦ୍ଭୁତ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ ]_
ଆଈମା କହନ୍ତି ଗୋବର ଭିତରେ ଯେଉଁ ସବୁ ଉପାଦାନ ଅଛି ତାହା ସମଗ୍ର ପୃଥିବୀରେ ମିଳୁଥିବା ଅଧିକାଂଶ ଉପାଦାନ ସହିତ ସମାନ l ଗୋବର ବିନା ନିରୋଗୀ ମାନବ ସମାଜ ସୃଷ୍ଟି କରାଯାଇପାରିବ ନାହିଁ l କାରଣ ଏହି ଗୋବର ଯେ କେବଳ ଆମ ପରିବେଶକୁ ଶୁଦ୍ଧ କରିଥାଏ ତାହା ନୁହଁ ଆମ ଶରୀର ଭିତରକୁ ମଧ୍ୟ ଶୁଦ୍ଧ କରିବାର କ୍ଷମତା ରଖିଥାଏ l କୌଣସି ଜିନିଷ ବିଷାକ୍ତ ହେଇଗଲେ ତାକୁ ବିଷ ମୁକ୍ତ କରିବା ପାଇଁ ଗୋବରକୁ ବ୍ୟବହାର କରାଯାଇଥାଏ l ଗୋମାତାଙ୍କ ପଞ୍ଚଗବ୍ୟ - ଗୋବର, ଗୋମୂତ୍ର, କ୍ଷୀର, ଘିଅ ଓ ଦହି, ଭିତରେ ଗୋବରକୁ ସବୁଠୁ ଶ୍ରେଷ୍ଠ କୁହାଯାଏ l ଆଦି ସନାତନ କାଳରୁ ଗୋବରର ଏକ ବିଶିଷ୍ଟ ମହତ୍ୱ ରହିଛି l ପୂର୍ବ କାଳରେ ବିନା ଗୋବର ସ୍ନାନରେ ଅଶ୍ୱମେଧ ଯଜ୍ଞ ମଧ୍ୟ ସମ୍ପନ୍ନ ହେଉନଥିଲା l ବିନା ଗୋବର ଲିପାପୋଛାରେ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ସମ୍ଭବ ହିଁ ନୁହେଁ କାରଣ ମାତା ଲକ୍ଷ୍ମୀ ସ୍ୱୟଂ ବିରାଜମାନ କରିଥାନ୍ତି ଏହି ଗୋବରରେ ତେବେ ଆଜି ଆମେ କୌଣସି ଧାର୍ମିକ ବା ସାଂସ୍କୃତିକ ବିଷୟରେ ଆଲୋଚନା କରିବାକୁ ଯାଉ ନାହାନ୍ତି ଆଜି ଆମେ ଗୋବର ଭିତରେ ଲୁଚି ରହିଥିବା ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ ଅନେକ ତଥ୍ୟ ଏବଂ ଗବେଷଣାଲବ୍ଧ ଜିନିଷ ଜାଣିବା ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥା ମାଧ୍ୟମରେ l ଆଜିର ଆଈମା ସ୍ୱାସ୍ଥ୍ୟ କଥାକୁ ଆମେ ଚାରିଗୋଟି ଅଂଶ ଦ୍ୱାରା ବିଭକ୍ତ କରି ତଥ୍ୟ ଉପରେ ଆଲୋକପାତ କରିବା 👇
a) - ଶୁଦ୍ଧ ଗୋବର କେମିତି ଚିନ୍ହିବ?
b)- ଗୋବର ସ୍ନାନ ଏବଂ ଅନେକ ରୋଗର ସମାଧାନ
c)- ଗୋବର ରସ ସେବନ ଦ୍ୱାରା ଅନେକ ସମସ୍ୟାର ସମାଧାନ
d)- ଶୁଖିଲା ଗୋବରର ବ୍ୟବହାର ଦ୍ୱାରା ଅନେକ ରୋଗର ସମାଧାନ
ବିଶୁଦ୍ଧ ଗୋବରର ନିମ୍ନଲିଖିତ ଲକ୍ଷଣ ରହିବ 👇
👉 ଏହାର ରଙ୍ଗ ଗାଢ଼ ସବୁଜ ରହିବ l
👉 ଏହା କୌଣସି ପ୍ରକାରରେ ସଂକ୍ରମିତ ହୋଇନଥିବ l
👉 ପାଣିଆ ହୋଇନଥିବ ଏବଂ ଠିକ ଭାବେ ବାନ୍ଧିକି ଆସୁଥିବ l କଦଳୀ ଭଳିଆ ବାନ୍ଧିକି ଆସିବ l
👉 ଅଧିକ ଶୁଷ୍କ ମଧ୍ୟ ଠିକ ନୁହେଁ l
👉 କୌଣସି ପ୍ରକାରର ଦୁର୍ଗନ୍ଧ ହେଉନଥିବ l
👉 ଏକ ସୁସ୍ଥ ଏବଂ ନିରୋଗୀ ଶୁଦ୍ଧ ଦେଶୀ ଗୋବଂଶର ହେଇଥିବ l
👉 ଯେଉଁ ଗୋବଂଶ ଯେତିକି ସନ୍ତୋଷ ଏବଂ ମାଲିକ ପ୍ରତି ଯେତିକି କର୍ତ୍ତବ୍ୟନିଷ୍ଠ ତାଙ୍କର ଗୋବର ସେତିକି ଗୁଣକାରୀ l
*ଗୋବର ସ୍ନାନ ଏବଂ ଏହାର ଲାଭ*
ଆମ ସଂସ୍କୃତିରେ ତାଜା ଗୋବର କିମ୍ବା ଗୋବର ପାଉଁଶ ଦ୍ୱାରା ସ୍ନାନ କରିବାର ବିଶିଷ୍ଟ ଵିଧି ରହିଛି l
1- ତାଜା ଗୋବରକୁ ଶରୀରର ସମସ୍ତ ସ୍ଥାନରେ ଲେପନ କରି ସାରିଲା ପରେ ଅତିକମରେ ଅଧ ଘଣ୍ଟା ଅପେକ୍ଷା କରି ତାକୁ ଧୋଇବା ଉଚିତ l
2- ସୂର୍ଯ୍ୟ କିରଣ ପଡୁଥିବା ଜଳରେ ଗାଧୋଇବା ସବୁଠୁ ବଢ଼ିଆ l
3- ସବୁଠୁ ବଢ଼ିଆ ପରିଣାମ ପାଇଁ ଗୋବରରେ ଅଳ୍ପ କିଛି ପରିମାଣର ଗୋମୂତ୍ର, ହଳଦୀ, ନିମ୍ବ ପତ୍ର ଇତ୍ୟାଦି ମିଶାଇ ସର୍ବାଙ୍ଗ ଶରୀରରେ ଲେପନ କରି ଗାଧୋଇବା ଉଚିତ l
4- ଆଦର୍ଶ ସ୍ଥାନ ଭିତରେ ଝରଣା, ନଦୀ, କୂଅ, ପୋଖରୀ ଆଦି ଗୋବର ସ୍ନାନ ପାଇଁ ସର୍ବାଧିକ ଉତ୍ତମ ଅଟେ l
👉 ଶୁଖିଲା ଗୋବରକୁ ପୋଡିଦେଲେ ଯେଉଁ ପାଉଁଶ ମିଳେ ଏହାକୁ ଶରୀରରେ ବୋଲି ଦେଲେ ଅନେକ ରୋଗ ଯେପରିକି ଚର୍ମ ରୋଗ, ମାନସିକ ରୋଗ, ମସ୍ତିଷ୍କ ଜନିତ ରୋଗ, ଥଣ୍ଡା ରୋଗ, କଫ ରୋଗ ଇତ୍ୟାଦି ଅନେକ ରୋଗ ରେ ସୁଫଳ ମିଳେ l
*କଣ ଲାଭ ମିଳିଥାଏ?*
👉 ଚର୍ମ ରୋଗରୁ ମୁକ୍ତି ମିଳେ l
👉 ଯକୃତର ଅନେକ ଦୁଃସାଧ୍ୟ ରୋଗରୁ ମୁକ୍ତି ମିଳେ l
👉 କିଡ଼ନୀ ରୋଗୀର ଚିକିତ୍ସା ପାଇଁ ଗୋବର ସ୍ନାନ ପ୍ରକ୍ରିୟା କରାଯାଇଥାଏ l
👉 ମାନସିକ ରୋଗ ଏବଂ ମସ୍ତିଷ୍କ ଜନିତ ଅନେକ ରୋଗ ପାଇଁ ଗୋବର ସ୍ନାନ ଏକ ରାମବାଣ ଔଷଧ ସଦୃଶ ଅଟେ l
👉 ଶରୀରର ଦୁର୍ଗନ୍ଧ ନଷ୍ଟ ହୁଏ l
👉 ହରମୋନ ଜନିତ ସମସ୍ୟା ଠିକ ହୁଏ l
👉 ଚର୍ମ ଏବଂ ଚେହେରା ସତେଜ ଏବଂ ଚମକି ଥାଏ l
*ଗୋବର ରସ ସେବନ ଦ୍ୱାରା କଣ ସବୁ ଲାଭ ହୋଇଥାଏ?*
👉 ଗୋମାତା ଗୋବର କରୁଥିବା ସମୟରେ ଯଦି ତାକୁ ଭୂମି ସ୍ପର୍ଶ କରିବା ପୂର୍ବରୁ ସଂଗ୍ରହ କରାଯାଇପାରେ ତାହେଲେ ଏହା ଅମୃତ ଭଳିଆ କାମ କରେ l
👉 ଏଥିରେ ଅଳ୍ପ ଟିକେ ପାଣି କିମ୍ବା ସେଇ ଗାଈର ତାଜା ଗୋମୂତ୍ର ମିଶାଇ ତାକୁ ସୂତି କପଡ଼ାରେ ଭଲକରି ଚିପୁଡ଼ି ଏହାର ରସ ବାହାର କରାଯାଏ l
*ସେବନ ଵିଧି*
👉 ଜଣେ ବୟସ୍କ ବ୍ୟକ୍ତି ପାଇଁ 30-50 ml ଗୋବର ରସ ପିଇବା ପାଇଁ କୁହାଯାଇଥାଏ l ଅଧିକ ପିଇଲେ ମଧ୍ୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ l
👉 ଏହି ରସରେ ସ୍ୱାଦ ଅନୁସାରେ ମହୁ ମିଶେଇ ପାରିବେ l
*କେଉଁ କେଉଁ ରୋଗରେ କାମ ଦିଏ?*
👉 ରକ୍ତ ଅଶୁଦ୍ଧ ରୋଗ ଯେତିକି ଅଛି ସବୁକୁ ଠିକ କରେ l
👉 ସପ୍ତ ଧାତୁକୁ ଶୁଦ୍ଧ କରେ ଏବଂ ଶରୀରରକୁ ମଜବୁତ କରେ l
👉 ସମସ୍ତ ପ୍ରକାରର ହରମୋନ ଜନିତ ରୋଗ ପାଇଁ ଅବ୍ୟର୍ଥ ଔଷଧ l ପିସିଓଡି, ଗର୍ଭାଶୟ ଜନିତ ଅନେକ ରୋଗର ସହଜ ଏବଂ ସୁନ୍ଦର ସମାଧାନ ଗୋବର ରସ ଅଟେ l ଏହାକୁ ପରୀକ୍ଷା କରାଯାଇଛି l
👉 ମଧୁମେହ ପାଇଁ ବେଷ୍ଟ ଔଷଧ ଅଟେ l
👉 ଇଂରାଜୀ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା କୁ ଠିକ କରିବା ପାଇଁ ଗୋବର ରସ ବହୁତ ଭଲ କାମ କରେ l
👉 ମୁଖ ବ୍ରଣ ଠିକ କରେ l
👉 ଏସିଡିଟି ଠିକ କରେ l
👉 ମାନସିକ ଚାପ ଏବଂ ଦୁଶ୍ଚିନ୍ତା ଦୂର କରେ l
👉 ହାଡ଼ ଭଙ୍ଗା, ବିନ୍ଧା, ବଥା ଆଦି କ୍ଷେତ୍ରରେ ତାଜା ଗୋବର ଲେପ ଦ୍ୱାରା ଯନ୍ତ୍ରଣା ସ୍ଥାନ ରେ ତୁରନ୍ତ ପ୍ରତିକୂଳ ପ୍ରଭାବ ପଡ଼େ l
👉 ଅର୍ଶ ରୋଗ ପାଇଁ ଅବ୍ୟର୍ଥ ଔଷଧ ଅଟେ ଯଦି ନିୟମିତ କିଛି ଦିନ ସେବନ କରାଯାଏ l
👉 ନର୍ମାଲ ପ୍ରସବ ପାଇଁ ଦୁନିଆଁର ବେଷ୍ଟ ଔଷଧ ଏହା ଅଟେ l
👉 କ୍ୟାନ୍ସର ପାଇଁ ମଧ୍ୟ ଏହା ଅତି ଉତ୍ତମ ଔଷଧ ଅଟେ l ଗୋଟିଏ ପଟରେ ଆୟୁର୍ବେଦର ଦିବ୍ୟ ଔଷଧ ଏବଂ ଆଉ ଗୋଟେ ପଟରେ ଗୋବର ରସ ତାହେଲେ ଗୋବର ରସ ସବୁଠୁ ବେଶୀ କାରିଗରୀ ସାବ୍ୟସ୍ତ ହୋଇଥାଏ l
*ଶୁଖିଲା ଗୋବର ଦ୍ୱାରା କେଉଁ କେଉଁ ଲାଭ ମିଳିଥାଏ*
👉 ଏହା ଆମକୁ କ୍ଷତିକାରକ ରେଡିଏସନ ବା ବିକିରଣ ଦାଉରୁ ରକ୍ଷା କରେ l ମୋବାଇଲ ପଛ ପଟେ ନିହାତି ଲଗାଇ ରଖନ୍ତୁ ଏବଂ ଯେତେବେଳେ ମୋବାଇଲରେ କଥା ହେଉଛନ୍ତି ଶୁଖିଲା ଗୋବର କୁ ସ୍ପର୍ଶ କରି କଥା ହୁଅନ୍ତୁ ଆପଣ ଦେଖିବେ ଆପଣ ଘଣ୍ଟା ଘ
ମୋ ଆଈମା ସ୍ୱାସ୍ଥ୍ୟ କଥା - 087 ସଜନା ମଞ୍ଜିରେ

Comments
Post a Comment