Posts

Showing posts from January, 2024

ମୋ ଆଈମା ସ୍ୱାସ୍ଥ୍ୟ କଥା - 70 ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ ?

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 70* ✍️✍️✍️  _(ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ?)_  👏👏👏 ପ୍ରକୃତି ଦେଉଛି ବୋଲି ସବୁ ଜିନିଷ ଯେ ଅମୃତ ହେଇଥିବ ଏହା ଠିକ ହେଇନପରେ l ଆଜି ଆମେ ଏଭଳି କିଛି ପନିପରିବା ବିଷୟରେ ଜାଣିବା ଯାହାକି ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦରେ ଆଦୌ ବ୍ୟବହାର ହୁଏ ନାହିଁ l ଏହା ଆମକୁ ଏକଥା ସୂଚିତ କରେ କି ଆମେ କେବେହେଲେ ମଧ୍ୟ ଏସବୁ ଜିନିଷ ଖାଇବା ଉଚିତ ନୁହେଁ l ଗତ କିଛି ବର୍ଷ ଧରି ଆମେ କିଛି ପନିପରିବା ବିଷୟରେ ଖୁବ ଗବେଷଣା କଲୁ ଏବଂ ଏଇଟା ପାଇଲୁ କି ଏହି ପନିପରିବା ଆମକୁ ବିଶେଷ ଭାବରେ ସେତେ ଦରକାର ନାହିଁ l  କିଛି ଏଭଳି ପନିପରିବା ରହିଛି ଯାହାକି ଆମର କ୍ଷତି ମଧ୍ୟ କରୁଛି l ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପନିପରିବା ସ୍ବଦେଶୀ ନୁହଁ ମାନେହେଲା ଭାରତ ବାହାରୁ ଏସବୁ ଆମ ଦେଶକୁ ଆସିଛି l ଏବେ ଲେଖି ରଖନ୍ତୁ  କେଉଁ ପନିପରିବା ଖାଇବା ଅନୁଚିତ 👇 ❌️ ଆଳୁ  ❌️ ଟମାଟୋ  ❌️ ଭେଣ୍ଡି  ❌️ କଞ୍ଚା କିମ୍ବା ଶୁଖିଲା ଲଙ୍କା  ❌️ କୋବି ଫୁଲ ହେଉ ବା ବନ୍ଧା  ❌️ ପିଆଜ  ❌️ ରସୁଣ  ❌️ କେପ୍ସିକମ  ❌️ କଲରା  ❌️ ବିନ  ❌️ ସଜନା  ❌️ ବାଇଗଣ  👉 ଯେଉଁ ପନିପରିବା ଭିତରେ ଅଧିକ ମଞ୍ଜି ରହୁଛି ତାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନପାରେ l ଏହା ଜଗନ୍ନାଥଙ୍କ ସୂତ୍...

ମୋ ଆଈମା ସ୍ବାସ୍ଥ୍ଯ କଥା - 40 ପ୍ରାଣୀମାନଙ୍କ ପାଣି ପିଇବା ଅଭ୍ୟାସରୁ ଆମେ କଣ ଶିଖିବା...

Image
 *ମୋ ଆଈମା ସ୍ବାସ୍ଥ୍ଯ କଥା - 40 ପ୍ରାଣୀମାନଙ୍କ ପାଣି ପିଇବା ଅଭ୍ୟାସରୁ ଆମେ କଣ ଶିଖିବା... * ଏହି ପ୍ରାଣୀମାନଙ୍କର ପାଣି ପିଇବା ଅଭ୍ୟାସକୁ ଭଲ ଭାବେ ଦେଖନ୍ତୁ l କେତେ ଧୈର୍ଯ୍ୟ ଓ ସଂଯମ ସହିତ ଏମାନେ ପାଣିକୁ ପୂରା ସମ୍ମାନର ସହ ଧୀରେ ଧୀରେ ପାଣି ପିଇଥାନ୍ତି l ମଣିଷମାନେ ଏମାନଙ୍କ ଠାରୁ କିଛି ଶିଖିବା ଉଚିତ l ତେଣୁ ଆଜିର ସ୍ୱାସ୍ଥ୍ୟ କଥାରେ ଆମେ କିଛି ବିଶେଷ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ ଆଲୋକପାତ କରିବା ଯାହାକି ପାଣି ଉପରେ ରହିବ....  👉 ଆମ ଶରୀରରେ 70% ଖାଲି ଜଳ ତେଣୁ ଜଳ ଅଭାବ ହେଲେ ଅଧିକାଂଶ ପିତ୍ତ ଜନିତ ରୋଗ ଆମକୁ ମାଡ଼ିବସେ l ଗୋଟିଏ ଲୋକ ଗୋଟିଏ ଦିନରେ ସେତିକି ପାଣି ପିଇପାରିବ ଯେପର୍ଯ୍ୟନ୍ତ ତାର ପରିସ୍ରା ହଳଦିଆ ଲାଗି ରହୁଛି l ଧଳା ହେଲେ ଜାଣିବେ ଶରୀରରେ ପାଣି ଠିକ ଅଛି l 👉 300 ml ରୁ ଅଧିକ ପାଣି ଗୋଟିଏ ସମୟରେ ପିଅନ୍ତୁ ନାହିଁ l ଯଦି ଶୋଷ ହେଉଛି ବେଶୀ 10-15ମିନିଟ ଛାଡି ପୁଣି 300ml ପିଇପାରିବେ l ଏହା ଦ୍ୱାରା ଶରୀରରେ କଫ ନିୟନ୍ତ୍ରିତ ରହେ l 👉 ବସିକି ପାଣି ପିଇବା ଉଚିତ l ଚକା ପକେଇ ନପାରିଲେ ଚୌକି ଉପରେ ବସି ପିଇପାରିବେ l 👉 ସବୁବେଳେ କୁଳୁ କୁଳୁ କରି ବା ଢୋକ ଢୋକ କରି ବିଲକୁଲ ଆରାମରେ ସମୟ ନେଇ ପାଣି ପିଇବା ଉଚିତ l ଏହା ଦ୍ୱାରା ମଣିଷ କେବେବି ଅଧିକ ମୋଟା ବା ପତଳା ହୋଇନଥାଏ l କିଡ଼ନୀ ରୋଗ ପାଇଁ ବହୁତ କାମ କରେ, Dialysis ପ୍ରକ୍ରିୟାରେ ସୁଧାର ଆଣିଥାଏ l 👉 ବର୍ଷ...

ମୋ ଆଈମା ସ୍ବାସ୍ଥ୍ଯ କଥା - 45 (A) ଖାଦ୍ୟ ପ୍ରାଣ(୧) 'କ' ଯୁକ୍ତ ଖାଦ୍ୟ ଉପରେ...

Image
 ମୋ ଆଈମା ସ୍ବାସ୍ଥ୍ଯ କଥା - 45 (A) ଖାଦ୍ୟ ପ୍ରାଣ(୧) 'କ' ଯୁକ୍ତ ଖାଦ୍ୟ ଉପରେ...  👉 ଆମେ ପ୍ରତିଦିନ ଯେଉଁ ଭୋଜନ କରୁ ସେଥିରେ ଅଳ୍ପେ ବହୁତେ ଶ୍ବେତ ସାର, ପୁଷ୍ଟି ସାର, ସ୍ନେହ ସାର, ଜୀବସାର ବା ଖାଦ୍ୟ ପ୍ରାଣ, ଖଣିଜ ଲବଣ ଓ ଜଳ ପ୍ରଭୁତି ୬ଟି ଉପାଦାନ ଥାଏ । ଶରୀର ସର୍ବଦା କାର୍ଯ୍ୟକ୍ଷମ ରହିବାକୁ ଯେଉଁ ଶକ୍ତି ଓ ଉତ୍ତାପ ଆବଶ୍ୟକ କରେ ସେ ଶକ୍ତି ତାକୁ ଶ୍ୱେତସାର ଖାଦ୍ୟରୁ ମିଳେ। ଶରୀର ଇଞ୍ଜିନ ଚଳାଇବା ପାଇଁ ଏହି ଏହି ଉପାଦାନ ଠିକ ଇନ୍ଧନ ସଦୃଶ କାମ କରେ। ଏହି ଉପାଦାନ ଗୁଡିକ ମନୁଷ୍ୟ କୁ ଅଙ୍ଗ ପ୍ରତ୍ୟଙ୍ଗ, ପାକସ୍ଥଳୀ, ହୃଦ ଯନ୍ତ୍ର, ଫୁସଫୁସ, ମସ୍ତିଷ୍କ, କିଡନୀ ପ୍ରଭୁତି ଠିକ ସଞ୍ଚାଳନ ପାଇଁ ଶକ୍ତି ଯୋଗାଇ ଥାଏ । ଏହାର ଅଭାବ ଘଟିଲେ ଶରୀର ନିସ୍ତେଜ ଏବଂ ଦୁର୍ବଳ ହୋଇପଡେ। ଶରୀରର କୌଣସି ଯନ୍ତ୍ର ଠିକରେ କାମକରେ ନାହିଁ । ଆଳସ୍ୟ ଦେଖା ଯାଏ । ସର୍ବଦା ଶୋଇ ରହିବାକୁ ଇଛା ହୁଏ । ପୁଣି ଉପଦାନ ଗୁଡିକ ଶରୀରକୁ ମିଳିଗଲେ ଶରୀର ସକ୍ରିୟ ହୋଇ ଉଠେ। ବିଶେଷ ଏହି ଉପାଦାନ ଗୁଡିକ ଚାଉଳ, ଗହମ, ମାଣ୍ଡିଆ, ଚୁଡା, ମକା, ଗୁଡ଼, ମହୁ, ଆଖୁ, ଚିନି, କ୍ଷୀର, ଆଳୁ, କନ୍ଧ ମୂଳ ଆଦିରୁ ମିଳିଥାଏ । ଖଜୁରୀ, କିସମିସ୍, ପାଚିଲା କଦଳିରୁ ମଧ୍ୟ ଶର୍କରା ଜାତୀୟ ଖାଦ୍ୟ ବିଶେଷ ଭାବେ ମିଳିଥାଏ । ଚିନି ବଦଳରେ ଆଖୁ ରସ, ଗୁଡ଼, ତରୁଭୂଜ ଆଦି ଖାଇଲେ ଶରୀରର କୌଣସି କ୍ଷତି ହେବାର ଆଶଙ୍କା ନ ଥାଏ ।  👉 ପୁଷ୍ଟି ସାର ଅର୍...

ମୋ ଆଈମା ସ୍ୱାସ୍ଥ୍ୟ କଥା - 51 ଦୁବ ଘାସର ଔଷଧୀୟ ଗୁଣ ଉପରେ...

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 51 ଦୁବ ଘାସର ଔଷଧୀୟ ଗୁଣ ଉପରେ... ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆୟୁର୍ବେଦ ସହିତ ଏକ ସାଂସ୍କୃତିକ କଥାଟିଏ ମଧ୍ୟ ରହିଛି l ଆଜି ଆମେ ଜାଣିବା...  👉 ଶ୍ରୀ ଗଣେଶ ଭଗବାନଙ୍କୁ କଣ ପାଇଁ ଦୁବ ଘାସ ଅର୍ପଣ କରାଯାଏ?              👇 ପୌରାଣିକ👇  ଏକଦା ଅନଳାସୁର ନାମରେ ଏକ ଅତ୍ୟାଚାରୀ ରାକ୍ଷସ ଏହି ଧରାମଣ୍ଡଳରେ ପ୍ରକଟ ହେଇ ନିଜର ପ୍ରଚଣ୍ଡ ଅଗ୍ନି ଦ୍ୱାରା ଦେବତା, ମାନବ ସମସ୍ତଙ୍କୁ ଗିଳି ଦେଇ ସମସ୍ତ ଲୋକରେ ହାହାକାର ସୃଷ୍ଟି କରୁଥିଲା l ତାକୁ ସାମ୍ନା କରିବାର କ୍ଷମତା ସ୍ୱୟଂ ଦେବରାଜ ଇନ୍ଦ୍ରଙ୍କ ପାଖରେ ମଧ୍ୟ ନଥିଲା l ଧରିତ୍ରୀ ମାତା ଠାରୁ ଆରମ୍ଭ କରି ସମସ୍ତ ଦେବୀଦେବତା ରାକ୍ଷସର ଅତ୍ୟାଚାରର ଅତିଷ୍ଟ ହୋଇ ଦେବ ଦେବ ମହାଦେବଙ୍କ ପାଖରେ ଯାଇ ପହଁଚିଲେ l ମହାଦେବ କହିଲେ ଶ୍ରୀ ଗଣେଶ ହିଁ ଆପଣମାନଙ୍କୁ ସହାୟକ ହେବେ କାରଣ ସେ ବିଘ୍ନହର୍ତା ଅଟନ୍ତି l ତାପରେ ଦେବଗଣ ଶ୍ରୀ ଗଣେଶଙ୍କୁ ସ୍ତୁତି କଲେ ଏବଂ ଶ୍ରୀ ଗଣେଶ ପ୍ରକଟ ହେଇ ଦେବତାମାନଙ୍କ ସଙ୍କଟ ଦୂର କରିବା ନିମନ୍ତେ ରାକ୍ଷସ ସହ ଯୁଦ୍ଧ କଲେ ଏବଂ ପରିଶେଷରେ ତାକୁ ଗିଳିଦେଲେ l ରାକ୍ଷସକୁ ଗିଳିସାରିଲା ପରେ ଶ୍ରୀ ଗଣେଶଙ୍କ ପେଟ ଭୟଙ୍କର ଭାବରେ ଜଳିବା ଆରମ୍ଭ ହେଲା l ଶ୍ରୀ ଗଣେଶଙ୍କ ପେଟ ଜ୍ୱାଳାକୁ ଶାନ୍ତ କରିବା ପାଇଁ ଦେବତାମାନେ ନାନାଦି ଦିବ୍ୟ ଔଷଧର ପ୍ରୟୋଗ କଲେ କିନ୍...

ମୋ ଆଈମା ସ୍ୱାସ୍ଥ୍ୟ କଥା - 54 ଗହମ ଚାରାର ରସ ଏକ ଅସାଧାରଣ ଔଷଧ ଅଟେ...

Image
 ମୋ ଆଈମା ସ୍ୱାସ୍ଥ୍ୟ କଥା - 54  ଗହମ ଚାରାର ରସ ଏକ ଅସାଧାରଣ ଔଷଧ ଅଟେ... ଆଈମା କହେ ପ୍ରକୃତିର ଯେତେ ସବୁ ସବୁଜ ଜିନିଷରେ ପ୍ରଚୁର ପରିମାଣରେ ଖାଦ୍ୟସାର ଭରି ରହିଛି l ସେଥିପାଇଁ ଆମେ ଆୟୁର୍ବେଦର ଔଷଧ ଭାବେ ବା ଶାଗ ଆକାରରେ ଯେଉଁ ସବୁଜ ପତ୍ର ବ୍ୟବହାର କରୁ ସେ ଜିନିଷ ଆମ ଶରୀରର ବିକାଶ କରେଇବା ସହିତ ନାନାଦି ଦୁଃସାଧ୍ୟ ରୋଗରୁ ମୁକ୍ତି ଦେଇ ଥାଏ l ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ କିଛି ଏଭଳି ଜିନିଷ ଆପଣମାନେ ଜାଣିବେ ଯାହାକି ଆପଣ ଜାଣିବା ଏବଂ ଅନ୍ୟମାନଙ୍କୁ ଜଣେଇବା ଦ୍ୱାରା ବହୁତ ଗୁଡ଼ାଏ ରୋଗର ସହଜ ସମାଧାନ ହେଇଯିବ l        *👇ଆଜି ଆମେ ଜାଣିବା👇* *👉ଗହମ ଚାରାକୁ କେମିତି ପ୍ରସ୍ତୁତ କରିବା?* *👉କେମିତି ଖାଇବା?* *👉କେଉଁ କେଉଁ ରୋଗରେ ବ୍ୟବହାର କରାଯିବ?* ଗହମ ଚାରା ଦୁଇଟି ଉପାୟରେ ପ୍ରସ୍ତୁତ ହୋଇପାରିବ l ଗୋଟିଏ ହେଲା ମାଟି ବ୍ୟବହାର କରି ଅନ୍ୟଟି ମାଟିର ବ୍ୟବହାର ନକରି ମଧ୍ୟ l ଯଦି ମାଟିର ସାହାଯ୍ୟ ନେଉଛନ୍ତି ତାହେଲେ ଗୋଟିଏ ଟ୍ରେ ବା ଓସାରିଆ ପାତ୍ରରେ 2 ଇଞ୍ଚର ଗୋବର ମିଶା ମାଟି ନେଇଯିବେ ଏବଂ ସେଥିରେ ଉତ୍ତମ ମାନର ଗହମ ମଞ୍ଜିକୁ 8 ଘଣ୍ଟା ପାଣିରେ ବତୁରାଇଵେ  ଗଜା ହେଇଗଲେ ତାକୁ ସେଇ ମାଟି ଟ୍ରେ ବା ଓସାରିଆ ପାତ୍ରରେ ଉପରେ ଗୋଟିଏ ସ୍ତରରେ ଗଜା ମଞ୍ଜିକୁ ପକେଇବେ ଯେପରି ଗଜାମଞ୍ଜି ସମାନ ଭାବରେ ରହିବ ବହଳିଆ ରହିବ ନାହିଁ ଗୋଟିଏ ମାତ୍ର ସ୍ତର ବା ଲେୟ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 41 ଗୁଡ ଓ ଚିନି ଭିତରୁ କେଉଁଟା ଲାଭପ୍ରଦ କେଉଁଟା ହାନିକାରକ ???

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 41 ଗୁଡ ଓ ଚିନି ଭିତରୁ କେଉଁଟା ଲାଭପ୍ରଦ କେଉଁଟା ହାନିକାରକ ???* ଚିନିକୁ ଧଳା ବିଷ କୁହାଯାଏ  ଯେଉଁଠି ଗୁଡ ସ୍ୱାସ୍ଥ୍ୟ ପାଇଁ ଅମୃତ ଅଟେ । କାରଣ ଗୁଡ ଖାଇବା ଦ୍ୱାରା ଏହା ଶରୀରରେ କ୍ଷାର ସୃଷ୍ଟି କରିଥାଏ । ଯାହା ଆମ ଖାଦ୍ୟ ର ହଜମ ଶକ୍ତି ବଢାଇଥାଏ । ସେଥିପାଇଁ ଖାଦ୍ୟ ଖାଇସାରିବା ପରେ ଅଳ୍ପ ଗୁଡ ଖାଇବାକୁ ଋଷି ବାଗବଟ୍ଟ  ଉପଦେଶ ଦେଇଥିଲେ । ଯେଉଁଠି ଚିନି ଅମ୍ଳ ସୃଷ୍ଟି କରିଥାଏ ଯାହା ଆମ ଶରୀର ପାଇଁ ହାନିକାରକ । ଗୁଡକୁ ହଜମ କରିବା ପାଇଁ ଶରୀରକୁ ଯଦି ୧୦୦ କ୍ୟାଲୋରୀ ଶକ୍ତି ଦରକାର ହୋଇଥାଏ । ଚିନିକୁ ହଜମ କରିବା ପାଇଁ ୫୦୦ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ । ଗୁଡରେ କ୍ୟାଲସିୟମ୍ ସହିତ ଫସଫରସ୍ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଭଲ କାମ କରିଥାଏ ଏବଂ ହାଡ ତିଆରି କରିବାରେ ସାହାଯ୍ୟ କରିଥାଏ । ଚିନିକୁ ତିଆରି କରିବାପାଇଁ ଏତେ ଅଧିକ ତାପମାତ୍ରା ଦରକାର ହୁଏ ଯାହାଦ୍ୱାରା ଫସଫରସ୍ ଜଳିଯାଏ ବା ନଷ୍ଟ ହୋଇଯାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୁଡର ବ୍ୟବହାର କରନ୍ତୁ ।  ଗୁଡରେ କ୍ୟାଲସିୟମ୍. ଫସଫରସ୍ ମ୍ୟାଗ୍ନେସିୟମ୍. ପଟାସିୟମ୍. ଲୌହ ଆଦି କିଛି ମାତ୍ରାରେ କପର ନିୟସିନ ନାମକ ସ୍ୱାସ୍ଥ୍ୟ ବର୍ଦ୍ଧକ ତତ୍ତ୍ୱ ରହିଥାଏ । ବିଶ୍ଳେଷଣ ଅନୁସାରେ ଗୁଡରେ ଚିନି ଅପେକ୍ଷା ୫୦ ଗୁଣ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗୁଡର ପୋଷକତତ୍ତ୍ୱ ଶରୀର ପାଇଁ ଉପଯୁକ୍ତ ଅଟେ ।...

ମୋ ଆଈମା ସ୍ୱାସ୍ଥ୍ୟ କଥା - 088 ଦହିର ଅଦ୍ଭୁତ ବିଜ୍ଞାନ ଉପରେ

Image
  *ମୋ ଆଈମା ସ୍ୱାସ୍ଥ୍ୟ କଥା - 088*   ଦହିର ଅଦ୍ଭୁତ ବିଜ୍ଞାନ ଉପରେ ଗୋଟିଏ ଘରର ଗୁହାଳରେ ରହୁଥିବା ଗୋମାତାଟି ସେଇ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମା ଅଟେ ଏବଂ ଅନ୍ୟମାନଙ୍କ ପାଇଁ କେବଳ ଗୋମାତା ଅଟେ l ଆମ ମଣିଷ ସମାଜରେ ସବୁ ନାରୀମାନଙ୍କୁ ଆମେ ମା କହିନଥାଉ ସେହିପରି ସବୁ ଗୋମାତା ସମସ୍ତଙ୍କ ପାଇଁ ମା ହେଇପାରିବେ ନାହିଁ l ସେଥିପାଇଁ ତ ଅଜଣା ଲୋକଟିଏ ଗୁହାଳରେ ପ୍ରବେଶ କଲେ ଗୋମାତା ତାକୁ ମାରିବାକୁ ଚେଷ୍ଟା କରନ୍ତି କିନ୍ତୁ ଗୋମାତା ନିଜ ମାଲିକକୁ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିଥାନ୍ତି ସହିଷ୍ଣୁତା ଏବଂ ମମତାର ଉଦାହରଣ ସାଜି l ଆଜ୍ଞାମାନେ ଆଈମା ସ୍ୱାସ୍ଥ୍ୟ କଥାର ବେଗ କୁଆଡେ ମୋଡି ହେଇଗଲା... ଆଜିର ବିଷୟ ତ ଥିଲା ଦହି ଉପରେ କିନ୍ତୁ ଆଲୋଚନା ହେଉଛି କିଏ ମା କିଏ ଗୋମାତା ଉପରେ ! ତେବେ ଯେଉଁଟା ସତ୍ୟ ତାକୁ ହିଁ ଆପଣମାନଙ୍କ ଆଗରେ ଆଜି ଉପସ୍ଥାପନ କରିବାକୁ ଆମେ ଚେଷ୍ଟା କରୁଛୁ ମାତ୍ର l ସବୁବେଳେ ଚେଷ୍ଟା କରନ୍ତୁ ଗାଈଟିଏ ପାଳନ କରିବାକୁ l କାରଣ ଯେଉଁ ଗାଈ ଆପଣ ପାଳିବେ ତାର କ୍ଷୀର, ଦହି, ଗୋବର, ଗୋମୂତ୍ର ଓ ଘିଅରେ ଯେତିକି ରୋଗ ନାଶକ ତଥା ପୋଷକ ତତ୍ତ୍ୱ ପାଇବେ ଅନ୍ୟ କୌଣସି ବାହାରିଆ ଗାଈ ଠାରୁ ପାଇପାରିବେ ନାହିଁ l ତେଣୁ ଆଜିର ବିଶେଷ ସ୍ୱାସ୍ଥ୍ୟ କଥା ପଢ଼ିବା ପୂର୍ବରୁ ନିଜ ଗାଈ କିମ୍ବା ଏମିତି ଏକ ଗାଈର ପଞ୍ଚ ଗବ୍ୟର ସେବନ କରନ୍ତୁ ଯେଉଁ ଗାଈ ଆପଣଙ୍କୁ ଜାଣିଥିବ ଏବଂ ଆପଣ ତାକୁ ସେବ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 087 ସଜନା ମଞ୍ଜିରେ

Image
  *ମୋ ଆଈମା ସ୍ୱାସ୍ଥ୍ୟ କଥା - 087*   ସଜନା ମଞ୍ଜିରେ ଆଈମା ଆମର ପ୍ରତିଦିନ କିଛି ନା କିଛି କାହାଣୀ ଭଳିଆ କେତେ ଯେ ସୁନ୍ଦର ସ୍ୱାସ୍ଥ୍ୟ କଥା ସବୁ କହିଥାନ୍ତି ସବୁ ଜିନିଷ ମନେ ରହି ନଥାଏ l ଆଜି ହଠାତ ଗୋଟେ କଥା ତାଙ୍କରି ମନେ ପଡ଼ିଗଲା l ବିଷୟଟି ହେଲା ଜୁଆଙ୍ଗ ଆଦିବାସୀମାନଙ୍କ କଥା l ଆଜ୍ଞାମାନେ ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଏକ ବୈଜ୍ଞାନିକ ଆଦିବାସୀ ସଂସ୍କୃତିର ଜିନିଷ ଆମେ ଜାଣିବାକୁ ପାଇବା l ଆଜି ଆମର ଆଈମା କାହିଁକି କେ ଜାଣି ବହୁତ ମନେ ପଡନ୍ତି ଏହି କଥା ଲେଖିବା ବେଳକୁ l ଛୋଟବେଳେ ଏହି କଥା ଆମେ ଆଈମାଙ୍କ ଠାରୁ ଜାଣିବାକୁ ପାଇଥିଲୁ କି ଜୁଆଙ୍ଗ ଆଦିବାସୀମାନେ କେନ୍ଦୁଝରରେ ରୁହନ୍ତି ଏବଂ ସେମାନେ ସାମାନ୍ୟ ଲୋକମାନଙ୍କ ଠାରୁ ଏକ ଭିନ୍ନ ପରିବେଶ ଏବଂ ସଂସ୍କୃତିରେ ବସବାସ କରନ୍ତି l ଆଦିବାସୀ ମହିଳାମାନେ ଝରଣାରୁ ପାଣି ନେଇ ରୋଷେଇ କରନ୍ତି l ପାଣି ଯଦି ଗୋଳିଆ ବା ଅପରିଷ୍କାର ଲାଗେ ସେଥିରେ ସେମାନେ ପ୍ରତି ଗରା ପାଣିରେ 5-6 ଟି ସଜନା ମଞ୍ଜିକୁ ଚୋପା ଛଡାଇ ପକେଇଦିଅନ୍ତି l କିଛି ଘଣ୍ଟା ପରେ ତାହା ସ୍ଵଛ ନିର୍ମଳ ହେବା ସହିତ ଶୁଦ୍ଧ ହେଇଯାଏ l ତେବେ ସଜନା ମଞ୍ଜିରେ ଯେଉଁ ଜଳ ବିଶୋଧନର ଶକ୍ତି ରହିଛି ତାହା ଆଧୁନିକ ଯୁଗର ବ୍ଲିଚିଙ୍ଗ ପାଉଡରରେ ନାହିଁ l ବ୍ଲିଚିଙ୍ଗ ପାଉଡର ଆମ ଶରୀରରେ ବହୁତ କ୍ଷତି ସାଧନ କରେ l ଆଈମା କହନ୍ତି ଆଜିକାଲି ଯେଉଁ କିଡ଼ନୀ ସମସ୍ୟା ବେଶୀ ବଢୁଛି ଏହାର କାରଣ ଅଶୁଦ୍ଧ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 084 କଦମ୍ବ

Image
  *ମୋ ଆଈମା ସ୍ୱାସ୍ଥ୍ୟ କଥା - 084*  କଦମ୍ବ ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଖରାରେ ଯେତେବେଳେ ଗଛ ପତ୍ର ଶୁଖି ଝଡ଼ିଯାଏ ସେତେବେଳେ ଆମ୍ବ ଗଛ ମୂଳେ ରହିବାକୁ ମଧ୍ୟ ଡର ଲାଗେ କାଳେ ପାଚିଲା ଆମ୍ବ ମୁଣ୍ଡ ଉପରେ ପଡ଼ିଯିବ ସେତେବେଳେ କଦମ୍ବ ଗଛର ସୁଶୀତଳ ଛାଇ ସହିତ ସୁଗନ୍ଧିତ ଫୁଲର ମହକ ପ୍ରଚଣ୍ଡ ରୁଦ୍ରତାପରୁ ମଣିଷ ସମାଜକୁ ରକ୍ଷା କରିଥାଏ l ସୁନ୍ଦର ପ୍ରକୃତି ସୁନ୍ଦର ଏହାର ବ୍ୟବସ୍ଥା l ପିଲାଦିନେ ପ୍ରଲୋଭିତ କରୁଥିବା ଏହି ସୁନ୍ଦରିଆ କଦମ୍ବ ଫୁଲ ଏବଂ ତାର ଫଳକୁ ଖାଇବାକୁ କେତେ ଯେ ଇଚ୍ଛା ହେଉଥିଲା ତାକୁ କହିହେବନି l କାଳେ ଫଳ ଖାଇଲେ କିଛି ଅସୁବିଧା ହେବ ବୋଲି ଖାଉନଥିଲି କିନ୍ତୁ ଦିନେ ଆଈମାଙ୍କୁ ପଚାରିବାରୁ ସେ କହିଲେ କଦମ୍ବର ପ୍ରତ୍ୟେକ ଅଂଶ ସେ ଫଳ ହେଉ ଫୁଲ ହେଉ, ପତ୍ର, ମୂଳ ବା ଛାଲି ହେଉ ପ୍ରତିଟି ଅଂଶରେ ମଣିଷମାନଙ୍କ ପାଇଁ ଅନେକ ଆବଶ୍ୟକୀୟ ଉପାଦାନ ତଥା ଔଷଧ ଭରି ରହିଛି l ଆଜ୍ଞାମାନେ ଆଜି ଏକ ସୁନ୍ଦର ଆଈମା ସ୍ୱାସ୍ଥ୍ୟ କଥାଟିଏ ଜାଣିବା ଏହି ବିଶିଷ୍ଟ କଦମ୍ବ ଗଛ ବିଷୟରେ l ଆମ ଦେଶରେ ଅନେକ ଦିବ୍ୟ ବୃକ୍ଷ ଦେଖାଯାଏ ଯେଉଁଠି ଦୈବୀ ସତ୍ତାର ଅନୁଭବ ହୋଇଥାଏ l ଏହି ବୃକ୍ଷ ସବୁ ଆମ ସ୍ୱାସ୍ଥ୍ୟ, ପରିବେଶ ଓ ସଂସ୍କୃତିର ସୁରକ୍ଷାରେ ବହୁତ ଯୋଗଦାନ କରିଥାନ୍ତି l ଭାଗବତ ପୁରାଣରେ କଦମ୍ବ ବୃକ୍ଷର ବିଶେଷ ବର୍ଣ୍ଣନା କରାଯାଇଛି ଯେତେବେଳେ ଶ୍ରୀ କୃଷ୍ଣ ଓ ଗୋପୀମାନଙ୍କର କଥା ଆସେ ଏହି କଦମ୍ବ ଗଛ କଥା ମନେପଡେ l ଆଜି ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 53 କେବଳ ପୁରୁଣା ଗୁଡ଼ ଓ ମହୁ ଦ୍ୱାରା ମଣିଷର ଅନେକ ରୋଗ ଦୂର ହୋଇପାରିବ

  *ମୋ ଆଈମା ସ୍ୱାସ୍ଥ୍ୟ କଥା - 53 କେବଳ ପୁରୁଣା ଗୁଡ଼ ଓ ମହୁ ଦ୍ୱାରା ମଣିଷର ଅନେକ ରୋଗ ଦୂର ହୋଇପାରିବ* ପୂର୍ବ କାଳରୁ ଆମର ପୂର୍ବ ପୁରୁଷମାନେ କୌଣସି ଭଲ ଜିନିଷ ଟେ ପାଉଥିଲେ ତାକୁ ଭବିଷ୍ୟତ ପାଇଁ ସଂଚିତ କରି ରଖୁଥିଲେ l ବିଶେଷ କରି ଭଲ ଭଲ ଖାଦ୍ୟ ପଦାର୍ଥ ଜିନିଷ ଉପରେ ତାଙ୍କର ଏକ ସଂଚୟ ମନୋବୃତ୍ତି ଥିଲା ସେଇଟା ନିଜ ଘର ତିଆରି କୌଣସି ଜିନିଷ ହେଉ ବା ବାହାର କୌଣସି ଜିନିଷ ହେଉ ଆମର ଅଜା, ଆଇଁ, ଜେଜେ ବା ଜେଜେମା ଏହି କାମ ପ୍ରତି ଯଥେଷ୍ଟ ଯତ୍ନବାନ ଥିଲେ l କୋଉଠୁ ଭଲ ଗୁଡ଼ ଟିକେ ମିଳିଲେ, ମହୁ ଟିକେ ମିଳିଲେ ଶୀଘ୍ର ତାକୁ କିଣିଆଣି ଘରେ ରଖି ଦେଉଥିଲେ l ତାଙ୍କର ଏକ ବିଶ୍ୱାସ ଥିଲା କି ଭଲ ଜିନିଷ ଯେତେବେଳେ ବି ଯୁଆଡେ ପାଉଛ ତାକୁ ଆଣି ଘରେ ରଖିବା ଦରକାର ବେଳେ କାମରେ ଆସିବ l ଆଜିର ଆଈମା ସ୍ୱାସ୍ଥ୍ୟ କଥା ପୂର୍ବର ଏକ କଥା ଉପରେ ଆଲୋକପାତ କରିବାକୁ ଯାଉଛୁ ତାହା ହେଲା ପୁରୁଣା ମହୁ ଓ ଗୁଡ଼ର ବିଶେଷ ଉପକାରିତା ତାକୁ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଜଣାଇବା l 👉 ଆୟୁର୍ବେଦରେ ମହୁ ଓ ଗୁଡ଼କୁ ଗୁଣବର୍ଦ୍ଧକ କୁହାଯାଇଛି l ମାନେ ହେଲା ଯଦି କୌଣସି ଔଷଧ ସହିତ ଗୁଡ଼ ବା ମହୁ ମିଶାଇ ଖିଆଯାଏ ସେଇ ଔଷଧର କାର୍ଯ୍ୟ କରିବା କ୍ଷମତା ଏବଂ ଗୁଣଗୁଣିତ ହୋଇଯାଏ l 👉 ମହୁ ନ ମିଳିଲେ ଗୁଡ଼କୁ ବ୍ୟବହାର କରିବା କଥା ମଧ୍ୟ ଆୟୁର୍ବେଦ କହାଯାଇଛି l 👉 ଏଥିରେ ଯେଉଁ ସବୁ ପୋଷାକ ତତ୍ତ୍ୱ ଥାଏ ଏହାକୁ ଅମୃତ କୁହାଯାଇପାର...

ମୋ ଆଈମା ସ୍ୱାସ୍ଥ୍ୟ କଥା - 77 ହାପୁଡି ହାପୁଡି କାହିଁକି ଖାଇବା ଆମେ ?

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 77 ହାପୁଡି ହାପୁଡି କାହିଁକି ଖାଇବା ଆମେ?* ଆମର ମା ରୂପରେ ଭଗବାନ ଏହି ପ୍ରକୃତିକୁ ଆଣି ଆମ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି l ଯେମିତି ଗୋଟିଏ ଶିଶୁର ନାଭି ନାଡ଼ ତାର ମାର ଜରାୟୁରୁ ସମସ୍ତ ଖାଦ୍ୟ ଗ୍ରହଣ କରି ଶିଶୁଟି ପୂର୍ଣ୍ଣ ବିକଶିତ ହୁଏ l ଠିକ ସେହିପରି ପ୍ରକୃତିର ସମସ୍ତ ଉପାଦାନକୁ ଛାଡି କୌଣସି ଜୀବ ବଞ୍ଚିରହିବା ସମ୍ଭବ ନୁହେଁ l ଆମେ ବିନା ସୂର୍ଯ୍ୟାଲୋକରେ, ବିନା ଜଳରେ, ବିନା ପବନରେ ବେଶୀ ସମୟ ବଞ୍ଚିରହି ପାରିବା ନାହିଁ l ଏହା ସତ୍ୟ ବୋଲି ସମସ୍ତେ ଜାଣନ୍ତି କିନ୍ତୁ କାହିଁକି ଆଜି ଏହି ପ୍ରକୃତି ମା କୋଳରୁ ଦୂରେଇ ରହିବାକୁ ଇଚ୍ଛା କରୁଛନ୍ତି? ବିନା ନାଭି ନାଡ଼ ସଂଯୋଗରେ ଯେମିତି କୌଣସି ଶିଶୁ ବଞ୍ଚିପାରିବ ନାହିଁ ତା ମା ପେଟରେ ଠିକ ସେହିପରି ପ୍ରକୃତିର ସିଧା ସଂଯୋଗ ଅଭାବରେ କୌଣସି ଜୀବ ସୁସ୍ଥ ରହିପାରିବେ ନାହିଁ କାରଣ ଆମର ଆଧାରର ନାଭି ପ୍ରକୃତିର ଉପାଦାନ ସହିତ ସଂଯୁକ୍ତ ହୋଇଥାଏ l ଆମେ ଯଦି ଏହି ସଂଯୋଗକୁ କାଟିବା ପାଇଁ ଚେଷ୍ଟା କରିବା ତାହେଲେ ଆମର ସଠିକ ବିକାଶ ହେଇପାରିବ ନାହିଁ l ସହର ଏବଂ ଗାଁ ଦୁଇଟା ଅଲଗା ଅଲଗା ପରିବେଶ ଅଟେ l ସହର ମଣିଷ ତିଆରି ଗାଁ ମଧ୍ୟ ମଣିଷ ତିଆରି କିନ୍ତୁ ଗାଁରେ ପ୍ରକୃତିର ସଂଯୋଗ ଥାଏ ସହରରେ ଅପ୍ରକୃତିର ସଂଯୋଗ ଥାଏ l ଗାଁରେ ରହୁଥିବା ମଣିଷଟି ସରଳ, ନିଷ୍କପଟ ବଳୁଆ, ଭାବୁକ ଏବଂ ସମ୍ବେଦନଶୀଳ ଅଧିକ ଥାଏ ସହରର ଲୋକଙ୍କ ଅପେକ୍ଷା l ରୋଗ କ...

ମୋ ଆଈମା ସ୍ୱାସ୍ଥ୍ୟ କଥା: 74 ଭାଗ - 01

 *ମୋ ଆଈମା ସ୍ୱାସ୍ଥ୍ୟ କଥା: 74  ଭାଗ - 01* ଛୋଟ ବେଳର କିଛି ସ୍ମୃତି ଆଜି ପୁନର୍ଜୀବିତ ହୋଇଉଠୁଛି l ନାକରେ ଧାର ଧାର ସିଂଘାଣି ଆଉ ମାଆର ପଣତ କାନିରେ ସିଂଘାଣି ପୋଛି ଦେଇ ଗାଁର ଦାଣ୍ତରେ ବାଲି ଖେଳୁଥିବା ବେଳେ ଯଦି ଦେହ ଖରାପ ହୋଇଯାଏ, ମାଆ ମୋର ସଙ୍ଗେ ସଙ୍ଗେ ରୋଷେଇ ଘରକୁ ମୋତେ ନେଇ 7ଟା ଶୁଖିଲା ଲଙ୍କାରେ ମୁଣ୍ଡରୁ ତଳକୁ 7 ଥର ଝାଡ଼ି ଦେଇ ଜଳୁଥିବା ଚୂଲିରେ ସବୁତକ ଲଙ୍କାଗୁଡିକୁ ପକାଇଦେଇ ମାଆ ମୋର ପରୀକ୍ଷା କରୁଥିଲା- ସତରେ କଣ ମୋ ସିଙ୍ଘାଣିଆ ପୁଅକୁ କାହାର ଦୃଷ୍ଟି ପଡିଗଲା କି ?? ସେତେବେଳେ ଚୁପଚାପ ଛିଡା ହୋଇ ଏସବୁ ମୁଁ ନୀରବରେ ଚାହିଁ ରହି ଦେଖୁଥିଲି l ମନରେ ପ୍ରଶ୍ନ ଆସୁଥିଲା ମୋ ମାଆ କଣ ଏସବୁ କରୁଛି କିନ୍ତୁ ପଚାରିପାରୁନଥିଲି ଏସବୁ କଣ ? ପୋଡା ଲଙ୍କାର ଧୂଆଁ ଆମ ଘର ଦେଇ ଅନ୍ୟ ଘରକୁ ଚାଲିଯାଉଥିଲା l ମୋ ସହିତ ସମସ୍ତେ କାଶିବା, ଛିଙ୍କିବା ଆରମ୍ଭ କରିଦେଉଥିଲେ l ମୁଁ କିଛି ବୁଝିବା ପୂର୍ବରୁ ମୋତେ ନେଇ ମାଆ ଗୋଟିଏ ଗୁଣିଆ ପାଖକୁ ଯାଇ ଝଡା ଫୁଙ୍କା କରାଉଥିଲେ l ଏମିତି ବହୁତ ଥର ମୋତେ ଯିବାକୁ ପଡିଛି ଗୁଣିଆ ପାଖକୁ l ଏହି କି ବିଶ୍ୱାସ ଲୋକମାନଙ୍କର ଯୋଉଟା କୋଉ ଆବାହନ କାଳରୁ ଆମ ସମାଜରେ ରହିଆସିଛି l ସମୟ କ୍ରମେ ଯେତେବେଳେ ମୁଁ ବଡ଼ ହେଲି ଏହି ଲୋକଙ୍କ ବିଶ୍ୱାସକୁ ନେଇ ସନ୍ଦେହ କଲି କାରଣ ମୁଁ ଜଣେ ବିଜ୍ଞାନ ବିଷୟର ଛାତ୍ର ଥିଲି l ସବୁ ଜିନିଷକୁ ପର୍ଯ୍ୟବେକ୍ଷଣ କରିବା ଓ ସତ୍ୟର ଅନୁସନ୍ଧା...

ମୋ ଆଈମା ସ୍ୱାସ୍ଥ୍ୟ କଥା - 068 ଉଦୁମ୍ବର ବା ଡ଼ିମିରି ବୃକ୍ଷ ବିଷୟରେ

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 068* ଉଦୁମ୍ବର ବା ଡ଼ିମିରି ବୃକ୍ଷ ବିଷୟରେ 👏👏✍️✍️ ପୃଥିବୀରେ ଏମିତି କିଛି ବୃକ୍ଷ, ଲତା ରହିଛି ଯାହାକି କେଉଁ ଅନାଦୀ କାଳରୁ ଏକ ପବିତ୍ର ବୃକ୍ଷ ଭାବେ ପୂଜିତ ହେଇଆସୁଛି l ଏହି ବୃକ୍ଷମାନେ ନିଶ୍ଚିତ ରୂପେ ଅଧିକ ପୁଣ୍ୟ ଅର୍ଜନ କରିଛନ୍ତି ସେଥିପାଇଁ ପ୍ରକୃତି ତାଙ୍କୁ ଅସୀମ ଦିବ୍ୟଶକ୍ତି ସମ୍ପନ୍ନ କରାଇଛି l ଆମେ ଯେତେବେଳେ କୌଣସି ଯଜ୍ଞ କରନ୍ତି ସେତେବେଳେ ନବଗ୍ରହଙ୍କୁ ନିଶ୍ଚିତ ଅର୍ଘ୍ୟ ପ୍ରଦାନ କରନ୍ତି ନବ ଗ୍ରହ କାଠ ବ୍ୟବହାର କରି,  ଯେପରିକି ସମ୍ପୂର୍ଣ୍ଣ ନବଗ୍ରହ ଶାନ୍ତି ହେଇ ଆମକୁ ମନୋବାଂଛିତ ଫଳ ପାଇପାରିବା l  ଏପର୍ଯ୍ୟନ୍ତ ଆମର ଆଈମା ସ୍ୱାସ୍ଥ୍ୟରେ ଆମେ ଦୁବ ଘାସ ଏବଂ ପଳାଶ ବୃକ୍ଷ ଭଳିଆ ଦିବ୍ୟ ବୃକ୍ଷ ଏବଂ ଘାସ ବିଷୟରେ ଆଲୋଚନା କରି ତା ଭିତରେ କଣ ସବୁ ଔଷଧୀୟ ଗୁଣ ରହିଛି ଜାଣିସାରିଲେଣି l ଆଜି ଉଦୁମ୍ବର ବା ଡ଼ିମିରି ବୃକ୍ଷ ବିଷୟରେ ଜାଣିବାକୁ ଯାଉଛନ୍ତି l ବର୍ତ୍ତମାନ ସମୟରେ ଏହି ଗଛର ବିଶେଷ ଆବଶ୍ୟକତା ପଡୁଥିବାରୁ ଏବଂ ଏହାର ଫଳ ବର୍ତ୍ତମାନ ଉପଲବ୍ଧ ଥିବାରୁ ଏହି ସୁଯୋଗ ଆମେ ସମସ୍ତେ ହାତ ଛଡା ନକରି ଆସନ୍ତୁ ଜାଣିନେବା ଏହାର ସମ୍ପୂର୍ଣ୍ଣ  ଆଧ୍ୟାତ୍ମିକ ଓ ଆୟୁର୍ବେଦିକ ବିଜ୍ଞାନ ଉପରେ l   *କିଛି ରୋଚକ ସୂଚନା*  👉 ଏହି ଗଛ 6 ମାସରେ ଥରେ ଫଳ ଦିଏ କିନ୍ତୁ ବିନା ଫୁଲରେ ଫଳ ତିଆରି ହୁଏ l ଏହାର ଫୁଲକୁ ଆଜିପର୍ଯ୍ୟନ୍ତ କୌଣସି ମନ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 091 ଶୁଦ୍ଧ ମହୁ, ଗୁଡ଼, ମିଶ୍ରି, ଚିନି, ଲୁଣ, ଘିଅ, କ୍ଷୀର କେମିତି ଆମେ ଯାଞ୍ଚ କରିପାରିବା

Image
  *ମୋ ଆଈମା ସ୍ୱାସ୍ଥ୍ୟ କଥା - 091*  ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଜାଣିବା ଶୁଦ୍ଧ ମହୁ, ଗୁଡ଼, ମିଶ୍ରି, ଚିନି, ଲୁଣ, ଘିଅ, କ୍ଷୀର କେମିତି ଆମେ ଯାଞ୍ଚ କରିପାରିବା l *1- ମହୁ* 👉 ରଙ୍ଗ ଦ୍ୱାରା କେବେବି ଆପଣ ମହୁକୁ ଚିନ୍ହି ପାରିବେ ନାହିଁ l କିଛି ମହୁ ଗାଢ଼ ନାଲି ତ କିଛି ହଳଦିଆ ବି ହେଇପାରେ ତେବେ କିଛି ମହୁ ତଳେ ବସେ ତ କିଛି ମହୁ ଅଧା ବସେ ଅଧା ତରଳ ଅବସ୍ଥାରେ ଉପରେ ଥାଏ l ଏସବୁ ମହୁମାଛି ଉପରେ ନିର୍ଭର କରେ ଏବଂ କେଉଁ ଫୁଲରୁ ମହୁମାଛି ରସ ସଂଗ୍ରହ କରେ ତାରି ଉପରେ ମଧ୍ୟ ନିର୍ଭର କରେ l 👉 ଶୁଦ୍ଧ ମହୁକୁ ଜଳେଇଲେ ଜଳିଯାଏ l 👉 ଏକ ଧଳା କାଗଜ ଉପରେ କିଛି ପରିମାଣରେ ପକେଇଲେ ତାହା ସେଇ ସ୍ଥାନରେ କାଗଜ ତଳକୁ ଭେଦି ପାରେ ନାହିଁ l ଅପମିଶ୍ରିତ ମହୁ କାଗଜ ଉପରେ ରଖିଲେ ତାହା କାଗଜକୁ ଭେଦି ଓଦା ହେଇଯାଏ l 👉 ପାଣି ଗ୍ଲାସ ରେ କିଛି ପାଣି ନେଇ ଅଳ୍ପ ମହୁକୁ ସେଇ ଗ୍ଲାସ ରେ ପକେଇଲେ ମହୁ ସୂତା ଭଳି ଲମ୍ବି ଗ୍ଲାସ ର ସବା ତଳେ ବସିଯାଏ ଏବଂ ଶୀଘ୍ର ପାଣିରେ ମିଶେ ନାହିଁ l ଅପମିଶ୍ରିତ ମହୁ ଶୀଘ୍ର ପାଣିରେ ମିଶିଯାଏ l 👉 ଶୁଦ୍ଧ ମହୁ କୁ କେବେବି ଦେଶୀ କୁକୁର ଖାଏ ନାହିଁ l ଏହା ମଧ୍ୟ ଏକ ପରୀକ୍ଷା ଅଟେ ଶୁଦ୍ଧ ମହୁକୁ ପରୀକ୍ଷା କରିବା ପାଇଁ l 👉 ଶୁଦ୍ଧ ମହୁ ଉପରେ ମାଛି ବସିଲେ ମାଛିର ଗୋଡ଼ ମହୁ ଭିତରେ ଫସିଯାଏ ନାହିଁ କିନ୍ତୁ ଅପମିଶ୍ରିତ ମହୁ ଉପରେ ମାଛି ପଡିଗଲେ ବା ତାର ଗୋଡ଼ ଲାଗିଗଲେ ମାଛି ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 097* _(ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)_ ଆମ ଶରୀରରେ 13 ପ୍ରକାରର ବେଗ ରହିଛି ଯାହା ଫଳରେ ଆମ ଶରୀର ପଞ୍ଚମହାଭୂତକୁ ଧାରଣ କରି ଆମକୁ ବଞ୍ଚାଇ ରଖିଛି l ଏହି 15 ଗୋଟି ବେଗ ହେଲେ - ହସିବା, କାନ୍ଦିବା, ହାଇ ମାରିବା, ଛିଙ୍କିବା, କାଶିବା, ଝାଡ଼ା, ପରିସ୍ରା, କ୍ଲାନ୍ତ ଜନିତ ଶ୍ୱାସ, ବାନ୍ତି, ଭୋକ, ଶୋଷ, ହାକୁଟି ଆସିବା, ନିଦ ର ବେଗ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ କେତେ ଗୁଡ଼ାଏ ଜରୁରୀ ବେଗ ଏବଂ ତାକୁ ବଳପୂର୍ବକ ରୋକିଲେ କଣ ଅସୁବିଧା ହୁଏ ଜାଣିବା l *କ୍ଷୁଧାରୋଧ ଜନିତ ରୋଗ :* ଭୋକ ରୋକିଲେ, ଭୋକ ଲାଗୁଥିଲେ ବି ନ ଖାଇଲେ ସ୍ୱାସ୍ଥ୍ୟ ଭଗ୍ନ ହୁଏ ଅର୍ଥାତ୍ ଶକ୍ତି ହ୍ରାସ ହୁଏ, ମନୋଦଶା ସୁସ୍ଥ ଓ ସବଳ ନ ରହି ଅରୁଚି, ଗ୍ଳାନି ଆଉ ଦୁର୍ବଳତା ଆସେ । ପେଟମରା, ପେଟପୀଡ଼ା ହୁଏ, ମୁଣ୍ଡ ଘୂରାଏ। ପେଟ ପୀଡ଼ା ହେଲେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଏହା ଅଜୀର୍ୟ ଜନିତ ନୁହେଁ ତ ? ଅଜୀର୍ଣ୍ଣ କାରଣରୁ ପୀଡ଼ା ହେଉଥିଲେ ତାକୁ ଭୋକ ଜନିତ ପୀଡ଼ା ମନେକରି ଅଧିକ ଭୋଜନ କଲେ ପରିସ୍ଥିତି ଖରାପ ହୋଇଯାଏ । *ଶୋଷ ରୋଧରୁ ହେଉଥିବା ରୋଗ :* 👉 ଶୋଷ ରୋକିବା ଦ୍ଵାରା ମୁହଁ ଶୁଖୁ, ଶରୀର ଶିଥୁଳ, କାର୍ଯ୍ୟ କରିବା ପାଇଁ ଶାରୀରିକ ଅକ୍ଷମତା, ବଧୂରତା, ମୋହ, ଭ୍ରମ, ମୁଣ୍ଡ ଘୁରାଇବା, ଅନ୍ଧାରୁଆ (ଝାପ୍‌ସା) ଦେଖାଯିବା ଇତ୍ୟାଦି ରୋଗ ହୋଇପାରେ । ଶରୀରରେ ଧାତୁର ସ୍ୱଳ୍ପତାକାରଣରୁ ହୃଦୟ ବିକୃତ ମଧ୍ୟ ହୋଇପା...

ମୋ ଆଈମା ସ୍ୱାସ୍ଥ୍ୟ କଥା - 096 ମେଥି ବୃକ୍ଷ ଉପରେ

Image
 *ମୋ ଆଈମା ସ୍ୱାସ୍ଥ୍ୟ କଥା - 096* _{ମେଥି ବୃକ୍ଷ ଉପରେ}_ ଆଈମା ରୋଷେଇ ଘରକୁ ଔଷଧ ଖାନା କହୁଥିଲେ କାରଣ ଆମ ରୋଷେଇ ଘରେ ଅନେକ ମହତପୂର୍ଣ୍ଣ ଔଷଧ ଯେମିତିକି ଜୁଆଣି, ଲବଙ୍ଗ, ଗୁଜୁରାତି, ମେଥି, ଜିରା, ଧନିଆ ଇତ୍ୟାଦି ର ଗନ୍ତାଘର ଅଟେ l ଆଜି ଏହି ବିଦ୍ୟ ଔଷଧ ଭିତରୁ ଗୋଟିଏ ଔଷଧ ବିଷୟରେ ଆଲୋଚନା କରିବା ତାହା ହେଲା ମେଥି l ଆୟୁର୍ବେଦର ଏକ ଅର୍ଦ୍ଧ ଶ୍ଳୋକକୁ ଉଚ୍ଚାରଣ କରି ଆଈମା କହନ୍ତି- ‘ବୋଧୟତି ଜଠରାଗ୍ନିମ୍ ଇତି ମେଥିକା'- ଏହା ଜଠରାଗ୍ନି କୁ ପ୍ରଦୀପ୍ତ କରେ ଏଥି ପାଇଁ ଏହାକୁ ବୋଧନୀ-ଦୀପନୀ କୁହାଯାଏ । ଆଈମା କହନ୍ତି ମେଥି ବଳ–ବୀର୍ଯ୍ୟବର୍ଦ୍ଧକ, କ୍ଷୁଧାବର୍ଦ୍ଧକ, ହୃଦୟ ପାଇଁ ହିତକାରୀ ଓ ବାତ- କଫଶାମକ ।ଏହା ଜ୍ୱରକୁ ଦୂର କରେ ତଥା ଫୁଲାକୁ କମ୍ କରେ l ଏହା ଆରୋଗ୍ୟ, ଶକ୍ତି ଓ ସ୍ଫୁର୍ତ୍ତିଦାୟକ ଆହାର ଅଟେ ।  ମେଥ୍ ପତ୍ରର ସବଜି ତଥା ମେଥି ଦାନା ମଧୁମେହ (diabetes)ରେ ଲାଭକାରୀ । ଏହାର ସେବନ ଦ୍ଵାରା ଆଣ୍ଠୁ ତଥା ଶରୀରର ଅନ୍ୟ ଗଣ୍ଠି ମଜବୁତ ରହେ, ଦୁର୍ବଳତା ଦୂର ହୁଏ । ଏହା ପୁରୁଣା କୋଷ୍ଠକାଠିନ୍ୟ, ଗ୍ୟାସ୍, ଅରୁଚି ଓ ଅଜୀର୍ଣ୍ଣ ଆଦି ପାଚନ-ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଲାଭଦାୟୀ । ଏହାର ସେବନ ଦ୍ଵାରା ଆମବାତ, ପକ୍ଷାଘାତ ଆଦି ରୋଗରୁ ସୁରକ୍ଷା ମିଳେ । ଶୀତ ଦିନେ ମେଥ୍ ପାକ ଅଥବା ମେଥି ଲଡୁ ପ୍ରସ୍ତୁତ କରି ସେବନ କଲେ ବର୍ଷ ସାରା ଶରୀରରେ ଶକ୍ତି ଓ ଫୁର୍ତ୍ତି ଭରି ରହିଥାଏ । ବାର୍ଦ୍ଧକ୍ୟଜନ୍ୟ ସ...