ମୋ ଆଈମା ସ୍ୱାସ୍ଥ୍ୟ କଥା - 51 ଦୁବ ଘାସର ଔଷଧୀୟ ଗୁଣ ଉପରେ...

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 51 ଦୁବ ଘାସର ଔଷଧୀୟ ଗୁଣ ଉପରେ...



ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆୟୁର୍ବେଦ ସହିତ ଏକ ସାଂସ୍କୃତିକ କଥାଟିଏ ମଧ୍ୟ ରହିଛି l ଆଜି ଆମେ ଜାଣିବା... 


👉 ଶ୍ରୀ ଗଣେଶ ଭଗବାନଙ୍କୁ କଣ ପାଇଁ ଦୁବ ଘାସ ଅର୍ପଣ କରାଯାଏ? 


            👇 ପୌରାଣିକ👇 


ଏକଦା ଅନଳାସୁର ନାମରେ ଏକ ଅତ୍ୟାଚାରୀ ରାକ୍ଷସ ଏହି ଧରାମଣ୍ଡଳରେ ପ୍ରକଟ ହେଇ ନିଜର ପ୍ରଚଣ୍ଡ ଅଗ୍ନି ଦ୍ୱାରା ଦେବତା, ମାନବ ସମସ୍ତଙ୍କୁ ଗିଳି ଦେଇ ସମସ୍ତ ଲୋକରେ ହାହାକାର ସୃଷ୍ଟି କରୁଥିଲା l ତାକୁ ସାମ୍ନା କରିବାର କ୍ଷମତା ସ୍ୱୟଂ ଦେବରାଜ ଇନ୍ଦ୍ରଙ୍କ ପାଖରେ ମଧ୍ୟ ନଥିଲା l ଧରିତ୍ରୀ ମାତା ଠାରୁ ଆରମ୍ଭ କରି ସମସ୍ତ ଦେବୀଦେବତା ରାକ୍ଷସର ଅତ୍ୟାଚାରର ଅତିଷ୍ଟ ହୋଇ ଦେବ ଦେବ ମହାଦେବଙ୍କ ପାଖରେ ଯାଇ ପହଁଚିଲେ l ମହାଦେବ କହିଲେ ଶ୍ରୀ ଗଣେଶ ହିଁ ଆପଣମାନଙ୍କୁ ସହାୟକ ହେବେ କାରଣ ସେ ବିଘ୍ନହର୍ତା ଅଟନ୍ତି l ତାପରେ ଦେବଗଣ ଶ୍ରୀ ଗଣେଶଙ୍କୁ ସ୍ତୁତି କଲେ ଏବଂ ଶ୍ରୀ ଗଣେଶ ପ୍ରକଟ ହେଇ ଦେବତାମାନଙ୍କ ସଙ୍କଟ ଦୂର କରିବା ନିମନ୍ତେ ରାକ୍ଷସ ସହ ଯୁଦ୍ଧ କଲେ ଏବଂ ପରିଶେଷରେ ତାକୁ ଗିଳିଦେଲେ l ରାକ୍ଷସକୁ ଗିଳିସାରିଲା ପରେ ଶ୍ରୀ ଗଣେଶଙ୍କ ପେଟ ଭୟଙ୍କର ଭାବରେ ଜଳିବା ଆରମ୍ଭ ହେଲା l ଶ୍ରୀ ଗଣେଶଙ୍କ ପେଟ ଜ୍ୱାଳାକୁ ଶାନ୍ତ କରିବା ପାଇଁ ଦେବତାମାନେ ନାନାଦି ଦିବ୍ୟ ଔଷଧର ପ୍ରୟୋଗ କଲେ କିନ୍ତୁ କୌଣସି ଲାଭ ହେଲା ନାହିଁ l ଶେଷରେ ୮୮ ଜଣ ରୁଷି ଆସିଲେ ଏବଂ ଶ୍ରୀ ଗଣେଶଙ୍କ ମୁଣ୍ଡରେ ୨୧ ଗୋଟି ଦୁବକୁ ଗଣ୍ଠି କରି ଶ୍ରୀ ଗଣେଶଙ୍କ ମୁଣ୍ଡରେ ରଖିଲେ ତାପରେ ଶ୍ରୀ ଗଣେଶଙ୍କ ପେଟ ଜ୍ୱାଳା ସମ୍ପୂର୍ଣ ଠିକ ହେଇଯାଇଥିଲା l ସେହି ଦିନ ଠାରୁ ଯିଏ ମଧ୍ୟ ଶ୍ରୀ ଗଣେଶଙ୍କୁ ଦୁବ ସମର୍ପଣ କଲେ ତାଙ୍କ ଉପରେ ପ୍ରଭୁ ଗଣେଶ ଅତି ସନ୍ତୁଷ୍ଟ ହୋଇ ବରଦାନ କଲେ l କୋଉ ଅନାଦି କାଳରୁ ଆମ ସଂସ୍କୃତିରେ ଏହି ବିଶିଷ୍ଟ ପୂଜା ବ୍ୟବସ୍ଥା ରହିଆସିଛି ଯେଉଁଥିରେ ଶ୍ରୀ ଗଣେଶଙ୍କୁ ଦୁବ ଅର୍ପଣ କରାଯାଏ l 


          👇ଦୁବର ଔଷଧୀୟ ଗୁଣ👇


ଆୟୁର୍ବେଦ ଗ୍ରନ୍ଥରେ ଦୁବକୁ ନେଇ ଏହି ଶ୍ଳୋକଟି ଲେଖାଯାଇଛି 👇


"ନୀଳ ଦୁର୍ବା ହିମ ତିକ୍ତା ମଧୁରା ତୁବରା ହରେତା

କଫ ପତି ଆସରବ ଵିସରପ, ତୃପଷ୍ଣ୍ଣା  ଦାହ ତବଗାମୟାନା"


🖕 ଉପରେ ବର୍ଣ୍ଣିତ ଶ୍ଳୋକର ଅର୍ଥ ହେଲା ସବୁଜ ବର୍ଣ୍ଣର ଦୁବ ଯେଉଁଟାକି ହିମ ଭଳିଆ ଥଣ୍ଡା ଅଟେ ତିକ୍ତ ମଧୁର ରସ ଯୁକ୍ତ ଅଟେ l ଏହା କଫ ଓ ପିତ୍ତର ନାଶକ ଅଟେ l ଆସରବ ମାନେ ହେଲା ରକ୍ତ ସମ୍ବନ୍ଧୀୟ ରୋଗ ଇତ୍ୟାଦି ମଧ୍ୟ ଦୂର କରେ l ତୃଷ୍ଣା ଦୂର କରେ ଏବଂ ଶରୀରର ଜଳନକୁ ମଧ୍ୟ ଦୂର କରେ l ଏବେ ସରଳ ଭାବରେ ଜାଣିବା l


➡️ କୌଣସି ଜୀବର ରକ୍ତସ୍ରାବ ହେଲେ ଦୁବ ଘାସକୁ ବାଟି ତାର ରସକୁ ଲଗେଇଦିଅନ୍ତୁ ଶୀଘ୍ର ରକ୍ତ ବନ୍ଦ ହେବ l


➡️ କୌଣସି ଜାଗା ଜଳନ ହେଉଛି ସିଏ ଆଖି ମଧ୍ୟ ହେଉ ଲାଳ ପଡିଯାଉଛି ସେହି ଜାଗାରେ ଏହାକୁ ବାଟି ଲେପ ଦିଅନ୍ତୁ ଶୀଘ୍ର ଭଲ ହେଇଯିବ ରୋଗୀ l


➡️ ଶାରୀରିକ ଦୁର୍ବଳତା ରହୁଛି, ହିମୋଗ୍ଲୋବିନ କମ ରହୁଛି l ଏସିଡ଼ିଟି ରହୁଛି l ସଂଗ୍ରହଣୀ ରହୁଛି l ପେଟ ଜଳୁଛି l ପେଟରେ ସଂକ୍ରମଣ ହେଉଛି l ଲିକୋରିଆ ବା ଶ୍ୱେତପ୍ରଦର ହେଇଚି l ମାସିକ ଧର୍ମ ଯୋଗୁଁ ରକ୍ତସ୍ରାବ ଅଧିକ ହେଉଛି ଏବଂ ଦରଜ ରହୁଛି ଇତ୍ୟାଦି ପାଇଁ ପ୍ରତିଦିନ ସକାଳେ ଖାଲି ପେଟରେ ଏହାର ରସ ପିଇବା ଆରମ୍ଭ କରନ୍ତୁ l ମାତ୍ର ହେଲା - 4-5 ଚମଚ l ଧ୍ୟାନ ଦେଵେ ଅଧା ଘଣ୍ଟା ଆଉ କୌଣସି ଜିନିଷ ଖାଇବେ ନାହିଁ l ଦୁର୍ବଳତା ପାଇଁ ମିଶ୍ରି ବ୍ୟବହାର କରିପାରିବେ l


➡️ ବର୍ତ୍ତମାନ ଶରତ ସମୟ ଆସୁଛି ଏବେ ଦୁବ ଘାସ ଉପରେ କାକର ଆସିଯିବ ସକାଳେ ଏହି କାକରକୁ ଆଣି କଳା ଚର୍ମ ଉପରେ ବା ଦାଗ ଉପରେ ଲଗେଇଲେ ତାହା ଭଲ ହୋଇଯାଏ l ଆଖି ତଳ ଯେଉଁମାନଙ୍କ କଳା ପଡୁଛି ନିଶ୍ଚୟ ଦୁବ ଘାସ ରସକୁ ପଟି କରନ୍ତୁ ବା ଏହି କାକର ଲଗାନ୍ତୁ l ଦୁବ ଘାସ ଉପରେ ସକାଳେ ଖାଲି ପାଦରେ ଚାଲିଲେ ଏହା ଦୃଷ୍ଟି ଶକ୍ତି ବଢାଏ ଏବଂ ସ୍ନାୟୁ ଜନିତ ସମସ୍ୟାକୁ ମଧ୍ୟ ଦୂର କରେ l


➡️ ଏହାର ଚେର ସହିତ ସମ୍ପୂର୍ଣ ଗଛକୁ ଛାଇରେ ଶୁଖାଇ ଅଧା ଲିଟର ପାଣିରେ ଏହାର କାଢା ତିଆରି କରି 100 ml ହେଲେ ରୋଗୀକୁ ପିଇବାକୁ ଦେଲେ ଜଳଦର, କିଡନୀ ସମସ୍ୟା ଏବଂ ପେଟ ଭିତରେ ଯଦି କୌଣସି ଜିନିଷ ଫୁଲି କି ଥାଏ ତାହା ଦୂର ହୁଏ l କମ ପରିସ୍ରା ହେଉଥିବା ଲୋକଙ୍କୁ ନିଶ୍ଚୟ ବ୍ୟବହାର କରିବା ଉଚିତ l


➡️ ଦାଦୁ କାଛୁ ବା କୁଣ୍ଡେଇବା ଆଦି ଚର୍ମ ରୋଗରେ ଏହାକୁ ସୋରିଷ ତେଲ ସହିତ କର୍ପୁର ମିଶାଇ ରାନ୍ଧି ଚର୍ମ ରୋଗ ଉପରେ ଲଗେଇଲେ ତୁରନ୍ତ ଉପଶମ ମିଳେ l


ଦୁବ ଉପରେ ବହୁତ ଦିନରୁ ଲେଖାଟିଏ ଆସିବାର ଥିଲା ଯେହେତୁ ଏହା ଉପରେ ବିଭିନ୍ନ ପରୀକ୍ଷା ହେଉଥିଲା ଶ୍ରୀ ଗୋ ବିଜ୍ଞାନ ଓଡିଶା ତରଫରୁ ସେଥିପାଇଁ ଆଜି ସମସ୍ତ ପରିଣାମ ପାଇଲା ପରେ ଆମେ ଏହି ପୋଷ୍ଟ ଲେଖିବା ପାଇଁ ସମର୍ଥ ହେଉଛୁ l ମାଂସାସୀ ପ୍ରାଣୀ ମାନଙ୍କ ଦେହ ଖରାପ ହେଲେ ଏହି ଦୁବ ଘାସ ଖାଇ ସୁସ୍ଥ ହୁଅନ୍ତି ଆସନ୍ତୁ ଆମେମାନେ ମଧ୍ୟ ଏହି ପବିତ୍ର ଔଷଧ ବ୍ୟବହାର କରି ସୁସ୍ଥ ହେଇ ଦୀର୍ଘାୟୁ ହେବା l 






ମୋ ଆଈମା ସ୍ୱାସ୍ଥ୍ୟ କଥା - 52 କାହିଁକି ମାଙ୍କଡ଼କୁ କେବେବି କୌଣସି ରୋଗ ହୋଇନଥାଏ?


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)