ମୋ ଆଈମା ସ୍ୱାସ୍ଥ୍ୟ କଥା - 52 କାହିଁକି ମାଙ୍କଡ଼କୁ କେବେବି କୌଣସି ରୋଗ ହୋଇନଥାଏ?
*ମୋ ଆଈମା ସ୍ୱାସ୍ଥ୍ୟ କଥା - 52 କାହିଁକି ମାଙ୍କଡ଼କୁ କେବେବି କୌଣସି ରୋଗ ହୋଇନଥାଏ??*
ପୃଥବୀରେ କେବଳ ମଣିଷମାନଙ୍କୁ ହିଁ ସବୁଠୁ ଅଧିକ ରୋଗ ହୁଏ ଅନ୍ୟ ପ୍ରାକୃତିକ ଜୀବମାନଙ୍କୁ କୌଣସି ବଡ଼ ବଡ଼ ରୋଗ ଯେମିତି କି ମଧୁମେହ, ଥାଇରଏଡ଼, କ୍ୟାନସର, ରକ୍ତଚାପ ସମସ୍ୟା ଇତ୍ୟାଦି l ଆଜି ଆମେ ଆମର ଶରୀର ସଂରଚନା ସହିତ ଅଧିକ ସାମଞ୍ଜସ୍ୟ ରଖୁଥିବା ଏକ ଜୀବର ଶରୀର ସହିତ ପାର୍ଥକ୍ୟ କରିବା ଆଉ ଜାଣିବା ତାକୁ କାହିଁକି ରୋଗ ହୁଏନି ଆଉ ଆମକୁ ହୁଏ l ମାଙ୍କଡ଼ ଏବଂ ମନୁଷ୍ୟ ଭିତରେ ଗୋଟିଏ ବଡ଼ ପାର୍ଥକ୍ୟ ହେଲା ଏହାର ଲାଞ୍ଜ ଅଛି କିନ୍ତୁ ଆମର ଲାଞ୍ଜ ନାହିଁ ବାକି ଭିତରୁ ସବୁ ସମାନ l ଆମର ଯେମିତିକା ହୃଦୟ ତାର ମଧ୍ୟ ସେମିତି, ଯକୃତ, କିଡ଼ନୀ, ଗର୍ଭାଶୟ ସବୁ ସମାନ l
ହେଲେ ମାଙ୍କଡ଼କୁ କାହିଁକି କେବେବି ହୃଦୟ ଘାତ ହୁଏନାହିଁ, ମଧୁମେହ ହୁଏନି ରକ୍ତଚାପ ହୁଏନାହିଁ??
ଏକଥା ପାଇଁ ଆମର ଜଣେ ଭାରତୀୟ ବୈଜ୍ଞାନିକ ଶ୍ରୀ ରାଜୀବ ଦୀକ୍ଷିତ ତାଙ୍କ ଏକ ବୈଜ୍ଞାନିକ ମିତ୍ରଙ୍କ ଦ୍ବାରା ଗଭୀର ଗବେଷଣା କରାଇଥିଲେ l 15 ବର୍ଷ ପର୍ଯ୍ୟନ୍ତ ମାଙ୍କଡ଼ ଉପରେ ପରୀକ୍ଷା କରାଯାଇଥିଲା l ନାନା ପ୍ରକାର ଭୂତାଣୁ, ଜୀବାଣୁ ଯୁକ୍ତ ଇଞ୍ଜେକସନ୍ ମାଙ୍କଡ଼ ଉପରେ ଦିଆଗଲା କିନ୍ତୁ ମାଙ୍କଡ଼କୁ କେବେବି ଜ୍ୱର ଟିକେ ହେଲା ନାହିଁ l ରକ୍ତରେ କୋଲେଷ୍ଟ୍ରଲ ବଢାଇବା ପାଇଁ ଚେଷ୍ଟା କରାଗଲା କିନ୍ତୁ ବଢିଲା ନାହିଁ l କ୍ୟାନସର ପାଇଁ ଚେଷ୍ଟା ହେଲା କିନ୍ତୁ ହେଲା ନାହିଁ l ଏମିତି 15 ବର୍ଷ ମାଙ୍କଡ଼ମାନଙ୍କ ଉପରେ ଗବେଷଣା ହେଲା ଏବଂ କେବେବି କୌଣସି ମାଙ୍କଡ଼କୁ ରୋଗୀଣା କରାଯାଇ ପାରିଲା ନାହିଁ l
ଏହା ପରେ ଏହାର କାରଣ ଖୋଜିବାରେ ଏକ ବର୍ଷ ସମୟ ବ୍ୟବହାର ହେଲା l ଯେତେବେଳେ ମାଙ୍କଡ଼ର ଦିନଚର୍ଯ୍ୟାକୁ ଦେଖାଗଲା ଜଣାପଡିଗଲା ସବୁ ରହସ୍ୟ....
👉 ମାଙ୍କଡ଼ମାନେ ସକାଳୁ ସକାଳୁ ଅଧିକ ଖାଆନ୍ତି l ପେଟ ପୂରା ଖାଆନ୍ତି l ଏବଂ ଆମର ଆୟୁର୍ବେଦ ମଧ୍ୟ ଏହାକୁ ସମ୍ପୂର୍ଣ ସମର୍ଥନ କରେ କି ସକାଳେ ଜଠର ଅଗ୍ନି ଅଧିକ ଥାଏ ତେଣୁ ଏହା ଭଲ ଭାବରେ ହଜମ ହୁଏ l ଆମେ ଦେଖୁଛେ ମଣିଷମାନେ ସକାଳେ କମ ଖାଆନ୍ତି ଏବଂ ଡେରିରେ ଖାଆନ୍ତି ସେଥିପାଇଁ ତାଙ୍କୁ ମଧୁମେହ, ଥାଇରଏଡ଼ ଏବଂ ଖରାପ ରୁ ଖରାପ ରୋଗ ବେଶୀ ହେଉଛି l
👉 ମାଙ୍କଡ଼ ମଧ୍ୟ ଏକ ସାମାଜିକ ପ୍ରାଣୀ ହେଲେ ମଧ୍ୟ ସେ ପ୍ରକୃତିର ନିୟମ ମାନି ଚଳେ l ଠିକ ସମୟରେ ଶୁଏ, ଉଠେ, କର୍ମଠ ସ୍ଵଭାଵ ଅଟେ ଅଳସୁଆ ନୁହେଁ l ବହୁତ କୌତୁକିଆ ପ୍ରାଣୀ କେବେବି ମାନସିକ ଚାପରେ ରୁହେ ନାହିଁ l
👉 ପ୍ରକୃତି ପ୍ରଦାନ କରୁଥିବା ଫଳ ମୂଳ, ପତ୍ର ଖାଏ ତେଣୁ ଏହାର ରକ୍ତର RH ର ମୂଲ୍ୟ ଅନ୍ୟ ଜୀବଙ୍କ ଠାରୁ ଶ୍ରେଷ୍ଠ ଅଟେ l ଆମର ରକ୍ତଚାପ ଯାଞ୍ଚ କଲା ବେଳେ ଏହି ମାଙ୍କଡ଼ର ରକ୍ତଚାପ ସହିତ ତୁଳନା କରି ଯାଞ୍ଚ କରାଯାଏ l
ଏମିତି କେତେ ଭଲ ଭଲ ଜିନିଷ ଏହି ଗବେଷଣାରୁ ଆସିଲା l ଆମର ଆଈମା ମଧ୍ୟ ଛୋଟଦିନେ ଗୋଟେ କଥା କହୁଥିଲା *"ମାଙ୍କଡ଼କୁ ଯେଉଁ ଦିନ ରୋଗ ହେବ ତାର ସେଦିନ ଅନ୍ତିମ ଦିନ ହେବ"* ମାନେ ହେଲା ମାଙ୍କଡ଼କୁ ରୋଗ ହେବାର ସମ୍ଭାବନା ନାହିଁ l
ଆଶା କରୁଛୁ ଏହି ଆଈମା ସ୍ୱାସ୍ଥ୍ୟ କଥାଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ l ଯଦି ଭଲ ଲାଗେ ଆପଣ ନିଶ୍ଚୟ ଆପଣଙ୍କ ପରିବାର ବନ୍ଧୁ ବାନ୍ଧବଙ୍କୁ Share କରନ୍ତୁ ଏବଂ ସକାଳେ ଖାଲି ପେଟରେ ରୁହନ୍ତୁ ନାହିଁ l ଦେଖିବେ ଆପଣ ସୁସ୍ଥ ହେବେ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 53 କେବଳ ପୁରୁଣା ଗୁଡ଼ ଓ ମହୁ ଦ୍ୱାରା ମଣିଷର ଅନେକ ରୋଗ ଦୂର ହୋଇପାରିବ
.

Comments
Post a Comment