ମୋ ଆଈମା ସ୍ୱାସ୍ଥ୍ୟ କଥା - 53 କେବଳ ପୁରୁଣା ଗୁଡ଼ ଓ ମହୁ ଦ୍ୱାରା ମଣିଷର ଅନେକ ରୋଗ ଦୂର ହୋଇପାରିବ

  *ମୋ ଆଈମା ସ୍ୱାସ୍ଥ୍ୟ କଥା - 53 କେବଳ ପୁରୁଣା ଗୁଡ଼ ଓ ମହୁ ଦ୍ୱାରା ମଣିଷର ଅନେକ ରୋଗ ଦୂର ହୋଇପାରିବ*


ପୂର୍ବ କାଳରୁ ଆମର ପୂର୍ବ ପୁରୁଷମାନେ କୌଣସି ଭଲ ଜିନିଷ ଟେ ପାଉଥିଲେ ତାକୁ ଭବିଷ୍ୟତ ପାଇଁ ସଂଚିତ କରି ରଖୁଥିଲେ l ବିଶେଷ କରି ଭଲ ଭଲ ଖାଦ୍ୟ ପଦାର୍ଥ ଜିନିଷ ଉପରେ ତାଙ୍କର ଏକ ସଂଚୟ ମନୋବୃତ୍ତି ଥିଲା ସେଇଟା ନିଜ ଘର ତିଆରି କୌଣସି ଜିନିଷ ହେଉ ବା ବାହାର କୌଣସି ଜିନିଷ ହେଉ ଆମର ଅଜା, ଆଇଁ, ଜେଜେ ବା ଜେଜେମା ଏହି କାମ ପ୍ରତି ଯଥେଷ୍ଟ ଯତ୍ନବାନ ଥିଲେ l କୋଉଠୁ ଭଲ ଗୁଡ଼ ଟିକେ ମିଳିଲେ, ମହୁ ଟିକେ ମିଳିଲେ ଶୀଘ୍ର ତାକୁ କିଣିଆଣି ଘରେ ରଖି ଦେଉଥିଲେ l ତାଙ୍କର ଏକ ବିଶ୍ୱାସ ଥିଲା କି ଭଲ ଜିନିଷ ଯେତେବେଳେ ବି ଯୁଆଡେ ପାଉଛ ତାକୁ ଆଣି ଘରେ ରଖିବା ଦରକାର ବେଳେ କାମରେ ଆସିବ l ଆଜିର ଆଈମା ସ୍ୱାସ୍ଥ୍ୟ କଥା ପୂର୍ବର ଏକ କଥା ଉପରେ ଆଲୋକପାତ କରିବାକୁ ଯାଉଛୁ ତାହା ହେଲା ପୁରୁଣା ମହୁ ଓ ଗୁଡ଼ର ବିଶେଷ ଉପକାରିତା ତାକୁ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଜଣାଇବା l


👉 ଆୟୁର୍ବେଦରେ ମହୁ ଓ ଗୁଡ଼କୁ ଗୁଣବର୍ଦ୍ଧକ କୁହାଯାଇଛି l ମାନେ ହେଲା ଯଦି କୌଣସି ଔଷଧ ସହିତ ଗୁଡ଼ ବା ମହୁ ମିଶାଇ ଖିଆଯାଏ ସେଇ ଔଷଧର କାର୍ଯ୍ୟ କରିବା କ୍ଷମତା ଏବଂ ଗୁଣଗୁଣିତ ହୋଇଯାଏ l


👉 ମହୁ ନ ମିଳିଲେ ଗୁଡ଼କୁ ବ୍ୟବହାର କରିବା କଥା ମଧ୍ୟ ଆୟୁର୍ବେଦ କହାଯାଇଛି l


👉 ଏଥିରେ ଯେଉଁ ସବୁ ପୋଷାକ ତତ୍ତ୍ୱ ଥାଏ ଏହାକୁ ଅମୃତ କୁହାଯାଇପାରିବ କାରଣ କେବଳ ଗୁଡ଼ ବା ମହୁରୁ ପଞ୍ଚାମୃତ ତିଆରି ହୁଏ l ବୈଜ୍ଞାନିକ ଭାବରେ ଦେଖିଲେ ଏଥିରେ ଶରୀର ଚାଲିବା ପାଇଁ ଯେଉଁ ଷାଠିଏ ଟି ପୋଷକ ତତ୍ତ୍ୱ ଦରକାର ସବୁ ଯାକ ଏକ ପ୍ରାକୃତିକ ଅନୁପାତରେ ଏଥିରୁ ମିଳେ l


👉 ନୂଆ ଗୁଡ଼ ବା ମହୁ ପୁଷ୍ଟିକାରକ ହୋଇଥିବା ବେଳେ ପୁରୁଣା ଗୁଡ଼ ବା ମହୁ ପୁଷ୍ଟିକାରକ ହେବା ସହିତ ତ୍ରିଦୋଷ ନାଶକ ହୋଇଥାଏ l କେମିତି??


1)-କଫ – ଅଦା+ପୁରୁଣା ଗୁଡ଼ ବା ମହୁମହୁ ।

2)-ପିତ୍ତ – ହରିଡ଼ା+ପୁରୁଣା ଗୁଡ଼ ବା ମହୁ ।

3)-ଥଣ୍ଡା ବାତ – ଶୁଣ୍ଠୀ+ପୁରୁଣା ଗୁଡ଼ ବା ମହୁ । 4)-ଗରମ ବାତ – କ୍ଷୀର ଜାତୀୟ ଜିନିଷ ସହିତ ପୁରୁଣା ଗୁଡ଼ ବା ମହୁ ଅସମାନ ଅନୁପାତରେ ।


👇ସମସ୍ତ ପ୍ରକାରର କଫ ରୋଗ ପାଇଁ👇


ଅଦା ସହିତ ପୁରୁଣା ଗୁଡ଼ ମିସାଇ ଯଦି ଖିଆଯାଏ ଏହା ଅଦାର କଫ ନାଶକ ଗୁଣ ବଢାଇବା ସହିତ ଗୁଡ଼ର ପୁଷ୍ଟିକାରକ ଗୁଣ ଯୋଗୁଁ ଏହା କଫ ସମସ୍ୟା ଦୂର କରିବା ସହିତ ବଳ ଯୋଗାଇ ରୋଗୀକୁ ରୋଗମୁକ୍ତ କରେ l


👇ସମସ୍ତ ପ୍ରକାର ପିତ୍ତ ରୋଗ ପାଇଁ👇


ଯାହାକି ପେଟ ସମ୍ବନ୍ଧୀୟ ଅଟେ ପୁରୁଣା ଗୁଡ଼ 2-3 ଗ୍ରାମ ସହିତ ହରିଡ଼ା ଚୁର୍ଣ୍ଣ 2-3 ଗ୍ରାମକୁ ମିସାଇ ଯଦି ସକାଳେ, ଦ୍ବିପ୍ରହର ଓ ସନ୍ଧ୍ୟାରେ ଖାଲି ପେଟରେ ଖିଆଯାଏ ଏହା ପିତ୍ତ ନାଶକର କାମ କରିବ l


👇ସମସ୍ତ ପ୍ରକାର ଥଣ୍ଡା ବାତ ରୋଗ ପାଇଁ👇


ସମସ୍ତ ପ୍ରକାର ଥଣ୍ଡା ବାତ ରୋଗରେ ଏହାକୁ ଯଦି ଶୁଣ୍ଠୀ ସହିତ ଖିଆଯାଏ ତାହେଲେ ଏହା ଥଣ୍ଡା ବାତ ଦୂର କରିବ l ଗୁଡ଼- 2-3 ଗ୍ରାମ ସହିତ ଶୁଣ୍ଠୀ ଗୁଣ୍ଡ – 2-3 ଗ୍ରାମ ଖାଇବା ପରେ ସକାଳେ, ଦୁଇପ୍ରହର ଏବଂ ରାତିରେ l


👇ସମସ୍ତ ପ୍ରକାର ଗରମ ବାତ ରୋଗ ପାଇଁ👇


ସମସ୍ତ ପ୍ରକାର ଗରମ ବାତ ଦୋଷ ପାଇଁ ଦେଶୀ କ୍ଷୀରରୁ ପ୍ରସ୍ତୁତ ହେଉଥିବା ଜିନିଷ ସହିତ ପୁରୁଣା ଗୁଡ଼ ଅସମାନ ଅନୁପାତରେ ମିଶାଇ ଖାଲିପେଟରେ ସକାଳେ ଓ ସନ୍ଧ୍ୟାରେ ଠିକ ସୂର୍ଯୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଖାଇଲେ ଗରମ ବାତ ରୋଗ ଦୂର ହେବ l


👇କୋଷ୍ଟକାଠିନ୍ୟ ରୋଗ ପାଇଁ👇


👉 ଯେଉଁମାନେ ଶାରୀରିକ ଶ୍ରମ କମ କରୁଛନ୍ତି ସେମାନେ ଯଦି କୋଷ୍ଟକାଠିନ୍ୟ ସମସ୍ୟାରେ ପୀଡିତ ସେମାନଙ୍କୁ ପ୍ରତିଦିନ ପୁରୁଣା ଗୁଡ଼ ସହିତ ଜୁଆଣି ଶୋଇବା ପୂର୍ବରୁ ଉଷୁମ ପାଣି ସହିତ ଖାଇବା ଉଚିତ ଦେଖିବେ ଆପଣଙ୍କ ପେଟ ଭଲ ସଫା ହେବ l


ଆଜିର ବିଶେଷ ସ୍ୱାସ୍ଥ୍ୟ କଥା ଆମେ ଆମର ପୂର୍ବଜମାନଙ୍କୁ ଉତ୍ସର୍ଗ କରୁଛୁ ଯାହାଙ୍କ ପାଇଁ ଏହି ଅଦ୍ଭୁତ ଜ୍ଞାନ ବଳରେ ଶ୍ରୀ ଗୋବିଜ୍ଞାନ ଓଡିଶା ବହୁତ ରୋଗୀମାନଙ୍କ କାମରେ ଆସିପାରୁଛି l

ନିଶ୍ଚୟ ନିଜର ବହୁମୂଲ୍ୟ ମତାମତ ଦେଵେ 🙏




 ମୋ ଆଈମା ସ୍ୱାସ୍ଥ୍ୟ କଥା - 54 ଗହମ ଚାରାର ରସ ଏକ ଅସାଧାରଣ ଔଷଧ ଅଟେ...



Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)