ମୋ ଆଈମା ସ୍ୱାସ୍ଥ୍ୟ କଥା - 54 ଗହମ ଚାରାର ରସ ଏକ ଅସାଧାରଣ ଔଷଧ ଅଟେ...
ମୋ ଆଈମା ସ୍ୱାସ୍ଥ୍ୟ କଥା - 54 ଗହମ ଚାରାର ରସ ଏକ ଅସାଧାରଣ ଔଷଧ ଅଟେ...
ଆଈମା କହେ ପ୍ରକୃତିର ଯେତେ ସବୁ ସବୁଜ ଜିନିଷରେ ପ୍ରଚୁର ପରିମାଣରେ ଖାଦ୍ୟସାର ଭରି ରହିଛି l ସେଥିପାଇଁ ଆମେ ଆୟୁର୍ବେଦର ଔଷଧ ଭାବେ ବା ଶାଗ ଆକାରରେ ଯେଉଁ ସବୁଜ ପତ୍ର ବ୍ୟବହାର କରୁ ସେ ଜିନିଷ ଆମ ଶରୀରର ବିକାଶ କରେଇବା ସହିତ ନାନାଦି ଦୁଃସାଧ୍ୟ ରୋଗରୁ ମୁକ୍ତି ଦେଇ ଥାଏ l ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ କିଛି ଏଭଳି ଜିନିଷ ଆପଣମାନେ ଜାଣିବେ ଯାହାକି ଆପଣ ଜାଣିବା ଏବଂ ଅନ୍ୟମାନଙ୍କୁ ଜଣେଇବା ଦ୍ୱାରା ବହୁତ ଗୁଡ଼ାଏ ରୋଗର ସହଜ ସମାଧାନ ହେଇଯିବ l
*👇ଆଜି ଆମେ ଜାଣିବା👇*
*👉ଗହମ ଚାରାକୁ କେମିତି ପ୍ରସ୍ତୁତ କରିବା?*
*👉କେମିତି ଖାଇବା?*
*👉କେଉଁ କେଉଁ ରୋଗରେ ବ୍ୟବହାର କରାଯିବ?*
ଗହମ ଚାରା ଦୁଇଟି ଉପାୟରେ ପ୍ରସ୍ତୁତ ହୋଇପାରିବ l ଗୋଟିଏ ହେଲା ମାଟି ବ୍ୟବହାର କରି ଅନ୍ୟଟି ମାଟିର ବ୍ୟବହାର ନକରି ମଧ୍ୟ l ଯଦି ମାଟିର ସାହାଯ୍ୟ ନେଉଛନ୍ତି ତାହେଲେ ଗୋଟିଏ ଟ୍ରେ ବା ଓସାରିଆ ପାତ୍ରରେ 2 ଇଞ୍ଚର ଗୋବର ମିଶା ମାଟି ନେଇଯିବେ ଏବଂ ସେଥିରେ ଉତ୍ତମ ମାନର ଗହମ ମଞ୍ଜିକୁ 8 ଘଣ୍ଟା ପାଣିରେ ବତୁରାଇଵେ ଗଜା ହେଇଗଲେ ତାକୁ ସେଇ ମାଟି ଟ୍ରେ ବା ଓସାରିଆ ପାତ୍ରରେ ଉପରେ ଗୋଟିଏ ସ୍ତରରେ ଗଜା ମଞ୍ଜିକୁ ପକେଇବେ ଯେପରି ଗଜାମଞ୍ଜି ସମାନ ଭାବରେ ରହିବ ବହଳିଆ ରହିବ ନାହିଁ ଗୋଟିଏ ମାତ୍ର ସ୍ତର ବା ଲେୟାରରେ ବିଛେଇ ଦିଆଯିବ ଏବଂ ତା ଉପରେ ଅଧ ଇଞ୍ଚର ମାଟି ପକାଇ ଅଳ୍ପ ପାଣି ସିଞ୍ଚନ କରିବେ l ସବୁଦିନ ଦରକାର ମୁତାବକ ପାଣି ସିଞ୍ଚନ କରିବା ବହୁତ ଜରୁରୀ l ପାଣି ଅଧିକ ହୋଇଗଲେ ଫିମ୍ପି ବା କବକ ଲାଗିବାର ସମ୍ଭାବନା ରହିଥାଏ ସେଥିପାଇଁ ପାଣି ସେତିକି ହିଁ ଦେଵେ ଯେତିକିରେ ଚାରା ବଢ଼ିପାରିବ l ଏଥିପାଇଁ ଟ୍ରେ ବା ଓସାରିଆ ପାତ୍ରରେ ମାଟି ପକାଇବା ପୂର୍ବରୁ ଟ୍ରେ ବା ଓସାରିଆ ପାତ୍ରକୁ ଛୋଟ ଛୋଟ କଣା କରିଦେବେ ଯଦି ଅଧିକ ବି ପାଣି ହେଉଛି ସେ ସେଇ କଣା ବାଟରେ ନିଗିଡି ଯିବ l
ମାଟି ବ୍ୟବହାର ନକରି ମଧ୍ୟ ଆପଣ କରିପାରିବେ ସେଥିରେ ଆପଣ ଟ୍ରେ ବା ଓସାରିଆ ପାତ୍ରରେ କଣା କଲା ପରେ ଗୋଟିଏ ଲେୟାର ଗଜା ଗହମ ମଞ୍ଜି ପକାଇ ଫୋଗର ସ୍ପ୍ରେ ମେସିନ(ଭଣ୍ଡାରି ଦୋକନରେ ଯେଉଁ ସ୍ପ୍ରେ ମେସିନ) ରେ ପ୍ରତି 3-4 ଘଣ୍ଟାରେ ସ୍ପ୍ରେ କରି ତାରି ଉପରେ ସୁତା କପଡା ପକାଇଦେବେ l ପ୍ରଥମ ଦୁଇ ଦିନ ନିଶ୍ଚୟ ସୁତା କପଡା ବ୍ୟବହାର କରିବେ ତାପରେ ଆଉ ଦରକାର ପଡିବ ନାହିଁ l କିନ୍ତୁ ପାଣିର ମାତ୍ରା ଠିକ ରଖୁଥିବେ ଅଧିକ ପାଣି ମଧ୍ୟ କ୍ଷତିକାରକ ଅଟେ ଚାରା ପାଇଁ l ଏହି କାମ ପାଇଁ କୌଣସି ସୂର୍ଯ୍ୟାଲୋକ ଦରକାର ନାହିଁ l ଘର ଭିତରେ ମଧ୍ୟ କରିପାରିବେ l ପ୍ରତି ଦିନ ଆପଣ ଦେଖିବେ ଧୀରେ ଧୀରେ କରି ଚାରା ବଢ଼ିବାରେ ଲାଗିବ l ସବୁଠୁ ବଡ଼ କଥା ହେଲା ଠିକ 10 ଦିନରେ ଏହାକୁ କାଟି ନେଇ ବ୍ୟବହାର କରିବା କାରଣ 10 ଦିନ ପରେ ଏଥିରେ ଶାଖା ବାହାରିବା ଆରମ୍ଭ ହୁଏ ଏବଂ ତାକୁ ବ୍ୟବହାର କରେ ଔଷଧ ରୂପେ ଔଷଧୀୟ ଗୁଣ କିଛି ପରିମାଣରେ କମିଯାଏ l
👉 ଆପଣ ଯେତେବେଳେ ପାଣି ସ୍ପ୍ରେ କରିବେ ଯଦି ସେଥିରେ ଉତ୍ତମ ମାନର ତୁଲସୀ ଅର୍କ ଗୋଟିଏ ଦୁଇ ବୁନ୍ଦା ପକେଇଦେବେ ଆଉ ସ୍ପ୍ରେ କରିବେ ଏହାର ଔଷଧୀୟ ଗୁଣ ଆହୁରି ବଢ଼ିଯିବ ଏବଂ ସେଥିରେ ତୁଳସୀର ବାସ୍ନା ଆସିବ l ତୁଳସୀ ଅର୍କ ଜାଗାରେ ଗୋମୁତ୍ର ବା ଗୋମୁତ୍ର ଅର୍କ ମଧ୍ୟ ବ୍ୟବହାର କରିପାରିବେ ଏହା ମୁଖ୍ୟତଃ କ୍ୟାନସର ରୋଗୀଙ୍କ ପାଇଁ ବିଶେଷ ଫଳପ୍ରଦ ହେବ l
*👇କେମିତି ଖାଇବେ?👇*
👉 ଯଦି ଥଣ୍ଡା ବା କଫ ରହୁଛି ତାହେଲେ 10 ଗ୍ରାମ ଗହମ ଚାରାରେ 2-3 ଟି ଗୋଲମରିଚ ମିଶାଇ ତାକୁ ଶିଳରେ ବାଟି ପିଇବେ ସକାଳେ ଖାଲି ପେଟରେ l ଯଦି ଥଣ୍ଡା ନାହିଁ ତାହେଲେ ଖାଲି ବାଟିକି ପିଇପାରିବେ l
👉 ପିଇବାର ଅଧା ଘଣ୍ଟା ପର୍ଯ୍ୟନ୍ତ କିଛି ବି ଖାଇବେ ନାହିଁ କି ପିଇବେ ନାହିଁ l
*👇କେଉଁ କେଉଁ ରୋଗରେ କାମ ଦେବ?👇*
ଏଥିରେ 95 ଟି ଖଣିଜ ସାର ଏବଂ ନାନା ପ୍ରକାର ଜରୁରୀ ଭିଟାମିନ ରହିଛି ତେଣୁ ଏହା ନାନାଦି ରୋଗରେ ଅଦ୍ଭୁତ କାମ କରେ l
1)- ବୀର୍ଯ୍ୟ ବର୍ଦ୍ଧକ, ବାତ ନାଶକ, ଆଣ୍ଟିଏଜିଙ୍ଗ ବା ବୁଢ଼ା ହେବାରୁ ରକ୍ଷା କରେ l
2)- ଚର୍ମ ରୋଗ ନାଶକ ଏବଂ କେଶ ସମସ୍ୟା ପାଇଁ ବଢ଼ିଆ ଔଷଧ ଯଦି ଏହାକୁ ଖିଆଯାଏ ଏବଂ ଲଗାଯାଏ l
3)- ବାତ - ପିତ୍ତ ଶ୍ରେଣୀର ପାରାଲାଇସିସ ରୋଗୀଙ୍କ ପାଇଁ ଅଵ୍ୟର୍ଥ ଔଷଧ l
4)- ରକ୍ତ ହୀନତା ଦୂର କରେ l ନିମ୍ନ ରକ୍ତ ଚାପ ବା ଉଚ୍ଚ ରକ୍ତ ଚାପ ପାଇଁ ବଡ଼ ଔଷଧ l
5)- ସମସ୍ତ ପ୍ରକାରର କ୍ୟାନସର ରୋଗ ପାଇଁ ଶ୍ରେଷ୍ଠ ଔଷଧ l ଯେହେତୁ ଏହା ପ୍ରତିରୋଧ ଶକ୍ତି ବଢାଏ l
6)- ଥଣ୍ଡା, ଆଲର୍ଜି, ପିତ୍ତ ଜନିତ ମୁଣ୍ଡ ବ୍ୟଥା ପାଇଁ ବଢ଼ିଆ ଔଷଧ l
7)- ରକ୍ତସ୍ରାବ ଦୂର କରେ ଏବଂ ସଂକ୍ରମଣ ସମସ୍ୟାକୁ ଠିକ କରେ l
8)- ଅଣ୍ଟା, ବେକ, କହୁଣୀ, ଆଣ୍ଠୁ, ଆଙ୍ଗୁଳି ଆଦି ଯନ୍ତ୍ରଣା ଲାଘବ କରେ ଏବଂ କିଛି ଦିନ ବ୍ୟବହାର କଲା ପରେ ରୋଗୀକୁ ସମ୍ପୂର୍ଣ୍ଣ ଠିକ କରିଦିଏ l
9)- ମାସିକ ଧର୍ମ ଠିକ ରଖିବା ସହିତ ରକ୍ତ ସଫା ମଧ୍ୟ କରେ l
10)- ମୁହଁରେ ଲଗାଇଲେ ଏବଂ ଖାଇଲେ ମୁହଁର ଔଜ୍ଜ୍ୱଳତା ବୃଦ୍ଧି ପାଏ ଏବଂ ସୁନ୍ଦର ଦିଶେ l
11)- ପେଟ ସମସ୍ୟାରେ ମଧ୍ୟ ସାହାଯ୍ୟ କରେ l ଏସିଡ ଦ୍ୱାରା ହେଉଥିବା ଅନେକ ପ୍ରକାର ରୋଗରେ ଏହା ଭଲ କାମ କରେ l
12)- ଆଖିର ଜ୍ୟୋତି ବଢାଏ l
13)- ପତଳା ଲୋକଙ୍କ ପାଇଁ ବହୁତ ଜରୁରୀ ଔଷଧ ଅଟେ l
14)- ସ୍ମରଣଶକ୍ତି ବଢାଏ ଏବଂ ଉଚ୍ଚତା ବୃଦ୍ଧିରେ ସହାୟକ ହୁଏ l
15)- ହାଡ଼ ଯୋଡିବା ବା ନର୍ଭ ସମସ୍ୟା ଆଦିରେ ମଧ୍ୟ ବହୁତ ସାହାଯ୍ୟ କରେ l
ଗହମ ଚାରା ପ୍ରସ୍ତୁତ କରିବା ଅତି ସହଜ ଜିନିଷ ଆମେ ନିଶ୍ଚିତ ଏହାକୁ ବ୍ୟବହାର କରିବା ଏବଂ ସୁସ୍ଥ ହେଇପାରିବା ଅନେକ ରୋଗ ଦାଉରୁ ରକ୍ଷା ପାଇପାରିବା l
ମୋ ଆଈମା ସ୍ୱାସ୍ଥ୍ୟ କଥା – 55 ପେଟ ବଢିବା ସମସ୍ୟା ଉପରେ…

Comments
Post a Comment