ମୋ ଆଈମା ସ୍ୱାସ୍ଥ୍ୟ କଥା – 55 ପେଟ ବଢିବା ସମସ୍ୟା ଉପରେ….

 *ମୋ ଆଈମା ସ୍ୱାସ୍ଥ୍ୟ କଥା – 55 ପେଟ ବଢିବା ସମସ୍ୟା ଉପରେ…*


ବୟସ ବୃଦ୍ଧି ହେବା ସହ ବହୁତ ଲୋକଙ୍କର ପେଟ ଫୁଲିବା ସମସ୍ୟା ଦେଖାଯାଏ । ଏହି କାରଣରୁ ତାଙ୍କ ପେଟରେ ଅସହନୀୟ ପୀଡା ହୋଇଥାଏ , ପେଟ ଫୁଲିବା ଏକ ରୋଗ ହୋଇଥାଏ , ଯାହାକୁ ଇଂରାଜୀରେ ବ୍ଲୋଟିଙ୍ଗ୍ କୁହାଯାଏ , ବାରମ୍ବାର ପେଟ ଫୁଲିବା ଯୋଗୁଁ ଆପଣଙ୍କୁ ନାନାଦି ରୋଗ ଆକ୍ରାନ୍ତ ହୋଇଥାଏ , ଯଦି ଆପଣଙ୍କ ପେଟ ଫୁଲିଯାଉଛି ତେବେ ତାକୁ ଅଣଦେଖା କରନ୍ତୁ ନାହିଁ , ଏଥିପାଇଁ ଆପଣ ତୁରନ୍ତ ଚିକିତ୍ସା କରନ୍ତୁ , ଆପଣ ଘରୋଇ ଉପାୟ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।


ପେଟ ଗ୍ୟାସ୍ ହେବା କିମ୍ବା କୌଣସି ଖାଦ୍ୟର ଆଲର୍ଜି ହେବା କବଜ୍ ପରି ସମସ୍ୟା, ଅଧିକା ତେଲ ଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟ ସେବନ କରିବା ଇତ୍ୟାଦି କାରଣ ହୋଇଥାଏ ,ଏହା ଆମର ପାଚନ ତନ୍ତ୍ରକୁ ନଷ୍ଟ କରି ଦେଇଥାଏ , ଏହା ସହ ଅନ୍ୟ ରୋଗଗୁଡିକ ସହଜରେ ପ୍ରବେଶ କରିଯାଆନ୍ତି ।


ଜୁଆଣି- ପେଟ ଫୁଲିବା ସମସ୍ୟା ହେଲେ ଆପଣ ଖାଇବା ପରେ ଜୁଆଣିର ସେବନ କରନ୍ତୁ , ଆପଣ ଜୁଆଣି ସହ ସୈନ୍ଧବ ଲୁଣ ମିଶାଇ ଖାଆନ୍ତୁ , ଓ ତାପରେ ଅଳ୍ପ ନଖ ଉଷୂମ ପାଣି ପିଅନ୍ତୁ , ଜୁଆଣି ଖାଇଲେ ଆପଣଙ୍କର ଗ୍ୟାସ୍ ସମସ୍ୟା ରହିବ ନାହିଁ ଓ ପେଟ ବି ଫୁଲିବ ନାହିଁ , ତାହାସହ ପାଚନ ତନ୍ତ୍ର ମଧ୍ଯ ଭଲ ରହିବ।


ତୁଳସୀ ପତ୍ର- ପେଟର ରୋଗ ସଂମ୍ବନ୍ଧିତ ଉପଚାର ନିମନ୍ତେ ତୁଳସୀ ପତ୍ରକୁ ପ୍ରାଥମିକତା ଦିଆଯାଇଛି, ତୁଲସୀ ପତ୍ରକୁ ସେବନ କଲେ ପେଟ ସହ ଯୋଡି ହୋଇଥିବା ସମସ୍ୟାଗୁଡିକ ଦୂରିଭୁତ ହୋଇଥାଏ , ପେଟ ଫୁଲିବା ସମୟରେ ତୁଳସୀର ୪-୫ ଟି ପତ୍ରକୁ ସେବନ କରନ୍ତୁ , ଏହା ଦ୍ୱାରା ପେଟ ଫୁଲିବା ସମସ୍ୟା ଦୂର ହୋଇଯିବ।


*ଧନିଆଁ – ଗୋଟେ କପ୍ ଗରମ ପାଣିରେ ଏକ ଚାମଚ ଧନିଆଁ ପକାନ୍ତୁ , ଓ ଏହି ପାଣିକୁ ଥଣ୍ତା ହେବାପାଇଁ ରଖିଦିଅନ୍ତୁ , ଯେବେ ପାଣି ଥଣ୍ତା ହୋଇଯିବ ତେବେ ଏହାକୁ ଛାଣିନିଅନ୍ତୁ , ଓ ପାଣିକୁ ପିଇନିଅନ୍ତୁ , ଦିନରେ ଦୁଇଥର ଏହି ପାଣିକୁ ସେବନ କଲେ ଆପଣଙ୍କ ଗ୍ୟାସ୍ ହେବ ନାହିଁ , ଧନିଆଁରେ ଆଣ୍ଟି ମାଇକ୍ରୋବିୟଲ୍ ମହଜୁତ୍ ଥାଏ , ଯାହା ପେଟରେ ଗ୍ୟାସକୁ ହେବାରେ ରୋକିଥାଏ ।


*କଖାରୁ – କଖାରୁର ସେବନ କରିଲେ ଆପଣଙ୍କ ଖାଦ୍ୟ ସହଜରେ ହଜମ ହୋଇଯାଏ , କାରଣ ଏହି ପରିବା ରେ ଭିଟାମିନ୍ ଇ ଓ ପୋଟାସିୟମ୍ ଅଧିକା ମାତ୍ରାରେ ରହିଥାଏ , ଓ ଏହା ପାଚନ କ୍ରିୟାରେ ସଠିକ୍ କରିଥାଏ , ଯଦି ଆପଣଙ୍କ ପାଚନ କ୍ରିୟା ଦୂର୍ବଳ ଅଛି ତେବେ କମ୍ ସେ କମ୍ କଖାରୁର ସେବନ ନିଶ୍ଚିତ କରନ୍ତୁ ।


ଯୋଗ ଏବଂ ବ୍ୟାୟାମ – ଯେଉଁ ଲୋକ ଯୋଗ କିମ୍ବା କୁସ୍ତି କରୁଛନ୍ତି , ସେମାନଙ୍କୁ ପେଟ ଫୁଲିବା ସମସ୍ୟା ହୁଏ ନାହିଁ , ଯୋଗ ଓ କୁସ୍ତି କରିଲେ ପେଟର ମାଂସପେଶୀଗୁଡିକ ମଜବୁତ ହୋଇଥାଏ , ଓ ପେଟରେ ଗ୍ୟାସ୍ କିମ୍ବା କବଜ୍ ହେବାକୁ ଦିଏ ନାହିଁ , ସେମିତି ଯଦି ଯୋଗ କିମ୍ବା କୁସ୍ତି କରିବାକୁ ପସନ୍ଦ କରୁନାହାନ୍ତି , ତେବେ ସବୁଦିନ ସକାଳେ ବାହାରକୁ ମର୍ଣ୍ଣିଙ୍ଗ୍ ୱାର୍କ ରେ ଯାଆନ୍ତୁ , ସବୁ ଦିନ ଏପରି କଲେ ଆପଣଙ୍କ ପେଟ ଫୁଲିବ ନାହିଁ ।


ଫାଇବର ଯୁକ୍ତ ଖାଦ୍ୟ – ଆପଣ ଯଦି ଫାଇବର ଯୁକ୍ତ ଖାଦ୍ୟର ସେବନ କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ , ଏହା ଦ୍ୱାରା ପେଟରେ ଗ୍ୟାସ୍ ହୁଏ ନାହିଁ , ଓ ପେଟ ଫୁଲେ ନାହିଁ , ଏହା ସହ ଡାଇଟ୍ ରେ କଦଳି, କମଳା, ଆମ୍ବ, ରୁଟି , ପରିବା , ଓ ଡାଲି ପରି ଫାଇବର୍ ବାଲା ଜିନିଷର ସେବନ କରନ୍ତୁ , ଏହା ସହ ଆପଣ କେବଳ ସନ୍ତୁଳିତ ମାତ୍ରାରେ ଫାଇବର ଯୁକ୍ତ ଖାଦ୍ୟର ସେବନ କରନ୍ତୁ , ଅଧିକା ମାତ୍ରାରେ ଫାଇବର ସେବନ କରିଲେ ଏହା ପେଟକୁ ଖରାପ ପ୍ରଭାବ ପକାଇଥାଏ ।


ସୋଢ଼ା ଏବଂ ଡ୍ରିଙ୍କ୍ସ – ଯେଉଁ ଲୋକଙ୍କର ଗ୍ୟାସ୍ ର ସମସ୍ୟା ଅଛି ସେମାନଙ୍କ ପେଟ ଫୁଲିଲେ ସୋଢା ଓ କାର୍ବୋନେଟେଡ୍ ଡ୍ରିଙ୍କ୍ସ ସେବନ କରନ୍ତୁ ନାହିଁ , କାରଣ ଏହା ମଧ୍ୟରେ ଗ୍ୟାସ୍ ରହିଥାଏ , ଯାହାକୁ ନେଇ ପେଟ ଫୁଲିଥାଏ , ଏହି ପରି ଆପଣ ଅଧିକା ରାଗଯୁକ୍ତ ଖାଦ୍ୟର ସେବନ କରନ୍ତୁ ନାହିଁ , ସେମିତି ଓଟୋମୋଲ୍ ଯେଉଁଥିରେ ଅଧିକା ମାତ୍ରାରେ ଫାଇବର୍ ଥାଏ , ତାହାର ସେବନ ଅଧିକା ମାତ୍ରାରେ କରନ୍ତୁ ନାହିଁ , ଏହା ପେଟ ମଧ୍ୟରେ ଗ୍ୟାସ୍ ଓ କବଜ୍ ପରି ସମସ୍ୟା ସୃଷ୍ଟି କରିପାରେ ।


ମୋ ଆଈମା ସ୍ୱାସ୍ଥ୍ୟ କଥା – 57  ଶୀତ ଦିନିଆ ସ୍ୱାସ୍ଥ୍ୟ  ଉପରେ....



Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)