ମୋ ଆଈମା ସ୍ୱାସ୍ଥ୍ୟ କଥା – 57 ଶୀତ ଦିନିଆ ସ୍ୱାସ୍ଥ୍ୟ ଉପରେ....

 *ମୋ ଆଈମା ସ୍ୱାସ୍ଥ୍ୟ କଥା – 57 ଶୀତ ଦିନିଆ ସ୍ୱାସ୍ଥ୍ୟ  ଉପରେ.*

ମୋ ଆଈମା ସ୍ୱାସ୍ଥ୍ୟ କଥା – 57  ଶୀତ ଦିନିଆ ସ୍ୱାସ୍ଥ୍ୟ  ଉପରେ.... 

ଶୀତ ଦିନରେ ସବୁ ଜୀବ ପିତ୍ତ ପ୍ରକୃତି ରେ ଥାନ୍ତି l ଏହି ସମୟ ଗରିଷ୍ଟ ଭୋଜନ ପାଇଁ ଅଧିକ ଭଲ ସମୟ l ଆପଣ ଯାହାବି ଖାଇବେ ହଜମ ହେଇଯିବ l ଶୀତ ସମୟରେ ଆପଣ ଅଧିକ ପରିଶ୍ରମ କରିପାରିବେ ଅନ୍ୟ ଋତୁ ଅପେକ୍ଷା ଏହା ଅଧିକ ବଳ ବୀର୍ଯ୍ୟ ପ୍ରଦାନ କରିଥାଏ l


👇*କେଉଁ ଡାଲି ଖାଇବା ଉଚିତ?*👇


👉 ଯେଉଁ ଡାଲି ସବୁଠୁ ଅଧିକ ସମୟ ନେଇଥାଏ ଫଳ ହେବା ପାଇଁ ତାକୁ ଖାଇବା ଉଚିତ l ଉଦାହରଣ – ହରଡ଼ ଡାଲି l ଅନ୍ୟ ଋତୁରେ ହରଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ ହେଇନଥାଏ ତେଣୁ ଯାହା ହରଡ଼ ଡାଲି ଖାଇବା କଥା ଖାଆନ୍ତୁ l


👉 ପନିପରିବା ଭିତରେ ସବୁ ପରିବା ଖାଇପାରିବେ l ଅମ୍ଳୀୟ ପନିପରିବା ଏହି ମାସ ପାଇଁ ବହୁତ ବଢିଆ l ଉଦାହରଣ – କୋବି ଜାତୀୟ, ଟମାଟୋ ଇତ୍ୟାଦି l


👉 କୌଣସି ବି ଶାଗ ମିଳୁଛି ଖୁବ ଖାଆନ୍ତୁ l ଶାଗରେ ଯେଉଁ ଭିଟାମିନ ଓ ଖଣିଜ ଲବଣ ଥାଏ ତାହା ବହୁତ ଜରୁରୀ ଅଟେ ଏହି ଋତୁ ପାଇଁ l ଏହା ସୁନ୍ଦର ଭାବରେ ହଜମ ହେଇଯାଇପାରିଵ l


👇*ଯୋଗ ଏବଂ ପ୍ରାଣାୟାମ ବା ଦୌଡ଼ିବା  ନିୟମ*👇


👉 ସକାଳେ ଦୌଡ଼ିବା ପାଇଁ କେବଳ ଶୀତ ଋତୁ ଭଲ ହୋଇଥାଏ l ଅନ୍ୟ ଋତୁ ରେ ସକାଳେ ମର୍ନିଙ୍ଗ ୱାକ ବା ସକାଳେ ଚଲାବୁଲା ଆଦୌ ସ୍ୱାସ୍ଥ୍ୟପ୍ରଦ ହୋଇନଥାଏ l ଯୋଗ ପ୍ରାଣାୟାମ କ୍ଷେତ୍ରରେ ମଧ୍ୟ ଏହି ଋତୁରେ ପ୍ରଥମେ ଯୋଗ କରିବା ଏବଂ ତାପରେ ପ୍ରାଣାୟାମ କରିବାର ଵିଧି ରହିଛି l


👉କଦଳୀ/କ୍ଷୀର ଜାତୀୟ/ ପ୍ରୋଟିନ ଜିନିଷ/ ସମସ୍ତ ପ୍ରକାରର ଶସ୍ୟ / ଖଟା ଜିନିଷ ଖାଇବା ଅତ୍ୟନ୍ତ ଜରୁରୀ ଏହି ଋତୁରେ l


👉 ଭିଟାମିନ C ଥିବା ଖାଦ୍ୟ – କମଳା, ବରକୋଳି ଓ ଅଁଳା ଏହି ଋତୁରେ ଖୁବ ମିଳେ ଏହାକୁ ନିଶ୍ଚୟ ଖାଇବା ଉଚିତ ସେଇ ରୋଗୀମାନଙ୍କ ପାଇଁ ଯେଉଁମାନେ କଫ ଓ ଥଣ୍ଡା ରୋଗରେ ପୀଡିତ l


👉 ସୂର୍ଯ୍ୟ କିରଣ ନେବା ଅତ୍ୟନ୍ତ ଜରୁରୀ l ଭିଟାମିନ D ଶରୀରରେ ତିଆରି ପାଇଁ ଆପଣ ଶୀତ ଋତୁ କୁ ବ୍ୟବହାର କରିବେ l ପିଠି ଓ ପେଟ ରେ ନିଶ୍ଚୟ ସୂର୍ଯ୍ୟ କିରଣ ବାଜିବା ଦରକାର l


👉 ଓଠ ଫାଟେ ଏହି ଋତୁରେ କାରଣ ହେଲା ଜଳର ଖୁବ ଅଭାବ ଦେଖାଯାଇଥାଏ ଶରୀରରେ l ଶୀତ ଯୋଗୁଁ ଆମେ ଜଳ ଅଭାବ ବିଷୟରେ କିଛି ଜାଣିପାରିନଥାଉ କିନ୍ତୁ ଏହା ସତ୍ୟ କି ଖରା ଦିନ ଭଳିଆ ଏହି ଋତୁରେ ମଧ୍ୟ ଶରୀରରେ ଜଳର ଅଭାବ ଦେଖାଯାଇଥାଏ l ତେଣୁ ଖୁବ ପାଣି ପିଅନ୍ତୁ l


👉 ତେଲ ମାଲିସ ନିଶ୍ଚିତ କରିବା ଉଚିତ l ରାଶି, ସୋରିଷ, ନଡ଼ିଆ ତେଲ ଇତ୍ୟାଦି ବ୍ୟବହାର କରିପାରିବେ l ଯେତେବେଳେ ତେଲ ମାଲିସ କରିବେ ଗୋଡ଼ ପଟୁ ଆରମ୍ଭ କରିବେ ଏବଂ ହୃଦୟ ଆଡକୁ ନେବେ l



ମୋ ଆଈମା ସ୍ୱାସ୍ଥ୍ୟ କଥା – 59 ମୁଖ ବ୍ରଣ ଓ କଣା ଚର୍ମର ଘରୋଇ ଉପଚାର ଉପରେ…


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)