ମୋ ଆଈମା ସ୍ୱାସ୍ଥ୍ୟ କଥା – 59 ମୁଖ ବ୍ରଣ ଓ କଣା ଚର୍ମର ଘରୋଇ ଉପଚାର ଉପରେ…
*ମୋ ଆଈମା ସ୍ୱାସ୍ଥ୍ୟ କଥା – 59 ମୁଖ ବ୍ରଣ ଓ କଣା ଚର୍ମର ଘରୋଇ ଉପଚାର ଉପରେ…*
ଆଜିର ପୋଷ୍ଟ ର ମୁଖ୍ୟ କାରଣ ହେଲା ବର୍ତ୍ତମାନ ବହୁତ ଲୋକଙ୍କ ଏହି ସମସ୍ୟା ରହୁଛି ଏବଂ ଏହାର ସହଜ ସମାଧାନ ବର୍ତ୍ତମାନ ବଜାରରେ ମିଳୁଥିବା ଗୋଟିଏ ଫଳ ପାଖରେ ଅଛି ତାହା ହେଲା ମିଠା କମଳା ବା ସାନ୍ତରା l ଏହି ଫଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବହୁତ ସାହାଯ୍ୟ କରେ l ତେବେ ଆସନ୍ତୁ ଦୃଷ୍ଟି ପକେଇବା ଆଜିର ଆଲୋଚନାର ବିନ୍ଦୁମାନଙ୍କ ଉପରେ…
👉 ମୁଖ ବ୍ରଣ କଣ ପାଇଁ ହୁଏ?
👉 ଏହାର ସହଜ ସମାଧାନ
👉 ମୁହଁରେ ଚର୍ମ ଛିଦ୍ର ହେଲେ କଣ କରିବେ?
👉 ସୌନ୍ଦର୍ଯ୍ୟ ଚେହେରା ପାଇଁ କଣ ସବୁ କରିବେ?
ମୁହଁରେ ବ୍ରଣ ହେବାର କାରଣ ଭିତରେ ସବୁଠୁ ବଡ଼ କାରଣ ହେଲା ଆମ ପଞ୍ଚ ମହାଭୁତରେ ଯେଉଁ 5 ଟି ତତ୍ତ୍ୱ ରହିଛି ପୃଥିବୀ ତତ୍ତ୍ୱ ରେ ଗଡ଼ବଡ଼ି ଦେଖାଯିବା l ଆମ ଶରୀରରେ ବର୍ଜ୍ୟବସ୍ତୁ ଯେତେବେଳେ ବାହାରିପାରେ ନାହିଁ ଏବଂ ଶରୀରରେ ପଡି ରହି ବିଷାକ୍ତ ଜିନିଷ ଉତ୍ପନ୍ନ କରେ l ଆଜ୍ଞା ହଁ, ପେଟ ସଫା ଯଦି ଠିକ ଭାବେ ହେଉନି ତାହେଲେ ଏହା ପୃଥିବୀ ତତ୍ତ୍ୱ ରେ ଗଡ଼ବଡ଼ି କରିବ ଯାହାର ପ୍ରଭାବରେ ସମସ୍ତ ସପ୍ତଧାତୁ – ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର ଦୂଷିତ ହେବା ଆରମ୍ଭ ହୁଏ l ଗୋଟିଏ ସୁସ୍ଥ ଲୋକ ଦିନକୁ ଅତିକମରେ ଥରେ କିମ୍ବା 2 ଥର (ଯଦି ସନ୍ଧ୍ୟା ସମୟରେ) ପରିଷ୍କାର ଭାବରେ ପେଟ ସଫା ପାଇଁ ଯାଏ l ସକାଳେ ଯେଉଁ ବ୍ୟକ୍ତି ଦୁଇ ରୁ ଅଧିକ ଥର ଝାଡା ଯାଆନ୍ତି ତାହା ମଧ୍ୟ ଠିକ ନୁହଁ l ଡାକ୍ତର ବହୁତ ସମୟରେ କୁହନ୍ତି ରକ୍ତ ମଇଳା ହେଲେ ମୁଖ ବ୍ରଣ ହୁଏ ଏହା ଠିକ ଅଟେ ଏହି ଠାରୁ ଜାଣିପାରୁଥିବେ କାରଣ ରକ୍ତ ସପ୍ତଧାତୁ ର ଗୋଟିଏ ଅଂଶ ଅଟେ l ବୟସ ବଢ଼ିବା ସହିତ ଶୁକ୍ର ଧାତୁ ମଧ୍ୟ ସକ୍ରିୟ ହେବା ଆରମ୍ଭ କରେ ଯଦି ଏହି ଧାତୁ ଅଶୁଦ୍ଧ ହୁଏ (କାରଣ ଅନେକ ଅଛି) ତାହେଲେ ମଧ୍ୟ ମୁଖ ବ୍ରଣ ହେବ ନିଶ୍ଚିତ l ଉତ୍ତେଜନା କୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରିବା ଉଚିତ ସେଥିପାଇଁ ସାତ୍ତ୍ୱିକ ଚିନ୍ତାଧାରା ଆଣିବା ସାତ୍ତ୍ୱିକ ଭୋଜନ ପ୍ରତି ଦୃଷ୍ଟି ଦେବା ଉଚିତ l
👇* କଣ ସମାଧାନ ରହିଛି?*👇
👉 ଆପଣଙ୍କ ଓଜନ ଯେତିକି ତାର ଏକ ଦଶମାଂଶ ପାଣି ପିଇବା ଉଚିତ l ପାଣିକୁ ବସିକି ଧୀରେ ଧୀରେ ପିଇବେ l ସକାଳେ ଦାନ୍ତ ଘଷିବା ପୂର୍ବରୁ ନିଶ୍ଚିତ ପାଣି ପିଇବେ l
👉 ସପ୍ତାହରେ 2-3 ଦିନ ସମ୍ପୂର୍ଣ୍ଣ ପେଟ ସଫା କରାନ୍ତୁ l ଏଥିପାଇଁ ଆପଣ 1:2:3 ବିଶିଷ୍ଟ ତ୍ରିଫଳା ବା ଦେଶୀ ଘିଅର ପ୍ରୟୋଗ କରିପାରିବେ l
👉 ସକାଳର ବାସି ଛେପ ରେ ଅନେକ ତତ୍ତ୍ୱ ରହିଛି ଏହାକୁ ମୁହଁ ରେ ଲଗାନ୍ତୁ ଏହା ସମାଧାନ ପାଇଁ ସାହାଯ୍ୟ କରିବ ଯେତେବି ବଡ଼ ମୁଖ ସମସ୍ୟା ହେଉ l ଧୈର୍ଯ୍ୟର ସହିତ ସକାଳୁ ଉଠୁ ଉଠୁ ବାସି ଛେପ ଲଗାନ୍ତୁ l
👉 ଘିଅକୁଆଁରୀ ପତ୍ର ରସ ମଧ୍ୟ ଦୁଇ ତିନି ଥର ପ୍ରତି ଦିନ ଲଗେଇବେ 7 ଦିନ ଭିତରେ ଠିକ ହେଇଯିବ l
👉 ନିମ୍ବ ପତ୍ର ଓ ହଳଦୀର ପେଷ୍ଟ ଲଗେଇପାରିବେ ଏହା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ l
👉 ଡାଲଚିନିକୁ ଗୋମୁତ୍ରରେ ଘୋରି ଲଗେଇଲେ ଶୀଘ୍ର ଉପଶମ କରିଦିଏ l
👉 ଲେମ୍ବୁ ରସକୁ ଫ୍ରିଜରେ ରଖି ଦିନକୁ ଦୁଇ ତିନି ଥର ବ୍ରଣ ଉପରେ ଘସନ୍ତୁ ଯଦି ଭଲ ହେଇଯିବ l
👉 ସପ୍ତାହରେ 2 ଦିନ ନିମ୍ବ ପତ୍ର ମୁଠାଏକୁ ଅଧ ଲିଟର ପାଣିରେ କେବଳ ଫୁଟାଇ ପିଇବେ ଉଷୁମ ଉଷୁମ ଥାଇ l ଘିଅକୁଆଁରୀ ର ତାଜା ପତ୍ର ରସ କୁ ଅଧା ଲିଟର ଗରମ ପାଣିରେ ପକାଇ ପିଇ ପାରିବେ l
👉 ହଳଦୀ ଏକ ରକ୍ତ ଶୋଧକ ଅଟେ ଏହାକୁ ପ୍ରତିଦିନ ଦେଶୀ ଗାଇର ଉଷୁମ କ୍ଷୀର ବା ଉଷୁମ ପାଣିରେ ଅଧ ଚାମଚ ପକାଇ ରାତିରେ ଶୋଇବା ପୂର୍ବରୁ ପିଇବା ଉଚିତ l
👇*ଆସିବା ମୁଖ ଚର୍ମ ଛିଦ୍ରର ଉପାୟ ଆଡକୁ*👇
👉 ଛିଦ୍ର ହେବାର କାରଣ ଖଣ୍ଡିଆ ବା କୌଣସି ଘା ବା ବ୍ରଣ ହେବା କାରଣରୁ ହୁଏ l ସେଥିପାଇଁ ବ୍ରଣ ହେଲେ ତାକୁ ନଖରେ କେବେବି ବାହାର କରିବେ ନାହିଁ l ତାକୁ ପ୍ରାକୃତିକ ଉପାୟରେ ଠିକ କରିବେ ଯାହା ଆଈମା ଉପରେ ବର୍ଣ୍ଣନା କଲେ l ଏବେ ଛିଦ୍ରକୁ କେମିତି ପୂରଣ କରିପାରିବେ l ଏଥିପାଇଁ ଆପଣଙ୍କୁ କିଛି ଜିନିଷ ଖାଇବାକୁ ପଡିବ, କିଛି ଜିନିଷ ଲଗେଇବାକୁ ପଡିବ ଏବଂ କିଛି ଜିନିଷ ଖାଇବା ପ୍ରତି ସତର୍କ ହେବାକୁ ପଡିବ l
👉 ବର୍ତ୍ତମାନ କମଳା ଖୁବ ମିଳୁଛି ଏହାକୁ ଆଣି ପ୍ରତିଦିନ ଗୋଟିଏ କମଳାର ଜୁସ ଯେତିକି ହେବ ସେଥିରେ ସ୍ୱାଦ ଅନୁସାରେ ମିଶ୍ରି ମିଶାଇ ଏବଂ ଆବଶ୍ୟକ ଅନୁସାରେ ପାଣି ମିଶାଇ ଦିନକୁ ଖାଲି ପେଟରେ ସକାଳେ ଓ 4 ଟା ବେଳେ ପିଇବେ l ଏହାର ଛାଲି କୁ ଶୁଖାଇ ରଖୁଥିବେ l ଏହା ମୁଖର ଔଜ୍ୱଳତା ବଢାଇବା ସହିତ ଛିଦ୍ରକୁ ଭରୁବାରେ ସାହାଯ୍ୟ କରିବ l
👉 କମଳା ଛାଲିକୁ ଭଲକରି ଦେଖନ୍ତୁ ଏହାର ଉପର ଅଂଶ ମୁଖର ଛିଦ୍ର ଭଳିଆ ହେଇଛି ଏହା ବିଶେଷ ଭାବରେ ଏହି ସମସ୍ୟା ପାଇଁ ପ୍ରକୃତି ମଣିଷ ମାନଙ୍କୁ ଦେଇଛି l କରିବେ କଣ? ଏହାକୁ ଶୁଖାନ୍ତୁ ଏବଂ ଚୁର୍ଣ୍ଣ କରନ୍ତୁ ଏହି ଚୁର୍ଣ୍ଣ କୁ ମହୁ ସାଙ୍ଗରେ ଲଗାନ୍ତୁ l ଯଦି ମହୁ ନାହିଁ ହଳଦୀ ସହିତ ଲଗେଇପାରିବେ l ଏହା ଆଶ୍ଚର୍ଯ୍ୟଜନକ ଭାବେ କାମ କରିବ l
👉 ବାହାର ତେଲିଆ ଜିନିଷ ଫାଷ୍ଟଫୁଡ, ଥଣ୍ଡା ଜିନିଷ, ରସୁଣ ଓ ପିଆଜ ଅଧିକ ପଡୁଥିବା ଜିନିଷ, ଅଧିକ ମିଠା ଜିନିଷ ଖାଇବା ମଧ୍ୟ କମ କରିବା ଉଚିତ l
👇*ଏବେ ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କଣ କରିବେ?*👇
👉 ସବୁଦିନ ସକାଳେ ଫଳ ଓ ମୂଳ ବା ସାଲାଡ଼ ଭଳି ଜିନିଷ ନିଅନ୍ତୁ l ଏହା ପ୍ରତି ବ୍ୟକ୍ତି ପାଇଁ l କିନ୍ତୁ ଖାଇବା ର ଅଧ ଘଣ୍ଟା ପର୍ଯ୍ୟନ୍ତ ପାଣି କି କୌଣସି ଖାଦ୍ୟ ଖାଇବେ ନାହିଁ l ଜୁସ ନେଉଥିଲେ ମଧ୍ୟ ସମୟ ନେଇ ଅନ୍ୟ ଜିନିଷ ଖାଇବେ l
👉 ମୁହଁରେ କେବେବି ରାସାୟନିକ ସାବୁନ ବା କ୍ରିମ ବ୍ୟବହାର କରନ୍ତୁ ନାହିଁ l ସମ୍ପୂର୍ଣ୍ଣ ସ୍ବଦେଶୀ ଆୟୁର୍ବେଦ ଜିନିଷ ଯେଉଁଠି କୌଣସି ରାସାୟନିକ ପ୍ରିଜରଭେଟିବ ପଡିନଥିବ ତାକୁ ବ୍ୟବହାର କରନ୍ତୁ l ( ନପାଇଲେ ଆମ ସଂସ୍ଥା ସହିତ ଯୋଗାଯୋଗ କରିପାରିବେ) l
👉 ଗାଈ କ୍ଷୀର ହେଉଛି ସବୁଠୁ ଭଲ ଜିନିଷ ମୁହଁ ଧୋଇବା ପାଇଁ ଏହା ସୁନ୍ଦର ଭାବରେ ମୁଖର ମଇଳା ସଫା କରିଦିଏ l ଏହା ଆଣ୍ଟି ଏଜିଙ୍ଗ ମଧ୍ୟ ଅଟେ l ଏଥିରେ ହଳଦୀ ମିଶାଇ ଲଗେଇଲେ ଆହୁରି ଲାଭ ମିଳେ l
👉 ପାଣି ଖୁବ ପିଇବେ l ( ନିୟମ ପାଳନ କରି )
👉 ପ୍ରାଣାୟାମ ରେ ଅନୁଲୋମ ଵିଲୋମ ଓ କପାଳଭାତି ବହୁତ ଲାଭ କରେ l ଯୋଗରେ ସର୍ବାଙ୍ଗାସନ, ଶୀର୍ଷାସନ, ସୂର୍ଯ୍ୟନମସ୍କାର, ପଦ୍ମାସନ, ଇତ୍ୟାଦି ନିଶ୍ଚିତ କରିବେ l ଏହା ସମସ୍ତ ହିରୋ ହିରୋଇନମାନେ ମଧ୍ୟ କରନ୍ତି l ଏହା ବିନା ଅନ୍ୟଗତି ନାହିଁ କାରଣ ଏହା ମାନସିକ ଚାପକୁ ଠିକ ରଖେ l
👉 ଖୁବ ଶୁଅନ୍ତୁ l ଶୋଇବା ଦ୍ୱାରା ସୌନ୍ଦର୍ଯ୍ୟ ବୃଦ୍ଧି ପାଏ l ନିହାତି 7-8 ଘଣ୍ଟା ଶୋଇବା ଦରକାର l କିନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ ନିହାତି ଉଠିବା ଦରକାର କାରଣ ଏହା ଉଜ୍ଵଳତା ବୃଦ୍ଧି କରେ l କିଛି ଦିନ ଶୋଇବା ପୂର୍ବରୁ ଦେଶୀ ଗାଈ ଘିଅ କୁ ଅଳ୍ପ ଉଷୁମ କରି ନାକରେ ପକାନ୍ତୁ ଶୀଘ୍ର ନିଦ ହେବ ଏବଂ ଏହା ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରିବ l ଏହା ସୁନ୍ଦର କେଶ ତିଆରି କରିବ l ଝଡ଼ିବାକୁ ଦେବ ନାହିଁ l
👉 ତେଲ ମାଲିସ ପ୍ରତି ଦିନ କରନ୍ତୁ ଏହା ସୌନ୍ଦର୍ଯ୍ୟ ବଢାଇବ l
👉 କେଶର ଯତ୍ନ ନେବେ ମଇଳା ଧୂଳି ରୁ ରକ୍ଷା କରିବେ କେବଳ ଆୟୁର୍ବେଦିକ ସେମ୍ପୁ ବିନା କେମିକାଲଯୁକ୍ତ ଵାଲା ବ୍ୟବହାର କରିବେ l ତେଲ ମଧ୍ୟ ସମ୍ପୂର୍ଣ୍ଣ ଶୁଦ୍ଧ ତେଲ ବ୍ୟବହାର କରନ୍ତୁ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 60 ଆୟୁର୍ବେଦିକ ଘଣ୍ଟା ଉପରେ...

Comments
Post a Comment