ମୋ ଆଈମା ସ୍ୱାସ୍ଥ୍ୟ କଥା - 60 ଆୟୁର୍ବେଦିକ ଘଣ୍ଟା ଉପରେ...

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 60 ଆୟୁର୍ବେଦିକ ଘଣ୍ଟା ଉପରେ...* 



ଆମ ଶରୀରରେ ଯେଉଁ କଫ ପିତ୍ତ ଓ ବାତ ରହିଛି ତାହା ଦିନର ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ଅଧିକ ପ୍ରଭାବଶାଳୀ ଥାଏ ।


 *କଫ*👉 ସକାଳ 6 ବା ସୂର୍ଯ୍ୟ ଉଦୟରୁ ଆରମ୍ଭ କରି 4 ଘଣ୍ଟା ପର୍ଯ୍ୟନ୍ତ ମାନେ ସକାଳ 10ଟା ଭିତରେ ଅଧିକ ପ୍ରଭାବଶାଳୀ ଥାଏ l ପୁଣି ସନ୍ଧ୍ୟା 6 ଟା ରୁ ରାତ୍ରି 10 ଭିତରେ ଆଉ ଥରେ ଏହାର ସମୟ ଆସେ l ଏହି ସମୟରେ କଫର ମାତ୍ରା ଶରୀରରେ ବଢ଼େ ସେଥିପାଇଁ କଫ ରୋଗ ର ଲକ୍ଷଣ ଏହି ଦୁଇଟି ସମୟରେ ଅଧିକ ଦେଖାଯାଏ l  କାଶ, ଛିଙ୍କ, ଥଣ୍ଡା, ଦେହ ଓଜନିଆ ଲାଗିବା, ମୁଣ୍ଡ ବିନ୍ଧିବା, ଅଳସୁଆ ଲାଗିବା, ପେଟ ଅଧା ସଫା ହେବା, ଜ୍ୱର ଆସିବା ଇତ୍ୟାଦି ରୋଗ ସବୁ ଏହି ସମୟରେ ହୋଇଥାଏ l


 *ପିତ୍ତ*👉 ସୂର୍ଯୋଦୟର 4 ଘଣ୍ଟା ପରେ ମାନେ ପାଖାପାଖି ସକାଳ 10 ଟା ରୁ ଅପରାହ୍ନ 2 ଟା ଭିତରେ ଓ ସୂର୍ଯ୍ୟାସ୍ତର ମଧ୍ୟ 4 ଘଣ୍ଟା ପରେ ମାନେ ରାତି 10 ଟା ରୁ ରାତି 2 ଟା ଭିତରେ ପିତ୍ତ ର ମାତ୍ରା ଅଧିକ ରହେ l ଏହି ସମୟରେ ଶରୀରରେ ତିଆରି ହେବା କାମ ହୁଏ l ଦିନ ବେଳା ସୂର୍ଯ୍ୟ ଶକ୍ତି ଯୋଗୁଁ ଏହା ବାହାର ଉତ୍ତାପ ସହିତ ସମ୍ପର୍କରେ ଥାଏ l ପିତ୍ତରମାତ୍ରା କମ ବେଶୀ ଖରା ଉପରେ ହୋଇଥାଏ l ଶୀତ ଦିନେ କମ ଏବଂ ଖରାଦିନେ ଅଧିକ ପିତ୍ତ ବଢ଼େ l ସେଥିପାଇଁ ଖରା ଦିନରେ ଶୀଘ୍ର ହଜମ ହୁଏ କିନ୍ତୁ ଶୀତ ଦିନରେ ବିଳମ୍ବରେ ହଜମ ହୋଇଥାଏ l ରାତ୍ରିରେ ପିତ୍ତର ପ୍ରଭାବ କମ ଥାଏ ତଥାପି ରାସାୟନିକ ପ୍ରତିକ୍ରିୟା ଦ୍ୱାରା ଖାଦ୍ୟ ଧୀରେ ଧୀରେ ହଜମ ହୁଏ l ରାତ୍ରିରେ ସ୍ପଳ୍ପ ଆହାର କରିବାକୁ ସେଥିପାଇଁ କୁହାଯାଏ l ହଜମ ହେଇଥିବା ସମୟରେ ଦିନ ବେଳା ଅତିକମରେ 45 ମିନିଟ ଶୋଇବା ଉଚିତ ଏବଂ ରାତିବେଳା ଅତିକମରେ 2 ଘଣ୍ଟା ଶୋଇବା ଅନୁଚିତ l କିନ୍ତୁ ରାତ୍ରି ଖାଇବା ଅପେକ୍ଷା ସୂର୍ଯ୍ୟାସ୍ତ ସମୟରେ ଖାଇବା ଟା ଅଧିକ ଭଲ ଦେହ ପାଇଁ କାରଣ ଏହି ସମୟରେ ଆମ ଶରୀରରେ ଅଧିକ ହଜମ ଶକ୍ତି ଥାଏ l ରାତ୍ରି 10 ଟା ପୂର୍ବରୁ ଶୋଇବାକୁ ଆୟୁର୍ବେଦ ଆମକୁ ଉପଦେଶ ଦିଏ l 

ପିତ୍ତ ରୋଗରେ ଚର୍ମ ରୋଗ, କୁଣ୍ଡେଇ ହେବା, ଜ୍ବଳନ ବା ଜଳା -ପୋଡା, ଅମ୍ଳ, କେଶ ସମସ୍ୟା, କିଡ଼ନୀ, ଲିଭର ଇତ୍ୟାଦି ସମସ୍ୟା ଆସିଥାଏ l


 *ବାତ*👉 ଏହାର ସମୟ ହେଲା ଦିନ 2 ଟା ରୁ ସନ୍ଧ୍ୟା 6 ଟା ଓ ରାତି 2 ଟା ରୁ ସକାଳ 6 ଟା ଭିତରେ ବାତର ମାତ୍ରା ଅଧିକ ରହିଥାଏ l ବାତ ଯୋଗୁଁ ଆମେ କାମ କରିପାରୁ, କଥା କହିପାରୁ, ମଳ ଓ ମୂତ୍ର ତ୍ୟାଗ କରିପାରୁ l ଶରୀରରେ ଯାହା ମଧ୍ୟ ଗତି ଚାଲିଛି ଏହା ବାତ ର କାର୍ଯ୍ୟ ଅଟେ l ବାତର ଏହି 4 ଘଣ୍ଟା ସମୟରେ ଆମେ ପାଇଖାନା ଯିବା ଦରକାର l ପେଟ ସୁନ୍ଦର ଭାବରେ ସଫା ହେବ l ସକାଳ 6 ଟା ପରେ ପାଇଖାନା ଗଲେ ପେଟ କେବେବି ଭଲ କରି ସଫା ହେବ ନାହିଁ l ଯଦି ପେଟ ସଫା ଠିକ ଭାବେ ହେଉନାହିଁ ତାହେଲେ ନିଶ୍ଚିତ ବାତ ରୋଗ ଆସିବ l ବାତ ରୋଗରେ ରହିଛି କୌଣସି ପ୍ରକାରର ଯନ୍ତ୍ରଣା, ଅତ୍ୟଧିକ ରକ୍ତସ୍ରାବ, ପତଳା ହେବା, କେଶ ପାଚିବା, ଦୁର୍ବଳତା, ଦାନ୍ତ ସମସ୍ୟା, ବହୁମୂତ୍ର ରୋଗ, ଅଧିକ ଦିନ ଧରି ବସା ବାନ୍ଧି ରହିଯାଉଥିବା ରୋଗ ମଧ୍ୟ ବାତ ରୋଗ ଅଟେ l


ଆପଣମାନଙ୍କୁ ଅନୁରୋଧ ସମସ୍ତେ ଏହି ବୈଜ୍ଞାନିକ ଦିନ ଚର୍ଯ୍ୟା ଉପରେ ଯଥେଷ୍ଟ ଧ୍ୟାନ ଦେଇ ନିଜର କର୍ମ ସୁଚାରୁରୂପେ କରିବେ l ଖାଇବା, ପିଇବା ଓ ଶୋଇବା ଠିକ ସମୟରେ କଲେ ନିଶ୍ଚିତ ଆପଣ ଦୀର୍ଘାୟୁ ହେବେ l ଧନ୍ୟବାଦ 🙏


ମୋ ଆଈମା ସ୍ୱାସ୍ଥ୍ୟ କଥା - 61 ରାଶି ଲଡୁର ଆୟୁର୍ବେଦିକ ବ୍ୟବହାର ଉପରେ


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)