ମୋ ଆଈମା ସ୍ୱାସ୍ଥ୍ୟ କଥା - 61 ରାଶି ଲଡୁର ଆୟୁର୍ବେଦିକ ବ୍ୟବହାର ଉପରେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 61 ରାଶି ଲଡୁର ଆୟୁର୍ବେଦିକ ବ୍ୟବହାର ଉପରେ*
ଆମ ଭାରତୀୟ ସଂସ୍କୃତି ରେ ସଂକ୍ରାନ୍ତି ଗୁଡିକର ବହୁତ ବଡ଼ ଭୂମିକା ରହିଛି l ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ରାଶି, ନକ୍ଷତ୍ର, ଲଗ୍ନ ଆଦିର ବୈଜ୍ଞାନିକ ଦୃଷ୍ଟି ଭଙ୍ଗ ରହିଛି l ସୂର୍ଯ୍ୟ ଯେତେବେଳେ ମକର ରାଶି ରେ ପ୍ରବେଶ କରନ୍ତି ଏହାକୁ ମକର ସଂକ୍ରାନ୍ତି କୁହାଯାଏ l ସଂକ୍ରାନ୍ତି ଶବ୍ଦ ମାନେ ଗୋଟିଏ ଜାଗାରୁ ଆଉ ଜାଗାରେ ପ୍ରବେଶ କରିବା ବା ଗତି କରିବାକୁ ବୁଝାଏ l ଆଜିଠୁ ବସନ୍ତ ଋତୁ ର ଆଗମନ ତଥା ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିର ଆରମ୍ଭ l ରାତି ଛୋଟ ଦିନ ବଡ଼ ହେବା ଆରମ୍ଭ ହେବ ତାହେଲେ ଏଭଳି ଏକ ପ୍ରମୁଖ ଘଡି ସନ୍ଧି ମୁହୂର୍ତ୍ତରେ ମୋ ଆଈମା ସ୍ୱାସ୍ଥ୍ୟ କଥା ମାଧ୍ୟମରେ ଆପଣମାନଙ୍କ ପାଇଁ ଆଣିଛି ଏକ ବିଶେଷ ସ୍ୱାସ୍ଥ୍ୟ କଥା l ଏହି ସ୍ୱାସ୍ଥ୍ୟ କଥା ପ୍ରତ୍ୟେକ ଭାରତୀୟଙ୍କୁ ପଢ଼ିବା ଜରୁରୀ ମନେହୁଏ କାରଣ ଆମର ବୈଜ୍ଞାନିକ ସଂସ୍କୃତିରେ ଆମେ କେଉଁ ଜିନିଷ କେଉଁ ସମୟରେ ଖାଇଲେ ରୋଗ ହେବାରୁ ଆମେ ବଞ୍ଚି ରହିପାରିବା ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ l
ମକର ସଂକ୍ରାନ୍ତି ଦିନ ଆମେ ରାଶି ଲଡ଼ୁ ଏବଂ ଆଖୁ ବା ଗୁଡ଼ ଖାଇବାର ସୁନ୍ଦର ପରମ୍ପରା ରହିଛି l ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହେଇଥିବା ରାଶି ଚାଷ ଠିକ ଏହି ସମୟରେ ଅମଳ ହେବା ସରିଯାଇଥାଏ l ତେଣୁ ନୂଆ ରାଶି ସମସ୍ତଙ୍କ ଘର ତଥା ବଜାରରେ ଖୁବ ଦେଖିବାକୁ ମିଳେ ଆଉ ଆପଣମାନେ ଜାଣନ୍ତି ଯୋଉଟା ପ୍ରକୃତି ଆମକୁ ଖୁବ ଦିଏ ତାକୁ ଆମେ ଭଗବାନଙ୍କ ପ୍ରସାଦ ଆକାରରେ ସମର୍ପଣ କରିଥାଉ l କିନ୍ତୁ ଆଜି ଆମେ କିଛି ଆୟୁର୍ବେଦିକ ଜିନିଷ ଉପରେ ଗୁରୁତ୍ୱ ଦେବା କଣ ରହିଛି ସ୍ୱାସ୍ଥ୍ୟ ଉପଯୋଗୀ ତଥ୍ୟ ଏହି ରାଶି ଲଡ଼ୁରେ 🤔
👉 ରାଶି କୁ ଗୁଡ଼ ବା ମହୁ ସହିତ ଖାଇବାର ଵିଧି ରହିଛି ଦୀପାବଳିରୁ ହୋଲି ପର୍ଯ୍ୟନ୍ତ ସମୟରେ l ହୋଲି ପର୍ବ ପରେ ଗୁଡ଼ ଆଉ ରାଶି ଖାଇବା ଶରୀର ପାଇଁ ଅହିତକର ଅଟେ l
👉 ଗୁଡ଼ କ୍ଷାରୀୟ କୁ ରାଶି ମଧ୍ୟ କ୍ଷାରୀୟ ଅଟେ ତେଣୁ ଏହା ଅନେକ କଫ ରୋଗରେ ସାହାଯ୍ୟ କରେ l
👉 ରାଶି ଲଡ଼ୁ ଖାଇଲେ ରକ୍ତ ହୀନତା ଦୂର ହୁଏ କିନ୍ତୁ କଳା ରାଶି ଧଳା ରାଶି ନୁହଁ l
👉 ରାଶି ଲଡ଼ୁ ଖାଇଲେ ଖରାପ କଲେଷ୍ଟ୍ରଲ ବା ଚର୍ବି କମେ l ମୋଟା ବ୍ୟକ୍ତି ଖାଇବା ପରେ ନିଶ୍ଚିତ 10-15 ରାଶି ଚୋବେଇ ଚୋବେଇ ଖାଇବା ଉଚିତ l
👉 ରାଶି ମଞ୍ଜି ବୀର୍ଯ୍ୟ ବଢାଏ ତେଣୁ ନପୁଂସକତା ଦୂର କରେ l ପ୍ରତିଦିନ ରାଶି ଲଡ଼ୁ ଖାଉଥିବା ବ୍ୟକ୍ତିର ଶୂକ୍ରାଣୁ ମଜବୁତ ଥାଏ l
👉 ବୁଦ୍ଧି ବଢାଏ ରାଶି ଲଡ଼ୁ l ସେଥିପାଇଁ ବୋଧେ ଗଣେଶ ଭଗବାନଙ୍କୁ ଅତି ପ୍ରିୟ l
👉 ଓଜନ କମ ଥିଲେ ମଧ୍ୟ ରାଶି ଲଡ଼ୁ ଖାଇବା ଉଚିତ l ଏଥିରେ ବହୁତ ଫୋସ୍ଫୋରସ ଥାଏ ଯାହାକି ହାଡ଼କୁ ମଜବୁତ କରେ l
👉 ରକ୍ତ ସଫା କରେ ଏବଂ ଚର୍ମକୁ ଚିକ୍କଣ କରେ l
👉 ଯଦି ଗଳା, ନାକ ଏବଂ ଫୁସଫୁସ ସଂକ୍ରମଣ ଅଛି ଏହା ଠିକ କରିବାରେ ସାହାଯ୍ୟ କରେ l କଫ ରୋଗୀ ନିଶ୍ଚିତ ବ୍ୟବହାର କରନ୍ତୁ l
👉 ରୋଗ ପ୍ରତିରୋଧ ଶକ୍ତି ବଢାଏ l ଥଣ୍ଡା, ସର୍ଦିରୁ ରକ୍ଷା କରେ l
👉 କେଶକୁ ସୁସ୍ଥ ରଖେ ଏବଂ ଘଞ୍ଚ କଳା ପ୍ରଦାନ କରେ l
ତେବେ ଏଥିଲା ଆଜିର ଆଈମା ସ୍ୱାସ୍ଥ୍ୟ କଥା ଏହି ସ୍ୱାସ୍ଥ୍ୟ କଥା ଆଈମା ଆଜି ପ୍ରଦାନ କଲା ତେଣୁ ସମସ୍ତ ଓଡ଼ିଆ ଘରେ ପହଞ୍ଚିବ କେମିତି ଆମେ ଚେଷ୍ଟା କଲୁ ଆମର ଆଶା ଆଜି ଦିନଟିକୁ ଖୁବ ଖୁସି ର ସହିତ ପାଳନ କରନ୍ତୁ ଆଖୁ ରସ ବା ରାଶି ଲଡ଼ୁ ଖାଇବା ସହିତ ମକର ଚାଉଳ ନିଶ୍ଚିତ ଖାଆନ୍ତୁ l ଆମର ସମ୍ପର୍କ ଆପଣଙ୍କ ସହିତ ଆହୁରି ଦୃଢ଼ୀଭୁତ ହେବ ଏଇଟା ହିଁ ସୂର୍ଯ୍ୟ ଭଗବାନଙ୍କୁ ଠାରେ ପ୍ରାର୍ଥନା 🙏
ମୋ ଆଈମା ସ୍ୱାସ୍ଥ୍ୟ କଥା - 62 ଆୟୁର୍ବେଦିକ ଗର୍ଭସଂସ୍କାର ଉପରେ...
.

Comments
Post a Comment