ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 097* _(ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)_


ଆମ ଶରୀରରେ 13 ପ୍ରକାରର ବେଗ ରହିଛି ଯାହା ଫଳରେ ଆମ ଶରୀର ପଞ୍ଚମହାଭୂତକୁ ଧାରଣ କରି ଆମକୁ ବଞ୍ଚାଇ ରଖିଛି l ଏହି 15 ଗୋଟି ବେଗ ହେଲେ - ହସିବା, କାନ୍ଦିବା, ହାଇ ମାରିବା, ଛିଙ୍କିବା, କାଶିବା, ଝାଡ଼ା, ପରିସ୍ରା, କ୍ଲାନ୍ତ ଜନିତ ଶ୍ୱାସ, ବାନ୍ତି, ଭୋକ, ଶୋଷ, ହାକୁଟି ଆସିବା, ନିଦ ର ବେଗ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ କେତେ ଗୁଡ଼ାଏ ଜରୁରୀ ବେଗ ଏବଂ ତାକୁ ବଳପୂର୍ବକ ରୋକିଲେ କଣ ଅସୁବିଧା ହୁଏ ଜାଣିବା l


*କ୍ଷୁଧାରୋଧ ଜନିତ ରୋଗ :*


ଭୋକ ରୋକିଲେ, ଭୋକ ଲାଗୁଥିଲେ ବି ନ ଖାଇଲେ ସ୍ୱାସ୍ଥ୍ୟ ଭଗ୍ନ ହୁଏ ଅର୍ଥାତ୍ ଶକ୍ତି ହ୍ରାସ ହୁଏ, ମନୋଦଶା ସୁସ୍ଥ ଓ ସବଳ ନ ରହି ଅରୁଚି, ଗ୍ଳାନି ଆଉ ଦୁର୍ବଳତା ଆସେ । ପେଟମରା, ପେଟପୀଡ଼ା ହୁଏ, ମୁଣ୍ଡ ଘୂରାଏ।


ପେଟ ପୀଡ଼ା ହେଲେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଏହା ଅଜୀର୍ୟ ଜନିତ ନୁହେଁ ତ ? ଅଜୀର୍ଣ୍ଣ କାରଣରୁ ପୀଡ଼ା ହେଉଥିଲେ ତାକୁ ଭୋକ ଜନିତ ପୀଡ଼ା ମନେକରି ଅଧିକ ଭୋଜନ କଲେ ପରିସ୍ଥିତି ଖରାପ ହୋଇଯାଏ ।


*ଶୋଷ ରୋଧରୁ ହେଉଥିବା ରୋଗ :*


👉 ଶୋଷ ରୋକିବା ଦ୍ଵାରା ମୁହଁ ଶୁଖୁ, ଶରୀର ଶିଥୁଳ, କାର୍ଯ୍ୟ କରିବା ପାଇଁ ଶାରୀରିକ ଅକ୍ଷମତା, ବଧୂରତା, ମୋହ, ଭ୍ରମ, ମୁଣ୍ଡ ଘୁରାଇବା, ଅନ୍ଧାରୁଆ (ଝାପ୍‌ସା) ଦେଖାଯିବା ଇତ୍ୟାଦି ରୋଗ ହୋଇପାରେ । ଶରୀରରେ ଧାତୁର ସ୍ୱଳ୍ପତାକାରଣରୁ ହୃଦୟ ବିକୃତ ମଧ୍ୟ ହୋଇପାରେ ।


*କାଶ ରୋକିବା କାରଣରୁ ହେଉଥିବା ରୋଗ :*


👉 କାଶ ରୋକିଲେ କାଶ ବୃଦ୍ଧି ପାଏ । ଶ୍ଵାସ (ଦମା), ଅରୁଚି, ହୃଦୟରୋଗ,କ୍ଷୟ, ହିକ୍‌କା ପରି ଶ୍ଵାସ ନଳୀ ଏବଂ ଫୁସ୍‌ଫୁସ୍ ରୋଗ ହୋଇପାରେ ।


*କ୍ଲାନ୍ତଜନିତ ଧଇଁସଇଁ ଶ୍ଵାସ ରୋଧ ଜନିତ ରୋଗ:*


👉 ଚାଲିଲେ, ଦୌଡ଼ିଲେ, ବ୍ୟାୟାମ କଲାବେଳେ ଧଇଁସଇଁ ହୋଇ ସୃଷ୍ଟି ହେଉଥିବା ଅଧ୍ବକ ନିଃଶ୍ବାସକୁ ରୋକିଲେ ଗଳା, ଅନ୍ତ୍ର ଏବଂ ହୃଦୟ ରୋଗ, ଉଦ୍‌ବେଗ ପ୍ରକାଶ ପାଇଥାଏ ।


*ଛିଙ୍କ ରୋକିବା କାରଣରୁ ହେଉଥିବା ରୋଗ :*


👉 ଛିଙ୍କ ରୋକିଲେ ମୁଣ୍ଡବ୍ୟଥା ହୁଏ, ଇନ୍ଦ୍ରିୟ ଦୁର୍ବଳ ହୁଅନ୍ତି ଏବଂ ବେକ ବଙ୍କା ହୋଇଯାଏ । ମୁହଁ ମୋଡ଼ା ବାତ(ଅର୍ଦିତ) ରୋଗ ଅର୍ଥାତ୍ ମୁହଁର ପକ୍ଷାଘାତ ରୋଗ (Facial Paralysis) ହେବାର ସମ୍ଭାବନା ରହେ ।


*ନିଦ ର ବେଗକୁ ରୋକିଲେ କଣ ଅସୁବିଧା ହୁଏ?*


👉 ନିଦ ଏକ ଔଷଧ ଯେତେବେଳେ ରାତ୍ରିରେ ଏକ ଘଣ୍ଟା ଶୋଇବା ଯାହା ଦିନରେ 4 ଘଣ୍ଟା ଶୋଇବା ଦରକାର l ତେଣୁ ରାତ୍ରି ସମୟରେ ଯଦି ନିଦ ଆସେ ତାକୁ ରୋକିବା ଅନେକ ସମସ୍ୟା ଯେମିତିକି ବାତ ରୋଗ, ମାନସିକ ରୋଗ, କେଶ ସମସ୍ୟା, ଆଖି ସମସ୍ୟା ଓ କବଜ ଇତ୍ୟାଦି ରୋଗ ଶରୀରକୁ ଆସିଥାଏ l



ମୋ ଆଈମା ସ୍ୱାସ୍ଥ୍ୟ କଥା- 098  ଯାନବାହାନ ଚଲେଇବା ଦ୍ୱାରା ଆମର କଣ କ୍ଷତି ହେଉଛି?


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…