ମୋ ଆଈମା ସ୍ୱାସ୍ଥ୍ୟ କଥା- 098 ଯାନବାହାନ ଚଲେଇବା ଦ୍ୱାରା ଆମର କଣ କ୍ଷତି ହେଉଛି?

 *ମୋ ଆଈମା ସ୍ୱାସ୍ଥ୍ୟ କଥା- 098*

_ଯାନବାହାନ ଚଲେଇବା ଦ୍ୱାରା ଆମର କଣ କ୍ଷତି ହେଉଛି?_


ବିଜ୍ଞାନ ଶବ୍ଦର ଅର୍ଥ ହେଲା ବିଶେଷ ଜ୍ଞାନ କିନ୍ତୁ ବର୍ତ୍ତମାନ ବିଜ୍ଞାନ ଶବ୍ଦର ଅର୍ଥ ବଦଳି ଯାଇ ବିନାଶର ଜ୍ଞାନକୁ ହିଁ ବୁଝେଇଲା ପରି ଜଣା ପଡୁଛୁ l ଆମେ ଭାବୁଛୁ କି ଆମେ ବହୁତ ବଡ଼ ଉନ୍ନତି କରିପକେଇଲେ ବିଜ୍ଞାନ ଦ୍ୱାରା କିନ୍ତୁ ପ୍ରକୃତ ସତ୍ୟ ଏହା ନୁହଁ l ଆଜିର ଆଈମା ସ୍ୱାସ୍ଥ୍ୟ କଥା ଅନେକ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଜ୍ଞାନ ଚକ୍ଷୁ ଖୋଲିବାରେ ସହାୟକ ହେବ l


ଆରମ୍ଭ କରିବା ସାଇକେଲ ରୁ... ସାଇକେଲ ଚଳେଇଲେ ଆମେ ଭାବୁ କି ଆମର ବ୍ୟାୟାମ ହେଉଛି ଆମର ଚର୍ବି ମଧ୍ୟ କମ ହେଉଛି କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି l ଏହା ଆମର ଅଣ୍ଡକୋଷ ଉପରେ ଅନେକ ସମୟରେ ଖରାପ ପ୍ରଭାବ ପକାଇଥାଏ l ଆମର ଅଣ୍ଡକୋଷ ଯାହାକି ପ୍ରାକୃତିକ ଭାବେ ଝୁଲି କି ରହିଥାଏ ଆମେ ସାଇକେଲର ପେଡାଲ ମାଡିଲେ ଅଣ୍ଡକୋଷର ବ୍ୟାୟାମ ହେଇଥାଏ l ଯାହାକି ଠିକ ନୁହେଁ l ଅଣ୍ଡକୋଷ ସ୍ଥିର ରହିଲେ ଭଲ ତାହା ହଲଚଲ ହେବା ଅନୁଚିତ l ସ୍ତ୍ରୀ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ମାସିକ ଧର୍ମ ସମୟରେ ସାଇକେଲ ଚଲେଇଲେ ତାଙ୍କୁ ଅଧିକ କଷ୍ଟ ଅନୁଭବ ହୋଇଥାଏ l ସାଇକେଲ ଚଲେଇବା ଦ୍ୱାରା ଅଧିକ ରକ୍ତସ୍ରାବ ହେବାର ସମ୍ଭାବନା ବଢିଯାଏ l ଆଈମା ସାଇକେଲ ବ୍ୟବହାର ଉପରେ ମନା କରୁନାହାନ୍ତି କିନ୍ତୁ ଆଧୁନିକ ମୋଡେଲର ସାଇକେଲ ବ୍ୟବହାର ଉପରେ ଚିନ୍ତାପ୍ରକଟ କରିଛନ୍ତି l ସାଇକେଲର ସିଟ ଯେତିକି ଚଉଡା ହେବ ସେତିକି ସ୍ୱାସ୍ଥ୍ୟ ପାଇଁ ଠିକ ରହିବ l ସାଇକେଲ ଚଲେଇବା ବେଳେ ଆପଣ ସବୁବେଳେ ଖାଲି ପେଟରେ ହିଁ ଚଲେଇବେ l ଖାଦ୍ୟ ପେଟରେ ଥାଇ ବା ପେଟେ ଖାଇ ସାଇକେଲ ଚଲେଇଲେ ନିଶ୍ଚିତ ଉକ୍ତ ବ୍ୟକ୍ତିଙ୍କୁ ଗ୍ୟାସ ଓ ଏସିଡିଟି ର ସମସ୍ୟା ଆସିବ l


👉 ମଟରସାଇକେଲ ଚଲେଇବା ଦ୍ୱାରା ଆମକୁ ଅନେକ ସ୍ୱାସ୍ଥ୍ୟ ହାନୀ ହେଉଛି l ମଟରସାଇକେଲ ର ଗତି ଯେତିକି ରହିବ ସେତିକି ଗତିରେ ଆମ ନାକ, ଆଖି ଓ କାନ ବାଟେ ଅଶୁଦ୍ଧ ବାୟୁ ଆମ ଶରୀରରେ ପ୍ରବେଶ କରିବ l ଆଜିକାଲି ଯେତେ ସବୁ ଚର୍ମ ରୋଗ, ମୁଖ ବ୍ରଣ ସମସ୍ୟା ବା ଆଲର୍ଜି ରହୁଛି ମଟରସାଇକେଲ ହେଉଛି ଏକ ବଡ଼ କାରଣ l 2-3 ଘଣ୍ଟା ମଟରସାଇକେଲରେ ଯାତ୍ରା କଲେ ଆମର ଶାରୀରିକ ବଳରେ ଅଦ୍ଭୁତ ପରିମାଣରେ କମି ପରିଲକ୍ଷିତ ହୋଇଥାଏ l ଆମର ରୋଗ ପ୍ରତିରୋଧ ଶକ୍ତି କମିଯାଏ ଏବଂ ଶରୀରରେ ବାତ ଅଂଶ ଶୀଘ୍ର ବଢିଯାଏ l ଏହାର ସମାଧାନ ହିସାବରେ ଆଈମା କହନ୍ତି ଆମକୁ ସବୁବେଳେ 30-40 km ପ୍ରତି ଘଣ୍ଟାରେ ଗାଡି ଚଲେଇବା ଉଚିତ l


👉 ହେଲମେଟ ଯେତିକି ଆମକୁ ସୁରକ୍ଷା ଦିଏ ସେତିକି କ୍ଷତି ମଧ୍ୟ କରେ l ହେଲମେଟ ଯେଉଁ ପଦାର୍ଥରେ ତିଆରି ତାହା ଆମ କେଶ ର ସ୍ପର୍ଶରେ ଆସିଲେ କେଶର ମୂଳକୁ ଦୁର୍ବଳ କରିଦିଏ l କମ ବୟସରେ କେଶ ଝଡ଼ିବା ଏବଂ ପାଚିବା ପଛରେ ହେଲମେଟ ଏକ ମୁଖ୍ୟ କାରଣ ଅଟେ l ତେବେ ହେଲମେଟ ତ ଆମର ସୁରକ୍ଷା କବଚ ଅଟେ ତାକୁ ତ ନିହାତି ବ୍ୟବହାର କରିବା ଉଚିତ ତେଣୁ ଆଈମା କହନ୍ତି ଯେତେବେଳେ ଆପଣ ହେଲମେଟ ବ୍ୟବହାର କରିବେ ଆପଣଙ୍କ ମୁଣ୍ଡର କେଶ ଓଦା ନଥିବ ଏବଂ ତେଲିଆ ହେଇନଥିବ l ଯଦି ତେଲ ବ୍ୟବହାର କରିବାକୁ ପଡ଼େ ତେବେ ଏକ ସଫା କଟନ କପଡାରେ ମୁଣ୍ଡକୁ ବାନ୍ଧି ତାପରେ ହେଲମେଟ ପିନ୍ଧିବେ l ହେଲମେଟକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖୁଥିବେ l ବେଶୀ ସମୟ ଧରି ମଟରସାଇକେଲ ନ ଚଳାଇବା ଭଲ ଯଦି ସମ୍ଭବ ହୁଏ ବିଶ୍ରାମ ନେଇ ନେଇ ଦୂରିଆ ଯାତ୍ରା କରିବେ l


👉 ରାସ୍ତାରେ ଥିବା ହମ୍ସ ମଧ୍ୟ ମଣିଷର ଜୀବନ ପାଇଁ ବହୁତ ଖତରନାଖ ଅଟେ l ଦ୍ରୁତ ଗତିକି ଚେକ କରିବା ପାଇଁ ହମ୍ସ ତିଆରି ହୋଇଥାଏ l ତେଣୁ ଗାଡି ଚାଲକ ଯେତେବେଳେ ହମ୍ସକୁ ଅତିକ୍ରମ କରିବାକୁ ଚାହେଁ ତାର ବେଗକୁ ସେ ଧିରେ କରେ l ଗାଡି ଧିରେ ଚଲେଇବେ ଭଲ ଅଟେ କିନ୍ତୁ ଗାଡି ଚାଲକ ହଠାତ ଅଧିକ ବେଗରୁ ନିମ୍ନ ବେଗକୁ ଆସିଲା ବେଳେ ତାଙ୍କ ଶରୀରରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼େ l ଶୀଘ୍ର ବାତ ବଢିଯାଏ l ହମ୍ସ ତରଙ୍ଗ ଭଳିଆ ହେଇଥାଏ ଏବଂ ଗାଡିର ଚକା ଯେତେବେଳେ ଅତିକ୍ରମ କରେ ଆମ ଶରୀରର ହୃତପିଣ୍ଡ ଉପରେ ଏକ ପ୍ରେସର ସୃଷ୍ଟି ହୁଏ l ଏହାର ସମାଧାନ ପାଇଁ ଗାଡି ଚାଳକ ବହୁତ ସତର୍କତାର ସହ ଗାଡି ଚଲେଇବା ଉଚିତ l ପ୍ରଥମତଃ ଅଧିକ ବେଗରେ ଗାଡି ଚଲେଇବେ ନାହିଁ ଯେତେବେଳେ କୌଣସି ହମ୍ସ ଆସିବାର ଥିବ ବହୁତ ଦୂରରୁ ହିଁ ଗାଡିର ବେଗକୁ ଆସ୍ତେ ଆସ୍ତେ ଆଣି ଏକଦମ ଧିରେ ହମ୍ସକୁ ଅତିକ୍ରମ କରିବା ଉଚିତ l






ମୋ ଆଈମା ସ୍ୱାସ୍ଥ୍ୟ କଥା - 114 (a) ପ୍ରତିରୋଧ ଶକ୍ତି





Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)