ମୋ ଆଈମା ସ୍ୱାସ୍ଥ୍ୟ କଥା - 114 (a) ପ୍ରତିରୋଧ ଶକ୍ତି

ସ୍ୱାସ୍ଥ୍ୟ କଥା - 114 (a)  ପ୍ରତିରୋଧ ଶକ୍ତି

ଏହି ପୃଥିବୀରେ ପ୍ରତ୍ୟେକ ଜୀବ ସମୟ ଦ୍ୱାରା ପରିଚାଳିତ l ସମୟ ହିଁ ବଳବାନ ଆଉ ଅନ୍ୟ କେହି ନୁହଁ ଏଠି l ସମୟ ଶରୀରକୁ ଶିଶୁ ରୂପେ ଆଣିଥାଏ ଓ ବୃଦ୍ଧ କରି ପୃଥିବୀରୁ ନେଇଯାଏ l ଏହି ଶିଶୁରୁ ବୃଦ୍ଧ ଭିତରେ ଜୀବର ସୃଷ୍ଟି, ବିକାଶ ଓ ବିନାଶର କାର୍ଯ୍ୟ ସବୁ ସମୟରେ ଚାଲିରହୁଥାଏ l ଜୀବର ଶରୀର ସବୁବେଳେ ପ୍ରକୃତି ସହିତ ମିଶି ରହିବାକୁ ଚାହେଁ ସେଥିପାଇଁ ସେ ପ୍ରକୃତି ଅନୁକୂଳ ପରିବେଶ ନିଜ ପାଇଁ ସବୁବେଳେ ସୃଷ୍ଟି କରୁଥାଏ l ଆପଣମାନେ ଜାଣନ୍ତି ଶୀତ ଅଧିକ ହେଲେ ଆମ ଶରୀର ତାର ଉଚିତ ମୁକାବିଲା ସ୍ୱରୂପ ରକ୍ତକୁ ଗରମ କରି ରଖେ, ଶରୀରରେ ପିତ୍ତକୁ ବଢ଼େଇଦିଏ l ଶୀତ ଦିନରେ ପାଟି ବାଟେ ଧୂଆଁ ଭଳି ଯେଉଁ ବାମ୍ଫ ବାହାରେ ଏଇଟା ସେଇ ପ୍ରତିରୋଧ ଶକ୍ତି l ଠିକ ସେଇ ଭଳି ଖରା ଦିନେ ଖୁବ ଝାଳ ବାହାର କରି ଆମ ଶରୀର ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏଇଟା ମଧ୍ୟ ଗୋଟିଏ ଆମର ପ୍ରତିରୋଧ ଶକ୍ତି l ବାହାର ଭୂତାଣୁ ବା ଜୀବାଣୁ ଶରୀରରେ ପ୍ରବେଶ କଲେ ଶରୀର ପ୍ରଥମେ ଆକାଶ ତତ୍ତ୍ୱର ବ୍ୟବହାର କରି ଜୀବାଣୁକୁ ଘଉଡ଼ାଇ ଦିଏ l ଏହି ଆକାଶ ତତ୍ତ୍ୱ ହେଉଛି ଆଭା ମଣ୍ଡଳ ବା ଓରା l ଯାହାର ଯେତିକି ଶକ୍ତିଶାଳୀ ଆଭାମଣ୍ଡଳ ସିଏ ସେତିକ ନିରୋଗୀ ଓ ଶକ୍ତିଶାଳୀ ଥାଏ l ଋଷି ମୁନି ବା ପୂଜା ଧ୍ୟାନ, ଉପବାସ ବ୍ରତ କରୁଥିବା ଲୋକର ଆଭା ମଣ୍ଡଳ ଅଧିକ ଶକ୍ତିଶାଳୀ ଥାଏ l ଯଦି କୌଣସି ଲୋକର ଆଭା ମଣ୍ଡଳ ଦୁର୍ବଳ ଥାଏ ତାହେଲେ ବ୍ୟକ୍ତିର ବାୟୁ ତତ୍ତ୍ୱ ଆସି ବ୍ୟକ୍ତିକୁ ସୁରକ୍ଷା ଦେଇଥାଏ l ପ୍ରାଣବାୟୁ ବା ଅମ୍ଳଜାନ ଯେଉଁଠି ଅଧିକ ଥାଏ ସେଇଠି ଜୀବାଣୁ ଭୁତାଣୁ ଆସିବା ପାଇଁ ଡରନ୍ତି l ତେଣୁ ଯାହାର ପାଖରେ ପ୍ରାଣବାୟୁ ବା ଅମ୍ଳଜାନ ଠିକ ଥାଏ ତାକୁ ରୋଗ ଆସିବା ସମ୍ଭାବନା ନଥାଏ l ଏବେ ଯଦି କାହାର ପ୍ରାଣଶକ୍ତି କମ ରହିଥାଏ ସେତେବେଳେ ବ୍ୟକ୍ତିର ସୁରକ୍ଷା ପାଇଁ ପୃଥିବୀ ତତ୍ତ୍ୱ ସାମ୍ନାକୁ ଆସିଥାଏ l ପର୍ବତ ଭଳିଆ ଓଜନିଆ ଆଉ ବଳୁଆ ରୂପ ନେଇ ଢାଳ ରୂପେ କାମ କରେ l ବ୍ୟକ୍ତିର ବାହାର ଓ ଭିତର ଚର୍ମ ତାକୁ ସୁରକ୍ଷା ଦିଏ l ଯଦି କିଛି ଜୀବାଣୁ ବା ଭୂତାଣୁ ତଥାପି କୋଉ ବାଟରେ ପଶି ଭିତରକୁ ଆସନ୍ତି ତାହେଲେ ଶରୀରରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ l ଆଜ୍ଞା ହଁ ଅଗ୍ନି,  ଜଳ ଓ ପୃଥିବୀ ତତ୍ତ୍ୱକୁ ନେଇ ରୋଷେଇ କରେ ଆଉ ତିଆରି କରେ ଜୀବାଣୁ ମାରିବା ଔଷଧ l ଆପଣ ଅନୁମାନ କରିଥିବେ ଜ୍ୱର ଆସିଲେ ଆପଣଙ୍କ ପାଟି ପିତା ପିତା ଲାଗେ ଏହି ଔଷଧ ଶରୀରର ପେଟରୁ ତିଆରି ହୋଇଥାଏ l ଏଥିରେ ଯକୃତ ପ୍ରମୁଖ ଭୂମିକା ନେଇଥାଏ l ଏହି ସମୟରେ ରକ୍ତରେ ଶ୍ୱେତ ରକ୍ତ କଣିକା ସଂଖ୍ୟା ତୀବ୍ରତର ରୂପେ ବୃଦ୍ଧି ପାଏ l ଏମାନେ ଜୀବାଣୁ ବା ଭୂତାଣୁମାନଙ୍କୁ ମାରିଦିଅନ୍ତି l ଆଉ ଅଗ୍ନିର ପ୍ରକୋପ ଯୋଗୁଁ ଶରୀରର ତାପମାତ୍ରା ସ୍ୱାଭାବିକ ତାପମାତ୍ରାରୁ ଅଧିକ ରହେ ଯେପରିକି ଜୀବାଣୁ ବା ଭୁତାଣୁ ମରିଯିବେ ବା ଶରୀର ଛାଡ଼ିବା ପାଇଁ ବାଧ୍ୟ ହେବେ l ନାକ ଓ ମଳରେ ଯେଉଁ ସିଂଘାଣି ବାହାରେ ତାହା ଜଳ ଓ ପୃଥିବୀ ତତ୍ତ୍ୱରେ ତିଆରି l ଜୀବାଣୁ ବା ଭୂତାଣୁ ମାରିବା ପାଇଁ ସିଂଘାଣି ଖୁବ କାମ ଦିଏ l ଆପଣଙ୍କ ନାଳ ଝାଡା ମଧ୍ୟ ଜୀବାଣୁ ମାନଙ୍କ ଯୋଗୁଁ ହୋଇଥାଏ ଆଉ ଏହି ସିଂଘାଣି ଜୀବାଣୁ ପେଟରେ ଅଧିକ ହେଲେ ଅଧିକ ତିଆରି ହୁଏ l ପାଟିରେ ଥିବା ଲାଳ ମଧ୍ୟ ଆମ ପ୍ରତିରୋଧ ଶକ୍ତିର ଏକ ବଡ଼ ଅଂଶ l ଖାଦ୍ୟରେ ଥିବା ସମସ୍ତ ଭୂତାଣୁ ଓ ଜୀବାଣୁମାନଙ୍କୁ ଏହା ମାରିପକାଏ l ତେଣୁ ସବୁବେଳେ ଧୀରେ ଧୀରେ ଆଉ ଚୋବେଇ ଚୋବେଇ ଖାଇବା ଉଚିତ l ଏହା ସହିତ ଆମର ଯେଉଁ 16 ଗୋଟି ପ୍ରାକୃତିକ ବେଗ ରହିଛି ଯେପରିକି ଭୋକ, ଶୋଷ, ନିଦ, ଝାଡା ଓ ପରିସ୍ରା ଲାଗିବା, ହାକୁଟି ଆସିବା, ଛିଙ୍କ, କାଶ, ହାଇ ମାରିବା, ଶ୍ରମ ଜନିତ ଶ୍ୱାସ, ବୀର୍ଯ୍ୟ, ଆଖି ପତା ମିଟି ମିଟି କରିବା, ହସିବା, କାନ୍ଦିବା, ବାନ୍ତି, ବାୟୁ କରିବା ଇତ୍ୟାଦିକୁ କେବେବି ଜୋର ଜବରଦସ୍ତ ବନ୍ଦ କରିବେନି l ଏହି ବେଗ ସବୁ ଶରୀରର ପ୍ରାକୃତିକ ସୁରକ୍ଷା କବଚ l






ମୋ ଆଈମା ସ୍ୱାସ୍ଥ୍ୟ କଥା - 114 (b)  ଆମ ଶରୀରରେ ପ୍ରତିରୋଧ ଶକ୍ତି ଦୁର୍ବଳ ହୋଇପଡେ








.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)