ମୋ ଆଈମା ସ୍ୱାସ୍ଥ୍ୟ କଥା - 114 (b) ଆମ ଶରୀରରେ ପ୍ରତିରୋଧ ଶକ୍ତି ଦୁର୍ବଳ ହୋଇପଡେ

ସ୍ୱାସ୍ଥ୍ୟ କଥା - 114 (b)

ସ୍ୱାସ୍ଥ୍ୟ କଥା - 114 (a) ଆମେ ଜାଣିଲେ ପ୍ରତିରୋଧ ଶକ୍ତି କଣ, କେମିତି ଶରୀରରେ କାର୍ଯ୍ୟ କରେ??? ଏହାକୁ ନିଶ୍ଚିତ ପ୍ରଥମେ ପଢ଼ିବେ ନହେଲେ ଆଜିର ସ୍ୱାସ୍ଥ୍ୟ କଥା ବୁଝିପାରିବା ଆପଣଙ୍କ ପାଇଁ ଟିକେ କଷ୍ଟ ହୋଇପାରେ l ଆମ ଶରୀରର ସମସ୍ତ ପଞ୍ଚମହାଭୁତ(ଆକାଶ, ବାୟୁ, ପୃଥିବୀ, ଜଳ ଓ ଅଗ୍ନି) ପ୍ରକୃତିର ଅଦ୍ଵିତୀୟ ବିଶେଷ ଶକ୍ତି ଅଟେ l ଏହି ସବୁ ଶକ୍ତି ହିଁ ଆମର ପ୍ରତିରୋଧ ଶକ୍ତିକୁ ବଢାଏ ବା କମାଇଦିଏ l ଏବେ ଜାଣିବା କଣ ପାଇଁ ଆମ ଶରୀରରେ ପ୍ରତିରୋଧ ଶକ୍ତି ଦୁର୍ବଳ ହୋଇପଡେ?? 

ଆମେ ଯେଉଁସବୁ ଖାଦ୍ୟ ଖାଉ ତାହା ପ୍ରାକୃତିକ ହୋଇପାରେ ବା ମଣିଷ କୃତ ହୋଇପାରେ l ପ୍ରାକୃତିକ ଖାଦ୍ୟରେ ସମସ୍ତ  ପଞ୍ଚପ୍ରାଣ ବା ପଞ୍ଚମହାଭୁତ ସ୍ୱାସ୍ଥ୍ୟ ଅନୁକୂଳ ଅନୁପାତରେ ରହିଥାଏ l ତେଣୁ ଜୀବ ଯେତେବେଳେ ତାକୁ ଖାଇଥାଏ ତାହା ଜୀବର ପଞ୍ଚମହାଭୁତକୁ ପରିପୁଷ୍ଟ କରିଥାଏ l ଏହା ସମ୍ପୂର୍ଣ ବୈଜ୍ଞାନିକ ଅନୁପାତରେ ଥାଏ l ଶରୀରକୁ ଯେତିକି ପଞ୍ଚପ୍ରାଣ ଦରକାର ସେତିକି ହିଁ ରୁହେ ବାକି ସବୁ ନିର୍ବିଘ୍ନରେ ବିରୋଚନ କ୍ରିୟା ଦ୍ୱାରା ବାହାରିଯାଇଥାଏ l ପ୍ରକୃତି ତାର ସୃଷ୍ଟି କରିଥିବା ଜିନିଷକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ରୋଗ, ପୋକ, କବକ, ଜୀବାଣୁ ଓ ଭୂତାଣୁ ଆଦିର ସୃଷ୍ଟି କରିଥାଏ l କାହାର ସଂଖ୍ୟା ଯେପରି ଅଧିକ ନହୁଏ ବା ପ୍ରକୃତିକୁ ଯେପରି ସମସ୍ତେ ସମାନ ଭାବରେ ବ୍ୟବହାର କରି ଆନନ୍ଦରେ ରହି ପାରିବେ ସେଇ ସକାଶେ ପ୍ରକୃତିର ଏହା ଲୀଳା ମାତ୍ର l ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଫସଲରେ ଯେଉଁ ରୋଗ ପୋକ ଲାଗନ୍ତି ସେମାନେ ଅପ୍ରତକ୍ଷ୍ୟ ରୂପେ ସେଇ ଫସଲର ଦକ୍ଷତା ଓ ସହନଶୀଳତାକୁ ବଢ଼େଇ ଅଧିକ ଅମଳ କରାଇବା ପାଇଁ ସାହାଯ୍ୟ କରାଇଥାନ୍ତି l ମଣିଷ ଭାବେ କି ସେ ଫସଲର ସୁରକ୍ଷା କରୁଛି ଆଉ ଅଧିକ ଲୋଭ ଆଶାରେ ପ୍ରକୃତିର ପ୍ରକ୍ରିୟା ଉପରେ ଅକାରଣରେ ହସ୍ତକ୍ଷେପ କରି ନିଜ ପାଇଁ ତଥା ଅନ୍ୟ ସବୁ ଜୀବ ପାଇଁ ବିପତ୍ତିର କାରଣ ସାଜିଥାଏ l ମୁଁ ଏଠି ଫସଲ ଚାଷର ଉଦାହରଣ ଏଇଥିପାଇଁ ଦେଲି କାରଣ ଆଜି ଏସବୁ ପ୍ରାକୃତିକ ପ୍ରକ୍ରିୟା ବିଷୟରେ ବର୍ତ୍ତମାନ ଜାଣିବାର ସମୟ ଆସିଯାଇଛି l ରାସାୟନିକ ଜିନିଷ ବ୍ୟବହାର ଯୋଗୁଁ ଆଜି ସମସ୍ତଙ୍କ ପ୍ରତିରୋଧ ଶକ୍ତି କମି କମି ଯାଉଛି l ଏହି ରାସାୟନିକ ଜିନିଷ ଭିତରେ ମଣିଷ ତିଆରି ସୂତ୍ର ବା ଫର୍ମୁଲା ଥାଏ ଯାହାକି ପଞ୍ଚମହାଭୁତର ସଠିକ ମିଶ୍ରଣ ହୋଇନଥାଏ l ଆଜି ଆପଣମାନେ ଏଭଳି କିଛି  ଜିନିଷ ଏହି ପୋଷ୍ଟରୁ ଜାଣିବାକୁ ପାଇବେ ଯୋଉଟା ଆପଣଙ୍କ ଚିନ୍ତାଧାରାକୁ ସକାରାତ୍ମକ କରାଇବାରେ ସାହାଯ୍ୟ କରିବ  l ସବୁ ମଣିଷ ତିଆରି ଜିନିଷ ଆଦୌ ଖରାପ ନୁହଁ l ଗୁଡ଼ ମଧ୍ୟ ମଣିଷ କୃତ କିନ୍ତୁ ଏହା ଆଦୌ ଖରାପ ନୁହଁ କାରଣ ଏଥିରେ ବହୁତ କମ ପରିମାଣରେ ମଣିଷର ହସ୍ତକ୍ଷେପ ଥାଏ କିନ୍ତୁ ଚିନି ହେଉଛି ଏଭଳି ମଣିଷର ତିଆରି ଖାଦ୍ୟ ଯେଉଁଠି ମଣିଷର 99% ଭାଗ ହସ୍ତକ୍ଷେପ ଥାଏ l ଆପଣ ଜାଣନ୍ତୁ କି ଚିନିରେ କୌଣସି ପ୍ରୋଟିନ ନଥାଏ l ଏହା ଥରେ ଜୀବର ଶରୀର ମଧ୍ୟକୁ ପଶିଗଲେ ବହୁତ ଦିନ ପର୍ଯ୍ୟନ୍ତ ଶରୀର ଭିତରେ ପଡି ରହେ ଆଉ ଅଧିକ ସମୟ ନେଇଥାଏ ଶରୀରରୁ ବାହାରିବା ପାଇଁ l ବର୍ତ୍ତମାନ ବଜାରରେ ମିଳୁଥିବା ରିଫାଇଣ୍ଡ ତେଲ ମଧ୍ୟ ମଣିଷ କୃତ ଅଟେ ଏଥିରେ ମଣିଷ ରାସାୟନିକ ଜିନିଷର ପ୍ରୟୋଗ କରି ତେଲ ବାହାର କରି ତେଲର ପ୍ରାକୃତିକ ଧର୍ମକୁ ସମ୍ପୂର୍ଣ ନଷ୍ଟ କରି, ପ୍ଲାଷ୍ଟିକ ଓ ପଲିଥିନର ବିଷାକ୍ତ ପାତ୍ରରେ ଆମ ପାଖରେ ପହଂଚାଇଥାଏ l ଏଥିରେ କେବେ ପଞ୍ଚମହାଭୁତ ଠିକ ଅନୁପାତରେ ରହିପାରିବ କି ??  ଆପଣମାନେ କୁହନ୍ତୁ l ଜମା ନୁହଁ !!! ଆପଣମାନେ ସମସ୍ତେ ଜାଣନ୍ତି ଅମ୍ଳଜାନ ମାନେ ହେଲା ଅଗ୍ନିର ଆଉ ଗୋଟେ ନାମ l କାରଣ ଅମ୍ଳଜାନ ଯୋଗୁଁ ହିଁ ଗୋଟିଏ ଜିନିଷ ଜଳେ ଆଉ ପାଉଁଶ ହୁଏ l ଆମେ ସମସ୍ତେ ଏହା ଭାବିଥାଉ କି ଆମେ ମାଚିସ ମାରିଲେ ବା କୌଣସି ଜିନିଷକୁ ଜୋରରେ ଘଷିଲେ ଅଗ୍ନି ବାହାରେ କିନ୍ତୁ ଏହା ଅମ୍ଳଜାନ ବିନା କେବେବି ଜଳି ପାରିବ ନାହିଁ l ଚୂଲିରେ ରୋଷେଇ କଲେ ଖାଦ୍ୟ ଅଧିକ ସୁଆଦିଆ ହୋଇଥାଏ ଗ୍ୟାସ ଚୁଲା ଅପେକ୍ଷା ତାର କାରଣ ମଧ୍ୟ ଏହି ଅମ୍ଳଜାନ l ଚୁଲିର ଆକାର ବୈଜ୍ଞାନିକ ଅଟେ ଏହା ଖାଦ୍ୟକୁ ପ୍ରାଣବାନ କରାଇଥାଏ l ଯେହେତୁ ବାୟୁମଣ୍ଡଳରେ ଏହା ଉପସ୍ଥିତ ଥାଏ ତେଣୁ ଆମେ ରୋଷେଇ କଲାବେଳେ ଢାଙ୍କୁଣୀ ନଦେଇ କେମିତି ଅଧିକ ଅମ୍ଳଜାନ ଖାଦ୍ୟ ଭିତରକୁ ଆସି ଖାଦ୍ୟର ପ୍ରାଣକୁ ଉର୍ଜାବାନ କରେଇପାରିବ ସେଥି ପ୍ରତି ଧ୍ୟାନ ଦେବା ଉଚିତ l ପ୍ରେସର କୁକରରେ ରୋଷେଇ କଲେ 99% ଖାଦ୍ୟପ୍ରାଣ ନଷ୍ଟ ହୋଇଯାଏ କାରଣ ଅମ୍ଳଜାନ ଖାଦ୍ୟରେ ମିଶିବା ପାଇଁ ବାଟ ନଥାଏ ଆଉ ଅଧିକ ତାପ ସହ ପ୍ରେସର ସମସ୍ତ ପ୍ରୋଟିନ ଭିଟାମିନକୁ ନଷ୍ଟ କରିଦିଏ l ରୋଷେଇ ପାତ୍ର ମଧ୍ୟ ଠିକ ହେବା ଦରକାର l ଆମ ଶରୀରରେ ଥିବା ପୃଥିବୀ ତତ୍ତ୍ୱ ପାଇଁ ଯେଉଁ ଉପଦାନ ବେଶୀ ଜରୁରୀ ସେଇ ପାତ୍ରରେ ସବୁବେଳେ ରୋଷେଇ କରିବା ଉଚିତ l ବହୁତ ଲୋକେ ଆଲୁମିନିୟମ ପାତ୍ର ବ୍ୟବହାର କରନ୍ତି ତେଣୁ ଏହା ଦ୍ୱାରା ତାଙ୍କର ପ୍ରତିରୋଧ ଶକ୍ତି କମିଯାଏ l ଆଲୁମିନିୟମ ଆମ ଶରୀର ପାଇଁ ବହୁତ କମ ପରିମାଣରେ ଦରକାର ପଡିଥାଏ l ପ୍ରାକୃତିକ ଖାଦ୍ୟରୁ ଯେଉଁ ଆଲୁମିନିୟମ ଆସିଥାଏ ତାହା କୌଣସି କ୍ଷତି କରିନାହଁ କିନ୍ତୁ ମଣିଷ ତିଆରି ଆଲୁମିନିୟମ ଥରେ ଶରୀରରେ ପଶିଲେ ତାହା ଆମର କିଡ଼ନୀ ମଧ୍ୟ ଛାଣି ବାହାର କରିପାରେନାହିଁ l ଏହା ରକ୍ତରେ ଜମି ଜମି ଯାଏ ଆଉ ପୃଥିବୀ ତତ୍ତ୍ୱକୁ ଅନିୟନ୍ତ୍ରିତ କରି ଥଣ୍ଡା, କାଶ ଓ ଚର୍ମ ରୋଗ କରାଇଥାଏ l

ଯଦି ଆପଣ ସୂର୍ଯ୍ୟ କିରଣ ଠାରୁ ଦୁରେଇ ରହୁଛନ୍ତି ତାହେଲେ ମଧ୍ୟ ଆପଣଙ୍କ ପ୍ରତିରୋଧ ଶକ୍ତି କମିଯିବ l କାରଣ ସୂର୍ଯ୍ୟ ଶକ୍ତି ପ୍ରଭାବରେ ଆପଣଙ୍କ ଶରୀରରେ ଥିବା ଚର୍ବି ଦ୍ୱାରା ଭିଟାମିନ D ତିଆରି ହୁଏ l ଏହା ଆମ ହାଡ଼ ପାଇଁ ବହୁତ ବଡ଼ ଔଷଧ l

ପରସ୍ପର ବିରୋଧୀ ଖାଦ୍ୟ ସେବନ ଦ୍ୱାରା ପ୍ରତିରୋଧ ଶକ୍ତି କମିଯାଏ l ଦହି ସହିତ ବିରି, ଥଣ୍ଡା ସହିତ ଗରମ, ପନିର ସହିତ ମଟର ଚଣା, କ୍ଷୀର ସହିତ ଲୁଣ, ଘିଅ ଓ ମହୁ ସମ ଭାଗରେ ଖାଇବା ଇତ୍ୟାଦି ଇତ୍ୟାଦି... 

ପାଣି ପିଇବାର ଗୋଟିଏ ନିୟମ ରହିଛି l ପାଣିକୁ ସବୁବେଳେ ବସିକି ପିଇବେ ଆଉ ଧୀରେ ଧୀରେ ସମୟ ନେଇ ପିଇବା ଉଚିତ l ଗୋଟିଏ ଥରରେ 300 ml ରୁ ଅଧିକ ପାଣି ପିଇବା ଅନୁଚିତ l ଯଦି ଅଧିକ ଶୋଷ ହୁଏ ତାହେଲେ ଆପଣ 10-15 ମିନିଟ ପରେ ଆଉ ଥରେ ପିଇବେ l ବାହାର ଖରାରୁ ଆସି ତୁରନ୍ତ ପାଣି ପିଉଥିବା ଲୋକର ପ୍ରତିରୋଧ ଶକ୍ତି ସଙ୍ଗେ ସଙ୍ଗେ କମିଯାଏ l 15 ମିନିଟ ଝାଳ ମାରି ତାପରେ ପାଣି ପିଇବେ l

ଗାଧୋଇବା ଭୁଲ ଥିଲେ ପ୍ରତିରୋଧ ଶକ୍ତି କମେ l ଯଦି କାହାର ମଧୁମେହ ବା B.P ସମସ୍ୟା ରହିଛି ତାଙ୍କୁ କେବେବି ଛାତ ଉପରେ ଥିବା ଟାଙ୍କି ପାଣିରେ ଗାଧୋଇବା ଉଚିତ ନୁହେଁ l ଆପଣ ପୋଖରୀ, ନଦୀ, କୂଅ ବା ନଳକୂଅ ପାଣି ଗାଧାନ୍ତୁ ଯୋଉଟା ତାଜା ଥିବ ସବୁବେଳେ l ଗାଧେଇବାର ସମୟ ଭୁଲ ଥିଲେ ମଧ୍ୟ ଆପଣଙ୍କ ପ୍ରତିରୋଧ ଶକ୍ତି କମିଯିବ ସୂର୍ଯ୍ୟୋଦୟର ଏକ ଘଣ୍ଟା ଭିତରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ l ସନ୍ଧ୍ୟା ରେ ମଧ୍ୟ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ହିତକର ଯଦି ଆପଣ କରିପାରିଲେ l ଯଦି ମୁଣ୍ଡରେ ପାଣି ପ୍ରଥମେ ଢ଼ାଳି ଗାଧେଇବେ ତାହାଲେ ମଧ୍ୟ ପ୍ରତିରୋଧ ଶକ୍ତି କମିଯିବ l ପ୍ରଥମେ ଗୋଡ଼ ଭିଜିବ ତାପରେ ମୁଣ୍ଡ ଆଡକୁ ଆସିବେ l ଏହି ଭିତରେ ପାଟି ଭିତରେ ପେକ ପାଣି ଭର୍ତ୍ତି ଥିବ l ଏମିତି କଲେ ଠିକ l

ତେଲ ମାଖିବା କମ କଲେ ବା ଆଦୌ ନକଲେ ଆପଣଙ୍କ ପ୍ରତିରୋଧ ଶକ୍ତି ନିଶ୍ଚୟ କମିବ l ତେଲ ଦେହରେ ଲଗେଇବା ନିତାନ୍ତ ଦରକାର l ତେଲ ବାୟୁ ତତ୍ତ୍ୱ କୁ ନିୟନ୍ତ୍ରଣ କରେ l ଗାଧୋଇବା ସମୟ ପାଇଁ - ବାଳକ ଓ ବୃଦ୍ଧ 2 ଥର ( ଗାଧେଇବା ପୁର୍ବରୁ ଓ ପରେ ), ଯୁବକ ଯୁବତୀ ଦିନକ ଥରେ ବ୍ୟାୟାମ କରିସାରିଲା ପରେ ବା ଗାଧୋଇବା ପୂର୍ବରୁ l ରାତିରେ ପାଦରେ ନିଶ୍ଚୟ ଲଗେଇବା ଉଚିତ ଯଦି କଲେ ଆପଣଙ୍କ ଆୟୁଷ ଅକ୍ଷୁର୍ଣ ରହିଥାଏ l

ଅଳସୁଆ ହୋଇ ଶୋଇରହିଲେ, କମ ଚାଲିଲେ, ଶାରୀରିକ ଶ୍ରମ କମେଇଦେଲେ ପ୍ରତିରୋଧ ଶକ୍ତି ଓ ଆୟୁଷ କମିଯାଏ l ଗୋଟିଏ ବ୍ୟକ୍ତି ଗୋଟିଏ ଦିନରେ ଅତି କମ ରେ 3 କିଲୋମିଟର ଚାଲିବା ଉଚିତ l ଚାଲିବା ଟା ଯେତେ ଧୀର ରହିବ ସେତେ ଭଲ l ସକାଳେ ଦୌଡ଼ା ଦୌଡ଼ି କଲେ ପ୍ରତିରୋଧ ଶକ୍ତି କମିଯାଏ l ସନ୍ଧ୍ୟା ବା ଉପରବେଳାରେ ଦୌଡିବା ସ୍ୱାସ୍ଥ୍ୟ ପାଇଁ ଠିକ ହୋଇଥାଏ l କିଛି ସମୟ ଖାଲି ପାଦରେ ଭୂମିରେ ଚାଲିବା ଉଚିତ l ଏହା ଦ୍ୱାରା ଆମର ପୃଥିବୀ ତତ୍ତ୍ୱକୁ ବଳ ମିଳେ l

ରାନ୍ଧିବାର ପ୍ରକ୍ରିୟା ଭୁଲ ଥିଲେ ମଧ୍ୟ ପ୍ରତିରୋଧ ଶକ୍ତି କମିଯାଏ l ଆପଣ ଛୁଙ୍କ ବା ପରଝା କଲାବେଳେ ଟମାଟୋ ପକାନ୍ତି ଓ ମସଲା ମଧ୍ୟ ତେଲ ସାଙ୍ଗରେ ପକେଇ ତାକୁ ଫ୍ରାଏ କରନ୍ତି l ଏହା ଭୁଲ ଅଟେ l ତେଲ + ମସଲା ଯେତେବେଳେ ତାପ ମିଶିଲା ପରେ ରାସାୟନିକ କ୍ରିୟା କରନ୍ତି ସେତେବେଳେ ସେଥିରେ ମସାଲର ଔଷଧୀୟ ଗୁଣ ନଷ୍ଟ ହୋଇଯାଏ l ଏହା ଆମ ପ୍ରତିରୋଧ ଶକ୍ତିକୁ କମ କରିଦିଏ l

30 ଡିଗ୍ରୀରୁ କମ ତାପ ଥିବା ଖାଦ୍ୟ ମୁଖ୍ୟତଃ ଫ୍ରିଜ ପାଣି, ବାସି ଖାଦ୍ୟ ଆଦି ଖାଇଲେ ପ୍ରତିରୋଧ ଶକ୍ତି କମିଥାଏ l

ଯେଉଁମାନେ ଅଧିକ ମୋବାଇଲ ବା କମ୍ପୁଟର ବ୍ୟବହାର କରନ୍ତି ସେମାନେ ତାଙ୍କ ଆୟୁଷ କମ କରିଦିଅନ୍ତି l ମୋବାଇଲ ଯେତେ କମ ବ୍ୟବହାର କରିବେ ସେତିକି ଭଲରେ ରହିବେ l ମୋବାଇଲରେ ଗୋବରର ଲେପ ଦିଅନ୍ତୁ ଏହା ଆପଣଙ୍କୁ ସୁରକ୍ଷା ଦେବ l

ଯେଉଁ ଲୋକ ଯେତିକି ଈଶ୍ୱର ବିଶ୍ୱାସୀ ସେ ସେତିକି ଶକ୍ତିଶାଳୀ ଥାଏ l ତାହାର ପ୍ରତିରୋଧ ଶକ୍ତି ବଢ଼ିଥାଏ l ବୀର୍ଯ୍ୟର ସୁରକ୍ଷା କରୁଥିବା ବ୍ୟକ୍ତି ଅଧିକ ଆୟୁଷବାନ ହୋଇଥାଏ l ବ୍ରହ୍ମଚର୍ଯ୍ୟ ଯେତେ ସମ୍ଭବ ପାଳନ କରନ୍ତୁ l ଏହା ଦ୍ୱାରା ଆପଣଙ୍କ ସୌନ୍ଦର୍ଯ୍ୟ, ତେଜ, ବଳ ଓ ବାଳ ସୁରକ୍ଷିତ ରହି ଆପଣ ନିରୋଗୀ ହେଇପାରିବେ l

ଜ୍ୱର ହେଲେ ଓ ଗରିଷ୍ଟ ଖାଦ୍ୟ ଖାଇଲେ ନିଶ୍ଚୟ ଆପଣଙ୍କ ପ୍ରତିରୋଧ ଶକ୍ତି କମିଯିବ l ଜ୍ୱର ହେଲେ ତରଳ ଖାଦ୍ୟ ଖାଇବା ସହିତ ଉପବାସ କରିବାର ଵିଧି ରହିଛି ଆମ ଆୟୁର୍ବେଦରେ l

ଶୋଇବା ସମୟ ଠିକ ରଖନ୍ତୁ l ଆକାଶରେ ଚନ୍ଦ୍ରର ଆଲୋକ ଆସୁଥିବା ପର୍ଯ୍ୟନ୍ତ ଆମେ ଶୋଇବା ଉଚିତ l ସ୍ତ୍ରୀ ଲୋକଙ୍କୁ ଚନ୍ଦ୍ର ସହିତ ଚାଲିବା ଉଚିତ l ସନ୍ଧ୍ୟା 8 ଟାରୁ ସକାଳ 5ଟା ଭିତରେ ଶୋଇବା ଶରୀର ପାଇଁ ହିତକର ହୋଇଥାଏ l ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଚନ୍ଦ୍ର ଶକ୍ତି ଶରୀରକୁ ମିଳେ l ଆମର ପ୍ରତିରୋଧ ଶକ୍ତି ବଢ଼ିଥାଏ l

ଯେଉଁମାନେ ଶୀଘ୍ର ଖାଆନ୍ତି ସେମାନଙ୍କ ପ୍ରତିରୋଧ ଶକ୍ତି କମିଯାଏ l ଅତି କମରେ ଯାହାର ଦାନ୍ତ ଅଛି ସେ 20 ଥର ଚୋବେଇ ଚୋବେଇ ଖାଇବା ଉଚିତ l ଅତି ଧୀରେ ମଧ୍ୟ ଖାଇବା ଅନୁଚିତ l

ଅଧିକ ସ୍ପିଡ଼ ପଙ୍ଖା, କୁଳର, AC ଆଦି ପ୍ରତିରୋଧ ଶକ୍ତିକୁ କମେଇ ଦିଏ l ମଧୁମେହର ଗୋଟିଏ ପ୍ରମୁଖ କାରଣ l

ତିନୋଟି ଧଳା ବିଷ ରହିଛି - ଆୟୋଡିନ ଲୁଣ, ମଇଦା ଓ ଚିନି ଏହା ଧୀର ବିଷ ଅଟେ l ପ୍ରତିରୋଧ ଶକ୍ତିକୁ କମେଇଦିଏ l

ଆକ୍ବଗାର୍ଡ଼ ବା ଫିଲ୍ଟର ପାଣି ପ୍ରତିରୋଧ ଶକ୍ତିକୁ କମେଇଦିଏ l

ସବୁବେଳେ ଫୁଟା ପାଣି ମଧ୍ୟ ପିଇଲେ ପ୍ରତିରୋଧ ଶକ୍ତି କମିଯାଏ l

ପୋଷ୍ଟଟି ଅଧିକ ଲମ୍ବା ହେଉଛି ତେଣୁ ଆଉ ବେଶୀ ଲେଖିବାନି  l ଆଗାମୀ ଦିନରେ ଅନ୍ୟ ଏକ ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଆଣିବୁ କୋଉ ଫଳ କୋଉ ସମୟରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତି କରେ l କୋଉ ଖାଦ୍ୟ କୋଉ ଋତୁରେ ଖାଇବା ଅନୁଚିତ ଇତ୍ୟାଦି ଇତ୍ୟାଦି.... 

ଆଜି ଜନତା କର୍ଫ୍ୟୁ ପାଳନ ଅବସରେ ଏହି ପୋଷ୍ଟଟିକୁ ଓଡିଶାର ଅଗଣିତ ଲୋକଙ୍କ ହିତ ପାଇଁ ସମର୍ପଣ କରାଗଲା l





ମୋ ଆଈମା ସ୍ୱାସ୍ଥ୍ୟ କଥା - 114 (c) ପ୍ରତିରୋଧ ଶକ୍ତି ବଢାଇବା ପାଇଁ

https://aamaswasthya.blogspot.com/2020/07/114-c.html






.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)