ମୋ ଆଈମା ସ୍ୱାସ୍ଥ୍ୟ କଥା - 114 (c) ପ୍ରତିରୋଧ ଶକ୍ତି ବଢାଇବା ପାଇଁ

ସ୍ୱାସ୍ଥ୍ୟ କଥା - 114 (c)

ଆଜିର ସ୍ୱାସ୍ଥ୍ୟ କଥାରେ ଆପଣଙ୍କ ପାଇଁ ରହିଛି..... 

1- ପ୍ରତିରୋଧ ଶକ୍ତି ବଢାଇବା ପାଇଁ କଣ ଉପାୟ ରହିଛି l

2- କୋରୋନା covid - 19 ପାଇଁ କଣ ସତର୍କତା ନେବେ? 

3- ପଞ୍ଚଗବ୍ୟ ବିଷୟରେ ଆପଣଙ୍କ ଦୃଷ୍ଟି ଆକର୍ଷଣ l

4- ଭୁତାଣୁ ଜନିତ ଥଣ୍ଡା, କାଶ ଓ ଜ୍ୱର ପାଇଁ କଣ ଔଷଧ ରହିଛି l

ଯେହେତୁ ଆମର ଶରୀର ପଞ୍ଚ ମହାଭୁତର ଏକ ଅଂଶ ତେଣୁ ପ୍ରତିରୋଧ ଶକ୍ତି କହିଲେ ଏହି 5 ଟି ଶକ୍ତିରୁ ଯେଉଁ ଶକ୍ତି ମିଳେ ଏବଂ ଏହା କେଉଁ କେଉଁ ଖାଦ୍ୟ ବା କ୍ରିୟା ଦ୍ୱାରା ଜୀବକୁ ପ୍ରାପ୍ତି ହୋଇଥାଏ ଏବେ ଆମେ ଜାଣିବା l

1- ଆକାଶ ତତ୍ତ୍ୱରୁ ଆମକୁ ଯେଉଁ ପ୍ରତିରୋଧ ମିଳେ ତାକୁ ଆଧ୍ୟାତ୍ମିକ ଶକ୍ତି କୁହାଯାଏ l ମୁଣ୍ଡ ବା ମସ୍ତିଷ୍କ ଉପରେ ପ୍ରଭାବ ପକାଏ l

କେଉଁ ଖାଦ୍ୟରେ ମିଳେ ଆକାଶ ଶକ୍ତି?? 
ସମସ୍ତ ପିତା ଫଳ ବା ମୂଳ l ଉଦାହରଣ ନିମ୍ବ, ହଳଦୀ, ତୁଳସୀ, କଲରା, ଚିରେଇତା ଇତ୍ୟାଦି l

କେଉଁ କ୍ରିୟା ଦ୍ୱାରା ଆକାଶ ଶକ୍ତି ପ୍ରାପ୍ତ ହୁଏ?? 
କାନ୍ଦିବା, ହସିବା ଆଦିର ଭାବ ଦ୍ୱାରା, ସତ୍ୟ କହିଲେ ବା ସତ୍ୟବାଦୀ ହେଲେ, ଉପବାସ, ପୂଜା, ବ୍ରତ କଲେ, ଶ୍ରଦ୍ଧା ଓ ଭକ୍ତି ମାଧ୍ୟମରେ, ଯୋଗାସନ ବା ପ୍ରାଣାୟାମ ଦ୍ୱାରା l

2- ବାୟୁ ଶକ୍ତି ଦ୍ୱାରା ଆମେ ଯେଉଁ ପ୍ରତିରୋଧ ଶକ୍ତି ପାଉ ତାକୁ ଗତିଜ ଶକ୍ତି କୁହାଯାଏ l 5 ଟି ରୂପେ ଶରୀରରେ ଦେଖାଯାଏ l ପ୍ରାଣ ବାୟୁ, ଅପାନ ବାୟୁ, ସମାନ ବାୟୁ, ଉଦାନ ବାୟୁ, ବ୍ୟାନ ବାୟୁ ଆଦି l

କେଉଁ ଖାଦ୍ୟରେ ବାୟୁ ଶକ୍ତି ଅନ୍ତନିହିତ ଥାଏ?? 
ସମସ୍ତ ଶୁଷ୍କ ଫଳ ମୂଳରେ ଥାଏ ଯଥା - କାଜୁ, ଖଜୁରୀ, ଶୁଖିଲା ମଞ୍ଜି, ଶୁଣ୍ଠୀ, ଅଖରୋଡ଼, ଗୁଆ, ଶୁଖିଲା ଚଣା, ଚିନାବାଦାମ ଇତ୍ୟାଦି l

କେଉଁ କ୍ରିୟା ଦ୍ୱାରା ବାୟୁ ଶକ୍ତି ପ୍ରାପ୍ତ ହେବ?? 

କମ ଶୋଇବା ଦ୍ୱାରା, ଖାଲି ପେଟରେ ଅଧିକ ସମୟ ରହିବା ଦ୍ୱାରା, ଅଧିକ ଶାରୀରିକ ପରିଶ୍ରମ ଦ୍ୱାରା, ଯୋଗ ଓ ପ୍ରାଣାୟାମ ଇତ୍ୟାଦି l

3- ଅଗ୍ନି ଶକ୍ତି ଦ୍ୱାରା ଯେଉଁ ପ୍ରତିରୋଧ ଶକ୍ତି ପାଉ ତାକୁ ଜ୍ବଳନ ଶକ୍ତି କୁହାଯାଏ l ଆମ ଶରୀରରେ 13 ପ୍ରକାର ଅଗ୍ନି ରହିଛି l

ପ୍ରତି ସପ୍ତ ଧାତୁରେ ଗୋଟିଏ ଗୋଟିଏ ଅଗ୍ନି ରହିଛି ଯାହାକି ନିର୍ମାଣ କାର୍ଯ୍ୟ କରିଥାଏ l ତେଣୁ ଏଠି ଆମକୁ 7 ଟା ମିଳିଲା l

ପଞ୍ଚମହାଭୂତ ରୁ ଆମକୁ 5 ଟା ମିଳେ l

ଆଉ ଗୋଟିଏ ଅଗ୍ନି ହେଲା ଜଠର ଅଗ୍ନି ଯାହାକି ଅନ୍ୟ 12ଟି ଅଗ୍ନିକୁ ପ୍ରଭାବିତ କରେ l ତେଣୁ ଆୟୁର୍ବେଦ ରେ ଜଠର ଅଗ୍ନିର ବହୁତ ଗୁରୁତ୍ୱ ରହିଛି l ଆଉ ଦେଶୀ ଗାଈର ଘିଅ ଖାଇଲେ ଜଠର ଅଗ୍ନି ଠିକ ନିୟନ୍ତ୍ରିତ ରହେ l

ଆପଣ ଜାଣନ୍ତୁ କୌଣସି ରୋଗ ହେବା ପୂର୍ବରୁ ଜଠର ଅଗ୍ନି ନିଶ୍ଚୟ କମିଯାଇଥାଏ l ତେଣୁ ରୋଗ ହୁଏ l ବହୁତ ଲୋକେ ଇଆଡୁ ସେଆଡୁ ତେଲିଆ ଖରାପ ଜିନିଷ ଖାଇଲେ ମଧ୍ୟ ତାଙ୍କ ଶରୀର ଖରାପ ହୋଇନଥାଏ l କାରଣ ହେଲା ତାଙ୍କ ଜଠର ଅଗ୍ନି ଖୁବ ଭଲ ରହିଛି ସେଥିପାଇଁ ବିଷ ଖାଦ୍ୟ ଖାଇଲେ ମଧ୍ୟ ହଜମ ହେଇଯାଉଛି ଆଉ କିଛି ଅସୁବିଧା ହେଉନାହିଁ l 

କେଉଁ ଖାଦ୍ୟରେ ଥାଏ ଅଗ୍ନି ଶକ୍ତି?? 

ରାଗ ଲାଗୁଥିବା ସମସ୍ତ ଖାଦ୍ୟ, ଅଦା, ପିପ୍ପଳୀ, ଗୋଲମରିଚ, ଗରମ ଖାଦ୍ୟ, ଯେତିକି ଖଟା ଜାତୀୟ ଫଳ ଓ ଖଟା ଦହି ଇତ୍ୟାଦି l

କେଉଁ କ୍ରିୟା ଦ୍ୱାରା ଅଗ୍ନି ଶକ୍ତି ପ୍ରାପ୍ତ ହୁଏ?? 
ଉପବାସ, ଶାରୀରିକ ଶ୍ରମ, ଯୋଗ, ପ୍ରାଣାୟାମ, କ୍ରୋଧ କରିବା, ଇର୍ଷା କରିବା ଇତ୍ୟାଦି l

4- ପୃଥିବୀ ଶକ୍ତି ଦ୍ୱାରା ଯେଉଁ ପ୍ରତିରୋଧ ଶକ୍ତି ମିଳେ ତାକୁ କବଚ ଶକ୍ତି କୁହାଯାଏ l ଭିନ୍ନ ଭିନ୍ନ ମୌଳିକ ଉପାଦାନରେ ଗଢ଼ା ଏହି ତତ୍ତ୍ୱ ଅନ୍ୟ ସବୁ ପଞ୍ଚ ମହାଭୁତକୁ ବହୁଳ ମାତ୍ରାରେ ପ୍ରଭାବିତ କରେ l ଆମର ଏଲୋପେଥି ଚିକିତ୍ସା ଏହି ପୃଥିବୀ ତତ୍ତ୍ୱ ଉପରେ ପର୍ଯ୍ୟବେସିତ l 

କେଉଁ ଖାଦ୍ୟରେ ଥାଏ ପୃଥିବୀ ଶକ୍ତି ଅଧିକ? 
ସମସ୍ତ ଫଳ, ମୂଳ ମୁଖ୍ୟତଃ ଯୋଉଟା ମିଠା ଲାଗୁଥିବ ଯଥା - କଦଳୀ, ସେଓ, ଅଙ୍ଗୁର, ଭାତ, ଡାଲି, ପନିପରିବା, କ୍ଷୀର, ଛେନା, ମିଠା ଦହି ଇତ୍ୟାଦି l

କେଉଁ କ୍ରିୟା ଦ୍ୱାରା ପୃଥିବୀ ଶକ୍ତି ବଢ଼ିଥାଏ?? 
ଅଧିକ ଶୋଇବା ଦ୍ୱାରା, ଅଳସୁଆମୀ, ଶାରୀରିକ ଶ୍ରମ ଅଭାବ, ଅଧିକ ସ୍ପିଡ଼ରେ ଭୋଜନ ଦ୍ୱାରା, ସକାଳୁ ଡେରିରେ ଉଠିବା ଦ୍ୱାରା, ଠକିବା ଆଦି l

5- ଜଳ ଶକ୍ତି ଦ୍ୱାରା ଯେଉଁ ପ୍ରତିରୋଧ ଶକ୍ତି ମିଳେ ତାକୁ ପବିତ୍ର ଶକ୍ତି କୁହାଯାଏ l

କେଉଁ ଖାଦ୍ୟରେ ଏହା ଥାଏ?? 
ସମସ୍ତ ପଣିଆ ଜିନିଷ ବା ଫଳ, ତରଭୁଜ, କଖାରୁ, ପଇଡ଼, ଆମ୍ବ, ଲିଚୁ, କ୍ଷୀର ଇତ୍ୟାଦି l

କେଉଁ କ୍ରିୟା ଦ୍ୱାରା ଜଳ ଶକ୍ତି ବଢ଼ିଥାଏ?? 

ନଇଁ, ପୋଖରୀରେ ଗାଧୋଇବା ଦ୍ୱାରା, ଅଧିକ ପାଣି ପିଇବା, ଥଣ୍ଡା ଜାଗାରେ ରହିବା, ଯୋଗ ଓ ପ୍ରାଣାୟାମ ଇତ୍ୟାଦି l

2- କୋ--ନା ପାଇଁ କଣ ସତର୍କତା ରହିଛି?? 
1- ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ l
2- ଚିନି ଜିନିଷ ଠାରୁ ଦୁରେଇ ରହିବେ l
3- ପ୍ରତିଦିନ ଗୋଟିଏ ଘଣ୍ଟା ଗାୟତ୍ରୀ ମନ୍ତ୍ର ବା ମହାମୃତ୍ୟଞ୍ଜୟ ମନ୍ତ୍ର ଜପ କରନ୍ତୁ l
4- ଦେଶୀ ଗାଈର ଗୋମୂତ୍ର ପିଅନ୍ତୁ ଓ ଘିଅ ନାକରେ ଦିନକ 2 ଥର 4-4 ବୁନ୍ଦା ଲେଖା ପକାନ୍ତୁ l
5- ଦେଶୀ ଗାଈ ଗୋବରରେ ଘର ବାହାର ଓ ଭିତରକୁ ଲିପା ପୋଛା ନିଶ୍ଚୟ କରନ୍ତୁ l
6- ସଦାବେଳେ ଜୈବିକ ଜିନିଷ ଖାଆନ୍ତୁ ଯେତେ ସମ୍ଭବ l
7- ଅଧିକ ସମୟ ଯାଇଁ ଗୋଟିଏ ଜାଗାରେ ଠିଆ ନହୁଅନ୍ତୁ l
8- ତେଲିଆ ଜିନିଷ ନଖାଇବା ଉଚିତ l
9- ଯେତେ ସମ୍ଭବ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ l
10- ଡରିବା ଛାଡି ପରିସ୍ଥିତିର ମୁକାବିଲା ପାଇଁ ମନରେ ଦୃଢ଼ତା ଆଣନ୍ତୁ l
11- ଫୁଟା ପାଣିକୁ ଉଷୁମ ଥିବା ଅବସ୍ଥାରେ ପିଇବା ଭୁଲନ୍ତୁ ନାହିଁ l
12- ଭୋଜନ ବେଳେ ରସୁଣ 5 ଟି ନିଶ୍ଚୟ ଖାଆନ୍ତୁ l ବାସି ଜିନିଷ ନଖାଇ ଗରମ ଜିନିଷ ଖାଆନ୍ତୁ l ରାତିରେ ରୁଟି ଖାଆନ୍ତୁ l ପେଟ ପୂରା ନଖାଇ ଅଧା ପେଟ ଖାଲି ରଖନ୍ତୁ ପାଣି ଓ ପବନ ପାଇଁ l
13- ରୋଷେଇ ପାତ୍ର ସବୁବେଳେ ମାଟିର ବ୍ୟବହାର କରନ୍ତୁ l
14- ଦିନକ ଦୁଇ ଥରରୁ ଅଧିକ ହାତ ଧୁଅନ୍ତୁ l
15- ମାସ୍କ ବ୍ୟବହାର ନକରି ଲମ୍ବା ସଫା ରୁମାଲ ବ୍ୟବହାର କରନ୍ତୁ l ଆଉ ପ୍ରତିଦିନ ସଫା ରୁମାଲ ନାକ ଓ ମୁହଁରେ ବ୍ୟବହାର କରନ୍ତୁ l
16- ପାଣିରେ ତୁଳସୀ ଅର୍କ ବା ଫୁଟା ହେଇଥିବା କଳା ତୁଳସୀ ପାଣି ପକାଇ ପିଅନ୍ତୁ l
17- ଆୟୋଡିନ ଲୁଣ କମ ବ୍ୟବହାର କରନ୍ତୁ l ରିଫାଇଣ୍ଡ ତେଲ ମଧ୍ୟ ନଖାଇ ଗାଈ ଘିଅ ଯଦି ଅଛି ଖାଆନ୍ତୁ ନହେଲେ ଶୁଦ୍ଧ ପେରା ହେଲା ତେଲ ଖାଆନ୍ତୁ l
18- ପ୍ରତିଦିନ ରାତି 10 ଟା ଭିତରେ ଶୋଇପାରିଲେ ବହୁତ ଭଲ l ସକାଳ 6 ଟା ପୂର୍ବରୁ ଉଠିବାକୁ ଚେଷ୍ଟା କରନ୍ତୁ l

19 - ସକାଳ 8:30 ଭିତରେ ନିଶ୍ଚୟ ଓଜନିଆ ଜଳଖିଆ କରନ୍ତୁ l ରାତିରେ ହଳଦୀ ମିଶା ଉଷୁମ କ୍ଷୀର ପିଅନ୍ତୁ l
20- ଶାରୀରିକ ପରିଶ୍ରମ ଯଥା ସମ୍ଭବ କରନ୍ତୁ ବା ଯୋଗ ପ୍ରାଣାୟାମ ନିଶ୍ଚୟ କରନ୍ତୁ l
21- ଗାଧୋଇବା ସମୟ ସକାଳେ ରଖନ୍ତୁ l ଆଉ ଆୟୁର୍ବେଦ ଵିଧି ଅନୁଯାଇ ଗାଧାନ୍ତୁ l
22- ଖାଇବାର 1 ଘଣ୍ଟା ପରେ ପାଣି ପିଅନ୍ତୁ l ଆଉ ଧୀରେ ଧୀରେ ପାଣି ପିଅନ୍ତୁ 
23- 3 ଜଣରୁ ଅଧିକ ଭିଡ଼ ଭିତରେ ବେଶୀ ସମୟ ନ ରୁହନ୍ତୁ l
24- ତଣ୍ଟିର କିଛି ଅସୁବିଧା ଅନୁଭବ ହେଲେ କଞ୍ଚା ହଳଦୀ ଚୋବେଇ ଚୋବେଇ ଖାଆନ୍ତୁ l
25- ବସିକି ଖାଦ୍ୟ ଓ ପାନୀୟ ଗ୍ରହଣ କରନ୍ତୁ l ଥଣ୍ଡା ଜିନିଷ ଠାରୁ ଦୁରେଇ ରୁହନ୍ତୁ l

......................................

3- ପଞ୍ଚଗବ୍ୟ ବିଷୟରେ ଆପଣଙ୍କ ଦୃଷ୍ଟି ଆକର୍ଷଣ.... 

ପଞ୍ଚ ଗବ୍ୟ ମାନେ ହେଲା ଗାଈର 5ଟି ଜିନିଷ - ଗୋବର, ଗୋମୂତ୍ର, ଘିଅ, ଦହି, କ୍ଷୀର l ଏଥି ମଧ୍ୟରୁ ଗୋବର, ଗୋମୂତ୍ର ଓ ଘିଅ ସମସ୍ତ ଭୂତାଣୁ ଜନିତ ରୋଗ ପାଇଁ ସର୍ବୋତ୍ତମ ଔଷଧ l ତେଣୁ ଵିଧି ଅନୁସାରେ ଏହାକୁ ଖାଇବା ତଥା ସ୍ନାନ କାର୍ଯ୍ୟରେ ଆମେ ବ୍ୟବହାର କରି କୋରୋନା ଭୂତାଣୁକୁ ଦୂର କରିପାରିବା l

ଭଲ ଗୋମୂତ୍ରର ଲକ୍ଷଣ କେମିତି?? 
- ଗାଈଟି ଦେଶୀ ହେଇଥିବ l ଆଉ ଜଙ୍ଗଲ ବା ପଡିଆକୁ ଗାଈ ଚରିବାକୁ ଯାଉଥିବ l
- ଗାଈରୁ ସିଧା ସଳଖ ସଂଗ୍ରହ କରି ତାକୁ ଆଠ ପରସ୍ତ କଟନ କପଡ଼ାରେ ଛାଣି ବୋତଲରେ ଭର୍ତ୍ତି କରାଯାଏ l
- ମେଘୁଆ ବା ବର୍ଷା ପାଗରେ ସଂଗ୍ରହ ହୋଇନଥାଏ l
- ଅମାବାସ୍ୟା ଦିନ ସଂଗ୍ରହ ନିଷେଧ l
- ସ୍ୱାଦ କସା କିମ୍ବା ପିତା ଲାଗିବ ଏବଂ 1 ମିନିଟ ପରେ ପାଟି ମିଠା ମିଠା ଲାଗିବ 

ଭଲ ଗୋବରର ଲକ୍ଷଣ କେମିତି??? 

- କଳା ରଙ୍ଗର ରହିବ l
- ପାଣିଆ ଗୋବର ହେଇନଥିବା l
- ଜଙ୍ଗଲ ବା ପଡିଆକୁ ଗାଈ ଚରିବାକୁ ଯାଉଥିବ l
- ଯେତିକି ତାଜା ସେତିକି ବଢ଼ିଆ ମାନର l

ଭଲ ଦେଶୀ ଗାଈ ଘିଅର ଲକ୍ଷଣ କେମିତି??? 

- ଯଦି 6 ମାସ ଭିତରେ ହୋଇଥିବ ଏହାର ରଙ୍ଗ ହଳଦିଆ ରହିବ l
- ଅଧିକ ପୁରୁଣା ହେଲେ ହଳଦିଆ ରଙ୍ଗ ଈଷତ ହଳଦିଆ ଆଡକୁ ଆସିବ l
- ନୂଆ ଗାଈ ଘିଅ ଅଧିକ ବାସ୍ନା ଦିଏ l କିନ୍ତୁ ପୁରୁଣା ଘିଅ ଅଳ୍ପ ଘିଅର ବାସ୍ନା ଦିଏ l
- ଆଖି ପତାରେ ବା ଆଖି ଭିତରେ ପକେଇଲେ ଖୁବ ପୋଡିବ ଜାଣିବେ ଏହା ବହୁତ ବଢ଼ିଆ ଔଷଧ l
- ନୂଆ ଘିଅ ଖାଇବା ପାଇଁ ଭଲ କିନ୍ତୁ ପୁରୁଣା ଘିଅ ଔଷଧ ପାଇଁ ବେଶୀ ଭଲ l

..........................................

4- ଭୁତାଣୁ ଜନିତ ଥଣ୍ଡା ଜ୍ୱର, କାଶ ପାଇଁ କଣ ଚିକିତ୍ସା ଅଛି ଆମ ଆୟୁର୍ବେଦରେ?? 

ପ୍ରଥମେ ଗୋଟିଏ ମାଟି ପାତ୍ର ନିଅନ୍ତୁ l ସେଥିରେ 1 ଲିଟର ପାଣି ନେଇ ସେଥିରେ ଗୋଟିଏ ମୁଠା କଳା ତୁଳସୀ ପତ୍ର + 1 ଚାମଚ ହଳଦୀ + 5 ଗ୍ରାମ ଅଦା + 10 ଟି ଗୋଲମରିଚ + ଗୋଟିଏ ମୁଠା ନିମ୍ବ ପତ୍ର ବା 100ml ଗୋମୂତ୍ର + ଗୁଳୁଚି ବା ଅମୃତା ଚୁର୍ଣ୍ଣ 10 ଗ୍ରାମ ଆଦିକୁ ଫୁଟାନ୍ତୁ l ଯେତେବେଳେ ଏହା ଅଣ୍ଟି 250 ml ରହିବ ତାକୁ ଦିନକ 2-3 ଥର ହାଲୁକା ଗରମ ଥିବା ଅବସ୍ଥାରେ ପିଇବ l

ଏହା ଏମିତି ଔଷଧ ତିଆରି ହେଇଗଲା ଯାହାକି ସମ୍ପୂର୍ଣ ଭୂତାଣୁ ଜନିତ ରୋଗ ପାଇଁ ବଡ଼ ଔଷଧ ହେଇଗଲା l

* ମନେରଖିବେ ଆପଣ ଜ୍ୱର ହେଲେ କଠିନ ପଦାର୍ଥ ବହୁତ କମ ଖାଇବେ ତରଳ ପଦାର୍ଥ ଖାଦ୍ୟ ଅଧିକ ନେବେ l
* ଭିଟାମିନ - C ଯୁକ୍ତ ଫଳ ନିଶ୍ଚୟ ଖାଇବେ l
* ଶୋରିଷ ତେଲ ପିଠି ଓ ପାଦରେ ନିଶ୍ଚୟ ମାଲିସ କରିବେ l
* ଗାଧୋଇବା ଠିକ ଭାବେ କରିବେ l

ଏସବୁ ଥିଲା ପ୍ରତିରୋଧ ଶକ୍ତିକୁ କେମିତି ବଢେଇବା ତାଉପରେ l ପୋଷ୍ଟ ଲମ୍ବା ହେଇଛି କିନ୍ତୁ ଭଲ ଭାବେ ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଇଛି l ଯେଉଁଠି ସନ୍ଦେହ ରହିବ ନିଶ୍ଚୟ ପଚାରିବେ l ଆମେ ବହୁତ ଖୁସି ହେବୁ l


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)