ମୋ ଆଈମା ସ୍ୱାସ୍ଥ୍ୟ କଥା: 74 ଭାଗ - 01

 *ମୋ ଆଈମା ସ୍ୱାସ୍ଥ୍ୟ କଥା: 74  ଭାଗ - 01*




ଛୋଟ ବେଳର କିଛି ସ୍ମୃତି ଆଜି ପୁନର୍ଜୀବିତ ହୋଇଉଠୁଛି l ନାକରେ ଧାର ଧାର ସିଂଘାଣି ଆଉ ମାଆର ପଣତ କାନିରେ ସିଂଘାଣି ପୋଛି ଦେଇ ଗାଁର ଦାଣ୍ତରେ ବାଲି ଖେଳୁଥିବା ବେଳେ ଯଦି ଦେହ ଖରାପ ହୋଇଯାଏ, ମାଆ ମୋର ସଙ୍ଗେ ସଙ୍ଗେ ରୋଷେଇ ଘରକୁ ମୋତେ ନେଇ 7ଟା ଶୁଖିଲା ଲଙ୍କାରେ ମୁଣ୍ଡରୁ ତଳକୁ 7 ଥର ଝାଡ଼ି ଦେଇ ଜଳୁଥିବା ଚୂଲିରେ ସବୁତକ ଲଙ୍କାଗୁଡିକୁ ପକାଇଦେଇ ମାଆ ମୋର ପରୀକ୍ଷା କରୁଥିଲା- ସତରେ କଣ ମୋ ସିଙ୍ଘାଣିଆ ପୁଅକୁ କାହାର ଦୃଷ୍ଟି ପଡିଗଲା କି ?? ସେତେବେଳେ ଚୁପଚାପ ଛିଡା ହୋଇ ଏସବୁ ମୁଁ ନୀରବରେ ଚାହିଁ ରହି ଦେଖୁଥିଲି l ମନରେ ପ୍ରଶ୍ନ ଆସୁଥିଲା ମୋ ମାଆ କଣ ଏସବୁ କରୁଛି କିନ୍ତୁ ପଚାରିପାରୁନଥିଲି ଏସବୁ କଣ ? ପୋଡା ଲଙ୍କାର ଧୂଆଁ ଆମ ଘର ଦେଇ ଅନ୍ୟ ଘରକୁ ଚାଲିଯାଉଥିଲା l ମୋ ସହିତ ସମସ୍ତେ କାଶିବା, ଛିଙ୍କିବା ଆରମ୍ଭ କରିଦେଉଥିଲେ l ମୁଁ କିଛି ବୁଝିବା ପୂର୍ବରୁ ମୋତେ ନେଇ ମାଆ ଗୋଟିଏ ଗୁଣିଆ ପାଖକୁ ଯାଇ ଝଡା ଫୁଙ୍କା କରାଉଥିଲେ l ଏମିତି ବହୁତ ଥର ମୋତେ ଯିବାକୁ ପଡିଛି ଗୁଣିଆ ପାଖକୁ l ଏହି କି ବିଶ୍ୱାସ ଲୋକମାନଙ୍କର ଯୋଉଟା କୋଉ ଆବାହନ କାଳରୁ ଆମ ସମାଜରେ ରହିଆସିଛି l ସମୟ କ୍ରମେ ଯେତେବେଳେ ମୁଁ ବଡ଼ ହେଲି ଏହି ଲୋକଙ୍କ ବିଶ୍ୱାସକୁ ନେଇ ସନ୍ଦେହ କଲି କାରଣ ମୁଁ ଜଣେ ବିଜ୍ଞାନ ବିଷୟର ଛାତ୍ର ଥିଲି l ସବୁ ଜିନିଷକୁ ପର୍ଯ୍ୟବେକ୍ଷଣ କରିବା ଓ ସତ୍ୟର ଅନୁସନ୍ଧାନ କରିବା ମୋର ଛୋଟ ଦିନରୁ ଗୋଟିଏ ବଡ଼ ସଉକ ଥିଲା l ଜଡ଼ ବିଜ୍ଞାନ ଉପରେ ମୋର ବିଶ୍ୱାସ ଅଧିକ ଥିବାରୁ ମୁଁ ଅଦୃଶ୍ୟ ଶକ୍ତି ବା ଜିନିଷ ଉପରେ କେବେବି ବିଶ୍ୱାସ କରୁନଥିଲି l ମଣିଷର ଜୀବନ ସବୁବେଳେ ସମାନ ନଥାଏ ଯେ ପର୍ଯ୍ୟନ୍ତ ମଣିଷ କିଛି ଅଭାବର ସମ୍ଭୁଖୀନ ନହୋଇଛି ସେ ନୂଆ ଜିନିଷର ଆବିଷ୍କାର କରିପାରିବ ନାହିଁ l ଥରେ ମୋର 2 ବର୍ଷର ଭାଣିଜୀ ହଠାତ କାନ୍ଦିବାରେ ଲାଗିଲେ, ବିଲକୁଲ ବି ଚୁପ ହେଲେନି ଆଉ କିଛି ମଧ୍ୟ ଖାଇଲେନାହିଁ l ଡାକ୍ତର ପାଖକୁ ଗଲୁ ଔଷଧ ଆଣି ଖୁଆଇଲୁ କିଛି ଲାଭ ଦେଲାନି l ଭାଣିଜୀ କାନ୍ଦିବା ବନ୍ଦ କଲେନି l 2 ଦିନ ଧରି ଆମେ ସମସ୍ତେ ହଇରାଣ ହେଲା ପରେ ଜଣେ ଆମକୁ ଦେଶୀ ଗାଈ ପାଖକୁ ଯାଇ ଗାଈର ଲାଞ୍ଜ ଦ୍ୱାରା 7 ଥର ଝାଡିଦେବା ପାଇଁ କହିଲେ ମୁଁ ନିଜେ ପରୀକ୍ଷା ଉଦ୍ଦେଶ୍ୟରେ ସେଇୟା କଲି l ଗଣି ଗଣି 7 ଥର ଭାଣିଜୀଙ୍କୁ ଗାଈ ଲାଞ୍ଜ ଦ୍ୱାରା ଝାଡ଼ିଦେଲି l 7 ଥର ଝଡା ସରିବା କ୍ଷଣି ଅତି ଆଶ୍ଚର୍ଯ୍ୟକର ପରିଣାମ ଆସିଲା l ଭାଣିଜୀ କାନ୍ଦିବା ସମ୍ପୂର୍ଣ ବନ୍ଦ କଲେ ଆଉ ସେଇଠୁ ସେ ଖାଇବା ଆରମ୍ଭ କଲେ l ମୁଁ ଟିକେ ଅଧିକ ରୁଚି ବା ଜିଜ୍ଞାସା ପ୍ରକଟ କରି ଏହାର ବିଜ୍ଞାନୀ ତତ୍ତ୍ୱ ଉପରେ କାମ କରିବା ଆରମ୍ଭ କଲି l ସେତେବେଳେ ଆମେ ଗୋ ବିଜ୍ଞାନ ଉପରେ ତୃଣ ମୂଳ ସ୍ତରରେ ଗବେଷଣା କରି ପ୍ରାଚୀନ ବିଜ୍ଞାନକୁ ଖୋଜିବାରେ ଲାଗିପଡ଼ିଥିଲୁ l ଆମେ ଏଇଟା ପାଇଲୁ  ଯଦି ଛୋଟ ପିଲାଙ୍କୁ କାହାର ନଜର ଲାଗିଯାଇଛି ସେ କାନ୍ଦିବ, ଖାଇବନି, ଶୋଇବନି ଅଲଗା ବ୍ୟବହାର ଦେଖେଇବ l ଏହା ବିଜ୍ଞାନ ସମ୍ମତ ଜିନିଷ, ଅନ୍ଧ ବିଶ୍ୱାସ ନୁହଁ l ମଣିଷର ଦୃଷ୍ଟି ରେ ବହୁତ ଶକ୍ତି ଥାଏ ଯାହା ସକାରାତ୍ମକ ବା +ve ଏବଂ ନକାରାତ୍ମକ ବା  -ve ଉର୍ଜା ଦ୍ୱାରା ପଦାର୍ଥର ମୌଳିକ ସଂରଚନାକୁ ପ୍ରଭାବିତ କରିପାରେ l ଦୃଷ୍ଟିର ଶକ୍ତି କେନ୍ଦ୍ରିକ ଧ୍ୟାନର ସାମର୍ଥ୍ୟ ଉପରେ ନିର୍ଭର କରିଥାଏ l ଯେଉଁମାନେ ନିଜ ମନକୁ ସମ୍ପୂର୍ଣ୍ଣ ଏକାଗ୍ର କରି ଦୃଷ୍ଟି ଶକ୍ତିକୁ ବ୍ୟବହାର କରନ୍ତି ସେମାନେ କୌଣସି ପଦାର୍ଥର ଆଣବିକ ସଂରଚନାକୁ ବଦଳାଇ ମନ ଇଚ୍ଛା +ve ବା -ve କାମ କରେଇପାରିବେ l ଛୋଟ ପିଲାମାନେ ଜଲଦି ଏହାର ପ୍ରଭାବରେ ଆସିଥାନ୍ତି କାରଣ ଛୋଟ ଛୁଆମାନେ ବେଶୀ ଆକର୍ଷଣୀୟ ହୋଇଥାନ୍ତି l 


 ଆଧୁନିକ ବିଜ୍ଞାନ ଏହାକୁ ସ୍ୱୀକାର କରିନପାରେ କିନ୍ତୁ ଆମେ ଏହାର ବିଜ୍ଞାନ ଉପଲବ୍ଧି କରିସାରିଛୁ l ଏହି ଶକ୍ତି ଆକର୍ଷଣ ର ନିୟମ *( Law of attraction )* ଉପରେ କାର୍ଯ୍ୟ କରେ ତେଣୁ ହେୟ ଜ୍ଞାନ ନକରି କିଛି ଘରୋଇ ସମାଧାନ କଲେ କିଛି ମିନିଟରେ ଛୁଆର ସବୁ ଦୃଷ୍ଟି ବା ନଜର ଜନିତ ସମସ୍ୟା ଦୂର ହେଇଯାଏ l ନିମ୍ନଲିଖିତ କିଛି ଉପାୟ କରନ୍ତୁ l


1- ପଞ୍ଚ ମହାଭୁତ ସ୍ନାନ କରାଯାଇଥାଏ l 


........ ଅଗ୍ନି ସ୍ନାନ 

........ ବାୟୁ ସ୍ନାନ 

........ ଆକାଶ ସ୍ନାନ 

....... ପୃଥିବୀ ସ୍ନାନ 

........ ଜଳ ସ୍ନାନ 



2- ଗାଈର ଲାଞ୍ଚରେ 7 ଥର ଝାଡିବେ






ମୋ ଆଈମା ସ୍ୱାସ୍ଥ୍ୟ କଥା - 75  ପିଜୁଳିର କେଉଁ ଅଂଶ କେଉଁ ରୋଗ ପାଇଁ




Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)