ମୋ ଆଈମା ସ୍ୱାସ୍ଥ୍ୟ କଥା - 75 ପିଜୁଳିର କେଉଁ ଅଂଶ କେଉଁ ରୋଗ ପାଇଁ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 75 ପିଜୁଳିର କେଉଁ ଅଂଶ କେଉଁ ରୋଗ ପାଇଁ*

ବର୍ଷାଋତୁରେ ଯଦି ଆପଣ ପିଜୁଳି ଖାଇବାକୁ ନପାଆନ୍ତି ତାହେଲେ ଆପଣ ଅଭିମାନ କରିବା କଥା ପ୍ରକୃତି ପାଖରେ ଏଇଟା ଆଈମା କହୁଥିଲା ଛୋଟ ବେଳେ l ଥଣ୍ଡା ରୋଗ ହେବ ବୋଲି ବାପା ମା ପିଜୁଳୀ ଖାଇବାକୁ ମନା କରୁଥିବା ବେଳେ କିନ୍ତୁ ଆଈମା ଆମକୁ ପିଜୁଳୀ ଖାଇବାର ନିୟମ ବିଷୟରେ ସୂଚନା ଦେଇ ଖୁବ ଖାଇବାକୁ ପରାମର୍ଶ ଦେଇଥିଲେ l ସେତେବେଳେ ଆମେ ଆଈମା କଥାକୁ ବେଶୀ ଗୁରୁତ୍ୱ ଦେଉଥିଲୁ ଏବଂ ଖୁବ ପିଜୁଳୀ ଖାଉଥିଲୁ l ମୋର ମନେଅଛି ବର୍ଷା ଦିନିଆ ଛୋଟିଆ ଛୋଟିଆ କଷି ପିଜୁଳୀ ଭାରି ମିଠା ଲାଗୁଥିବାରୁ ଆମେ ପାଚିଲା ପିଜୁଳୀ ଖାଇବା ପରିବର୍ତ୍ତେ ସେଇ କଷି ଟାଣ ଲାଗୁଥିବା ପିଜୁଳୀ ଖାଇବାକୁ ବହୁତ ଭଲ ପାଉଥିଲୁ l ପିଜୁଳୀ ଖାଇକି ଝାଡା ଟାଣ ହେଇଯାଉ ଥିଲା l ମଜା ଲାଗୁଚି ସେଇ ପିଲାଦିନର କଥା ଭାବି l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ପିଜୁଳୀର ପ୍ରତ୍ୟେକ ଅଂଶର ଉପକାରିତା ବିଷୟରେ ଭଲ ଭାବରେ ଆମେ ଜାଣିବା l ତାହେଲେ ଆସନ୍ତୁ ନଜର ପକେଇବା ଏହାର ଗୁଣ ଧର୍ମ ଉପରେ..


   *👇ଗୁଣ👇*


👉ସ୍ୱାଦ-କଷାୟ, ଉଷ୍ଣ ବୀର୍ଯ୍ୟ, ବାତ ଓ କଫ ନାଶକ । 


👉ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱରେ ଭରପୁର ଏହାର ସମସ୍ତ ଅଂଶ l 


👉 ଏହା ଆଣ୍ଟି ଫଙ୍ଗଲ, ଆଣ୍ଟି ବ୍ୟାକ୍ଟେରିଆଲ ଅଟେ l 


   *👇ପତ୍ର👇*


👉 ବାଟିକି ଏହାର ରସ ପିଇଲେ ପେଟ ର ଅଧିକାଂଶ ରୋଗ ପାଇଁ

1)- ଅମ୍ଳ 

2)- କୃମି ସମସ୍ୟା 

3)- ପତଳା ଝାଡା 

4)- ଧାତୁ ସମସ୍ୟା 

5)- ସଂଗ୍ରହଣୀ 


*👇ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ👇*


👉 ଏହାର ପତ୍ରକୁ ବାଟି ଅଧ ଘଣ୍ଟା ମୁହଁରେ ଲଗାଇ ରଖିଲେ ମୁହଁ ରେ ଉଜ୍ୱଳତା ବଢ଼ିଥାଏ । ମୁହଁ ରେ ଥିବା କଳା ଚି଼ହ୍ନ, ବ୍ରଣ ଆଦି ଦୂର ହୁଏ ।


*👇ଘା ବା କ୍ଷତ ପାଇଁ👇*


👉 ଏହାର ଚୁର୍ଣ୍ଣ ଘା ରେ ଲଗାଇଲେ ଘା ଶୀଘ୍ର ଭଲ ହୁଏ । କିମ୍ବା ବାଟିକି ମଧ୍ୟ ଲଗାଇ ପାରିବେ l


*👇ମୁଖ ବା ପାଟି ରୋଗ ପାଇଁ👇*


👉 ଏହାର ପତ୍ର ଚୋବେଇ ଚୋବେଇ ଖାଇଲେ ପାଟି ଦୁର୍ଗନ୍ଧ ଏବଂ ଜିଭ ଘା ରେ ଲାଭ ମିଳେ । ଏହାର ପତ୍ରରେ ଜିଭ ସଫା କଲେ ଜିଭ ଘା କେବେବି ହେଇନଥାଏ ଏବଂ ଲିଭର ଉପରେ ଭଲ ପ୍ରଭାବ ପଡ଼େ । ତଣ୍ଟି ସଫା ହୁଏ ଏବଂ ଗଳା ସଂକ୍ରମଣ ରୁ ମଣିଷ ରକ୍ଷା ପାଏ l


  *👇ପିଜୁଳି ଫଳ👇* 


👉 କଞ୍ଚା ପିଜୁଳି ଫଳ ଖାଇଲେ ବାତ ରୋଗ ରେ ବିଶେଷ ଲାଭ ମିଳେ । ପତଳା ଝାଡା ଦୂର ହୁଏ । ପେଟର ସଂକ୍ରମଣ ଠିକ ହୁଏ । ସଂଗ୍ରହଣୀ ପାଇଁ ଉତ୍ତମ ଔଷଧ । 


👉 ମଧୁମେହ ରୋଗୀଙ୍କ ପାଇଁ ଅଵ୍ୟର୍ଥ ଔଷଧ ଅଟେ ପିଜୁଳି ଫଳ । 


👉 ପିଜୁଳି ଫଳର ମଞ୍ଜି ଶୁକ୍ର ବର୍ଦ୍ଧନକାରୀ ଅଟେ l


👉 ପାଚିଲା ଫଳକୁ ମଞ୍ଜି ବାହାର କରି ଖାଇଲେ ଏହା ପେଟ ସଫା କରାଏ କିନ୍ତୁ ମଞ୍ଜି ସହିତ ଖାଇଲେ ପତଳା ଝାଡାକୁ ଠିକ କରେ l


👉 ରକ୍ତଚାପ କୁ ନିୟନ୍ତ୍ରଣ ରଖେ l


  *👇ପିଜୁଳି ଦାନ୍ତ କାଠି👇* 


👉 ସକାଳୁ ସକାଳୁ ଏହି ଗଛର କାଠିରେ ଦାନ୍ତ ଘଷିଲେ ଦାନ୍ତ ମଜବୁତ ହୁଏ ଏବଂ ପେଟ ଉପରେ ସୁନ୍ଦର ପ୍ରଭାବ ପଡ଼େ l


👉 ଦାନ୍ତ ଘଷିଲା ବେଳେ ବାହାରୁଥିବା କସା ରସକୁ ପିଇଦେବା ଉଚିତ ଏହା ବଳ ବଢାଏ ଏବଂ ମଧୁମେହ, ରକ୍ତଚାପ, କିଡ଼ନୀ, ଲିଭର ଓ ହୃତପିଣ୍ଡ ର କାର୍ଯ୍ୟକାରିତାକୁ ବଢ଼ାଇ ଥାଏ l


*👇ମନେ ରଖିବାର ପଏଣ୍ଟ👇*


👉 ଦେଶୀ ପିଜୁଳୀରେ ଅଧିକ ପରିମାଣରେ ଆଣ୍ଟି ଆକ୍ସିଡେଣ୍ଟ ଧର୍ମ ରହିଛି ତେଣୁ ହାଇବ୍ରିଡ଼ ଅପେକ୍ଷା ଦେଶୀ ପିଜୁଳୀ ଯାହାକି ସ୍ଵଭାବତଃ ଆକାରରେ ଛୋଟିଆ ହେଇଥିବ ତାକୁ ଖାଇବେ l


👉 ସକାଳେ ଖାଲି ପେଟରେ ସମସ୍ତ ରୋଗୀମାନେ ଖାଇବା ଉଚିତ ଦେଖିବେ ଏହି ବର୍ଷା ଋତୁରେ ଆପଣଙ୍କ ଯାହାବି ରୋଗ ଥିବ ଭଲ ହେଇଯିବ l ମନେରଖିବ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷ ଆଉ ଖାଇବେ ନାହିଁ ପିଇବ ନାହିଁ l ଏହା ଦ୍ୱାରା ଆପଣଙ୍କ ଭୋକ ବଢ଼ିବ, ଥଣ୍ଡା କଟିବ, କିଡ଼ନୀ ସୁସ୍ଥ ହେବ, ମଧୁମେହ, ଥାଇରଏଡ଼ ଆଦି ଅନେକ ବଡ଼ ବଡ଼ ରୋଗ ଭଲ ହେବ  l






ମୋ ଆଈମା ସ୍ୱାସ୍ଥ୍ୟ କଥା - 77 ହାପୁଡି ହାପୁଡି କାହିଁକି ଖାଇବା ଆମେ ?








.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)